କଳାପାହାଡ଼

କଳାପାହାଡ଼ ନାମରେ ବଙ୍ଗଳାର ମୋଗଲ ଶାସକ ସୁଲତାନ ସୁଲେମାନ କିର୍ରାନିଙ୍କର (Sulaiman Karrani) ଜଣେ ସେନାପତିଙ୍କୁ ଡକାଯାଉଥିଲା । କେତେକ ଐତିହାସିକ ତଥ୍ୟରୁ ଜଣାଯାଏ, ସେ କଳିଙ୍ଗ-ଉତ୍କଳର ଶେଷ ସମ୍ରାଟ ମୁକୁନ୍ଦଦେବଙ୍କର ହିନ୍ଦୁ (ଓଡ଼ିଆ)ସେନାପତି ଥିଲେ, ଜାତିରେ କାୟସ୍ଥ ଥିଲେ ଓ ତାଙ୍କର ନାମ ରାଜିବ ଲୋଚନ ରାୟ ଥିଲା । ଧର୍ମ ପରିବର୍ତ୍ତନ କରି ସେ ମୁସଲମାନ ହେଲେ। ସେଖ୍ କବିର ବାତିନିଙ୍କର ମତରେ କଳାପାହାଡ଼ ଆଫଗାନ ଲୋକ ଥିଲେ । ଲୋକମୁଖରେ ସେ କଳାପାହାଡ଼ ନାମରେ ପରିଚିତ ଥିଲେ । ଓଡ଼ିଶାର କେତେକ ସ୍ଥାନ ସେ ବଙ୍ଗଳାର ଆଫଗାନ ଶାସକଙ୍କ ନିମନ୍ତେ ଦଖଲ କରିଥିଲେ ।କଳା ପାହାଡ ବହୁତ ନିଷ୍ଠୁର ଥିଲେ ସେ ଆକବରଙ୍କ ବାପାଙ୍କ ମାଉସୀ ପୁଅର ପୁଅ ଥିଲେ

ଧର୍ମ ପରିବର୍ତ୍ତନ

ସୁଲେମାନ କର୍ରାନି ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ବଙ୍ଗଳାରେ ଶାସକ (Governer) ହିସାବରେ ସ୍ଥାପିତ ହୋଇଥିଲେ । ମୁକୁନ୍ଦଦେବ ତାଙ୍କର ଶତ୍ରୁ ଗଜପତି ରାଜା ରାମଚନ୍ଦ୍ର ଭଞ୍ଜଙ୍କୁ ପରାସ୍ତ କରିବା ନିମନ୍ତେ ସୁଲେମାନଙ୍କ ସାହାଯ୍ୟ ନେଇଥିଲେ । ସୁଲେମାନ ରାଜିବଙ୍କ ସାହାଯ୍ୟ ନେଇ ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବାକୁ ଇଚ୍ଛା କଲେ । ରାଜିବଙ୍କୁ ସେ ନିମନ୍ତ୍ରଣ କଲେ ଓ ସେଠାରେ ତାଙ୍କର ପରମାସୁନ୍ଦରୀ କନ୍ୟାଙ୍କ ସହ ସାକ୍ଷାତ କରେଇଦେଲେ । ସେହି କନ୍ୟାଙ୍କ ପ୍ରେମରେ ରାଜିବ ପଡ଼ିଗଲେ । ମୁସଲମାନ ଧର୍ମ ଗ୍ରହଣ କଲେ ବିବାହ କରିବା ସର୍ତ୍ତ ସୁଲେମାନ ରଖିଲେ କିନ୍ତୁ ରାଜିବ ହିନ୍ଦୁ ମତରେ ବିବାହ ଇଚ୍ଛା କରିଥିଲେ । କିନ୍ତୁ ଏହି ଖବର ମୁକୁନ୍ଦଦେବଙ୍କ ପାଖରେ ପହଞ୍ଚିବାରୁ ସେ ବିବାହକୁ ସମ୍ମତି ଦେଲେନାହିଁ, ତେଣୁ ରାଜିବ କ୍ରୋଧରେ ସେହି କନ୍ୟାଙ୍କୁ ବିବାହ କରି ନିଜର ନାମ ପରିବର୍ତ୍ତନ କଲେ । ପରେ ତାଙ୍କର ଅନୁତାପ ଆସିଲା ଓ ପୁରୀ ଜଗନ୍ନାଥ ମନ୍ଦିରକୁ ଆସି ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ବ୍ରାହ୍ମଣମାନେ ରାଜି ହେଲେ ନାହିଁ । କୃଦ୍ଧ ହୋଇ ସୁଲେମାନ ଓ ରାଜିବ(କଳାପାହାଡ଼)୧୫୬୮ ମସିହାରେ ଓଡ଼ିଶା ଆକ୍ରମଣ କଲେ । କଟକ, ଯାଜପୁର, ସମ୍ବଲପୁର, ପୁରୀ ଓ କୋଣାର୍କ ଆକ୍ରମଣ କରିଥିଲେ ଓ ମନ୍ଦିରମାନ ଧ୍ୱଂସ କରିଥିଲେ ।

କୋଣାର୍କ ମନ୍ଦିର ଧ୍ୱସ

ମାଦଳା ପାଞ୍ଜିରେ କଳାପାହାଡ଼ କୋଣାର୍କ ମନ୍ଦିର ଧ୍ୱଂସ କରିବା କଥା ଲିପିବଦ୍ଧ ଅଛି । ମନ୍ଦିରରେ ଥିବା ୨୦ ଫୁଟର କାନ୍ଥ ଭାଙ୍ଗିବା ପାଇଁ ସେ ସକ୍ଷମ ହୋଇଥିଲେ । ମନ୍ଦିରର ଦଧିନଉତି ତଥା ଅଧିକାଂଶ ମୂର୍ତ୍ତି ସେ ଭାଙ୍ଗିଦେଇଥିଲେ । ଧିରେ ଧିରେ ମନ୍ଦିରର ମୂଖଶାଳା ମଧ୍ୟ ଭାଙ୍ଗିଗଲା ।

କଳାପାହାଡ଼ ସମାଧି

ସମ୍ବଲପୁରର ସମଲେଶ୍ୱରୀ କଲେଜ ନିକଟରେ ମହାନଦୀ କୁଳରେ ଥିବା ଆମ୍ବ ବଗିଚାରେ କଳାପାହାଡ଼ ତଥା ତାଙ୍କର ସୈନ୍ୟସାମନ୍ତଙ୍କର ସମାଧି ଥିଲା । ୨୦୦୬ ମସିହାରେ କିଛି ସ୍ଥାନୀୟ ଲୋକ ଏହି ସମାଧି ସବୁ ନଷ୍ଟ କରିଦେଇଥିଲେ ।

ଆଧାର

ଅଧିକ ତଥ୍ୟ

  • Kalaphad - The history of Hindusim
  • Historical story of Odisha /Orissa

Tags:

କଳାପାହାଡ଼ ଧର୍ମ ପରିବର୍ତ୍ତନକଳାପାହାଡ଼ କୋଣାର୍କ ମନ୍ଦିର ଧ୍ୱସକଳାପାହାଡ଼ ସମାଧିକଳାପାହାଡ଼ ଆଧାରକଳାପାହାଡ଼ ଅଧିକ ତଥ୍ୟକଳାପାହାଡ଼en:Sulaiman Khan Karraniମୁସଲମାନମୋଗଲ

🔥 Trending searches on Wiki ଓଡ଼ିଆ:

ବ୍ରହ୍ମୋତ୍ରୀ ମହାନ୍ତିଜ୍ଞାନପୀଠ ପୁରସ୍କାରସୁନନ୍ଦା ଦାସଓଡ଼ିଆ ଲିପିଗୁରୁରାମ ନବମୀବୈଷୟିକ ବିଜ୍ଞାନବର୍ଷାପଞ୍ଚସଖାତପସ୍ୱିନୀକଇଥକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପୀନାଥ ନନ୍ଦଓଡ଼ିଶାର ସଂସ୍କୃତିଲୁଣକଣ୍ଡୋମରସାୟନ ବିଜ୍ଞାନଅମୃତଭଣ୍ଡାମାୟାଧର ମାନସିଂହଜୟ ଜଗନ୍ନାଥଜିନା ସାମଲ୧୩ ଅପ୍ରେଲକଲେରାକଳିଙ୍ଗ ଯୁଦ୍ଧସୌଭାଗ୍ୟ କୁମାର ମିଶ୍ରଅକ୍ଷାଂଶପଣାବାୟୋନ୍ ମନ୍ଦିରଓଡ଼ିଆ ସାହିତ୍ୟର ଇତିହାସଭାରତର ଜାତୀୟ ପତାକାଭାରତୀୟ ମୁଦ୍ରାଅନୁଗୋଳ ଜିଲ୍ଲାରାଧାମୋହନ ଗଡ଼ନାୟକନବଗୁଞ୍ଜର୧୯ ଫେବୃଆରୀଉପେନ୍ଦ୍ର ଭଞ୍ଜଚାନ୍ଦବାଲିପ୍ରାଣୀଶ୍ରବଣ ( ରାମାୟଣ ର ଚରିତ୍ର )ଅଂଶୁଘାତବ୍ରାହ୍ମଣ୧୪୦୫ଆନନ୍ଦ ବାବୁଅଟିଜିମ୍‌ଭୂଗୋଳହନୁମାନ୨୦୦୪ଯମୁନାମଇପଦାର୍ଥ ବିଜ୍ଞାନଭାରତଫିଫା ବିଶ୍ୱକପ୧୧ ଅପ୍ରେଲଉତ୍କଳ ଦିବସଜଗନ୍ନାଥ ଦାସଲବଣ ସତ୍ୟାଗ୍ରହନୋଟା (ଭାରତ)ଗୌତମ ବୁଦ୍ଧୟୁରୋପମଙ୍ଗଳ ପାଣ୍ଡେବଣ୍ଡ (ଅର୍ଥ)ଗଙ୍ଗାଧର ମେହେରକାଳିନ୍ଦୀ ଚରଣ ପାଣିଗ୍ରାହୀ୨୭ ଅପ୍ରେଲକଟକଓଡ଼ିଆ ଭାଷା🡆 More