ଗର୍ଭଣା ସଂକ୍ରାନ୍ତି

ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ । ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।

ଗର୍ଭଣା ସଂକ୍ରାନ୍ତି
ପାଳନକାରୀକୃଷକ, ଗୃହମାଲିକ
ପ୍ରକାରକୃଷି
ପାଳନଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତାଯାଏ
ତାରିଖତୁଳା ସଂକ୍ରାନ୍ତି
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ

ଯେଉଁ ଅଞ୍ଚଳରେ ମୁଖ୍ୟ ଖରିଫ ଫସଲ ହିସାବରେ ଚାଷ କରାଯାଏ, ସେହି ଅଞ୍ଚଳରେ ଏହି ପର୍ବ ପାଳନ କରାଯାଏ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନଙ୍କ ପରିବାର ଲୋକେ ଏହାକୁ ନିଷ୍ଠାର ସହିତ ପାଳନ କରନ୍ତି । ଓଡ଼ିଶାର ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଏହାର ପାଳନ ବିଧି ନିଆରା ।

ପୂଜା ବିଧି

ସକାଳୁ ସକାଳୁ ଉଠି ଘର ଧୂଆପୋଛା କରାଯାଏ । ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କାଯାଏ । ପୁରୁଷମାନେ ସକାଳୁ ଉଠି ଅଧୁଆ ମୁହଁରେ ଯାଇ ବତା ଗଛ, ଗଡ଼ଗଡ଼ା, ଭୂଆଁଳ, ପଳାଶ,ନଟିକଣ୍ଟି,ବାଉଁଶ ଆଦି ଗଛର ପତ୍ର ଓ କଇଁ ଫୁଲ ସଂଗ୍ରହ କରି ଆଣନ୍ତି । ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି । ତା'ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି ପୂଜା କରନ୍ତି ଓ ଭୋଗ ଦିଅନ୍ତି । ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି । ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷମାନେ ଏହାକୁ ଧରି ଘରୁ ବାହାରନ୍ତି ।ପ୍ରଥମେ ଘର ଚାଳ ଓ ଖତଗଦାରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ାକୁ ନେଇ ଧାନ କ୍ଷେତକୁ ଯାଆନ୍ତି । ସେଠାରେ ପ୍ରତି କ୍ଷେତର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି । ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ୱାସ ଅଛି ।

ଆଧାର

Tags:

ଓଡ଼ିଶାଧାନ

🔥 Trending searches on Wiki ଓଡ଼ିଆ:

ୟୁରୋପରୋମାନିଆକଟକ ଜିଲ୍ଲାଅକ୍ଟୋବରମ୍ୟାଲେରିଆଭୂଗୋଳବୀର ସୁରେନ୍ଦ୍ର ସାଏପରୀ ବେୱାଟିଣ୨ (ସଂଖ୍ୟା)ନକ୍ଷତ୍ରବସନ୍ତ କୁମାରୀ ପଟ୍ଟନାୟକ୩୦ ମାର୍ଚ୍ଚଜୟ ଜବାନ ଜୟ କିଶାନଚନ୍ଦ୍ରଶେଖର ନନ୍ଦଉଇକିମିଡ଼ିଆ ମୁଭମେଣ୍ଟହୀରାକୁଦ ବନ୍ଧପ୍ରଣବ ପ୍ରକାଶ ଦାସବଦ୍ରୀନାଥ ମନ୍ଦିରପାରଦବ୍ରହ୍ମପୁତ୍ର ନଦୀଝାଲ ମୁଢ଼ିରାଜକିଶୋର ରାୟଅଖିଳ ନାୟକଗୌରହରି ଦାସମୟୂରଭଞ୍ଜ ରାଜ୍ୟଭୁବନେଶ୍ୱର ବେହେରା୨ ନଭେମ୍ବରଓଡ଼ିଶାର ସଂସ୍କୃତିହିନା ରବାନି ଖରବନ୍ଦେ ଉତ୍କଳ ଜନନୀମହାତ୍ମା ଗାନ୍ଧୀଙ୍କ ପରିବାରଗୁରୁବାରୀ ମିର୍ଦ୍ଧାସୀତାକାନ୍ତ ମହାପାତ୍ରଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିରାମାୟଣକବିସୂର୍ଯ୍ୟ ବଳଦେବ ରଥନନ୍ଦ କିଶୋର ବଳରୁପା୮୦୯୧ ଜାନୁଆରୀରାମକୃଷ୍ଣ ନନ୍ଦଚାଣକ୍ୟକଳିକେଶ ନାରାୟଣ ସିଂହଦେଓବାସୁଦେବ ସୁନାନୀବସନ୍ତ କୁମାର ଶତପଥୀ୨ ମଇପୁନମ ମିଶ୍ରପ୍ରସନ୍ନ କୁମାର ପାଟ୍ଟଶାଣୀସଚ୍ଚି ଦାସନମିତା ଅଗ୍ରୱାଲରୁକୁଣା ରଥଯାତ୍ରାମୋରାରଜୀ ଦେଶାଇକାଳୀଚରଣ ପଟ୍ଟନାୟକପ୍ରେମକାଳୀଭଗବତୀ ଚରଣ ପାଣିଗ୍ରାହୀଦେବୀପ୍ରସନ୍ନ ପଟ୍ଟନାୟକନରୱେଫକୀର ମୋହନ ସେନାପତି୨୧ ଅପ୍ରେଲକୋଚିଲାଅମର ପ୍ରସାଦ ଶତପଥୀଚୈତନ୍ୟଭାରତୀୟ ଡାକ ସେବାଦଅଣାବବ୍‌ଲିଦଶାବତାରଆରିଷ୍ଟୋଟଲ🡆 More