କମଳାକାନ୍ତ ଲେଙ୍କା: ଓଡ଼ିଆ କବି

କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି ଥିଲେ । ତାଙ୍କ କବିତା ସଂକଳନ ସ୍ରୋତର ନାମ ଋତ ପାଇଁ ସେ ୧୯୮୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ଉଲେଖଯୋଗ୍ଯ କବିତା ସଙ୍କଳନ ମଧ୍ୟରେ ଉତ୍ତରଣ (୧୯୬୬), ସ୍ମରଣ ବିସ୍ମରଣ (୧୯୭୩), କବିତାର ମୁହଁ (୧୯୭୪) ଓ ଅତଂତଃ ନିଶ୍ଚୁପ ( ୧୯୭୫ ) ଆଦି ଅନ୍ୟତମ । ସେ ୧୯୭୯ରେ ବିଷୁବ ମିଳନ ପୁରସ୍କାର ମଧ୍ୟ ପାଇଥିଲେ । ଓଡ଼ିଆ କବି ସିତାଂଶୁ ଲେଙ୍କା ତାଙ୍କ ପୁଅ ।

କମଳାକାନ୍ତ ଲେଙ୍କା‌
ଜନ୍ମ୧୯ ନଭେମ୍ବର ୧୯୩୫ Edit this on Wikidata
ଇଚ୍ଛାପୁର Edit this on Wikidata
ମୃତ୍ୟୁ୧୮ ଅଗଷ୍ଟ ୧୯୯୯ Edit this on Wikidata (ବୟସ ୬୩)
ବୃତ୍ତିକବି Edit this on Wikidata
ସନ୍ତାନସିତାଂଶୁ ଲେଙ୍କା Edit this on Wikidata
ପୁରସ୍କାର

୧୯୯୯ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

କମଳାକାନ୍ତ ଲେଙ୍କା ୧୯୩୫ ମସିହା ନଭେମ୍ବର ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଜନ୍ମଲାଭ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା ସାବିତ୍ରୀ ଦେବୀ ଓ ପିତାଙ୍କ ନାମ ଥିଲା ମୁରଲୀଧର ଲେଙ୍କା ।ସେ ଭଦ୍ରକର ଏନ.ସି. ହାଇସ୍କୁଲରୁ ମ୍ୟାଟ୍ରିକ, ୧୯୫୮ରେ ଭଦ୍ରକ କଲେଜରୁ କଳାରେ ସ୍ନାତକ (ବି.ଏ.) ଓ ୧୯୬୧ରେ ଶାନ୍ତି ନିକେତନ (କଲିକତା)ର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ତାଙ୍କର ମୋଟ ସାତ ଜଣ ସନ୍ତାନ ଥିଲେ: ମଝିଆ ପୁଅ ସିତାଂଶୁ ଲେଙ୍କାଙ୍କୁ ମିଶାଇ ତିନି ପୁଅ ଓ ତିନି ଝିଅ ।

ବୃତ୍ତିଗତ ଜୀବନ

ଏମ.ଏ. ପାସ କରିବା ପରେ ସେ ଶିକ୍ଷକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ହାଟଡିହି ଓ ଧାମନଗର ହାଇସ୍କୁଲରେ ଶିକ୍ଷକତା କରିବା ପରେ ବାସୁଦେବପୁରର ଅଟଳବିହାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଲେ  । ତା’ପରେ ସେ ଭଦ୍ରକ ମହାବିଦ୍ୟାଳୟ, ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ, ଯାଜପୁରର ନୃସିଂହ ଚୌଧୁରୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ପୁଣି ଭଦ୍ରକ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଭାବେ ଯୋଗଦେଇଥିଲେ । ସେଠାରୁ ସେ ୧୯୯୩ ମସିହାରେ ଅବସର ନେଇଥିଲେ ।

ମୃତ୍ୟୁ

୧୯୯୯ ମସିହା ଅଗଷ୍ଟ ୧୮ ତାରିଖ ସକାଳ ୫ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ

କବିତା ସଙ୍କଳନ

  • ଅନ୍ତତଃ ନିଶ୍ଚୂପ (୧୯୭୬)
  • କବିତାର ମୁହଁ (୧୯୭୪)
  • ସ୍ମରଣ ବିସ୍ମରଣ (୧୯୭୩)
  • ଉତ୍ତରଣ (୧୯୬୭)
  • ପ୍ରୀତି ଓ ପ୍ରତୀତି (୧୯୬୩)
  • ସୁନା ଫସଲ (୧୯୫୮)
  • ସ୍ରୋତର ନାମ ଋତ
  • ଅନ୍ତତଃ ନିଶ୍ଚିତ
  • ନିତ୍ୟ ନିୟମିତ
  • ନିଜ ସହ ଗୋଟେ ସାକ୍ଷାତକାର
  • ଖସିବାର ବେଳ
  • ଗୀତ ଗାଆନାରେ ପକ୍ଷୀ
  • କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
  • ପାଦେ ଆଗକୁ
  • ଦୁଃଖ ସହ କଥାବାର୍ତ୍ତା
  • କବିର ଡାଏରୀ
  • ଚିରାୟତ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦ (ସ୍ରୋତର ନାମ ଋତ)
  • ବିଷୁବ ମିଳନ ପୁରସ୍କାର, ୧୯୭୯

ଟୀକା

Tags:

କମଳାକାନ୍ତ ଲେଙ୍କା ପ୍ରାରମ୍ଭିକ ଜୀବନ ଓ ଶିକ୍ଷାକମଳାକାନ୍ତ ଲେଙ୍କା ବୃତ୍ତିଗତ ଜୀବନକମଳାକାନ୍ତ ଲେଙ୍କା ମୃତ୍ୟୁକମଳାକାନ୍ତ ଲେଙ୍କା ରଚନାବଳୀକମଳାକାନ୍ତ ଲେଙ୍କା ସମ୍ମାନ ଓ ପୁରସ୍କାରକମଳାକାନ୍ତ ଲେଙ୍କା ଟୀକାକମଳାକାନ୍ତ ଲେଙ୍କାଓଡ଼ିଶାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସିତାଂଶୁ ଲେଙ୍କା

🔥 Trending searches on Wiki ଓଡ଼ିଆ:

ଶିମିଳିପାଳ ଜାତୀୟ ଉଦ୍ୟାନପୁଷ୍ଟିସାରସୋମନାଥରାମକୃଷ୍ଣ ନନ୍ଦଭାରତୀୟ ସମ୍ବିଧାନଗଞ୍ଜାମ ଜିଲ୍ଲା୯ ଅଗଷ୍ଟସୀତାକାନ୍ତ ମହାପାତ୍ର୧୮ ଫେବୃଆରୀ୧୫୭୧କୃଷ୍ଣ ଜନ୍ମାଷ୍ଟମୀଉଇକିଅଭିଧାନରାଜକିଶୋର ରାୟଇତିହାସଆଳୁ ପୋଟଳ ଭଜାଜଳସୁଭାଷ ଚନ୍ଦ୍ର ବୋଷନଦୀୟା ବିହାରୀ ମହାନ୍ତିବଡ଼ ଓଡ଼ିଆ ମଠବାଲେଶ୍ୱର ଜିଲ୍ଲାରବିବାରଓଡ଼ିଶାର ଲୋକନୃତ୍ୟପୃଥିବୀଅକ୍ଷାଂଶରମାକାନ୍ତ ରଥରାଜକିଶୋର ପଟ୍ଟନାୟକ୧୮ ଜୁଲାଇଅଚ୍ୟୁତାନନ୍ଦ ଦାସରାମାୟଣମୁକ୍ତେଶ୍ୱର ଦେଉଳଉତ୍କଳ ବ୍ରାହ୍ମଣ୨ ନଭେମ୍ବରଅଷ୍ଟଶମ୍ଭୁ ପୀଠକବିସୂର୍ଯ୍ୟ ବଳଦେବ ରଥମଙ୍ଗଳା ମନ୍ଦିରଲାଓସନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପକ୍ଷୀଘରଆରିଷ୍ଟୋଟଲଚୈତ୍ର ପୂର୍ଣ୍ଣିମାମାସବାଘମଧୁସୂଦନ ଦାସଜନ ଗଣ ମନଓଡ଼ିଆ ଖାଦ୍ୟଲୋକ ସଭାଓଡ଼ିଶାର କଳାଗିରିଜା କୁମାର ବଳୀୟାରସିଂହକାମାକ୍ଷା ପ୍ରସାଦ ସିଂହଦେଓଲକ୍ଷ୍ମୀପ୍ରିୟା ମହାପାତ୍ରଶ୍ରବଣ ( ରାମାୟଣ ର ଚରିତ୍ର )ପଞ୍ଚସଖାଉପେନ୍ଦ୍ର ଭଞ୍ଜସିଦ୍ଧାନ୍ତ ମହାପାତ୍ରତାରିଣୀ ଚରଣ ପାତ୍ରଉତ୍କଳ ଦିବସଉତ୍ତମ ମହାନ୍ତିଓଡ଼ିଆ ନବବର୍ଷସାରଳା ମହାଭାରତଗୋବିନ୍ଦ ତ୍ରିପାଠୀ୨୬ ଅଗଷ୍ଟ୨୦୦୫ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାନବକଳେବରଦୀପକ ମିଶ୍ର୧୭ ଅଗଷ୍ଟଆହେ ଦୟାମୟ ବିଶ୍ୱ ବିହାରୀ🡆 More