କାଳୀଚରଣ ପଟ୍ଟନାୟକ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮) ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ । ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା ।

ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର

କାଳୀଚରଣ ପଟ୍ଟନାୟକ
କାଳୀଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1897-12-23)୨୩ ଡିସେମ୍ବର ୧୮୯୭
ବାଙ୍କୀ, କଟକ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୨୪ ଜୁଲାଇ ୧୯୭୮(1978-07-24) (ବୟସ ୮୦)
ଭାଷାଓଡ଼ିଆ
ବିଷୟନାଟକ, ଓଡ଼ିଶୀ ସଙ୍ଗୀତ, ଗପ, ଏକାଙ୍କିକା, କବିତା
ସାହିତ୍ୟର ଆନ୍ଦୋଳନଓଡ଼ିଆ ନାଟ୍ୟ
ସାହିତ୍ୟ କୃତିଓଡ଼ିଶା ଥିଏଟର୍ସ
ପୁରସ୍କାର
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୭୭)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୧)
ସମ୍ପର୍କୀୟଶ୍ୟାମାମଣି ପଟ୍ଟନାୟକ

ଦସ୍ତଖତକାଳୀଚରଣ ପଟ୍ଟନାୟକ

ବାଲ୍ୟଜୀବନ ଓ ଶିକ୍ଷା

କାଳୀଚରଣ, ୧୮୯୭ ଡିସେମ୍ବର ୨୩ତାରିଖ, ବକୁଳ ଅମାବାସ୍ୟା ଦିନ ବାଙ୍କୀ ସହର ଉପକଣ୍ଠରେ ଥିବା ଖମାରଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ସେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । କାଳୀଚରଣଙ୍କ ପିତା ବଡ଼ମ୍ବାଗଡ଼ର ଦେବାନ ଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ସେ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ସମ୍ପନ୍ନ କରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ ।

ଓଡ଼ିଆ ସାହିତ୍ୟକୁ ଅବଦାନ

ଖୋାର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ଆସକ୍ତ କାଳୀଚରଣ ପ୍ରଥମେ ସଙ୍ଗୀତଜ୍ଞ ବାସୁଦେବ ମହାପାତ୍ର ଓ ପରେ ଓସ୍ତାଦ୍ ଖାନୁ ଖାଁ, ବନୱାରୀ ମିଶ୍ରଙ୍କ ଭଳି ବିଶାରଦଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବାଙ୍କୀର ମହାପର୍ବତ ଦେଖି 'ମହାପର୍ବତ' ନାମକ ଖଣ୍ଡକାବ୍ୟ ଓ 'କଳଙ୍କ ଭଞ୍ଜନମାଳା' ନାଟକ ରଚନା କରିବା ପରେ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପ୍ରକୃତି ବର୍ଣ୍ଣନା ପାଇଁ ଉପଦେଶ ତାଙ୍କର ରଚନାତ୍ମକ ଦୃଷ୍ଟିଭଙ୍ଗୀରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକ ସୁଲଭତା ବିକଶିତ ହୋଇଥିଲା । ରେଭେନ୍ସା କଲେଜରେ ପଢୁଥିବା ସମୟରେ 'କଳାହାଣ୍ଡିଆ ମେଘ' ନାମରେ ସେ ପ୍ରଥମ କବିତା ଲେଖିଥିଲେ । କବିତାଟି ପଢ଼ି ମଧୁସୂଦନ ରାଓ ତାଙ୍କୁ ୧୦୦ଟଙ୍କା ପୁରସ୍କାର ଦେଇଥିଲେ । ୧୯୧୮ ମସିହାରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ଧ୍ରୁବ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ପ୍ରତିଶୋଧ । ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ ଓ କବିତା ।

ନୃତ୍ୟନାଟିକା (ଲୀଳା ନାଟକ)

  1. କଳଙ୍କ ଭଞ୍ଜନ
  2. ଦାରିଦ୍ର୍ୟ ଭଞ୍ଜନ
  3. ମିଳନ ମାଧୁରୀ
  4. ଶ୍ରୀ ରାଧା
  5. ବାଂସୁରୀର ବିଳାପ
  6. ଶ୍ରୀ ଗୀତ ଗୋବିନ୍ଦ
  7. ପ୍ରୀତି ସୁଧାକର
  8. ଲକ୍ଷ୍ମୀ
  9. କୌତୁକ ଚିନ୍ତାମଣୀ
  10. କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ
  11. ମାନିନୀ
  12. ଆଖିର ଦେଖା
  13. ଦେହି ପଦପଲ୍ଲବ ମୁଦାରଂ

ପୌରାଣିକ ନାଟକ

  1. ଧ୍ରୁବ
  2. ମୃଗୟା
  3. ବନ ବିହାର
  4. ବିଦ୍ୟାବଳୀ
  5. ଶକୁନ୍ତଳା
  6. ହରିଶ୍ଚନ୍ଦ୍ର
  7. ଚକ୍ରୀ
  8. ଦଶଭୂଜା

ଐତିହାସିକ ନାଟକ

  1. ଅଭିଯାନ(୧୯୪୬)
  2. ମାଳତୀ
  3. ରକ୍ତ ମନ୍ଦାର

ସାମାଜିକ ନାଟକ

  1. ପ୍ରତିଶୋଧ
  2. ଆହୂତି
  3. ଚୁମ୍ବନ(ପ୍ରେମଳତା,ମଦନ)
  4. କମଳ (୧୯୪୩)
  5. ଭାତ (୧୯୪୫)(ରମା,ଜୟୀ)
  6. ଗାର୍ଲ ସ୍କୁଲ (୧୯୩୯)(ପ୍ରଥମେ ନାରୀମାନେ ଅଭିନୟର ସୁଯୋଗ ପାଇଲେ)
  7. ରକ୍ତମାଟି(୧୯୪୭)
  8. ଫଟାଭୂଇଁ
  9. ସନ୍ଧାନ (୧୯୫୩)
  10. ହୀରାଖଣ୍ଡ (୧୯୫୩)

ଜୀବନୀ ଆଧାରିତ ନାଟକ

  1. ଜୟଦେବ
  2. ସାରଳା ଦାସ
  3. ଜଗନ୍ନାଥ ଦାସ

ଗଳ୍ପ ସଂଗ୍ରହ

  1. ବନଫୁଲ
  2. କବିତା ସଂଗ୍ରହ
  3. ଚନ୍ଦ୍ରିକା, ଫୁଲରେଣୁ
  4. ମଞ୍ଚ ନାଟକ
  5. ମଞ୍ଚଧାରା
  6. କାବ୍ୟନାଟକ
  7. ଅନଙ୍ଗ
  8. ଏକକ ନାଟକ
  9. ପଞ୍ଚରଙ୍ଗ
  10. ଷଡ଼ରସ
  11. ସପ୍ତପର୍ଣୀ
  12. ଜୀବିତ ତର୍ପଣ
  13. ଯୁଗପୁରୁଷ(ବାପୁଜୀଙ୍କ ତିରୋଧାନ ଉଦେଶ୍ୟରେ)

ଶିଶୁ ସାହିତ୍ୟ

  1. ଶିଶୁ ଖେଳଗୀତ
  2. ପିଲାଙ୍କ କର୍ମ ସଙ୍ଗୀତ
  3. ଠକ୍କର ବାପା
  4. ନେପୋଲିୟନ
  5. କେତେଟି କଥା
  6. ଆମ ସାହିତ୍ୟ
  7. ବାଳ ବୋଧକ
  8. କଳାହାଣ୍ଡିଆ ମେଘ
  9. ବଉଳବେଣୀ
  10. ବାୟା ଧନଟି
  11. ପ୍ରଥମ ପାଠ
  12. ଆମ ପାଠ
  13. କଥା ଶୁଣ
  14. ସରସ ସାହିତ୍ୟ (ପ୍ରଥମ ଓ ଦ୍ୱିତୀୟ ଭାଗ)

ବିବିଧ

  1. ଯୁଗେ ଯୁଗେ ଉତ୍କଳ
  2. ବେକାର
  3. ନାରଣ ଦାସ
  4. ୟୁଗେ ୟୋଗୀ (ହିନ୍ଦୀ)
  5. ଭୁଖା (ହିନ୍ଦୀ)
  6. ଫୁଲରେଣୁ
  7. ଦାସକାଠି
  8. ସୁଆଙ୍ଗ
  9. ରାଣୀ ସୁକଦେଈ

ବ୍ୟଙ୍ଗ

  1. ହାଲ ଫେସନ
  2. ଚରଣ ଚୁଟିଆ ଦାମ

ଏକାଙ୍କିକା

ତାଙ୍କ ଲିଖିତ ଜୀବିତ ତର୍ପଣ ଓଡ଼ିଆ ଭାଷାର ପ୍ରଥମ ଏକାଙ୍କିକା ।

  • ପଞ୍ଚରଙ୍ଗ
  • ଷଡ଼ରସ
  • ଭଙ୍ଗାଘର
  • ସପ୍ତପର୍ଣ୍ଣୀ (ସାତ ଗୋଟି ଏକାଙ୍କିକାର ସମାବେଶ)
  • ଯୁଗପୁରୁଷ
  • କକାନାଇଁ (ପ୍ରୌଢ ଶିକ୍ଷା)
  • ଦୋଷ କେଉଁଠି (ପ୍ରୌଢ଼ ଶିକ୍ଷା)

ଆତ୍ମ ଜୀବନୀ

  • କୁମ୍ଭାର ଚକ

ଓଡ଼ିଆ ସଙ୍ଗୀତକୁ ଅବଦାନ

  1. ସଙ୍ଗୀତ ସାର
  2. ଗୀତ ମଞ୍ଜରୀ
  3. କବିଚନ୍ଦ୍ର ଗୀତାବଳୀ (ଓଡ଼ିଶୀ ଭାଗ)
  4. କବିଚନ୍ଦ୍ର ଗୀତାବଳୀ (ଲଘୁ ସଂଗୀତ ଭାଗ)
  5. କବିଚନ୍ଦ୍ର ଗୀତାବଳୀ (ଭଜନ ଓ ଜଣାଣ)
  6. କବିଚନ୍ଦ୍ର ଗୀତାବଳୀ (ପଲ୍ଲୀଗୀତ ଭାଗ)
  7. କବିଚନ୍ଦ୍ର ଗୀତାବଳୀ (କୀର୍ତ୍ତନ ଭାଗ)
  8. ସଙ୍ଗୀତ ଓ ହାର୍ମୋନିୟମ ଶିକ୍ଷା
  9. ପିଲାଙ୍କ ସଙ୍ଗୀତ ଶିକ୍ଷା
  10. ଓଡ଼ିଶୀ ସଙ୍ଗୀତର ରୂପରେଖ
  11. ରକ୍ତ ଝଙ୍କାର
  12. ବରଣ ଡାଲା
  13. ସପ୍ତସୁରୀ
  14. ସୁରଲେଖା (ଗୀତ ଓ ସ୍ୱରଲିପି)
  15. ଚମ୍ପୂ-ସ୍ୱରଲିପି
  16. ଆମ ଓଡ଼ିଆ ସଙ୍ଗୀତ

ଓଡ଼ିଆ କଥାଚିତ୍ରକୁ ଅବଦାନ

କାଳୀଚରଣ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଲଳିତା (୧୯୪୯) ଓ ମାଟିର ମଣିଷ (୧୯୬୭) ପାଇଁ ଗୀତ ରଚନା କରିଥିଲେ। ସେ ଲଳିତା କଥାଚିତ୍ରର ନିର୍ଦ୍ଦେଶକ ଥିଲେ।

ପୁରସ୍କାର ଓ ସମ୍ମାନ

ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ଗଜପତିଙ୍କଦ୍ୱାରା ୧୯୨୬ ମସିହା ସୁନିଆଁ ଦିନ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ଦେଇଥିଲେ । ଏହାପରେ ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜଦ୍ୱାରା "ନାଟ୍ୟାଚାର୍ଯ୍ୟ', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ୍ ଉପାଧି ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ-କୁମ୍ଭାର ଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ "ପଦ୍ମଶ୍ରୀ' ସମ୍ମାନ (ଯୁଗ୍ମ ବିଜେତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭
  • ଡି ଲିଟ, ୧୯୭୫
  • ଫେଲୋସିପ୍‍ (ରତ୍ନ ସଦସ୍ୟ)- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ୧୯୬୮
  • ନାଟ୍ୟାଚାର୍ଯ୍ୟ, ୧୯୪୪ - ଉତ୍କଳ ସାହିତ୍ୟ ସମାଜ
  • କବିଚନ୍ଦ୍ର, ୧୯୨୬
  • ପଦ୍ମଶ୍ରୀ ପୁରସ୍କାର ସେ ପ୍ରତ୍ୟାଖ୍ୟାନ କରିଥିଲେ

କାଳୀଚରଣ ୧୯୭୮ ମସିହା ଜୁଲାଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।

ରେକର୍ଡ଼ କରିଥିବା ଗୀତ

ଗ୍ରାମୋଫୋନ ରେକର୍ଡ଼
କ୍ରମଗୀତକବିସମୟ
1."କାହ୍ନୁ ଗୁଣେ ତୋ ଋଣୀ ବ୍ରଜଧାମେ ବ୍ରଜନାରୀ"କାଳୀଚରଣ ପଟ୍ଟନାୟକ 
2."ଚାକିରି ଝକମାରି ଏ ଜନମେ ନାହିଁ କରି"କାଳୀଚରଣ ପଟ୍ଟନାୟକ 

ଚାକିରି ଝକମାରି ଗୀତଟି ବିଷୟରେ କବିଚନ୍ଦ୍ର ବିସ୍ତୃତ ଭାବେ ନିଜ ଆତ୍ମଜୀବନୀ କୁମ୍ଭାରଚକରେ ଲେଖିଛନ୍ତି ।

ଆଧାର

Tags:

କାଳୀଚରଣ ପଟ୍ଟନାୟକ ବାଲ୍ୟଜୀବନ ଓ ଶିକ୍ଷାକାଳୀଚରଣ ପଟ୍ଟନାୟକ ଓଡ଼ିଆ ସାହିତ୍ୟକୁ ଅବଦାନକାଳୀଚରଣ ପଟ୍ଟନାୟକ ଓଡ଼ିଆ ସଙ୍ଗୀତକୁ ଅବଦାନକାଳୀଚରଣ ପଟ୍ଟନାୟକ ଓଡ଼ିଆ କଥାଚିତ୍ରକୁ ଅବଦାନକାଳୀଚରଣ ପଟ୍ଟନାୟକ ପୁରସ୍କାର ଓ ସମ୍ମାନକାଳୀଚରଣ ପଟ୍ଟନାୟକ ରେକର୍ଡ଼ କରିଥିବା ଗୀତକାଳୀଚରଣ ପଟ୍ଟନାୟକ ଆଧାରକାଳୀଚରଣ ପଟ୍ଟନାୟକଓଡ଼ିଆ ନାଟକଓଡ଼ିଶୀଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ମୋରାରଜୀ ଦେଶାଇଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମଅପ୍ରେଲବର୍ଷାସୀତାଭାରତର ନ୍ୟାୟୀକ ବ୍ୟବସ୍ଥାଇଣ୍ଡୋନେସିଆକୃଷ୍ଣ ଜନ୍ମାଷ୍ଟମୀଉଇକିପାଠାଗାରବାଲିଯାତ୍ରାସଜନାଯୋଗସନାତନ ମହାକୁଡ଼ଅକ୍ଟୋବରଓଡ଼ିଆ କଥାଚିତ୍ର ଜଗତଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତୀ ଚରଣ ପାଣିଗ୍ରାହୀୟୁରୋପବିଜୟ କୁମାର ନନ୍ଦବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ଉପେନ୍ଦ୍ର ଭଞ୍ଜଭରତ (ରାମାୟଣ)ବୌଦ୍ଧ ଧର୍ମମହାବୀର ଜୈନହୀରାକୁଦ ବନ୍ଧଆର୍ଯ୍ୟଭଟ୍ଟସଂଗୀତକାମଦା ଏକାଦଶୀପ୍ରେମନାରାୟଣ ସାହୁ (୧୯୩୮ ଜନ୍ମ)ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାଗାର୍ଗୀ ମହାନ୍ତିସ୍ତନ ଯନ୍ତ୍ରଣାପରିବେଶଓଡ଼ିଆ କବି ମାନଙ୍କର ତାଲିକାଧବଳେଶ୍ୱର ମନ୍ଦିରରୁପାଖୋର୍ଦ୍ଧା ଜିଲ୍ଲାଜାନକୀ ବଲ୍ଲଭ ପଟ୍ଟନାୟକତାରିଣୀ ଚରଣ ପାତ୍ରରବି ସିଂଘରରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନ୍ଦେ ଉତ୍କଳ ଜନନୀକାହ୍ନୁଚରଣ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସରାମଚନ୍ଦ୍ର ମିଶ୍ରଭୁବନେଶ୍ୱର ବେହେରାପଠାଣି ସାମନ୍ତମୁଚୁକୁନ୍ଦ୧୭ ଡିସେମ୍ବରରାସେଶ୍ୱରୀ ପାଣିଗ୍ରାହୀ୧ (ସଂଖ୍ୟା)ଭଗବତ ଗୀତାମ୍ୟାଲେରିଆସ୍ତନ୧୨୦୦ଧାତୁଗଇଁଠାଜୟ ଜବାନ ଜୟ କିଶାନବର୍ଷା ପ୍ରିୟଦର୍ଶିନୀମହାପାତ୍ର ନୀଳମଣି ସାହୁସ୍ଥାନେଶ୍ୱର ମହାଦେବ ମନ୍ଦିରଚିତାଗଛwiki.phtmlମଧୁସୂଦନ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବୀର ସୁରେନ୍ଦ୍ର ସାଏଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ଗନ୍ଧମାର୍ଦନପ୍ରାଣବନ୍ଧୁ କରମାତଙ୍ଗୀ🡆 More