କ୍ଲସ୍ଟର ମୁଣ୍ଡ ବିନ୍ଧା

କ୍ଲସ୍ଟର ମୁଣ୍ଡ ବିନ୍ଧା ବା ସିଏଚ (ଇଂରାଜୀ ଭାଷାରେ Cluster headache or CH) ଏକ ସ୍ନାୟବିକ ରୋଗ (neurological disorder) ଯେଉଁଥିରେ ମୁଣ୍ଡର ଗୋଟିଏ ପାଖରେ ପୁନଃପୌନିକ ମୁଣ୍ଡ ବିନ୍ଧା ହୁଏ, ବିଶେଷତଃ ଆଖି ଚାରିପାଖରେ ହୁଏ । ଏହା ସ‌ହିତ ନାକ ବନ୍ଦ (nasal congestion) ହୋଇ ଶ୍ୱାସ କ୍ରିୟା ସମସ୍ୟା ହୁଏ, ଆଖିରୁ ପାଣି ବହେ ଓ ଆଖି ଚାରିପାଖ ଫୁଲିଯାଏ । ଏହି ଲକ୍ଷଣ ସମସ୍ତ ୫ ମିନିଟରୁ ୩ ଘଣ୍ଟା ପର୍ଯ୍ୟନ୍ତ ରହେ । ଏହି ଲକ୍ଷଣମାନ ଏକତ୍ର ଆସି କିଛି ସପ୍ତାହରୁ କିଛି ମାସ ପର୍ଯ୍ୟନ୍ତ ରହେ ଓ ବେଳେ ବେଳେ ଏକ ବର୍ଷରୁ ଅଧିକ ମଧ୍ୟ ରହିପାରେ ।

କ୍ଲସ୍ଟର ମୁଣ୍ଡ ବିନ୍ଧା (Cluster headache)
କ୍ଲସ୍ଟର ମୁଣ୍ଡ ବିନ୍ଧା
ଟ୍ରାଇଜେମିନାଲ ସ୍ନାୟୁ (Trigeminal nerve)
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology)
ଲକ୍ଷଣପୁନଃପୌନିକ, ସାଂଘାତିକ ଏକ ପାଖିଆ ମୁଣ୍ଡ ବିନ୍ଧା, ଆଖିରୁ ଲୁହ ବୋହିବା ଓ ବନ୍ଦ ନାକ ଯୋଗୁ ପ୍ରଶ୍ୱାସ ନେବାରେ ଅସୁବିଧା
ଆକ୍ରାନ୍ତ ସମୟ୨୦ରୁ ୪୦ ବର୍ଷ ବୟସ
ଅବଧି୧୫ ମିନିଟରୁ ୩ ଘଣ୍ଟା
କାରଣଅଜ୍ଞାତ
ବିପଦ କାରକଧୂମ୍ରପାନ (Tobacco smoke), ପାରିବାରିକ ଇତିହାସ
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଉପରେ ପର୍ଯ୍ୟବସିତ
ସଠିକ ରୋଗ ନିର୍ଣ୍ଣୟଅଧକପାଳି, ଟ୍ରାଇଜେମିନାଲ ନିଉରାଲଜିଆ, ଅନ୍ୟାନ୍ୟ ଟ୍ରାଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalgias)
ପ୍ରତିକାରସ୍ଟିରଏଡ ଇଞ୍ଜେକସନ (Steroid injections), ସିଭାମାଇଡ (civamide), ଭେରାପାମିଲ
ଚିକିତ୍ସାଅମ୍ଳଜାନ ଥେରାପି (Oxygen therapy), ଟ୍ରିପ୍ଟାନ (triptan)
ପୁନଃପୌନିକ~୦.୧% ଯେ କୌଣସି ସମୟରେ

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ରୋଗର ପାରିବାରିକ ଇତିହାସ ଥିଲେ ଓ ଧୂମ୍ରପାନ (tobacco smoke) କରୁଥିଲେ ଏହି ରୋଗ ସଙ୍କଟ ରହେ । ଆଲକୋହୋଲ (alcohol) ଓ ନାଇଟ୍ରୋଗ୍ଲିସେରିନ (nitroglycerin) ସଂସ୍ପର୍ଶରେ ଆସିଲେ ଏହି ରୋଗ ପ୍ରେରିତ ବା ଟ୍ରିଗର ହୋଇଯାଏ । ଟ୍ରାଇଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalalgia) ଶ୍ରେଣୀର ଏହା ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ (primary headache disorder) । ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଇପାରେ ।

ଏହି ରୋଗ ନ ହେବା ନିମନ୍ତେ ନିଜର ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ କରି ସମ୍ଭାବ୍ୟ ଟ୍ରିଗର ରୋକିହୁଏ । ଆକ୍ୟୁଟ ରୋଗ ନିମନ୍ତେ ଅମ୍ଳଜାନ ଓ ଦୃତ କାର୍ଯ୍ୟକାରୀ ଟ୍ରିପ୍ଟାନ triptan ଦିଆଯାଏ । ରୋଗ ଆକ୍ରମଣ ସଂଖ୍ୟା କମେଇବା ନିମନ୍ତେ ସ୍ଟିରଏଡ ଇଞ୍ଜେକସନ (steroid injections) ସିଭାମାଇଡ (civamide) ବା ଭେରାପାମିଲ (verapamil) ଦିଆଯାଏ । ଏହି ସବୁ ଉପଚାର କାମ ନ କଲେ ସ୍ନାୟୁ ଉତ୍ତେଜନା (Nerve stimulation) ଓ ଅପରେଶନର ଆବଶ୍ୟକତା ପଡ଼ିପାରେ ।

ସାଧାରଣ ଜନତାଙ୍କ ମଧ୍ୟରୁ ଜୀବନରେ କେବେ ନା କେବେ ୧% ଲୋକ ଓ ଯେ କୌଣସି ବର୍ଷରେ ୦.୦୫% ଲୋକ ଏହି ରୋଗରେ ପଡ଼ିତ ହୁଅନ୍ତି । କୋଡ଼ିଏରୁ ଚାଳିଶ ବର୍ଷ ବୟସ ମଧ୍ୟରେ ଏହି ରୋର ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ୪ ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । ଦଳ ହୋଇ ଏହି ମୁଣ୍ଡବିନ୍ଧ ହେଉଥିବାରୁ ଏହାକୁ ଦଳଗତ ବା କ୍ଲସ୍ଟର ମୁଣ୍ଡବିନ୍ଧା ଓ ଇଂରାଜୀରେ କ୍ଲସ୍ଟର ହେଡାକ୍ କୁହାଯାଏ । ଏହାକୁ ଆତ୍ମଘାତୀ ମୁଣ୍ଡବିନ୍ଧା ("suicide headaches") ମଧ୍ୟ କୁହାଯାଏ ।

ଆଧାର

ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:nasal congestionen:neurological disorderମୁଣ୍ଡ ବିନ୍ଧା

🔥 Trending searches on Wiki ଓଡ଼ିଆ:

ମଣିଷସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଓଡ଼ିଶାର ସଂସ୍କୃତିଭାରତ ସରକାରଫତୁରାନନ୍ଦପଞ୍ଚତନ୍ତ୍ରଇଟାମାଟି ଗ୍ରାମମାଲଟାଗ୍ରେଗୋରି ପାଞ୍ଜିକଳାପାହାଡ଼ଧାତୁପୁରୀଖାଦ୍ୟ ଖଣିଜ ଲବଣପ୍ରତିଭା ରାୟବୀଣାପାଣି ମହାନ୍ତିଜୟ ଜଗନ୍ନାଥବର୍ଷା ପ୍ରିୟଦର୍ଶିନୀ୧୮୬୬ଶୀତଳ ଷଷ୍ଠୀ ଯାତ୍ରାକୁଞ୍ଜବିହାରୀ ତ୍ରିପାଠୀ୭ ଫେବୃଆରୀଚେକ୍ ଗଣରାଜ୍ୟକପିଳେନ୍ଦ୍ର ଦେବବ୍ରାଉଜରକଣ୍ଡୋମସତ୍ୟନାରାୟଣ ରାଜଗୁରୁବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଷ୍ଟ୍ରାଡେଫାଇଲିନଶୈଳବାଳା ଦାସଇନଷ୍ଟାଗ୍ରାମତିନୋଟି ରତନଓଡ଼ିଆ ସାହିତ୍ୟଯୁକ୍ତରାଜ୍ୟଦେଉଳଝରି ଉଷ୍ଣପ୍ରସ୍ରବଣବିଜୟ ମିଶ୍ରଉଇକିପିଡ଼ିଆହୀରାକୁଦ ବନ୍ଧନୃସିଂହଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମିଶ୍ରରାମ ନବମୀଗୁଣନରବୀନ୍ଦ୍ରନାଥ ଠାକୁରବାୟୋନ୍ ମନ୍ଦିରଭୂମିକମ୍ପସୁଦଶା ବ୍ରତଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଦ୍‌ଜାନବିଦ୍ୟୁତମହାଦେଶଭାରତୀୟ ଡାକ ସେବା୧୧ ଅପ୍ରେଲଅଶୋକ ସମ୍ରାଟମାସଭକ୍ତ ଚରଣ ଦାସ୧୫୭୨ସୁଦାମ ମାରାଣ୍ଡିଓଡ଼ିଆ ଖାଦ୍ୟବଲାଙ୍ଗୀରମହାବୀର ଜୈନଆମ୍ବପ୍ରତିଭା ଶତପଥୀପ୍ରଣବ ପ୍ରକାଶ ଦାସବିଜୁ ଜନତା ଦଳବୀଜାଣୁଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ ଜୁନବାସନ୍ତୀଫିଫା ବିଶ୍ୱକପ🡆 More