ଓଡ଼ିଶାର କଳା

ଓଡ଼ିଶା କଳା, ନାଚ, ସଂଗୀତରେ ଭରା ଏକ ରାଜ୍ୟ । ଅତୀତରେ ଅନେକ ରାଜାଙ୍କ ଶାସନ କାଳାରେ ଏଠାକାର କଳା, ନାଚ ଆଦି ଖୁବ ସମୃଦ୍ଧ ହୋଇଛି । ପାରମ୍ପାରିକ ହାତକାମ, ନାଚ, କୁଟୀରଶିଳ୍ପରେ ଏହା ଅନେକ ଉର୍ଦ୍ଧ୍ୱରେ । ଅତୀତରେ ବିଭିନ୍ନ ଶାସକମାନଙ୍କଦ୍ୱାରା ଶାସିତ ଓଡ଼ିଶାରେ  କଳା, ସ୍ଥାପତ୍ୟ ,ସାହିତ୍ୟ ,ନୃତ୍ୟ ,ସଂଗୀତ ଓ କୁଟୀରଶିଳ୍ପର ଅନନ୍ୟ ମିଶ୍ରଣ ଘଟିଥିଲା । ଯାହା କେବଳ ଭାରତ ନୁହେଁ ବରଂ ବିଶ୍ୱଦରବାରରେ ମଧ୍ୟ ବିଖ୍ୟାତ ଏବଂ ଉଚ୍ଚ ପ୍ରଶଂସିତ । କୋଣାର୍କର ବିଶାଳ  ଭଗ୍ନାବଶେଷଠାରୁ  ପୂର୍ବତଟର ସୂକ୍ଷ୍ମାଦିସୂକ୍ଷ୍ମ ତାରକସି କାମ ଓଡ଼ିଆ ଶିଳ୍ପକଳାର ବିସ୍ତାର ଦର୍ଶାଇଥାଏ । ଓଡିଶୀର ଭାବ ଏବଂ ଭଙ୍ଗୀ ଏକକାରାରେ ଓଡ଼ିଆ ନୃତ୍ୟ କଳାର ମନୋମୁଗ୍ଧକର ଶୈଳୀ ଓ ପାରଦର୍ଶିତାର ପରିଚାୟକ ଅଟେ । ଦୁର୍ଦ୍ଧଷ କଳିଙ୍ଗରୁ ଉତ୍କର୍ଷ ଉତ୍କଳ ଏବଂ ଉଡ୍ରଦେଶ ଓଡ଼ିଶାରେ ପରିବର୍ତ୍ତନ ଅବାଶ୍ୟମ୍ଭାବୀ ଥିଲା, କିନ୍ତୁ ସବୁସମୟରେ ଓଡ଼ିଶାର କଳାପ୍ରତି ଶ୍ରଦ୍ଧା ଓ ଯୋଗଦାନ ଏହାକୁ ବିଶ୍ୱମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଆସିଛି । କଳା କ୍ଷେତ୍ରରେ ଅସମ୍ଭବ ସୃଷ୍ଟି କେତେବେଳେ କଳାପାହାଡ଼ର ଲୋଲୁପ ଦୃଷ୍ଟି ଆକର୍ଷଣ କରିଛି ତ, କେତେବେଳେ  ଗୀତଗୋବିନ୍ଦ ପରି ସାହିତ୍ୟର ଅସହ୍ୟ ଅଳଙ୍କାରିକ ସୌନ୍ଦର୍ୟ  ବଙ୍ଗୀୟ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନାଟ ଓ ସଂଗୀତ

ଓଡ଼ିଶୀ

ଓଡ଼ିଶାର କଳା 
ଜଣେ ନର୍ତ୍ତକୀ ରାଧା ବେଶରେ ସଜାଇହୋଇ ହରିଙ୍କ ଆଗରେ ନାଚୁଛନ୍ତି ।


ଅନ୍ୟାନ୍ୟ

ରାବଣ ଛାୟା-

ରାବଣଛାୟା ଓଡ଼ିଶାର ଏକ ଅନ୍ୟତମ ଲୋକକଳା ଏହା ଓଡ଼ିଶାର ନିଜସ୍ୱ ସୃଷ୍ଟି ହୋଇଥିଲେ ମଧ୍ୟ କିଛି ଜାଗାରେ ପରିବେଷିତ ହୋିଇଥାଏ ସେଥିମଧ୍ୟରୁ ଓଡ଼ିଶାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ପାଳଲହଡା ଉପଖଣ୍ଡର ଓଡଶଠାରେ ସ୍ୱର୍ଗତଃ କାଠିନନ୍ଦ ଦାସ ଏହାର ପ୍ରଧାନ ଗୁରୁ ଥିଲେ । ଗୋଟିଏ କାଳରେ ସେ ରାବଣଛାୟାର ଏକମାତ୍ର ଗୁରୁ ଥିଲେ । ଗବେଷକ ଜୀବନ ପାଣିଙ୍କ ଉଦ୍ୟମରେ ରାବଣଛାୟା ବିଷୟରେ ଅନେକ ପଦକ୍ଷେପ ନିଆଯାଇଥିଲା ଓ ଏହାର ଭବିଷ୍ୟତ ସୁରକ୍ଷିତ କରାଗଲା । ସ୍ୱର୍ଗତଃ କୋହ୍ଲ ଚରଣ ସାହୁଙ୍କଦ୍ୱାରା ପରିଚାଳିତ ରାବଣଛାୟା ଆଜି ସାରା ପୃଥିବୀରେ ପରିଚିତ । ଦେଶ ବିଦେଶରେ ଏହା ଅନେକ ପ୍ରଶଂସାର ପାତ୍ର ହୋଇସାରିଛି । ରାମାୟଣର ଚରିତ୍ରଗୁଡିକ ତାଳପତ୍ରରେ କଣ୍ଢେଇ ଆକୃତିର ତିଆରି କରି ଗୋଟିଏ ପରଦା ପଛରେ ତୈଳଦୀପର ଆଲୁଅ ଆଗରେ ରଖିବା ଯୋଗୁଁ ପରଦାରେ ପଡୁଥିବା ଛାଇକୁ ନେଇ ପରିବେଷିତ ହୁଏ ରାବଣଛାୟା । ରାମ,ଲକ୍ଷ୍ଣଣ,ସୀତା, ହନୁମାନ, ରାବଣ, ବିଭୀଷଣ ଆଦି ଚରିତ୍ର ଏଥିରେ ବେଶ ପରିଚିତ । ଏହା ମଧ୍ୟ ପ୍ରାଚୀନ ଓଡ଼ିଶାର ଏକ ଲୋକକଳା ।

ଓଡ଼ିଶାର କଳା 
ପଥର ଖୋଦା କାମ

ହାତକାମ

ଓଡ଼ିଶାର ମୁଖ୍ୟ ହାତକାମ ସବୁ ହେଲା ଚାନ୍ଦୁଆ କାମ, କଂସା ଓ ପିତ୍ତଳ କାମ, ପଥର ଖୋଦେଇ, କାଠ କାମ, ସୁନା ରୁପାର ତାରକସି କାମ, ଇତ୍ୟାଦି । ଏହା ଛଡ଼ା ଲାଖ, ସବାଇ ଘାସ ମଧ୍ୟ ବିଶ୍ୱପ୍ରସିଦ୍ଧ ।

ଓଡ଼ିଶାର କଳା 
ମା ମଙ୍ଗଳା
ଓଡ଼ିଶାର କଳା 
ମୁକ୍ତେଶ୍ୱର ମନ୍ଦିରର କାନ୍ଥରେ ଥିବା ମୁର୍ତ୍ତୀ

ଗଠନ କଳା

ବାଲୁକା କଳା

ଓଡ଼ିଶାର ପୁରୀଠାରେ ଏହାର ବିକାଶ ଘଟିଛି । ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱବ୍ୟାପୀ ଏହି ଓଡ଼ିଆ କଳାକୁ ଲୋକପ୍ରିୟ କରାଇଛନ୍ତି ।

ସଂଗୀତ

ଦ୍ରଷ୍ଟବ୍ୟ

Tags:

ଓଡ଼ିଶାର କଳା ନାଟ ଓ ସଂଗୀତଓଡ଼ିଶାର କଳା ହାତକାମଓଡ଼ିଶାର କଳା ଦ୍ରଷ୍ଟବ୍ୟଓଡ଼ିଶାର କଳାଓଡ଼ିଶୀକଳାପାହାଡ଼କୋଣାର୍କଗୀତ ଗୋବିନ୍ଦତାରକସି କାମ

🔥 Trending searches on Wiki ଓଡ଼ିଆ:

ସୁରେଶ କୁମାର ରାଉତରାୟଯୌନ ସମ୍ଭୋଗମୁଣ୍ଡପିଛା ଆୟଓଉକିଶୋରୀ ଚରଣ ଦାସଓଡ଼ିଶାର ଦୋଳଯାତ୍ରାଭରତ (ରାମାୟଣ)ପଶ୍ଚିମ ଓଡ଼ିଶାସଚ୍ଚିଦାନନ୍ଦ ରାଉତରାୟଚାଖି ଖୁଣ୍ଟିଆଭାରତ୮ ଅପ୍ରେଲ୨ ଅପ୍ରେଲତିଗିରିଆ ଗଡ଼ଜାତ ରାଜ୍ୟପଠାଣି ସାମନ୍ତ୧୯୬୧ର ଓଡ଼ିଆ କଥାଚିତ୍ରଅମର ପ୍ରସାଦ ଶତପଥୀବକ୍ସି ଜଗବନ୍ଧୁସତ୍ୟେନ୍ଦ୍ର ନାଥ ବୋଷସୁବର୍ଣ୍ଣପୁର ଜିଲ୍ଲାମିନାକ୍ଷୀ ମହନ୍ତଚନ୍ଦ୍ରଯାନ-୩୧୪ ମାର୍ଚ୍ଚଭାରତର ଜାତୀୟ ପତାକାମୟୂରଭଞ୍ଜ ରାଜ୍ୟକୋଚିଲାନାରାୟଣ ସାହୁ (୧୯୨୮ ଜନ୍ମ)ଲୋପାମୁଦ୍ରା ମିତ୍ରସ୍ଥାନେଶ୍ୱର ମହାଦେବ ମନ୍ଦିରବସନ୍ତ କୁମାରୀ ପଟ୍ଟନାୟକମାୟାଧର ମାନସିଂହମଦନମୋହନବୃନ୍ଦାବନରମାଦେବୀ ଚୌଧୁରୀଜଗନ୍ନାଥଙ୍କ ଷୋଳକଳାଅସହଯୋଗ ଆନ୍ଦୋଳନମହିମା ଧର୍ମ୧୮ ଫେବୃଆରୀହିନ୍ଦୁ ସମୟ ଗଣନାପ୍ରଶାନ୍ତ ନନ୍ଦହେମୋଫିଲିଆଉଇକିପାଠାଗାରଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଅପ୍ରେଲଧାତୁ୧୯୪୯ବୀଣାପାଣି ମହାନ୍ତିବରଗଛସୀତାକାନ୍ତ ମହାପାତ୍ରମଙ୍ଗଳା ମନ୍ଦିରଥାଇଲାଣ୍ଡସରୋଜିନୀ ନାଇଡୁଅଗ୍ନିଗୋଦାବରୀଶ ମହାପାତ୍ରଗାୟତ୍ରୀବାଳା ପଣ୍ଡା୩ ମାର୍ଚ୍ଚଚିତ୍ତରଞ୍ଜନ ଦାସହନୁମାନ ଚାଳିଶାନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୭ ଅପ୍ରେଲ୧୭ ଫେବୃଆରୀଜୈନ ଧର୍ମଗୋପବନ୍ଧୁ ଦାସବିଭୂତି ପଟ୍ଟନାୟକମିନତି ମିଶ୍ରଏକାଦଶୀହିଙ୍ଗୁଳା ମନ୍ଦିରଜଗନ୍ନାଥ ଦାସକାଟୁଲୁ ରବି କୁମାରଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡକାମଧେନୁ🡆 More