କୋଭିଡ-୧୯

]

କରୋନାଭୂତାଣୁ ରୋଗ ୨୦୧୯‌
(COVID-19)
  • ୨୦୧୯-ଏନସିଓଭି ଆକ୍ୟୁଟ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ
  • ନୂତନ (Novel) କରୋନାଭୂତାଣୁ ନିମୋନିଆ
  • ୟୁହାନ ନିମୋନିଆ
କୋଭିଡ-୧୯
ଲକ୍ଷଣ
ଉଚ୍ଚାରଣ
  • /kəˈrnəˌvrəs dɪˈzz/
ବିଭାଗତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ (Acute respiratory infection)
ଲକ୍ଷଣଜ୍ୱର, କାଶ, ଅଣନିଶ୍ୱାସୀ
କାରଣSARS-CoV-2
ରୋଗ ନିର୍ଣ୍ଣୟ ପଦ୍ଧତିରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ ଚେନ ରିଆକସନ (rRT-PCR testing), ଇମ୍ମୁନୋଆସେ (immunoassay), ସିଟି ସ୍କାନ (CT scan)
ପ୍ରତିକାରହସ୍ତ ପ୍ରକ୍ଷାଳନ (Hand washing), ମୁହଁ ଘୋଡ଼େଇ କାଶିବା, ରୋଗୀଙ୍କ ସଂସ୍ପର୍ଶରୁ ଦୂରରେ ରହିବା
ଚିକିତ୍ସାଲକ୍ଷଣର ଚିକିତ୍ସା (Symptomatic) ଓ ସାହାଯ୍ୟକାରୀ ଚିକିତ୍ସା (supportive)
ମୃତ୍ୟୁ ସାନ୍ଦ୍ରତାଛାଞ୍ଚ:Cases in 2019–20 coronavirus outbreak
କରୋନା ରୋଗ ବିଷୟର ଭିଡିଓ

କରୋନାଭୂତାଣୁ ରୋଗ ୨୦୧୯‌ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।

ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।

ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।

କରୋନାଭାଇରସ ବିଷୟରେ ଜନସଚେତନତା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କଦ୍ୱାରା ତିଆରି ଜନସଚେତନତା ଭିଡ଼ିଓ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଚିତ୍ତରଞ୍ଜନ ଦାସମାସହରିଶଙ୍କର ମନ୍ଦିରନିଓୱାଇଜ ଧୂମକେତୁଦେବଗଡ଼ ଜିଲ୍ଲାମହାଦେଶ୨୩ ମାର୍ଚ୍ଚପ୍ରଥମ ବିଶ୍ୱଯୁଦ୍ଧଗୌରହରି ଦାସ୨୦୦୧ଜାପାନୀ ଧର୍ମକଥାଉଇକିମିଡ଼ିଆ ଫାଉଣ୍ଡେସନଅନନ୍ତ ପଟ୍ଟନାୟକବ୍ରଜ କିଶୋର ପ୍ରଧାନକଳ୍କୀ (ଓଡ଼ିଆ କଥାଚିତ୍ର)ଉଇକିବିଦ୍ୟାଳୟପ୍ରତିଭା ରାୟ୨୪ ମାର୍ଚ୍ଚPimecrolimusଓପନ-ସୋର୍ସ ସଫ୍ଟୱେରଭକ୍ତ ଚରଣ ଦାସଚନ୍ଦନେଶ୍ଵର ମନ୍ଦିର୯୮୮ବିଜୟ କୁମାର ଶତପଥୀଓଉକ୍ରସ ସାଇଟ୍ ସ୍କ୍ରିପଟିଂଏରିଦେମା ମଲ୍ଟିଫର୍ମକାନ୍ଦଣା ଗୀତବର କୋଳିଆଇଭରି କୋଷ୍ଟଆନ୍ତର୍ଜାତିକ ମହିଳା ଦିବସବନ୍ଦେ ମାତରମ୧୭୩୧ମଙ୍ଗଳୁ ଚରଣ ବିଶ୍ୱାଳଏକ୍ସକ୍ୟୁଜ ମିଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରୋମନ ରେନ୍ସତମନ୍ନା ବ୍ୟାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଏଚଆଇଭି/ଏଡସଅଟିଜିମ୍‌ତାରାତାରିଣୀ ମନ୍ଦିରଏଲୋସରସବିନୋଦ ପାତ୍ରଓଡ଼ିଶାର ଦଶହରାମଧୁସୂଦନ ରାଓଓଡ଼ିଆ ଲିପିଇବୋଲା ଭୂତାଣୁ ରୋଗଉଚ୍ଚ ରକ୍ତଚାପନେମାଳରାଶି ଓ ନକ୍ଷତ୍ରକାଳୀଚରଣ ପଟ୍ଟନାୟକଭାରତୀୟ ଡାକ ସେବା୧୮୩୩ମିହିର ଦାସଓଡ଼ିଆ କଥାଚିତ୍ର ଜଗତଛେନାପୋଡ଼ବିଷ୍ଣୁପଞ୍ଚଲିଙ୍ଗେଶ୍ୱର🡆 More