ଗଞ୍ଜାମ କିଆ ଫୁଲ

ଗଞ୍ଜାମ କିଆ ଫୁଲ ବା କେୱଡା ଫୁଲ କିଆ ତେଲ ବାହାର କରିବା ପାଇଁ ବ୍ୟବହୃତ ହେଉଥିବା ସୁଗନ୍ଧିତ ସ୍କୃପାଇନ୍ (Pandanus odorifer) ବୃକ୍ଷର ଏକ ପୁରୁଷ ଫୁଲ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବଢୁଥିବା ଏହି ବୃକ୍ଷଟିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଲବଣାକ୍ତ ସାମୁଦ୍ରିକ ପରିବେଶ ପ୍ରାକୃତିକ ପର୍ଯାବରଣୀୟ କ୍ଷେତ୍ର (Natural Habitat) ଅଟେ । ଭାରତରେ ଉତ୍ପାଦନ ହେଉଥିବା କିଆ ଫୁଲର ନବେ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ଉତ୍ପାଦିତ ହୋଇଥାଏ । ୨୦୧୨ ମାର୍ଚ୍ଚ ୧୯ ତାରିଖରେ ଭାରତ ସରକାରଙ୍କଦ୍ୱାରା ଗଞ୍ଜାମର କିଆ ଫୁଲକୁ ଭୌଗୋଳିକ ଉପଦର୍ଶକ (Geographical Indication) ମାନ୍ୟତା ମିଳିଥିଲା ।

ପ୍ରକାରଭେଦ

କିଆ ଏକ ଦ୍ୱିଲିଙ୍ଗୀୟ ବୃକ୍ଷ ହୋଇଥିବାରୁ ଏଥିରେ ଭିନ୍ନ ବୃକ୍ଷରେ ଭିନ୍ନ ଲିଙ୍ଗର ଫୁଲ ଫୁଟିଥାଏ । ସଂସ୍କୃତରେ ଏହି ଫୁଲକୁ କେତକୀ କୁହାଯାଇଥାଏ । ପୁରୁଷ ବୃକ୍ଷକୁ କେତକୀ ବିଫଳ ବା ଧୂଳିପୁଷ୍ପିକା କୁହାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ପୁଷ୍ପକୁ ସ୍ୱର୍ଣ୍ଣ କେତକୀ କୁହାଯାଇଥାଏ । ପୁଲିଙ୍ଗୀୟ ଗଛକୁ କେବଳ ଫୁଲ ଏବଂ ଅତର ପାଇଁ ଉତ୍ପାଦନ କରାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ଗଛରୁ କିଆ ଫଳ ଫଳିଥାଏ ।

କିଆ ଫୁଲ ଅର୍କ

କିଆ ରୁହ (ତେଲ)

ପୁରୁଷ ଫୁଲରୁ ଶହେ ପ୍ରତିଶତ ଶୁଦ୍ଧ ତେଲ ବାହାର କରାଯାଇଥାଏ । ଆୟୁର୍ବେଦରେ ଏହାକୁ ଉତ୍ତେଜକ ଦ୍ରବ୍ୟ ଭାବେ ଏବଂ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।

କିଆ ଅତର

କିଆ ଫୁଲକୁ ଚନ୍ଦନ ତେଲରେ ମିଶାଯାଇ ଏକପ୍ରକାର ଅତର ପ୍ରସ୍ତୁତ କରାଯାଏ ଯାହା ଭାରତରେ ବହୁତ ଲୋକପ୍ରିୟ ଅଟେ । କିଆ ଅତରରେ ପ୍ରାୟ ୩-୫ ପ୍ରତିଶତ କିଆ ରସ ଏବଂ ବାକି ଚନ୍ଦନ ତେଲ ଅଟେ ।

କେୱଡା ଜଲ (ହାଇଡ୍ରୋସୋଲ)

ସୁବାସିତ ହାଇଡ୍ରୋସୋଲରେ ୦.୦୨ ପ୍ରତିଶତ କିଆଫୁଲ ତେଲ ଯାହାକୁ ରସଗୋଲା, ରସ ମଲେଇ, ଗୁଲାବଜାମୁ ପରି ମିଠାଜାତୀୟ ଖାଦ୍ୟ, ସିରପ, ଥଣ୍ଡାପାନୀୟ ଏବଂ ବିରିୟାନୀରେ ବ୍ୟବହାର କରାଯାଏ । ଏହାବ୍ୟତୀତ ପ୍ରସାଧନ ସାମଗ୍ରୀ, ଅଗରବତୀ, ତମାଖୁ ଆଦିରେ ମଧ୍ୟ ବ୍ୟବହାର କରାଯାଏ ।

ଗଞ୍ଜାମ କିଆ ଶିଳ୍ପ

କିଆଫୁଲ ଏବଂ ସେଥିରୁ ପ୍ରସ୍ତୁତ ତେଲ ଏହି ଜିଲ୍ଲା ପାଇଁ ବିଶେଷ ଅଟେ । ଗଞ୍ଜାମର ପ୍ରାୟ ଚାରୋଟି ସାମୁଦ୍ରିକ ଅଞ୍ଚଳ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ଗୋପାଳପୁରରେ ଏହି ଫୁଲ ଚାଷ କରାଯାଏ । ଅତର ଶିଳ୍ପ ଛଡା ଗୁଟକା ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । କିଆଫୁଲରୁ ରସ ବାହାର କରିବାପାଇଁ ଜିଲ୍ଲାରେ ପ୍ରାୟ ୧୩୬ଟି ଭାଟି ରହିଛି ।

ଆଧାର

Tags:

ଗଞ୍ଜାମ କିଆ ଫୁଲ ପ୍ରକାରଭେଦଗଞ୍ଜାମ କିଆ ଫୁଲ କିଆ ଫୁଲ ଅର୍କଗଞ୍ଜାମ କିଆ ଫୁଲ ଗଞ୍ଜାମ କିଆ ଶିଳ୍ପଗଞ୍ଜାମ କିଆ ଫୁଲ ଆଧାରଗଞ୍ଜାମ କିଆ ଫୁଲen:Habitaten:Pandanus odoriferଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ପାର୍ବତୀପଶ୍ଚିମ ଓଡ଼ିଶାଆବ୍ରୋସିଟିନିବଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁଷ୍ଠମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧର୍ମରାସନ କାର୍ଡ଼ (ଭାରତ)ଅଶୋକାଷ୍ଟମୀପଦ୍ମ ଲୋଚନ ପଣ୍ଡାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଫକୀର ମୋହନ ସେନାପତିହନୁମାନ ଚାଳିଶାଉତ୍କଳ ଦୀପିକାରମାକାନ୍ତ ରଥଭୁବନେଶ୍ୱର ବେହେରାପ୍ରଦୂଷଣତରଳ ଝାଡ଼ାଲୋକ ସଭାଆମ୍ବଦିଗରାଜ ବ୍ରହ୍ମାକଳାକଳେବର ଚଉତିଶାମୋହନ ସୁନ୍ଦର ଦେବ ଗୋସ୍ୱାମୀହନୁମାନ ଜୟନ୍ତୀଅଂଶୁଘାତଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜକୃଷ୍ଣପ୍ରସାଦ ମିଶ୍ରବ୍ୟାଙ୍କଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଶ୍ରୀରାଧାଉପେନ୍ଦ୍ର ଭଞ୍ଜଚନ୍ଦ୍ରଶେଖର ନନ୍ଦସତ୍ୟବାଦୀ ବନ ବିଦ୍ୟାଳୟପ୍ରଥମ ବିଶ୍ୱଯୁଦ୍ଧବିଜୁ ପଟ୍ଟନାୟକସୀତାକାନ୍ତ ମହାପାତ୍ରପାଇଥନ୍ (ପ୍ରୋଗ୍ରାମିଂ ଭାଷା)ବୁଧନ ମୁର୍ମୁସୁଧାକର ନନ୍ଦରଘୁବଂଶୟୁକ୍ରେନବେଦଦଣ୍ଡ ନାଟଦାରିଙ୍ଗବାଡ଼ିବୈଦେହୀଶ ବିଳାସବିଷ୍ଣୁ୧୮ ଅପ୍ରେଲମିଳିମିଳାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକଳାହାଣ୍ଡି ଜିଲ୍ଲାଜିନା ସାମଲପରି ମହଲହାଡ଼ଫୁଟିଇନଷ୍ଟାଗ୍ରାମମୃତ୍ୟୁଞ୍ଜୟ ରଥଓଡ଼ିଆଜାନକୀ ବଲ୍ଲଭ ପଟ୍ଟନାୟକରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗକେବେ ତମେ ନାହଁ କେବେ ମୁଁ ନାହିଁଗଙ୍ଗାଧର ମେହେରଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ବାବୁଶାନ୍ଅଟଳ ବିହାରୀ ବାଜପେୟୀଇଣ୍ତିଆ ଗେଟଜୈନବାଦ🡆 More