କାଳିଜାଈ: ଭାରତର ଏକ ହିନ୍ଦୁ ମନ୍ଦିର

କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ୱୀପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

କାଳିଜାଈ: କିମ୍ବଦନ୍ତୀ, ବିଶ୍ୱାସ, ଗମନାଗମନ ସୁବିଧା
କାଳିଜାଈ: କିମ୍ବଦନ୍ତୀ, ବିଶ୍ୱାସ, ଗମନାଗମନ ସୁବିଧା
କାଳିଜାଈ: କିମ୍ବଦନ୍ତୀ, ବିଶ୍ୱାସ, ଗମନାଗମନ ସୁବିଧା
କାଳିଜାଇ ମନ୍ଦିର

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ କାଳି ଓ ଜାଇ, ମା’ ଙ୍କର ଦୁଇ ପୃଥକ ପୃଥକ ସ୍ୱରୂପ । ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କଦ୍ୱାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି ।

ବିଶ୍ୱାସ

ଲକ୍ଷ ଲକ୍ଷ ଲୋକ ଚିଲିକା ହ୍ରଦ ଉପରେ ନିଜ ଜୀବିକା ନିର୍ବାହ ପାଇଁ ନିର୍ଭର କରିଥାନ୍ତି । ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକାର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡ଼ିଥାଏ । ବିଶ୍ୱାସ ଅଛି ଯେ ସେହି ମତ୍ସ୍ୟଜୀବୀମାନଙ୍କୁ ମା କାଳିଜାଇ ପ୍ରତି ବିପଦ ମୁହୁର୍ତ୍ତରେ ବିଭିନ୍ନ ଝଡଝଞାରୁ ରକ୍ଷା କରିଥାନ୍ତି । ତେଣୁ ଚିଲିକାର ମତ୍ସ୍ୟଜୀବୀମାନେ , ତାଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି ।

ଗମନାଗମନ ସୁବିଧା

କାଳିଜାଇକୁ ଯିବାକୁ ହେଲେ , ପ୍ରଥମେ ରାଜଧାନୀ ଭୁବନେଶ୍ୱରରୁ ସଡକପଥରେ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୯୧ କିମି. ଅତିକ୍ରମ କରିବାକୁ ପଡ଼ିବ । ଏହା ପରେ ବାଲୁଗାଁଠାରୁ ୧୮ କିମି. ଦୂର କାଳିଜାଇକୁ ଜଳପଥ ଦେଇ ଯିବାକୁ ହେବ । ଏଥିପାଇଁ ବିଭିନ୍ନ ଲଞ୍ଛର୍ ଓ ବୋଟ୍ର ସୁବିଧା ରହିଛି ।

ଆଧାର

ବାହାର ତଥ୍ୟ

Tags:

କାଳିଜାଈ କିମ୍ବଦନ୍ତୀକାଳିଜାଈ ବିଶ୍ୱାସକାଳିଜାଈ ଗମନାଗମନ ସୁବିଧାକାଳିଜାଈ ଆଧାରକାଳିଜାଈ ବାହାର ତଥ୍ୟକାଳିଜାଈଓଡ଼ିଶାଓଡ଼ିଶା ପର୍ଯ୍ୟଟନଚିଲିକା ହ୍ରଦଜାନୁଆରୀମକର ସଂକ୍ରାନ୍ତି

🔥 Trending searches on Wiki ଓଡ଼ିଆ:

ଚିନ୍ତାମଣିଶ୍ୱର ଶିବ ମନ୍ଦିରଓଡ଼ିଶା ସରକାରରାମଚନ୍ଦ୍ର ବେହେରାନରେନ୍ଦ୍ର ମୋଦୀବକ୍ସି ଜଗବନ୍ଧୁ୧୮ ଫେବୃଆରୀତୃପ୍ତି ଦାସପରଜା ଜନଜାତିଉଇକିଅଭିଧାନବରଫଭରତ (ରାମାୟଣ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପର୍ଶୁରାମ ପାଣିଗ୍ରାହୀହୋମି ଜାହାଙ୍ଗୀର ଭାବାଓଡ଼ିଶାର ଇତିହାସଚୈତନ୍ୟଲୋକନାଥ ମନ୍ଦିରଓଡ଼ିଶା ପ୍ରିମିଅର ଲିଗବିଦ୍ୟାଳୟ୧୪ ଅକ୍ଟୋବରଦଶାବତାରକାମଦା ଏକାଦଶୀପଦ୍ମ ଫୁଲଭର୍ତ୍ତୃହରି ମହତାବଯୌନ ସମ୍ଭୋଗଭାରତ ସରକାରସ୍ତନସଂଗୀତଓଡ଼ିଶୀ ସଙ୍ଗୀତସଦାଶିବ ତ୍ରିପାଠୀଚାଖି ଖୁଣ୍ଟିଆଅସହଯୋଗ ଆନ୍ଦୋଳନଆର୍ତ୍ତବଲ୍ଲଭ ମହାନ୍ତି୮୦୯ସତ୍ୟନାରାୟଣ ରାଜଗୁରୁରୁପାଗୋପାଳ ଚନ୍ଦ୍ର ପ୍ରହରାଜଶିବାଜୀପ୍ରାଣବନ୍ଧୁ କର୧୮ ଜୁଲାଇବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିତ୍ତରଞ୍ଜନ ଦାସଇଣ୍ଟରନେଟଚୈତ୍ରସାହାଣମେଲାଜଗନମୋହ‌ନ ଲାଲବିଲଙ୍କା ରାମାୟଣରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆ ସମୂହର ତାଲିକାସୀତା ବିବାହମନୋଜ ଦାସସୋଡ଼ିଅମଉଇକିପିଡ଼ିଆଓଡ଼ିଶାର ସଂସ୍କୃତିଶୁକଦେବଏକାଦଶୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୨୫ ନଭେମ୍ବରଏମ ଏନ ଶ୍ରୀନିବାସକୋଚିଲାବଲ୍ଲଭଭାଇ ପଟେଲଗିରିଜା କୁମାର ବଳୀୟାରସିଂହଭାଷା୨୨ ଅଗଷ୍ଟକନ୍ନଡ଼ ଭାଷାଗଙ୍ଗାଧର ମେହେରନଦୀୟା ବିହାରୀ ମହାନ୍ତିଚନ୍ଦ୍ରଯାନ-୩ଭାଷା ବିଜ୍ଞାନବିବାହ🡆 More