କମଳା ଶତପଥୀ: ଓଡ଼ିଆ ଲେଖିକା

କମଳା ଶତପଥୀ (ଜନ୍ମ: ୧ ଜୁଲାଇ ୧୯୬୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା, ଗାଳ୍ପିକା, କବି, ଔପନ୍ୟାସିକା ଓ ଅନୁବାଦିକା । ୨୦୨୨ ମସିହାରେ ତାଙ୍କୁ ଅନୁବାଦ ସାହିତ୍ୟରେ କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ମିଳିଥିଲା । ସୟଦ୍ ସଲିମ୍‌ଙ୍କ ରଚିତ ତେଲୁଗୁ ଉପନ୍ୟାସ ଭେନ୍ଦି ମେଘମ୍‌ର ଓଡ଼ିଆ ଅନୁବାଦ ସୁନେଲି ବାଦଲ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

କମଳା ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ (1963-07-01) ୧ ଜୁଲାଇ ୧୯୬୩ (ବୟସ ୬୦)
ଖଇରାପଡ଼ା, ବାରଙ୍ଗ
ବୃତ୍ତିକବି, ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ନାଟ୍ୟକାର
ଭାଷାଓଡ଼ିଆ
ବାସସ୍ଥଳୀନବି ମୁମ୍ବାଇ, ଭାରତ
ନାଗରିକତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର
ଜୀବନସାଥୀସଚ୍ଚିଦାନନ୍ଦ ଶତପଥୀ
ସନ୍ତାନ

ଜୀବନୀ

କମଳା ଶତପଥୀ ୧୯୬୩ ମସିହାର ଜୁଲାଇ ୧ ତାରିଖରେ ଖଇରାପଡ଼ା, ବାରଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଦର୍ଶନରେ ସ୍ନାତକୋତ୍ତର କରିଛନ୍ତି । ସେ ସଚ୍ଚିଦାନନ୍ଦ ଶତପଥୀଙ୍କୁ ବିବାହ କରିଛନ୍ତି । ବିବାହ ପରେ ୧୯୮୬ ମସିହାରୁ ନବୀ ମୁମ୍ବଈରେ ରହି ଆସୁଛନ୍ତି । ଏହି ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ସାହିତ୍ୟ ସର୍ଜନା

ଛୋଟବେଳୁ ସେ ଲେଖାଲେଖି ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ସେହି ସମୟରେ ଶିଶୁପତ୍ରିକା ମାନଙ୍କରେ ତାଙ୍କ ରଚିତ କିଛି କାହାଣୀ ପ୍ରକାଶିତ ହୋଇଥିଲା । ୧୯୮୭ ମସିହାରେ ତାଙ୍କର ପ୍ରଥମ କାହାଣୀ ସୁଚରିତାରେ ପ୍ରକାଶିତ ହୋଇଥିଲା । ତା’ପରେ ଅନେକ କାହାଣୀ ଅନ୍ୟାନ୍ୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ପାଇଛି । ୧୯୯୯ ମସିହା ପରଠାରୁ ସାହିତ୍ୟ କ୍ଷେତ୍ରରେ ସେ ଅଧିକ ସକ୍ରିୟ ଅଛନ୍ତି । ତାଙ୍କ ରଚିତ ୭୦୦ରୁ ଉର୍ଦ୍ଧ୍ୱ କାହାଣୀ, ୩୨୫ରୁ ଉର୍ଦ୍ଧ୍ୱ କବିତା, ୨୧ଟି ଉପନ୍ୟାସ ତଥା ଅନେକ ନିବନ୍ଧ ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ର ଆଦିରେ ପ୍ରକାଶିତ ହୋଇଛି । ଆଦି ଓଡ଼ିଶାର ସୁନାମଧନ୍ୟ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଇଆସୁଛି ।

ତାଙ୍କ ରଚିତ ଗପ, କବିତା ଗୁଡ଼ିକ ବିଭିନ୍ନ ସମ୍ବାଦପତ୍ର ସହିତ ସତ୍ୟବାଦୀ, ଦିଗ୍‌ବଳୟ, ମହୁରୀ, କାଦମ୍ବିନୀ, କଥା, ଝଙ୍କାର, ଦୀକ୍ଷା, ଅମୃତାୟନ, କଥା କଳିକା, ରେବତୀ, ଶୁଭପଲ୍ଲବ, ମହୁରି, ସୁଧନ୍ୟା, ସୁବାର୍ତ୍ତା, ପ୍ରମେୟ, ସମ୍ବାଦ ଆଦି ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଇଆସୁଛି । ଲେଖାଲେଖି ବ୍ୟତୀତ ସେ ଜଣେ ଡବିଂ କଳାକାର ଏବଂ ମଞ୍ଚ ନିର୍ଦ୍ଦେଶିକା ସହିତ ମହିଳାମାନଙ୍କୁ ଆର୍ଟ ଆଣ୍ଡ୍ କ୍ରାଫ୍ଟର ପ୍ରଶିକ୍ଷଣ ଦେବା କାର୍ଯ୍ୟ କରନ୍ତି ।

ଜଣେ ଅନୁବାଦିକା ଭାବରେ ସେ କ୍ୟାନସର୍ ନୁହେଁ ଅସାଧ୍ୟ ବେମାରି, ଜୀବନର ସତ୍ୟତା, ଯାତ୍ରା, ଧ୍ୱଂସ ତଳର ଜୀବନ, ରାଣୀର କାହାଣୀ, ମରୁପୁଷ୍ପ, ସ୍ମରଣଗାଥା ଆଦି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ତାଙ୍କ ରଚିତ କାହାଣୀ ହିନ୍ଦୀ ଆଉ ମରାଠୀ ଭାଷାରେ ଅନୁବାଦ କରାଯାଇ ପୁସ୍ତକ ପ୍ରକାଶିତ ହୋଇଛି । ସମ୍ପାଦିକା ଓ ସଙ୍କଳିକା ଭାବରେ ସିଏ କିଛି ଓଡ଼ିଆ ଲେଖିକାଙ୍କର କାହାଣୀ ସବୁକୁ ମରାଠୀରେ ଅନୁବାଦ କରେଇ ସରତ୍ୟା ବସନ୍ତଚ୍ୟା ଗୋଷ୍ଠୀ ବହିଟି ପ୍ରକାଶିତ କରେଇଛନ୍ତି । ବୀଣାପାଣି ମହାନ୍ତିଙ୍କର କାହାଣୀର ଉର୍ଦ୍ଦୁ ଅନୁବାଦ କରେଇ ପ୍ରକାଶିତ କରେଇଛନ୍ତି । ତାଙ୍କ ନିଜର ଅନେକ କାହାଣୀ ଅନ୍ୟମାନଙ୍କଦ୍ୱାରା ମରାଠୀ, ହିନ୍ଦୀ, କନ୍ନଡ଼, ତେଲୁଗୁ ଏବଂ ଇଂରାଜୀ ଆଦି ଭାଷାରେ ଅନୁବାଦ ହୋଇ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।

ରଚନାବଳୀ

ଗଳ୍ପ ସଂକଳନ

  • ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ
  • ପୂର୍ଣ୍ଣଚ୍ଛେଦ ପରର କାହାଣୀ
  • ଗୋଟିଏ ପାପର କାହାଣୀ
  • ଚିରାଧଡ଼ି
  • ମହାପାତ୍ର ବାବୁଙ୍କ ହାଲ୍ ଚାଲ୍
  • ସଂପର୍କର ଦୋ’ ଛକିରେ ମଣିଷ (ଇ-ବୁକ୍)
  • କମଳା ଶତପଥୀଙ୍କର ଶ୍ରେଷ୍ଠ ଗଳ୍ପ ସଂକଳନ

ଉପନ୍ୟାସ

  • ହାଏ ମୁମ୍ବଈ
  • ଅଧାକାନ୍ଥି ଘର
  • ସଲାମ ମୁମ୍ବଈ
  • ଫଗୁଣଟା ଫେରିଗଲା ପରେ
  • ମାୟା ନଗରୀ କୋଳେ
  • ମେଘରାତିର ଜହ୍ନ

ଅନୁବାଦ

  • କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ
  • ଯାତ୍ରା
  • ଜୀବନର ସତ୍ୟତା
  • ସୁନେଲି ବାଦଲ
  • ରାଣୀର କାହାଣୀ
  • ଧ୍ୱଂସ ତଳର ଜୀବନ
  • ମରୁପୁଷ୍ପ

ଅନ୍ୟାନ୍ୟ ରଚନାବଳୀ

  • ଶେଷ ଫଗୁଣ (କବିତା)
  • ମହୁମାଛିର ଜୀବନ (ଲଳିତ ନିବନ୍ଧ)
  • ହେଲୋ ଭୁଟାନ୍ (ଭ୍ରମଣ ଉପନ୍ୟାସ)
  • ବୀତେ ବସନ୍ତ କି ବାତେ (ହିନ୍ଦୀରେ ଅନୁବାଦ ହୋଇଥବା ଗଳ୍ପ ପୁସ୍ତକ)
  • ସରତ୍ୟା ବସନ୍ତାଚ୍ୟା ଗୋଷ୍ଠୀ (ମରାଠୀରେ ଅନୁବାଦ ହୋଇଥବା ଗଳ୍ପ ସଂକଳନ)
  • ସ୍ବୟଂପ୍ରଭା (ଓଡ଼ିଆ ଲେଖିକାଙ୍କର କାହାଣୀ ମରାଠୀରେ ଅନୁବାଦ ହୋଇଥିବା ପୁସ୍ତକର ସଂକଳିକା ଓ ପ୍ରକାଶିକା)
  • ବୀଣାପାଣି ମହାନ୍ତି କି କହାନୀୟାଁ (ବୀଣାପାଣି ମହାନ୍ତିଙ୍କ କାହାଣୀର ଉର୍ଦ୍ଦୁରେ ଅନୁବାଦ ହୋଇଥିବା ପୁସ୍ତକର ସଂକଳିକା ଓ ପ୍ରକାଶିକା)

ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୨୨
  • ସୁଧନ୍ୟା ଗଳ୍ପ ସମ୍ମାନ
  • ଓଡ଼ିଶା ଲେଖିକା ସମ୍ମାନ
  • ପ୍ରତିଭା ପୂଜା ସଂସଦ ସମ୍ମାନ
  • ସାହାଣମେଲା ସମ୍ମାନ
  • ଗନ୍ଧଗିରି ସମ୍ମାନ
  • ଶବ୍ଦସୃଷ୍ଟି ପରିବାର ସମ୍ମାନ

ଆଧାର

ବାହାର ଲିଙ୍କ୍

Tags:

କମଳା ଶତପଥୀ ଜୀବନୀକମଳା ଶତପଥୀ ସାହିତ୍ୟ ସର୍ଜନାକମଳା ଶତପଥୀ ରଚନାବଳୀକମଳା ଶତପଥୀ ପୁରସ୍କାରକମଳା ଶତପଥୀ ଆଧାରକମଳା ଶତପଥୀ ବାହାର ଲିଙ୍କ୍କମଳା ଶତପଥୀଓଡ଼ିଆ ଭାଷାକେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ

🔥 Trending searches on Wiki ଓଡ଼ିଆ:

ନେପୋଲିୟନ ବୋନାପାର୍ଟମୂରଲୀଧର କୁଅଁରମୁକ୍ତେଶ୍ୱର ଦେଉଳବଳଦେବଜୀଉ ମନ୍ଦିରଜୀବ ବିଜ୍ଞାନପ୍ରତିଭା ଶତପଥୀଓଡ଼ିଆ ନାଟକବର୍ଷାମହମ୍ମଦଭୃସଙ୍ଗ ଗଛ୩୦ ଅପ୍ରେଲଯୋଗଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ ବିବାହ ଅଧିନିୟମ, ୧୯୫୫ନରେନ୍ଦ୍ର ମୋଦୀଉତ୍କଳ ଦିବସଖାଦ୍ୟକୋଣାର୍କ ସୂର୍ଯ୍ୟ ମନ୍ଦିରରାଧାନାଥ ରାୟଉଇକିକଥାପ୍ରାଣକୃଷ୍ଣ ପରିଜାପ୍ରଧାନ ପୃଷ୍ଠାଜାତୀୟ ସଂସଦ (ଜାପାନ)ମଙ୍ଗଳ ପାଣ୍ଡେବିମ୍ବାଧର କୁଅଁରସ୍ୱାମୀ ବିବେକାନନ୍ଦଉଇକିମିଡ଼ିଆ ଫାଉଣ୍ଡେସନମଧ୍ୟ ଏସିଆରଘୁନାଥ ପରିଚ୍ଛା୧୩ ଅପ୍ରେଲମନୋଜ ଦାସଲଣ୍ଡନବୈକୁଣ୍ଠନାଥ ପଟ୍ଟନାୟକ୧୯୮୮ମହାଭାରତକୁଞ୍ଜବିହାରୀ ତ୍ରିପାଠୀwiki.phtmlନଅଙ୍କ ଦୁର୍ଭିକ୍ଷ୧୭ ଅପ୍ରେଲପ୍ରାଣୀ ବିଜ୍ଞାନ୧୧ ଫେବୃଆରୀଓଡ଼ିଆ କଥାଚିତ୍ର ଜଗତଆନିଫ୍ରୋଲୁମାବଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚୀନନୃସିଂହ ଚରଣ ପଣ୍ଡାପଇସାନଦୀଅଚ୍ୟୁତ ସାମନ୍ତଇମେଲଭାରତୀୟ ଜନତା ପାର୍ଟି୧୪୧୭ରାଜ୍ୟପଞ୍ଚତନ୍ତ୍ରପକ୍ଷୀସୀତା ବିବାହଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାସିଂହବୈଷୟିକ ବିଜ୍ଞାନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାସୁରେନ୍ଦ୍ର ମହାନ୍ତିରାୟଗଡ଼ା ରେଳ ଷ୍ଟେସନପଠାଣି ସାମନ୍ତକଲମ୍ବିଆକାଶୀ ବିଶ୍ୱନାଥ ମନ୍ଦିରପ୍ରସନ୍ନ କୁମାର ପାଟ୍ଟଶାଣୀ🡆 More