ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦

]

ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦‌ ଓଡ଼ିଶା ସରକାରଙ୍କଦ୍ୱାରା ୨୦୨୦ ମସିହାରେ ପ୍ରଣୀତ ଏକ ବିଶେଷ ନିୟମ । ଏହି ବର୍ଷର ପ୍ରାରମ୍ଭରେ କରୋନାଭୂତାଣୁ ଜନିତ ରୋଗର (କୋଭିଡ-୧୯) ବ୍ୟାପକତା ଯୋଗୁଁ ସାଧାରଣ ଜୀବନହାନୀ ହୋଇଥିଲା ଓ ସେଥିରୁ ସୃଷ୍ଟ ଅସାଧାରଣ ପରିସ୍ଥିତିର ମୁକାବିଲା ନିମନ୍ତେ ସରକାର "ମହାମାରୀ ରୋଗ ନିୟମ, ୧୮୯୭"ର ପ୍ରାବଧାନ ଅନୁଯାୟୀ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହି ନିୟମ ପ୍ରଣୟନ କରିଥିଲେ ।

ପୃଷ୍ଠଭୂମି

କୋଭିଡ-୧୯ ମହାମାରୀର ପ୍ରଥମ ସଂକ୍ରମଣ ଭାରତରେ ୨୦୨୦ ଜାନୁଆରୀ ୨୦ ତାରିଖରେ ଜଣାପଡ଼ିଥିଲା । ଏହା ଚୀନରୁ ଆସିଥିଲା । ୨୦୨୦ ମାର୍ଚ୍ଚ ୧୬ ସୁଦ୍ଧା ଭାରତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶରେ ମୋଟ ୧୧୦ଟି ମାମଲା ଏବଂ ୨ ଜଣଙ୍କ ମୃତ୍ୟୁ ବାବଦରେ ଘୋଷଣା କରିଥିଲା । ଇତିମଧ୍ୟରେ ଏହି ରୋଗର ଭୟାବହତା ଅନୁଭବ କରି ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଏହି ମହାମାରୀକୁ ରାଜ୍ୟ ମହାମାରୀ ଘୋଷିତ କରାଯାଇଛି । ଏହିସବୁ ସ୍ଥାନରେ "ମହାମାରୀ ରୋଗ ଅଧିନିୟମ, ୧୮୯୭" ବ୍ୟବସ୍ଥା ଲାଗୁ କରାଯାଇ ଶିକ୍ଷାନୁଷ୍ଠାନଗୁଡ଼ି ଓ ଅନେକ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ନିଶ୍ଚିତ ହୋଇଥିବା ଅଧିକାଂଶ ସଂକ୍ରମଣ ଅନ୍ୟ ଦେଶ ସହ ଜଡ଼ିତ ଥିବାରୁ ଭାରତ ମଧ୍ୟ ସମସ୍ତ ପର୍ଯ୍ୟଟନ ଭିସା ସ୍ଥଗିତ ରଖିଛି ।

୨୦୨୦ ଫେବୃଆରୀ ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ ଓ) ଚୀନରେ ନୂତନ ସଂକ୍ରମଣ ହ୍ରାସ ପାଇଥିବା ବେଳେ ହଠାତ୍ ଇଟାଲୀ, ଇରାନ ଏବଂ ଦକ୍ଷିଣ କୋରିଆରେ ଏହା ବୃଦ୍ଧି ପାଇଥିବା କଥା ଘୋଷଣା କରିଥିଲା । ଚୀନ ବାହାରେ ନୂତନ ସଂକ୍ରମଣ ପ୍ରଥମ ଥର ପାଇଁ ଦେଶ ଭିତରର ନୂତନ ସଂକ୍ରମଣ ସଂଖ୍ୟାରୁ ବଢ଼ିସାରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ରୋଗର ବ୍ୟାପକ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ସ୍ୱରୂପ ଏହି ଆଇନ ପ୍ରଣୟନ କରିଛନ୍ତି ।

ଆଇନଗତ ବ୍ୟବସ୍ଥା

ଓଡ଼ିଶା ସରକାର କୋଭିଡ-୧୯ ଜନିତ ରୋଗର ମୁକାବିଲା କରିବା ନିମିତ୍ତ "ମହାମାରୀ ରୋଗ ନୀୟମ"ର ପ୍ରାବଧାନ ଅନୁଯାୟୀ "ଓଡ଼ିଶା ମହାମାରୀ ରୋଗ ନୀୟମ, ୨୦୨୦" ବା "ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦" ନାମରେ ଏକ ଆଇନ ପ୍ରଣୟନ କରିଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ୨୦୨୦ ମାର୍ଚ୍ଚ ୧୩ ତାରିଖ ଦିନ ଜାରି କରାଯାଇଥିଲା । ଏହି ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ କୋଭିଡ-୧୯ର ସନ୍ଦେହଜନକ ସଂକ୍ରମଣଗୁଡ଼ିକର ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ୍ । ଅଧିକନ୍ତୁ, ଏହିପରି ସଂକ୍ରମଣଗୁଡ଼ିକର ପରୀକ୍ଷା ସମୟରେ ସମସ୍ତ ଡାକ୍ତରଖାନା କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ-୧୯ ସଂକ୍ରମିତ କୌଣସି ଦେଶ କିମ୍ବା ଅଞ୍ଚଳକୁ ଯାତ୍ରାର ଇତିହାସ ମଧ୍ୟ ରେକର୍ଡ କରିବ ।

ଏହା ସହିତ କୋଭିଡ-୧୯ର ସନ୍ଦେହଜନକ କିମ୍ବା ନିଶ୍ଚିତ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ ଇତିହାସ ମଧ୍ୟ ରେକର୍ଡ ହେବା ଆବଶ୍ୟକ । ଯଦି ସେହି ବ୍ୟକ୍ତିଙ୍କର ଗତ ୧୪ ଦିନ ମଧ୍ୟରେ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରିବାର କୌଣସି ଇତିହାସ ଥାଏ ଏବଂ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥାଏ, ତେବେ ମଧ୍ୟ ସେ ସେହିଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ଘରେ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି ଅଲଗା ଭାବେ ରହିବେ । ସେ ନିଶ୍ଚିତ ଭାବରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟଦ୍ୱାରା ଜାରି ହୋଇଥିବା "ହୋମ କ୍ୱାରାଣ୍ଟାଇନ ଗାଇଡ଼ଲାଇନ" ପାଳନ କରିବେ ।

ଯେଉଁ ବ୍ୟକ୍ତିମାନେ "ହୋମ କ୍ୱାରାଣ୍ଟାଇନ ଗାଇଡ଼ଲାଇନ" ପାଳନ କରୁନାହାଁନ୍ତି, ସେମାନେ ସରକାରଙ୍କଦ୍ୱାରା ସ୍ଥାପିତ କ୍ୱାରାଣ୍ଟାଇନ ସୁବିଧାଗୁଡ଼ିକ ମାଧ୍ୟମରେ ପ୍ରତିଷେଧକମୂଳକ ସତର୍କତା ପାଳନ କରିବେ ।

କୋଭିଡ-୧୯ ପ୍ରଭାବିତ ଦେଶକୁ ଯାଇଥିବା ବ୍ୟକ୍ତିବିଶେଷଙ୍କଠାରେ କୋଭିଡ-୧୯ର ସଂଜ୍ଞା ଅନୁଯାୟୀ କୌଣସି ଲକ୍ଷଣ ଜଣାପଡ଼ିଲେ ସେହି ବ୍ୟକ୍ତିଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଡାକ୍ତରଖାନାରେ ପୃଥକ କରିବାକୁ ପଡ଼ିବ ଏବଂ ତାଙ୍କୁ କୋଭିଡ-୧୯ ପରୀକ୍ଷା କରାଯିବ ।

ଏହି ନିୟମ ଅନୁଯାୟୀ "ରାଜ୍ୟ ଇଣ୍ଟିଗ୍ରେଟେଡ୍ ଡିଜିଜ ସର୍ଭିଲାନ୍ସ ୟୁନିଟ୍" (ଆଇଡିଏସପି) ତଥା ଜିଲ୍ଲା/ସ୍ଥାନୀୟ ମ୍ୟୁନିସିପାଲିଟି କମିଶନରଙ୍କ ତଥା ଜିଲ୍ଲାପାଳମାନଙ୍କୁ ତୁରନ୍ତ ଏହି ସବୁ ମାମଲାର ସୂଚନା ଦିଆଯିବା ଆବଶ୍ୟକ ।

ଏହି ନିୟମ ଅନୁସାରେ କୋଭିଡ-୧୯ ରୋଗ ଚିହ୍ନଟ ପରୀକ୍ଷା କରିବା ପାଇଁ ବେସରକାରୀ ଲାବୋରେଟୋରୀକୁ ବାରଣ କରାଯାଇଛି । ଅତଏବ କୋଭିଡ-୧୯ ପରୀକ୍ଷା ପାଇଁ ଇଚ୍ଛୁକ କୌଣସି ଘରୋଇ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାଙ୍କୁ ନିଶ୍ଚିତ ଭାବରେ ସେମାନଙ୍କ ପରୀକ୍ଷା ନମୁନା ରାଜ୍ୟ ଆଇଡିଏସପି ୟୁନିଟ୍ ମାଧ୍ୟମରେ ପଠାଇବାକୁ ପଡ଼ିବ । ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ଦ୍ୱାରା ଜାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ଆଇଡିଏସପି ୟୁନିଟ୍ କଡ଼ାକଡ଼ି ଭାବେ ଏହି ପରୀକ୍ଷା ବ୍ୟବସ୍ଥା କରିବ ବୋଲି ନିୟମାବଳୀ ସ୍ପଷ୍ଟ କରିଛି ।

ବିଗତ ୧୪ ଦିନ ମଧ୍ୟରେ କୋଭିଡ-୧୯ ସଂକ୍ରମିତ କୌଣସି ଅଞ୍ଚଳ କିମ୍ବା ଏକ ଦେଶରୁ କୌଣସି ବ୍ୟକ୍ତି ଅନ୍ୟ ଏକ ଅଞ୍ଚଳ କିମ୍ବା ଦେଶକୁ ଯାତ୍ରା କରିବାର ଇତିହାସ ଥିବା ସ୍ଥଳେ ସେହି ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରାଜ୍ୟ ନିୟନ୍ତ୍ରଣ କକ୍ଷ (ଫୋନ ନମ୍ବର ୦୬୭୪-୨୩୯୦୪୬୬) କିମ୍ବା ରାଜ୍ୟ ଆଇଡିଏସପି ପର୍ଯ୍ୟବେକ୍ଷଣ ଅଧିକାରୀ (ମୋବାଇଲ ନମ୍ବର ୯୪୩୯୯୯୪୮୫୭, ୯୪୩୯୯୯୪୮୫୯) କିମ୍ବା ଟୋଲ୍ ଫ୍ରି ନମ୍ବର ୧୦୪କୁ ଜଣାଇବା ଆବଶ୍ୟକ । ଫଳରେ "ଡିରେକ୍ଟୋରେଟ ମେଡ଼ିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ, ଓଡ଼ିଶା" (ଡିଏମିଟି), "ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ" (ଡିରେକ୍ଟୋରେଟ ଅଫ ପବ୍ଲିକ ହେଲ୍‌ଥ- ଡିପିଏଚ), "ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସେସ" (ଡିଏଚଏସ), ଏବଂ ଜିଲ୍ଲାପାଳ/ମ୍ୟୁନିସିପାଲିଟି କମିଶନର ବିହିତ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ସଂସ୍ଥା ଓ ଅଧିକାରୀମାନଙ୍କୁ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ କ୍ଷମତା ଦିଆଯାଇଛି ।

ଏହି ଅଧିନିୟମ ଅନୁଯାୟୀ କ୍ଷମତାପ୍ରାପ୍ତ ଅଧିକାରୀମାନେ ବେଳେବେଳେ ଡବ୍ଲୁଏଚଓ କିମ୍ବା ଭାରତ ସରକାରଙ୍କଦ୍ୱାରା ପ୍ରକାଶିତ କରୋନା ସଂଜ୍ଞା ମାନଦଣ୍ଡ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କଠାରେ କୋଭିଡ-୧୯ ସଂକ୍ରମଣ ଭଳି ଲକ୍ଷଣ ବା ଏହି ରୋଗର ଲକ୍ଷଣ ଦେଖାଯାଏ ତାଙ୍କୁ ପୃଥକ କରିବାକୁ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ କ୍ଷମତାପ୍ରାପ୍ତ । ଏଥିସହ ଯିଏ ପୃଥକୀକରଣ ଏବଂ/କିମ୍ବା ଚିଡାକ୍ତରଖାନାରେ ଭର୍ତ୍ତି ବାବଦରେ ଏହି ପରାମର୍ଶକୁ ମାନିବାକୁ ମନାକରନ୍ତି କ୍ଷମତାପ୍ରାପ୍ତ ଅଧିକାରୀ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା, ୧୮୬୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।

ଯଦି ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ର ଯଥା ଗ୍ରାମ, ସହର, ୱାର୍ଡ, କଲୋନୀ, ବସ୍ତିରୁ କୋଭିଡ-୧୯ ବ୍ୟାପିବାର ରିପୋର୍ଟ ମିଳେ, ସଂପୃକ୍ତ ମ୍ୟୁନିସିପାଲ କର୍ପୋରେସନର କମିଶନର ବା ଜିଲ୍ଲାପାଳ ରୋଗର ସଂକ୍ରମଣକୁ ରୋକିବା ପାଇଁ ନିମ୍ନଲିଖିତ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ କ୍ଷମତାପ୍ରାପ୍ତ ହେବେ । ତେବେ ରୋଗର ବ୍ୟାପକତା ରୋକିବାକୁ ବିଭିନ୍ନ ପଦକ୍ଷେପ କେବଳ ନିମ୍ନ ପଦକ୍ଷେପରେ ସୀମିତ ରହିବ ନାହିଁ ।

  1. ସଂକ୍ରମିତ କ୍ଷେତ୍ରରୁ ଲୋକଙ୍କ ପ୍ରବେଶ ଏବଂ ପ୍ରସ୍ଥାନକୁ ବାରଣ ।
  2. ଆବଶ୍ୟକ ସ୍ଥଳେ ବିଦ୍ୟାଳୟ, କାର୍ଯ୍ୟାଳୟ, ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ଇତ୍ୟାଦି ବନ୍ଦ ଏବଂ ଜନସମାଗମ ଉପରେ ନିଷେଧାଦେଶ ଜାରି ।
  3. କୋଭିଡ-୧୯ ଘଟଣାଗୁଡ଼ିକର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିରୀକ୍ଷଣ ଆରମ୍ଭ ।
  4. ଡାକ୍ତରଖାନାରେ ସମସ୍ତ ସନ୍ଦିଗ୍ଧ ମାମଲା ଏବଂ ସେମାନଙ୍କ ସମ୍ପର୍କର ବିଚ୍ଛିନ୍ନତା ନିମନ୍ତେ ବିହିତ ବ୍ୟବସ୍ଥା ।
  5. ଯେ କୌଣସି ସରକାରୀ ଗୃହକୁ ଏକ ରୋଗ ପ୍ରତିଷେଧକ ସୁବିଧା ଭାବରେ ଡିଜାଇନ୍ କରିବା ।
  6. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗଦ୍ୱାରା ନିର୍ଦ୍ଦେଶିତ ଅନ୍ୟ ଯେ କୌଣସି ବିହିତ ପଦକ୍ଷେପ ।

ଏହି ଆଇନ ଅନୁସାରେ ସଂପୃକ୍ତ ସମସ୍ତ ସରକାରୀ ବିଭାଗ ଏବଂ ସଂଗଠନର କର୍ମଚାରୀମାନେ ପ୍ରତିଷେଧକମୂଳକ ବ୍ୟବସ୍ଥାର ଦାୟିତ୍ୱ ତୁଲାଇବା ପାଇଁ ଜିଲ୍ଲାପାଳ/ମ୍ୟୁନିସିପାଲ କମିଶନରଙ୍କ ପାଖରେ ରହିବେ । ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ/ମ୍ୟୁନିସିପାଲିଟି କମିଶନର ଅନ୍ୟ କୌଣସି ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆବେଦନ କରିପାରନ୍ତି । ଅତିରିକ୍ତ ଭାବେ ସେବାଗୁଡ଼ିକ ଆଉଟସୋର୍ସିଂ ହୋଇପାରେ ଏବଂ ସେବାକାରୀମାନେ ସ୍ୱଳ୍ପ ମିଆଦୀ ଚୁକ୍ତିନାମା ଅନୁଯାୟୀ ନିୟୋଜିତ ହୋଇପାରନ୍ତି । ଯେ କୌଣସି ବ୍ୟକ୍ତି/ଅନୁଷ୍ଠାନ/ସଂଗଠନ ଏହି ନିୟମାବଳୀର ଯେ କୌଣସି ଧାରାକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଲେ ତାହା ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୮୬, ୧୮୬୦ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ଧରାଯିବ । କ୍ଷମତାପ୍ରାପ୍ତ ଅଧିକାରୀମାନେ ଏହି ନିୟମାବଳୀର ନିୟମ ଉଲ୍ଲଂଘନ କରୁଥିବା କିମ୍ବା ଏହି ନିୟମାବଳୀ ଅନୁଯାୟୀ ସରକାରଙ୍କଦ୍ୱାରା ଜାରୀ କରାଯାଇଥିବା କୌଣସି ଆଦେଶକୁ ଉଲ୍ଲଂଘନ କରିଥିବା ବ୍ୟକ୍ତି/ଅନୁଷ୍ଠାନ/ସଂଗଠନକୁ ଦଣ୍ଡଦେଇପାରନ୍ତି । ଏହି ନିୟମାବଳୀ ଆଧାରରେ କୋୖଣସି ମନ୍ଦ ଉଦ୍ଦେଶ୍ୟ ନ ଥାଇ କେବଳ ଆଇନର ସୁବିନିଯୋଗ ନିମିତ୍ତ କରାଯାଇଥିବା ଯେ କୌଣସି କାର୍ଯ୍ୟ ବା ନିଆଯାଇଥିବା ଯେ କୌଣସି ପଦକ୍ଷେପ ପାଇଁ (ଅନ୍ୟରୂପେ ପ୍ରମାଣିତ ନ ହୋଇଥିଲେ‌) ସପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା କରାଯାଇ ପାରିବ ନାହିଁ । କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା କୋଭିଡ-୧୯ ରୋଗ ବିଷୟରେ କୌଣସି ପ୍ରକାର ଖବର, ତଥ୍ୟ, ମୁଦ୍ରଣ ବା ମିଡ଼ିଆ ଫାଇଲ ଏହାର ସତ୍ୟତା ନ ଜାଣି କିମ୍ବା ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ତଥା ବିନା ପୂର୍ବ ସମ୍ମତିରେ ପ୍ରଚାର, ପ୍ରସାର କିମ୍ବା ବଣ୍ଟନ କରିପାରିବେ ନାହିଁ । କୌଣସି ପ୍ରକାର ବିଭ୍ରାନ୍ତିକର ଓ ଅଜଣା ଖବର ତଥା ଗୁଜବର ଅପପ୍ରଚାର ରୋକିବା ଏହି ପ୍ରାବଧାନର ଲକ୍ଷ । କୌଣସି ବ୍ୟକ୍ତି/ଅନୁଷ୍ଠାନ/ସଂଗଠନ ଏପରି କାର୍ଯ୍ୟକଳାପରେ ଲିପ୍ତଥିବା ଜଣାପଡ଼ିଲେ ଏହି ନିୟମାବଳୀ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଭାବରେ ପରିଗଣିତ ହେବ । ଏହି ନିୟମାବଳୀ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ |

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜୟଦେବହନୁମାନଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଏଚଆଇଭି/ଏଡସହୃଷୀକେଶ ପଣ୍ଡାସତ୍ୟନାରାୟଣ ରାଜଗୁରୁଶ୍ରୀରାଧାପାଟୁଆ ଯାତ୍ରାଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଦ୍ୱିତୀୟ ବିଶ୍ୱଯୁଦ୍ଧପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୨୮ ଅପ୍ରେଲପୁରୀମହାଦେଶଭଗବତ ଗୀତାନିରଞ୍ଜନ ପଟ୍ଟନାୟକହେମନ୍ତ ଦାସଗୋପାଳକୃଷ୍ଣ ପଟ୍ଟନାୟକଦିବ୍ୟଶଙ୍କର ମିଶ୍ରକାଉଁରୀ କନ୍ୟାସହଦେବ (ମହାଭାରତ)ଓଡ଼ିଆ କବି ମାନଙ୍କର ତାଲିକା୩୦ ଅପ୍ରେଲ୨୯ ମାର୍ଚ୍ଚପ୍ରସନ୍ନ କୁମାର ପାଟ୍ଟଶାଣୀଅମୃତାୟନଅରିନ୍ଦମ ରାୟଭାରତୀୟ ସ୍ୱାଧୀନତା ଆନ୍ଦୋଳନନମିତା ଅଗ୍ରୱାଲଓଡ଼ିଆ ନାଟକଓଡ଼ିଶାର ଇତିହାସଲଘିଷ୍ଠ ସାଧାରଣ ଗୁଣିତକରଜସମ୍ବାଦ (ଖବରକାଗଜ)୨୭ ଅପ୍ରେଲଜଗନ୍ନାଥ ମନ୍ଦିରଚନ୍ଦନ ଯାତ୍ରାସିରହିନ୍ଦ-ଫତେହଗଡ଼ଜଗନ୍ନାଥକଲେରାବିଜୁ ପଟ୍ଟନାୟକସାରଦା ଦେବୀବାଜି ରାଉତସଫ୍ଟୱେରଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତ ରତ୍ନଏକା ତୁ ଏକା ମୁଁରୁକ୍ମଣୀବିଭୁତି ଭୁଷଣ ଦେଓହୀରାକୁଦ ବନ୍ଧସାଲେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜ୍ଞାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀନୃସିଂହନାଥ ଖୁଣ୍ଟିଆରମାଦେବୀ ଚୌଧୁରୀପ୍ରଫୁଲ୍ଲ ସାମଲସଚ୍ଚିଦାନନ୍ଦ ରାଉତରାୟମଙ୍ଗଳା ମନ୍ଦିରଶୀତଳ ଷଷ୍ଠୀ ଯାତ୍ରାମୀନକେତନଶେୟାର ବଜାରସ୍କନ୍ଦ ପୁରାଣପୂର୍ବ ଭାଦ୍ରପଦ (ନକ୍ଷତ୍ର)ନୀଲ ଆର୍ମଷ୍ଟ୍ରଙ୍ଗ🡆 More