ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ.

ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ. ବଂଶୀଧର ମହାନ୍ତି, ନୀଳମଣି ମିଶ୍ର, ବୃନ୍ଦାବନ ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ପଟ୍ଟନାୟକପଠାଣି ପଟ୍ଟନାୟକ ଆଦି ଲେଖକଙ୍କ ଭୂମିକା ଖୁବ ଗୁରୁତ୍ତ୍ୱପୂର୍ଣ୍ଣ । ଏହା ଛଡ଼ା ସାହିତ୍ୟର ବିଭିନ୍ନ ବିଭାବଗୁଡ଼ିକ ସମ୍ଭନ୍ଧରେ ମଧ୍ୟ ଅନେକ ବହି ରଚିତ ହୋଇଛି । ଏ ସଂକ୍ରାନ୍ତରେ ଗିରିଜା ଶଙ୍କର ରାୟଙ୍କର ଓଡ଼ିଆ ନାଟ୍ୟକଳା ଆଦି ପ୍ରଧାନ । ସେହି ପରି ବାକି ବିଭାବ ଯଥା ଲିପି ସାହିତ୍ୟ, କଥା ସାହିତ୍ୟ ଆଦି ବାବଦରେ ମଧ୍ୟ ଆଲୋଚନା କରାଯାଇଅଛି ।

ଓଡ଼ିଆ ସାହିତ୍ୟର ସମୟ କାଳ ଓ ନାନାଦି ବିଭାବକୁ ନେଇ ଏହାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।[୧]

ପ୍ରାକ ସାରଳା ଓ ପୁରାଣ ସାହିତ୍ୟ

ଚର୍ଯା ସାହିତ୍ୟ

ନାଥ ସାହିତ୍ୟ

ନାଥ ସାହିତ୍ୟ ଓଡ଼ିଶାରେ ପ୍ରତିଷ୍ଠା ଲାଭ କରିଥିବା ଏକ ପ୍ରାଚୀନ ସାହିତ୍ୟ । ଚର୍ଯ୍ୟା ସାହିତ୍ୟ ପରେ ଓ ସାରଳା ଦାସଙ୍କ ରଚନା ପୂର୍ବରୁ ଓଡ଼ିଆ ସାହିତ୍ୟରେ ନାଥ ସାହିତ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା । ବୌଦ୍ଧ ଧର୍ମର ବିକାଶ ପରେ ଓଡ଼ିଆ ସାହିତ୍ୟରେ ନାଥ ଧର୍ମର ବିକାଶ ଆଧୁନିକ ପୂର୍ବ ଭାରତର ଭୌଗୋଳିକ ପରିସରରେ ବଢ଼ିଥିଲା । ତତ୍କାଳୀନ ଓଡ଼ିଶାରେ ନାଥମାନଙ୍କ କ୍ଷୁଦ୍ର ହେଲେ ହେଁ ସେମାନେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଯଥେଷ୍ଟ ସମ୍ମାନିତ ହେଉଥିଲେ । ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ନାଥ ଧର୍ମର ଆବିର୍ଭାବ ଘଟିଥିଲା । ଏହି ଧର୍ମର ଆଦି ଗୁରୁ ହେଲେ ଗୋରେଖନାଥ । ଶିଶୁବେଦ, ଅମରକୋଷ ଗୀତା, ଗୋରେଖ ସଂହିତା, ସପ୍ତାଙ୍ଗଯୋଗ ଧାରଣ, ମତ୍ସ୍ୟେନ୍ଦ୍ର ଗୀତା, ଅଷ୍ଟାଙ୍ଗଯୋଗଧାରଣ ପ୍ରଭୃତି ଗ୍ରନ୍ଥ ଓଡ଼ିଆ ନାଥ ସାହିତ୍ୟର କେତେକ ବିଶିଷ୍ଟ ରଚନା । କେନ୍ଦରା ସହାୟତାରେ ନାଥ ଯୋଗୀମାନେ ଏହି ଧର୍ମର ବିଭିନ୍ନ ନୀତି ଓ ଆଧ୍ୟାତ୍ମିକ ଗାଥା ତଥା ଗୁରୁ ଭଜନମାନ ଗାନ କରୁଥିଲେ । ନାଥ ଯୋଗୀମାନେ ହାତରେ କେନ୍ଦରା ଧରିବା, କାନ୍ଧରେ ଝୁଲି, ଲାଉଥାଳ, ବେକରେ ରୁଦ୍ରାକ୍ଷମାଳ ଓ କପାଳରେ ଚିତା ମାରି ଗୋବିନ୍ଦ ଚନ୍ଦ୍ରଙ୍କ ଉପାଖ୍ୟାନ ଭଜୁକିନା ରାମ ନାମରେ ରାଜନ ସଙ୍ଗୀତକୁ କରୁଣ ସ୍ୱରରେ ଗାନ କରିଥାନ୍ତି । ଚର୍ଯ୍ୟା ସାହିତ୍ୟରେ ସିଦ୍ଧ ସାଧକମାନେ ନାରୀମାନଙ୍କୁ ଚାଣ୍ଡାଳୀ, ଡୋମ୍ବୀ, ନୌରାତ୍ମା ସହଜ ସୁନ୍ଦରୀ ଆଦି ନାମରେ ବିବେଚନା କରିଥିଲେ । କିନ୍ତୁ ନାଥ ଧର୍ମରେ ନାରୀମାନଙ୍କର ସ୍ଥାନ ନଥିଲା । ନାଥ ଯୋଗୀମାନେ ନିଜକୁ ନାରୀଠାରୁ ଯଥେଷ୍ଟ ଦୂରରେ ରଖିବା କଥା ନିଜ ରଚନା ଉଲ୍ଲେଖ କରି ନିଜକୁ ନିରୀଶ୍ୱରବାଦୀ ବୋଲି କହୁଥିଲେ । ନାଥ ଯୋଗୀମାନେ ସିଦ୍ଧାଚାର୍ଯ୍ୟମାନଙ୍କର ମହାସୁଖକୁ ବିରୋଧ କରୁଥିଲେ । ଏମାନେ ତାଙ୍କ କାନରେ ଖୁବ ବଡ଼ ବଡ଼ ଛିଦ୍ର କରି କୁଣ୍ଡଳ ପିନ୍ଧୁଥିବାରୁ ଏମାନଙ୍କୁ "କାନଫଟା ଯୋଗୀ" ମଧ୍ୟ କୁହାଯାଏ । ନାଥମାନେ ଯୋଗ ସାଧନାରେ "ହଠ"କୁ ମହତ୍ୱ ଦେଉଥିଲେ ତେଣୁ ଏମାନଙ୍କୁ "ହଠଯୋଗୀ" ବୋଲି ମଧ୍ୟ କୁହାଯାଏ । ସିଦ୍ଧାଚାର୍ଯ୍ୟମାନଙ୍କ ସଂଖ୍ୟା ୮୪ ଥିବା ବେଳେ ନାଥ ଯୋଗୀମାନଙ୍କର ସଂଖ୍ୟା ୯ ବୋଲି ଅନୁମାନ କରାଯାଏ । ସେମାନେ ହେଲେ ଆଦିନାଥ, ମତ୍ସ୍ୟେନ୍ଦ୍ରନାଥ, ଗୋରେଖନାଥ, ଗାହିଣୀନାଥ, ଚରପଠନାଥ, ଚୌରଙ୍ଗନାଥ, ଜ୍ୱାଲେନ୍ଦ୍ରନାଥ, ଭଦ୍ରନାଥ ଓ ଗୋପିଚନ୍ଦ୍ରନାଥ ।[ଆଧାର ଲୋଡ଼ା]

ପୁରାତନ ବୌଦ୍ଧ ଗାନ ଓ ଦୋହା

ସନ୍ଥ (ଭକ୍ତି) ସାହିତ୍ୟ

ରୀତି ସାହିତ୍ୟ

ଉପେନ୍ଦ୍ର ଯୁଗ ପର୍ଯ୍ୟନ୍ତ

ଉପେନ୍ଦ୍ର ଓ ପରବର୍ତ୍ତୀ ସ୍ରଷ୍ଟାଗଣ

ପୁରାତନ ଗୀତି ଓ ଚଉପଦୀ ସାହିତ୍ୟ

ପୁରାତନ ଗଦ୍ୟ ସାହିତ୍ୟ

ପୁରାତନ ଓଡ଼ିଆ କଥା ସାହିତ୍ୟ

ପୁରାତନ ଓଡ଼ିଆ ଲୋକ ସାହିତ୍ୟ ସାଧାରଣ ଲୋକଙ୍କର ଜୀବନଯାପନ ଓ ପରିବେଶକୁ ନେଇ ଗଢ଼ିଉଠିଥିଲା । ଏଥିରେ ଆଧୁନିକ ଜୀବନର ସୁଖ ଦୁଃଖର ଗାଥା ସାଙ୍ଗକୁ ନିତିଦିନିଆ ଜୀବନରେ ଉପୁଜୁଥିବା ଅସୁବିଧା ଓ ତାହାର ସମାଧାନର ଅବତାରଣା ରହିଥାଏ । ପୁରାତନ ସାହିତ୍ୟରେ କିନ୍ତୁ ମାନବବାଦର ଦାବି ଖଣ୍ଡିତ ଏଥିରେ ଆହେତୁକ କଳ୍ପନା ଓ ଦେବ ନିର୍ଦ୍ଦେଶ ଭାଗ୍ୟ ଆଦିର ଅବତରଣ ଦେଖିବାକୁ ମିଳିଥାଏ ଯାହା ଆଧୁନିକ କଥା ସାହିତ୍ୟରେ ଖୁବ କମ ।

ଅଳଙ୍କାରିକ କାବ୍ୟ ଓ କଥା ସାହିତ୍ୟ

ଆଧୁନିକ କାବ୍ୟ କବିତା

ଆଧୁନିକ ନାଟକ

ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ.

ଆଧୁନିକ କଥା ସାହିତ୍ୟ

୧୯ଶ ଶତକର ଓଡ଼ିଆ କଥା ସାହିତ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଏହି କାଳରେ ଇଟାଲିୟ ଯୁବା ଧରଣର ଲେଖା ଓ ରାଧାନାଥ ରାୟ, ରାମଶଙ୍କର ରାୟ, ଉମେଶଚନ୍ଦ୍ର ସରକାର, ଫକିର ମୋହନ ଓ ଗୋପାଳବଲ୍ଲଭ ଆଦିଙ୍କ ଲେଖା ଉଲ୍ଲେଖଯୋଗ୍ୟ । ୧୯ଶ ଶତକ ବେଳରେ ଓଡ଼ିଶାର ରାଜନୀତିରେ ଅନେକ ବଦଳ ଦେଖିବାକୁ ମିଳିଥିଲା .୧୮୦୩ରେ ଇଂରେଜ ବଣିକମାନେ ଓଡ଼ିଶା ଅଧିକାର କଲାପରେ ଓଡ଼ିଶାର ୨୬ଟି ଗଡ଼ଜାତ ବହୁକାଳ ଧରି ଇଂରେଜ ମାନଙ୍କୁ ପ୍ରତିହତ କରିଥିଲେ । ଏହି ରାଜନୈତିକ ପ୍ରବାହ ସାହିତ୍ୟକୁ ବହୁଭାବରେ ପ୍ରଭାବିତ କରିଥିଲା ।

ଗଳ୍ପ

ଉପନ୍ୟାସ

୨୦ଶ ଶତକର ଓଡ଼ିଆ ଉପନ୍ୟାସ

୧ମ ପର୍ବ
  • ସାମାଜିକ ଓ ସାଂସ୍କୃତିକ ଭୂମି-ଫକିର ମୋହନ-ନନ୍ଦକିଶୋର-ଚିନ୍ତାମଣି:
  • କେତୋଟି ଏକକ ଉପନ୍ୟାସ, କୁନ୍ତଳା କୁମାରୀ ଓ ଅନ୍ୟାନ୍ୟ ନାରୀ ଲେଖିକା:
୨ୟ ପର୍ବ
  • ୩୦ ଦଶକର ଓଡ଼ିଆ ସାହିତ୍ୟ ଓ ସମାଜ:
  • ପ୍ରମୁଖ ଔପନ୍ୟାସିକ:
ଆଧୁନିକ ପର୍ବ (ସ୍ୱାଧୀନତା ପରର)

ସେହି କାଳରେ ସୀତାଦେବୀ ଖାଡ଼ଙ୍ଗା ଓ ଅନ୍ୟାନ୍ୟ ଗୋଏନ୍ଦା ଉପନ୍ୟାସ, ଅନେକ ଏକକ ଉପନ୍ୟାସ ଯଥା ଚିତ୍ର ଗ୍ରୀବ, ଅମବାସ୍ୟାର ଚନ୍ଦ୍ର, ମଶାଣି ତୁଳସୀ ଆଦି ରଚିତ ହୋଇଥିଲା । ସମକାଳୀନ ଔପନ୍ୟାସିକମାନେ ଥିଲେ କୃଷ୍ଣପ୍ରସାଦ, ଶାନ୍ତନୁ ଆଚାର୍ଯ୍ୟ ଆଦି ।

ଅନୁବାଦ ଉପନ୍ୟାସ

ଆଧୁନିକ ଗଦ୍ୟ ସାହିତ୍ୟ

ପ୍ରବନ୍ଧ ସମାଲୋଚନା ଓ ରମ୍ୟ ରଚନା

ପ୍ରବନ୍ଧ, ସମାଲୋଚନା ଓ ରମ୍ୟ ରଚନା ଦିଗରେ ମଧ୍ୟ କିଛି ଆଲୋଚନା ମୂଳକ ନିବନ୍ଧ ରଚିତ ହୋଇଛି । ତେବେ ସାଧାରଣ ଗଦ୍ୟ ଓ ପଦ୍ୟ ସାହିତ୍ୟ ପରି ବିଜ୍ଞାନ କାହାଣୀ, ଆତ୍ମଚରିତ, ଭ୍ରମଣ କାହାଣୀ ଆଦିରେ ମଧ୍ୟ ଧୀରେ ଧୀରେ ଅନେକ ଇତିହାସମୂଳକ ସାହିତ୍ୟ ଲେଖାଯାଇଅଛି । ଏଠି ସହିତ ସାହିତ୍ୟର ସମୟ ଅନୁସାରେ ନାନା ପରୀକ୍ଷା ନିରୀକ୍ଷା ମଧ୍ୟ ଚାଲିଛି । ସାମାଜିକ ପୃଷ୍ଠଭୂମିରେ ଏସବୁ ସାହିତ୍ୟ ପାଇଁ ବହୁ ଭାବରେ ଦରକାରୀ ।

ବୈଜ୍ଞାନିକ ସାହିତ୍ୟ, ଆତ୍ମଚରିତ ଓ ଭ୍ରମଣ କାହାଣୀ

ଓଡ଼ିଆ ଲିପି ଓ ଭାଷାର ବିକାଶଧାରା

ଟୀକା

  1. ଦାସ, ରାଇଚରଣ. [ଅଗ୍ରଲେଖ, ଆଧୁନିକ ଓଡ଼ିଆ କଥା ସାହିତ୍ୟ]. ଓଡ଼ିଶା ସାହିତ୍ୟ ଏକାଡେମି. (୧୯୮୨). ପୃ.

ଆଧାର

This article uses material from the Wikipedia ଓଡ଼ିଆ article ଓଡ଼ିଆ ସାହିତ୍ୟର ଇତିହାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାବିଶ୍ୱ ପରିବେଶ ଦିବସଆୟୋଟ୍ରକ୍ସିକ ଏସିଡଅଲିମ୍ପିକ କ୍ରୀଡ଼ାରଥଯାତ୍ରାଫକୀର ମୋହନ ସେନାପତିଓଡ଼ିଆ ଭାଷାଜଗନ୍ନାଥ ମନ୍ଦିରଓଡ଼ିଶାଓଡ଼ିଆ ସାହିତ୍ୟରାଧାନାଥ ରାୟଟାହିଆଅଣସରଦେବସ୍ନାନ ପୂର୍ଣ୍ଣିମାଗୋପବନ୍ଧୁ ଦାସଜଗନ୍ନାଥଗଙ୍ଗାଧର ମେହେରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଲାରନାଥ ମନ୍ଦିରଯୌନ ସମ୍ଭୋଗପ୍ରତିଭା ରାୟମନୋଜ ଦାସତୁଳସୀ ଲାହିରିପହଣ୍ଡି ବିଜେବାହାର ବାନୁ ବେଗମକିଟୋଜେନିକ ଖାଦ୍ୟଭାରତମଧୁସୂଦନ ରାଓକାଳୀଚରଣ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟ୨୦୨୩ ଓଡ଼ିଶା ରେଳ ଧକ୍କାମହାତ୍ମା ଗାନ୍ଧୀଲକ୍ଷ୍ମୀକାନ୍ତ ମହାପାତ୍ରପରି ମଣିସାରଳା ଦାସଗୋଦାବରୀଶ ମିଶ୍ର୧୪୫୫ବାଲେଶ୍ୱରକଟକଦ୍ରୌପଦୀ ମୁର୍ମୁୟୁ ଟ୍ୟୁବବଳରାମ ଦାସଟାହିଆଲାଗି ବେଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୁରେନ୍ଦ୍ର ମହାନ୍ତିରମାକାନ୍ତ ରଥଅଚ୍ୟୁତାନନ୍ଦ ଦାସମଧୁସୂଦନ ଦାସରଜଶାନ୍ତନୁ କୁମାର ଆଚାର୍ଯ୍ୟଭାରତୀୟ ସମ୍ବିଧାନସ୍ୱର ବର୍ଣ୍ଣକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆଓଡ଼ିଶାର ଇତିହାସଭକ୍ତ ଚରଣ ଦାସଗୁଫି ପେଣ୍ଟାଲକନକ ମଞ୍ଜରୀ ମହାପାତ୍ରଗୋପୀନାଥ ମହାନ୍ତିଅନନ୍ତ ପଟ୍ଟନାୟକ🡆 More