କୁଞ୍ଜ ବିହାରୀ ମେହେର: ଓଡ଼ିଆ ବୁଣାକାର

କୁଞ୍ଜ ବିହାରୀ ମେହେର(୧୯୨୮-୨୦୦୮) ଓଡ଼ିଶାର ଜଣେ ପ୍ରବୀଣ ତନ୍ତି ଥିଲେ । ସେ ଇକ୍କତ ପରମ୍ପରାର (ବାନ୍ଧ ଓ ରଙ୍ଗ) ବିଶିଷ୍ଟ ଓଡ଼ିଶାର ସମ୍ବଲପୁରୀ ଲୁଗା ବୁଣା ନିମନ୍ତେ ଜଣାଶୁଣା ଥିଲେ । ତାଙ୍କୁ ସମ୍ବଲପୁରୀ ଶାଢ଼ୀ ହସ୍ତ‌ତ‌ନ୍ତ ଶିଳ୍ପ ପ୍ରତିଷ୍ଠାତାର ସମ୍ମାନ ଦିଆଯାଏ । ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ସନ ୨୦୦୯ରେ ସେ ହ୍ୟାଣ୍ଡିକ୍ରାଫ୍ଟ ଅଫ ନ୍ୟାସନାଲ ସେଣ୍ଟର ଫର ଟେକ୍ସଟାଇଲ ଡିଜାଇନର ଜାତୀୟ ପୁରସ୍କାର ପାଇଥିଲେ ।

କୁଞ୍ଜ ବିହାରୀ ମେହେର
ଜନ୍ମ୧୯୨୮
ମୃତ୍ୟୁ୩୦ ଜୁନ ୨୦୦୮
ବୃତ୍ତି(ସମୂହ)ବୁଣାକାର
ପ୍ରସିଦ୍ଧିନଟ ସଂକୀର୍ତ୍ତନ
ପୁରସ୍କାରହସ୍ତଶିଳ୍ପ ନିମନ୍ତେ ପଦ୍ମଶ୍ରୀ
ଜାତୀୟ ପୁରସ୍କାର ପାଇଥିଲେ

କୁଞ୍ଜ ବିହାରୀ ୧୯୨୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଚୁଡାପାଲିଠାରେ ଏକ ଭୁଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୨ୟ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥିଲେ । ସୂତା କାଟି, ଲୁଗା ବୁଣିବା ଥିଲା ସେମାନଙ୍କର କୌଳିକ ବ୍ୟାପାର । ନିଜ ପିତାଙ୍କଠାରୁ ସେ ଏହି ବିଦ୍ୟା ଶିକ୍ଷା କରିଥିଲେ । ଏହି କାମରେ ଅଧିକ ଗବେଷଣା କରି ସେ ଅନେକ ନୂତନ ପରମ୍ପରା ସୃଷ୍ଟି କରି ପାରିଥିଲେ । ତାଙ୍କଦ୍ୱାରା ବୁଣାଯାଇଥିବା କିଛି ବିଶିଷ୍ଟ ଶାଢ଼ୀ ଥିଲା : ନବଗୁଞ୍ଜର, ବାପୁଜୀଙ୍କ ଅବଦାନ, ଭାରତ ରତ୍ନ, ଭକ୍ତବତ୍ସଳ ଭଗବାନ, ଭାରତୀ କୁସୁମ ଇତ୍ୟାଦି । ସେ ଶାଢ଼ୀ ଉପରେ ଲେନିନଙ୍କ ଛବି ମଧ୍ୟ ବୁଣିଥିଲେ । ଏହା ଋଷିଆ ସରକାରଙ୍କୁ ଉପହାର ଦିଆଯାଇଥିଲା । କୋଣାର୍କ ଚକ ଥିବା ଏକ ଶାଢ଼ୀ ସେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ମଧ୍ୟ ଉପହାର ଦେଇଥିଲେ । ମହାରାଣୀଙ୍କଦ୍ୱାରା ପୁରସ୍କୃତ ହୋଇଥିବା ସେ ଥିଲେ ପ୍ରଥମ ଭାରତୀୟ ବୁଣାକାର । ତାଙ୍କ ସୁପୁତ୍ର ସୁରେନ୍ଦ୍ର ମେହେର ମଧ୍ୟ ଜଣେ ଜଣାଶୁଣା ବୁଣାକାର । ୨୦୦୮ ଜୁନ ୩୦ତାରିଖରେ ୯୦ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା ।

ଆଧାର

Tags:

ଓଡ଼ିଶାପଦ୍ମଶ୍ରୀଭାରତ ସରକାର

🔥 Trending searches on Wiki ଓଡ଼ିଆ:

ଔଷଧୀୟ ଗଛଲତାମାନଙ୍କର ତାଲିକାବାସନ୍ତୀଶାରଳା ପୁରସ୍କାରସଚ୍ଚିଦାନନ୍ଦ ରାଉତରାୟମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ବୌଦ୍ଧ ଧର୍ମସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱନାଥ କରମଧୁମେହଚାଣକ୍ୟଚୈତ୍ର ପୂର୍ଣ୍ଣିମାଶିବଗାର୍ଗୀ ମହାନ୍ତିମଧୁସୂଦନ ରାଓଦୁର୍ଗାଓଡ଼ିଶା ସରକାରଫୁଲହିନ୍ଦୁ ଧର୍ମପ୍ରଦ୍ୟୁମ୍ନ ଲେଙ୍କାବର୍ଷା ପ୍ରିୟଦର୍ଶିନୀଓଡ଼ିଆ ଭ୍ରମଣ ସାହିତ୍ୟଗୁରୁବାରମଟର ସାଇକେଲଚଉତିଶାଏସିଆଓଡ଼ିଶାର ଇତିହାସଗାଲୁଆଜବାହରଲାଲ ନେହେରୁପିଆଜପୃଥିବୀକାଞ୍ଚନ ଅୱସ୍ତିଜଗନ୍ନାଥଫକୀର ମୋହନ ସେନାପତିବାବୁଶାନ୍କୁଞ୍ଜବିହାରୀ ଦାଶରାମଚନ୍ଦ୍ର ମିଶ୍ରଓଡ଼ିଆ ସାହିତ୍ୟଗନରିଆଗୋଦାବରୀଶ ମହାପାତ୍ରଭୂମିଜ ଜାତିଓଡ଼ିଆ ଭାଷାମଧୁସୂଦନ ଦାସକଟକସମ୍ବଲପୁରୀ ଭାଷାଭାରତର ଜାତୀୟ ପତାକାମନୋରଞ୍ଜନ ଦାସଗୀତଗୋବିନ୍ଦପୁରୀ ଜିଲ୍ଲାକଣ୍ଡୋମଆମ୍ବପକ୍ଷୀଭାରତୀୟ ସ୍ୱାଧୀନତା ଆନ୍ଦୋଳନଅକ୍ଷାଂଶଦ୍ରୌପଦୀ ମୁର୍ମୁଭାରତକରଣ (ଜାତି)ମହାତ୍ମା ଗାନ୍ଧୀଙ୍କ ପରିବାରକ୍ୟୁ. ଆର. କୋଡ଼ରାସନ କାର୍ଡ଼ (ଭାରତ)୧ ଫେବୃଆରୀବନ୍ଧୁ ମହାନ୍ତିସାଇକେଲନାରୀବାଦମହାତ୍ମା ଗାନ୍ଧୀପାଟୁଆ ଯାତ୍ରାରାଶି ଓ ନକ୍ଷତ୍ର🡆 More