କବି କୃଷ୍ଣଚନ୍ଦ୍ର ତ୍ରିପାଠୀ: ଓଡ଼ିଆ କବି

କୃଷ୍ଣଚନ୍ଦ୍ର ତ୍ରିପାଠୀ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ କବି ଥିଲେ । ଜାତୀୟ ଚେତନା ମୂଳକ କବିତା ତଥା ପାଇକମାନଙ୍କ ବୀରତ୍ୱ ବ୍ୟଞ୍ଜକ କବିତା ରଚନା କରିଥିବାରୁ ତାଙ୍କୁ 'ପାଇକ କବି' ଆଖ୍ୟା ଦିଆଯାଇଛି।

କୃଷ୍ଣଚନ୍ଦ୍ର ତ୍ରିପାଠୀ
ଜନ୍ମ(1911-01-14)୧୪ ଜାନୁଆରୀ ୧୯୧୧
ଭୀମପୁର,ଖୋର୍ଦ୍ଧା
ମୃତ୍ୟୁ୧୯ ଜାନୁଆରୀ ୧୯୯୭(1997-01-19) (ବୟସ ୮୬)
ବୃତ୍ତିଶିକ୍ଷକତା
ବୈବାହିକ-ସାଥୀରେବତୀ ଦେବୀ
ପିତାମାତା(s)ବିଦ୍ୟାଧର ତ୍ରିପାଠୀ, ନିର୍ମଳା ଦେବୀ

ଜୀବନୀ

କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ ଭୀମପୁରଠରେ ୧୯୧୧ ମସିହା ଜାନୁଆରୀ ୧୪ (ପୌଷ ପୂର୍ଣ୍ଣିମା/ମକର ସଂକ୍ରାନ୍ତି)ରେ ଜନ୍ମ ଗ୍ର‌ହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ତ୍ରିପାଠୀ ଓ ମାତାଙ୍କ ନାମ୍ ନିର୍ମଳା ଦେବୀ । ସେ ରେବତୀ ଦେବୀଙ୍କୁ ବିବାହ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷକ । ତାଙ୍କର ୧୯୯୭ ମସିହା ଜାନୁଆରୀ ୧୯ (ପୌଷ ଶୁକ୍ଳ ଏକାଦଶୀ)ରେ ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

କୃଷ୍ଣଚନ୍ଦ୍ରଙ୍କ କବିତାରୁ କିଛି ଉଦ୍ଧୃତ କରାଗଲା :

କବିତାଂଶ ୧ –

ସବୁ ଗରଳରୁ ମଣିଷ ଗରଳ ଅତି ଉକ୍ରଟତର
ହେ ମୋର ମଣିଷ! ହେ ମୋର ମଣିଷ! ହୃଦ ନିର୍ମଳ କର।

କବିତାଂଶ ୨ –

କଥା କହ ହେ ବନ ପ୍ରାନ୍ତର କଥା କହ ସମର ପ୍ରାଙ୍ଗଣ
କଥା କହ ଭଗ୍ନ ଦୁର୍ଗଶିଳା କଥା କହ ଶଇଳ କାନନ!

କେମନ୍ତେ ସେ ଖଣ୍ଡାୟତ ବଧୂ ରଣଶିଙ୍ଗା ବଜାଇ ବଜାଇ
ବୀରବେଶେ ସମର ପ୍ରାଙ୍ଗଣେ ଆଣିଲା ତା ସ୍ୱାମୀରେ ସଜାଇ,

କରେ ଦେଲା ତୀକ୍ଷ୍ଣ ତଲବାର, ଭାଲେ ଦେଲା ବିଜୟ ସିନ୍ଦୂର
ଶରମୁଣା ବାନ୍ଧିଲା ଚରମେ, ଆର କରେ ଦୀପ୍ତ ଧନୁଶର ।

କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି
ବଜାଇଲା ସ୍ୱାମୀରେ ସେହାଗେ ଯାଅ ଦର୍ପେ ଯୁଦ୍ଧ କର ବୋଲି,

ମନ୍ଦାରର ମାଳା ବକ୍ଷ ପଟେ ଲମ୍ବାଇଲା ଆଦର ଯତନେ
ଗାଇଲା ସେ ସମର ସଙ୍ଗୀତ ମେଘ ମନ୍ଦ୍ରେ କୁଟୀର ପ୍ରାଙ୍ଗଣେ!

କବିତାଗ୍ରନ୍ଥ

  • ଦୀପ୍ତି
  • ଦିଗ୍‌ବଳୟ
  • ଆହୁତି
  • ଆତ୍ମଲିପି
  • ରୂପାୟନ
  • ମାଟିଦୀପ
  • ଉତ୍ସ
  • ଅଗ୍ନିଶଙ୍ଖ
  • ସଙ୍କେତ
  • ସାଧକର ସ୍ୱପ୍ନ
  • ବେଳା ଓ ବୀଚି
  • ଗୋଧୂଳି
  • କୁଟୀରବଂଶୀ
  • ପାଇକମାଟିର ଗାଥା
  • ତରୁ ଓ ତୃଣ

କାବ୍ୟ ନାଟିକା

  • ନିଃଶବ୍ଦର ଡାକ

ଆତ୍ମଜୀବନୀ

  • ନୀରବ କବିଟିଏ(ବୁକ୍ସ ଏଣ୍ଡ ବୁକ୍ସ, କଟକ)- ୧୯୮୭

ଅନ୍ୟାନ୍ୟ

  • ଗ୍ରନ୍ଥାବଳୀ - ୧ମ ଖଣ୍ଡ

ସମ୍ମାନ ଓ ପୁରସ୍କାର

ଆଧାର

Tags:

କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଜୀବନୀକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସାହିତ୍ୟ ସର୍ଜନାକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସମ୍ମାନ ଓ ପୁରସ୍କାରକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଆଧାରକବି କୃଷ୍ଣଚନ୍ଦ୍ର ତ୍ରିପାଠୀ

🔥 Trending searches on Wiki ଓଡ଼ିଆ:

ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମୋହନ ଭୋଗବାୟୋନ୍ ମନ୍ଦିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆସନଜାଭା (ପ୍ରୋଗ୍ରାମିଂ ଭାଷା)ସଂସଦୀୟ ଗଣତନ୍ତ୍ରଫୁଲବଡ଼ଦିନଆଙ୍ଗୋଲାଜଗନ୍ନାଥ ମନ୍ଦିରଛବିଳ ମଧୁ ବର୍ଣ୍ଣବୋଧଅଭିମନ୍ୟୁ ସାମନ୍ତସିଂହାରଗ୍ରେଗୋରି ପାଞ୍ଜିଦଅଣାଚଇତି ଘୋଡ଼ା ନାଚଜିନା ସାମଲପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅର୍ଥଶାସ୍ତ୍ରଚାନ୍ଦବାଲିଶ୍ରୀରାମ ପଣ୍ଡା୧୮୬୬୪ ଜାନୁଆରୀକବିଧାତୁ୧୯୯୦ବଣ୍ଡ (ଅର୍ଥ)ନବୀନ ପଟ୍ଟନାୟକମ୍ୟାଲେରିଆଓଡ଼ିଶାର ତହସିଲ ତାଲିକାମାର୍ଚ୍ଚବନ୍ଦେ ଉତ୍କଳ ଜନନୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭୃସଙ୍ଗ ଗଛ୨୦୦୪୧ ସେପ୍ଟେମ୍ବରସୁଦାମ ମାରାଣ୍ଡିଉଦ୍‌ଜାନମଧୁସୂଦନ ଦାସଅଶୋକ ସମ୍ରାଟଭଦଭଦଳିଆଗ୍ରହଫାଲଗୁନଓଡ଼ିଆ ସାହିତ୍ୟର ଇତିହାସମଣିଷଲିଙ୍ଗରାଜ ମନ୍ଦିରଯଦୁମଣି ମହାପାତ୍ରଫେସବୁକ ମେସେଞ୍ଜରବିଦ୍ୟାଳୟ୧୯୮୮ଶକ୍ତି ପୀଠଆଣ୍ଟିଅକ୍ସିଡାଣ୍ଟପ୍ରହ୍ଲାଦ ନାଟକସମୟମଣ୍ଡଳଗୋପବନ୍ଧୁ ଦାସଯାଜପୁର୧୪ ଅପ୍ରେଲବୈଷୟିକ ବିଜ୍ଞାନ୨୦୧୪ଅମରପୋଇପଞ୍ଚସଖାଚିତ୍ତରଞ୍ଜନ ଦାସଭାରତର ଜାତୀୟ ପତାକାଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶ୍ୱିନୀ କୁମାର ଘୋଷଭାରତ ସରକାର🡆 More