କୁନ୍ତଳା କୁମାରୀ ସାବତ

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ତଥା ଡାକ୍ତର, ଲେଖିକା, ଓ ଭାରତୀୟ ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା ଉତ୍କଳ ଭାରତୀ ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ
ଜନ୍ମ ଓ ଜନ୍ମସ୍ଥାନ(1901-02-08)୮ ଫେବୃଆରୀ ୧୯୦୧
ଜଗଦଳପୁର, ଛତିଶଗଡ଼, ଭାରତ
ମୃତ୍ୟୁ୨୩ ଅଗଷ୍ଟ ୧୯୩୮(1938-08-23) (ବୟସ ୩୭)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ଦସ୍ତଖତକୁନ୍ତଳା କୁମାରୀ ସାବତ

ପ୍ରାରମ୍ଭିକ ଜୀବନ

କୁନ୍ତଳା କୁମାରୀ ସାବତ ୧୯୦୧ ମସିହା ଫେବୃଆରି ୮ ତାରିଖରେ ତତ୍କାଳୀନ ବସ୍ତର ରାଜ୍ୟର ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ଥିଲେ ଓ ତାଙ୍କ ମା'ଙ୍କ ନାମ ଥିଲା ମନିକା ସାବତ । ତାଙ୍କ ପରିବାରର ଉପାଧୀ ଥିଲା ସାବୁତ । ଏହି ବଂଶରେ ବ୍ରଜବନ୍ଧୁ ସାବୁତଙ୍କର କୈାଣସି ସନ୍ତାନ ସନ୍ତତି ନ ହେବାରୁ ସେମାନେ ପୁରୀ କୁଲେଇବେଣ୍ଟ ସାହିର ବିଦ୍ୟାଧର ଦାଶଙ୍କ ପୁଅ ଶ୍ଯାମରତନଙ୍କୁ ଆଣି ପୋଷ୍ୟପୁତ୍ର କରିଥିଲେ । ଶ୍ଯାମରତନ ଥିଲେ କୁନ୍ତଳା କୁମାରୀ ସାବତଙ୍କ ପିତାମହ । ମିଶନ ସ୍କୁଲରେ ପାଠ ପଢୁଥିବା ଶ୍ଯାମରତନଙ୍କୁ ଦଶ ବର୍ଷ ହୋଇଥିଲା ବେଳେ ତାଙ୍କ ପାଳିତ ପିତାମାତାଙ୍କ ମୃତ୍ୟୁ ହେବାରୁ ସେ ଅନ୍ଯର ଆଶ୍ରୟରେ କିଛି ଦିନ ପଢ଼ିଲେ । ଶ୍ଯାମରତନଙ୍କୁ ପାଦ୍ରୀ ଜେ. ମିଲର ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିଥିଲେ । କିଛି ବର୍ଷ ପରେ ମିଲର ତାଙ୍କୁ ଖୋର୍ଦ୍ଧାର ମାଧବୀଙ୍କ ସହ ବିବାହ କରାଇଥିଲେ । ଶ୍ଯାମରତନ ଓ ମାଧବୀ ଥିଲେ ପୁରୀ ଦାଣ୍ଡମୁକୁନ୍ଦପୁରର ବାସିନ୍ଦା । ୧୮୭୩ ମସିହାରେ କୁନ୍ତଳା କୁମାରୀଙ୍କ ପିତା ଦାନିଏଲ୍ ଜନ୍ମଗ୍ରହଣ କରିଥିଲେ । ଦାନିଏଲ୍ ଜଗଦଲପୁରରେ ପ୍ରଥମେ ଅବସ୍ଥାପିତ ହୋଇଥିବା ବେଳେ କୁନ୍ତଳା କୁମାରୀ ଜନ୍ମଗ୍ରହଣ କରିଥିଲେ । କୁନ୍ତଳା କୁମାରୀଙ୍କୁ ବର୍ଷେ ନ ପୁରୁଣୁ ଅଧିକ ବେତନ ପାଇ ଦାନିଏଲ ତତ୍କାଳୀନ ବର୍ମା (ଆଧୁନିକ ମିଆଁମାର)କୁ ବଦଳି ହେଲେ । କୁନ୍ତଳା କୁମାରୀଙ୍କ ବ୍ୟତୀତ ତାଙ୍କର ଅନ୍ୟ ସବୁ ଭାଇ ଭଉଣୀମାନେ ବର୍ମାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଚଉଦ ବର୍ଷ ହେବା ପର୍ଯ୍ୟନ୍ତ ସେ ବର୍ମାରେ ରହିଥିଲେ । ବର୍ମାରେ ଥିବା ବେଳେ ତାଙ୍କ ବାପା ତାଙ୍କ ମାଉସୀଙ୍କୁ ପୁନଃବିବାହ କରିଥିଲେ ଏବଂ କୁନ୍ତଳା ତାଙ୍କ ମା'ଙ୍କ ସହ ଓଡ଼ିଶା ଫେରି ଖୋର୍ଦ୍ଧାରେ ବସବାସ କରିଥିଲେ । କୁନ୍ତଳା କୁମାରୀଙ୍କ ଦୁଇ ଭାଇ ସାମୁଏଲ୍ ଓ ନିଥାନିଏଲ୍ ଖୋର୍ଦ୍ଧା ହାଇସ୍କୁଲରେ ନାମ ଲେଖାଇଲେ ।

ଶିକ୍ଷା

କୁନ୍ତଳା କୁମାରୀ ସ୍କୁଲରୁ ହିନ୍ଦୀ, ମାଆଙ୍କଠାରୁ ଓଡ଼ିଆ ଓ ତାଙ୍କ ପିତାଙ୍କଠାରୁ ଇଂରାଜୀ ଶିକ୍ଷା କରୁଥିଲେ । ତାଙ୍କର ହାଇସ୍କୁଲ ଶିକ୍ଷା ବିଳମ୍ବରେ ଆରମ୍ଭ ହୋଇଥିଲା । ସେତେବେଳେ ନାରୀ ଶିକ୍ଷାର ସମ୍ପୂର୍ଣ୍ଣ ଅଭାବ ସତ୍ତ୍ୱେ ତାଙ୍କ ମା'ଙ୍କ ପ୍ରେରଣାରୁ ସେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ । ପରେ କଟକସ୍ଥିତ ଓଡ଼ିଶା ମେଡିକାଲ ସ୍କୁଲ (ବର୍ତ୍ତମାନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ)ରେ ଡାକ୍ତରୀ ଶିକ୍ଷାଲାଭ କରିଥିଲେ । ସେ ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲଏମପି (ଲିସେଣ୍ଟିଏଟ୍ ମେଡିକାଲ ପ୍ୟାକ୍ଟିସନର) ଡିଗ୍ରୀ ହାସଲ କରିଥିଲେ । ସେ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ବର୍ମା ଭାଷାରେ ଦକ୍ଷ ଥିଲେ ।


ବୃତ୍ତିଗତ ଜୀବନ

ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ ।

କୈଳାସ ଚନ୍ଦ୍ର ରାଓଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି କେନ୍ଦ୍ରାପଡା ସଦର ମହକୁମାର ଛଅ ନମ୍ବର୍ ୱାଡ଼ ନସଡିପୁରର ବ୍ରହ୍ମଚାରୀ କୃଷ୍ଣ ଚନ୍ଦ୍ର ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।

ସମ୍ମାନ ଓ ପୁରସ୍କାର

ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ତାଙ୍କୁ ଅନେକ ସମୟରେ ସରୋଜିନୀ ନାଇଡୁଙ୍କ ସହ ତୁଳନା କରା ଯାଉଥିଲା ।

ରଚନା ବଳୀ

କବିତା

ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ,

ସୁଧାରସ ସିକ୍ତ ତବ ଏ ନବଜୀବନ,
ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,

ଏ ନବଜୀବନେ ନାହିଁ ସଂସାର ଜଞ୍ଜାଳ୤

— କୁନ୍ତଳା କୁମାରୀ ସାବତ

'ତୋ' ପରି କ୍ଷୁଦ୍ର ମୁହିଁ 'ତୋ' ପରି କ୍ଷଣିକ,

ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ ।

ଶେଫାଳି ପ୍ରତି

— କୁନ୍ତଳା କୁମାରୀ ସାବତ
  • ଅଞ୍ଜଳି(୧୯୨୨)
  • ଉଚ୍ଛ୍ୱାସ (୧୯୨୪)
  • ଅର୍ଚନା (୧୯୨୭)
  • ସ୍ଫୁଲିଙ୍ଗ (୧୯୨୯)
  • ଆହ୍ୱାନ (୧୯୩୦)
  • ଆଜି ବାପା ତୋତେ କହିବି କଥାଟି
  • ପ୍ରେମ ଚିନ୍ତାମଣି (୧୯୩୦)
  • ଓଡ଼ିଆଙ୍କ କାନ୍ଦଣା (୧୯୩୬)
  • ଗଡ଼ଜାତ କୃଷକ (୧୯୩୭)
  • वरमाला
  • ଶେଫାଳି ପ୍ରତି
  • ତାରା ପ୍ରତି(କବିଙ୍କର ପ୍ରଥମ କବିତା)
  • କୋଟିକୋଟି କଣ୍ଠେ ଆଜି
  • ଅବହେଳିତ ଦେଶ
  • ପୂଜା
  • ଅଭିଶପ୍ତର ଅଭିମାନ
  • ମଣିକାଞ୍ଚନ(ଅସମ୍ପୂର୍ଣ୍ଣ କାବ୍ୟ) (ସାହିତ୍ୟିକା ଜୀବନର ଆଦ୍ୟକାଳରେ ରଚିତ) (ସାବିତ୍ରୀ ଓ ସତ୍ୟବାନ ଉପାଖ୍ଯାନ)
  • ବନଫୁଲ ଉଦ୍ୟାନକୁସୁମ

ଉପନ୍ୟାସ

ସମ୍ମାନ ଓ ପୁରସ୍କାର

  • ଉତ୍କଳ ଭାରତୀ ଉପାଧୀ (ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା)
  • ଭାରତୀ ଭୂଷଣ ଉପାଧୀ (ଅଖିଳ ଭାରତୀୟ ଆର୍ଯ୍ୟ ସମାଜ)

ଆଧାର

Tags:

କୁନ୍ତଳା କୁମାରୀ ସାବତ ପ୍ରାରମ୍ଭିକ ଜୀବନକୁନ୍ତଳା କୁମାରୀ ସାବତ ଶିକ୍ଷାକୁନ୍ତଳା କୁମାରୀ ସାବତ ବୃତ୍ତିଗତ ଜୀବନକୁନ୍ତଳା କୁମାରୀ ସାବତ ସମ୍ମାନ ଓ ପୁରସ୍କାରକୁନ୍ତଳା କୁମାରୀ ସାବତ ରଚନା ବଳୀକୁନ୍ତଳା କୁମାରୀ ସାବତ ସମ୍ମାନ ଓ ପୁରସ୍କାରକୁନ୍ତଳା କୁମାରୀ ସାବତ ଆଧାରକୁନ୍ତଳା କୁମାରୀ ସାବତ ଅଧିକ ତଥ୍ୟକୁନ୍ତଳା କୁମାରୀ ସାବତଓଡ଼ିଆଓଡ଼ିଶାପୁରୀ

🔥 Trending searches on Wiki ଓଡ଼ିଆ:

ବୈକୁଣ୍ଠନାଥ ପଟ୍ଟନାୟକପଠାଣି ସାମନ୍ତପୁରୀ୨୪ ଅପ୍ରେଲଭାଷାକେନ୍ଦୁଝର ଜିଲ୍ଲାନୋଟା (ଭାରତ)ମଙ୍ଗଳା ମନ୍ଦିରଶ୍ରୀଧର ଦାସଓଡ଼ିଆ ଭାଷାଓଡ଼ିଶାର ତହସିଲ ତାଲିକାଟିକୋନାଜୋଲଜୀବସାରଅମରପୋଇAnifrolumabସଚ୍ଚିଦାନନ୍ଦ ରାଉତରାୟ୧୮୬୬ବଡ଼ିବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଚୈତ୍ରନନ୍ଦିଘୋଷଚଇତି ଘୋଡ଼ା ନାଚଲିଙ୍ଗରାଜ ମନ୍ଦିରଫକୀର ମୋହନ ସେନାପତିଗୋପବନ୍ଧୁ ଦାସ୪ ଜାନୁଆରୀସୁଶାନ୍ତ ସିଂହଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଲୁଣମୁକ୍ତେଶ୍ୱର ଦେଉଳପଞ୍ଚତନ୍ତ୍ରଭୁବନେଶ୍ୱର ବେହେରାବ୍ରାହ୍ମ ସମାଜଓଡ଼ିଆ ନାଟକଭୀମ ଭୋଇମୋଗଲ ସାମ୍ରାଜ୍ୟକଟକଉତ୍ତମ ମହାନ୍ତିକିଶୋରୀ ଚରଣ ଦାସଚିଲିକା ହ୍ରଦଲକ୍ଷ୍ମୀକାନ୍ତ ମହାପାତ୍ରଚୈତ୍ର ପୂର୍ଣ୍ଣିମାସ୍ୱର ବର୍ଣ୍ଣଅନୁଗୋଳ ଜିଲ୍ଲାଓଡ଼ିଆ ସାହିତ୍ୟର ଇତିହାସଭୂଗୋଳକୁନ୍ତଳା କୁମାରୀ ସାବତପ୍ରଥମ ବିଶ୍ୱଯୁଦ୍ଧଓଡ଼ିଆଗୌତମ ବୁଦ୍ଧଲାଟିନ ଭାଷାଉଇକିଖବରବି. ଆର. ଆମ୍ବେଦକର୧୯୮୮ଜ୍ୟୈଷ୍ଠକୁଞ୍ଜବିହାରୀ ତ୍ରିପାଠୀହଂକଂରିକେଟବିବାହ୨୭ ଅପ୍ରେଲଅଖିଳ ମୋହନ ପଟ୍ଟନାୟକଚନ୍ଦ୍ରଭଦଭଦଳିଆଶୁକ୍ରତୁଷାରକାନ୍ତି ବେହେରାଉପେନ୍ଦ୍ର ଭଞ୍ଜଅକ୍ଷୟ ତୃତୀୟା🡆 More