କିଶୋରଚନ୍ଦ୍ରାନନ ଚମ୍ପୂ

କିଶୋରଚନ୍ଦ୍ରାନନ ଚମ୍ପୂ (ବା କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ) କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଏକ ପୁରାତନ ଓଡ଼ିଆ ସାହିତ୍ୟ ରଚନା । ଏହି ଗ୍ରନ୍ଥରେ ବଳଦେବ ହରି ଓ ରାଧାଙ୍କ ପ୍ରେମଳୀଳା ବର୍ଣ୍ଣନା କରିଛନ୍ତି । ଗଦ୍ୟ ଏବଂ ପଦ୍ୟର ସମ୍ମିଶ୍ରଣ ଏହି ଚମ୍ପୂଟିର ସମଗ୍ର ଗଦ୍ୟାଂଶ ସଂସ୍କୃତ ଭାଷାରେ ରଚିତ ହୋଇଥିବା ବେଳେ କବିତାଗୁଡ଼ିକ ଓଡ଼ିଆରେ ରଚନା କରାଯାଇଛି ।

ରଚନା ବିଷୟବସ୍ତୁ

ଯମୁନା ତୀରରେ କୃଷ୍ଣଙ୍କୁ ଅବଲୋକନ କରି ବିମୁଗ୍ଧା ହୁଅନ୍ତି ରାଧା । କୃଷ୍ଣଙ୍କ ତେଜସ୍ୱୀ ଏବଂ ରମଣୀୟ ରୂପ, ତାଙ୍କର କୋମଳ ବଂଶୀସ୍ୱର ରାଧାଙ୍କ ମାନସ ପଟଳରେ ବାରମ୍ବାର ନାଚିଉଠେ । ବିରହ ବେଦନାରେ ଅସହ୍ୟ ହୋଇ ସେ ସଖୀ ଲଳିତାଙ୍କୁ ପ୍ରେରଣା କରନ୍ତି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବା ପାଇଁ । ଲଳିତା ଶ୍ରୀକୃଷ୍ଣଙ୍କ ସହିତ ବାର୍ତ୍ତାଳାପ କରି ଅବଗତ ହୁଅନ୍ତି ପ୍ରଣୟିନୀର ମିଳନ ସକାଶେ କାମୋପହତ ଶ୍ରୀକୃଷ୍ଣଙ୍କ ବ୍ୟଗ୍ରତା । ଲଳିତାଙ୍କ ପରାମର୍ଶରେ ନୀପକୁଞ୍ଜକୁ ଗମନ କରନ୍ତି ଅଭିସାରିଣୀ ରାଧା । ନିକୁଞ୍ଜସୀମାରେ ମୃଦୁମନ୍ଦ ସମୀରଣର ପ୍ରବହନ, ମଧୁବ୍ରତ ମଣ୍ଡଳୀର ଗୁଞ୍ଜରଣ ଇତ୍ୟାଦି ଦ୍ୱାରପ୍ରକୃତି ଅତ୍ୟନ୍ତ ମନୋରମ ହୋଇଉଠେ । ପ୍ରେମୀଯୁଗଳ ମଜ୍ଜିଯାଅନ୍ତି ମିଳନର ମାଧୁର୍ଯରେ । ପ୍ରଣୟର ପରିସମାପ୍ତିରେ ରତିକ୍ଳାନ୍ତା ରାଧାଙ୍କୁ ନିଜସ୍ୱ ଅଙ୍କରେ ଉପବେଶନ କରାଇ ମଧୁର ଚାଟୁକ୍ତି ପରିବେଷଣ କରନ୍ତି ଶ୍ରୀକୃଷ୍ଣ । ଧୀରେ ଧୀରେ ରାତ୍ରିର ଅବସାନ ଘଟେ ଏବଂ ପୂର୍ବଦିଗ ରକ୍ତିମା ହୋଇଉଠେ । ସଖୀବୃନ୍ଦ ରସାଳସା ରାଧାଙ୍କୁ ରଜନୀ ଶେଷ ହେବାର ଅବଗତ କରାନ୍ତି । ପ୍ରେମୀଯୁଗଳ ପରସ୍ପରଠାରୁ ବିଦାୟ ନେବାପରେ ଉପହାସିତ ହୁଅନ୍ତି ଆପଣା ଆପଣା ଅନୁଗାମୀଙ୍କ ସମୀପରେ । ପରିଶେଷରେ କବି କୃଷ୍ଣଙ୍କୁ ପ୍ରାର୍ଥନା କରି ଚମ୍ପୂଟିର ସମାପ୍ତି କରିଛନ୍ତି ।

Tags:

ଓଡ଼ିଆ ସାହିତ୍ୟବଳଦେବ ରଥରାଧା

🔥 Trending searches on Wiki ଓଡ଼ିଆ:

କୋଣାର୍କଯକ୍ଷ୍ମାପରିବାରମିଳିମିଳାଜାଭା (ପ୍ରୋଗ୍ରାମିଂ ଭାଷା)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନହନୁମାନ ଚାଳିଶାନେପାଳବାଲେଶ୍ୱରରଥଅଚ୍ୟୁତାନନ୍ଦ ପ‌ତିକରଣ (ଜାତି)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମଥୁରା ମଙ୍ଗଳକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶାର ପର୍ବପର୍ବାଣିଇଂରାଜୀ ଭାଷାପଶ୍ଚିମ ଓଡ଼ିଶାସନ୍ତୋଷ ସିଂହ ସାଲୁଜାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦିବ୍ୟସିଂହ ଦେବଆର୍ଯ୍ୟଭଟ୍ଟଚିଲିକା ହ୍ରଦରାଜକିଶୋର ରାୟପଦାର୍ଥ ବିଜ୍ଞାନବାଲେଶ୍ୱର ଜିଲ୍ଲାବୀଣାପାଣି ମହାନ୍ତିରଘୁବଂଶରାଜ ଯୋଗ୨ୟ ଓଡ଼ିଶା ବିଧାନ ସଭାଆଲ୍‌କା ୟାଗ୍ନିକ୍‌ମକର (ରାଶି)ଅଖିଳ ମୋହନ ପଟ୍ଟନାୟକବୈଶାଖସୋଫିଆ ଆଲାମକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନାନଭାରତୀୟ ଜନଗଣନାମ୍ୟୁଚୁଆଲ ଫଣ୍ଡଚାରି ଧାମବାଲିଯାତ୍ରାଜ୍ଞାନପୀଠ ପୁରସ୍କାରମୁଁ ରାଜା ତୁ ରାଣୀୟୁନେସ୍କୋକଟକ ଜିଲ୍ଲାମଧୁସୂଦନ ଦାସଗ୍ରୀକ ଭାଷାଶ୍ରୀତମ ଦାସସାଲବେଗଚଳନ୍ତି ଠାକୁରମେଷ (ରାଶି)ରୁକୁଣା ରଥଯାତ୍ରାହୋ ଜନ‌ଜାତିଜାନକୀ ବଲ୍ଲଭ ପଟ୍ଟନାୟକଲକ୍ଷ୍ମୀପାର୍ବତୀଅଶୋକାଷ୍ଟମୀଚନ୍ଦ୍ରଶେଖର ରଥଚାନ୍ଦିପୁରଯୁକ୍ତରାଜ୍ୟଚାଣକ୍ୟପଦ୍ମ ଲୋଚନ ପଣ୍ଡାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ପଖାଳସୁରେନ୍ଦ୍ର ମହାନ୍ତି🡆 More