ଗାମୁଛା

ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । ଏହାର ଲମ୍ବ ସାଧାରଣତଃ ୧.୫ମିରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବରେ ବ୍ୟବହାର କରାଯାଏ । ଆସାମରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତିରେ ଗାମୁଛାର ପ୍ରମୁଖ ଭୂମିକା ରହିଛି । ପୂଜା କରିବା ସମୟରେ ମଧ୍ୟ ଏହାକୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି । ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।

ଗାମୁଛା
ଗାମୁଛା

ଓଡି଼ଆ ଢଗ ଢମାଳିରେ ଗାମୁଛା

ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :

ଗାମୁଛା ନ ଥାଇ କି ସ୍ନାହାନ,
ଆଦର ନ ଥାଇ କି ଭୋଜନ॥

ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ॥

କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ଼ ନିକୁଛା ॥

ଗ୍ୟାଲେରି

ଆଧାର

ବାହାର ଆଧାର

Tags:

ଗାମୁଛା ଓଡି଼ଆ ଢଗ ଢମାଳିରେ ଗାମୁଛା ଗ୍ୟାଲେରିଗାମୁଛା ଆଧାରଗାମୁଛା ବାହାର ଆଧାରଗାମୁଛାଆସାମଓଡ଼ିଶାଖୋର୍ଦ୍ଧା ଜିଲ୍ଲାପଶ୍ଚିମବଙ୍ଗପୂଜା (ଉପାସନା)ବିହାର

🔥 Trending searches on Wiki ଓଡ଼ିଆ:

ଶବ୍ଦ (ଧ୍ୱନି)ଚୈତ୍ର ପୂର୍ଣ୍ଣିମାବିଶ୍ୱନାଥ କରମୟୂରଭଞ୍ଜ ଜିଲ୍ଲାଯୌନ ସମ୍ଭୋଗଉଇକିମିଡ଼ିଆ ଫାଉଣ୍ଡେସନବିଜୟ ମିଶ୍ରତ୍ରିଭୁଜଗୋଦାବରୀଶ ମିଶ୍ରଲକ୍ଷ୍ମୀକାନ୍ତ ମହାପାତ୍ରଭାନୁଜୀ ରାଓ୧୪୧୭ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବ୍ୟଞ୍ଜନ ବର୍ଣ୍ଣରବି ସିଂଭୀମ ଭୋଇଉପେନ୍ଦ୍ର ଭଞ୍ଜପଣାଧର୍ମେନ୍ଦ୍ର ପ୍ରଧାନଝୁଲଣ ଯାତ୍ରାଯମୁନାଲାଟିନ ଭାଷାଭଦଭଦଳିଆଚକ୍ଷୁଗୋଲକ ଫାଟବିରଜା ମନ୍ଦିର୨୦୦୪ଓଡ଼ିଶାର ତହସିଲ ତାଲିକା୮ ଫେବୃଆରୀସମୟମଣ୍ଡଳଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଅଟିଜିମ୍‌ଓଡ଼ିଆ ସାହିତ୍ୟଭାରତୀୟ ଜନତା ପାର୍ଟିତ୍ରିକୋଣମିତିଓଡ଼ିଆ ଖାଦ୍ୟଭାରତର ଜାତୀୟ ପତାକାଫିନଲ୍ୟାଣ୍ଡକଲମ୍ବିଆଅରବିନ୍ଦ କେଜରିୱାଲରାଉରକେଲାଆଶ୍ୱିନଅଖିଳ ମୋହନ ପଟ୍ଟନାୟକହଂକଂନକ୍ସଲବାଦଜୀବ ବିଜ୍ଞାନବଳତିନୋଟି ରତନଗୁଗଲଭଗବତ ଗୀତାପଞ୍ଚସଖାଅଚ୍ୟୁତ ସାମନ୍ତଇଟାଲୀଅଶୋକ ସମ୍ରାଟପ୍ରତିଭା ରାୟରାୟଗଡ଼ା ରେଳ ଷ୍ଟେସନଅର୍ଥଶାସ୍ତ୍ରଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲଣ୍ଡନଓଧଶକ୍ତି ପୀଠପ୍ରସନ୍ନ କୁମାର ପାଟ୍ଟଶାଣୀଚିନ୍ତାମଣି ମହାନ୍ତିପକ୍ଷବନ୍ଦେ ଉତ୍କଳ ଜନନୀପୌଷକୋଷଶ୍ରବଣ ( ରାମାୟଣ ର ଚରିତ୍ର )ଭାରତ ସରକାର🡆 More