ଏପିଡୁରାଲ ହେମାଟୋମା (ଇଂରାଜୀ ଭାଷାରେ Epidural hematoma) ହୁଏ ଯେତେବେଳେ ଖପୁରୀ (skull) ଓ ଡୁରାମାଟର (tough outer membrane covering the brain) ମଧ୍ୟରେ ରକ୍ତସ୍ରାବ ହୁଏ । ଅଧିକାଂଶ ସମୟରେ ମୁଣ୍ଡ ଆଘାତ ପରେ ରୋଗୀ ଚେତନା ଶୂନ୍ୟ ହେବା ପରେ କିଛି ସମୟ ଚେତନା ଫେରେ ଓ ପୁନଶ୍ଚ ଚେତାନା ଶୂନ୍ୟ ହୋଇଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବାନ୍ତି ଓ ପାରାଲିସିସ (inability to move parts of the body) ହୋଇଯାଏ । ଅବସ୍ଥା ସାଂଘାତିକ ହେଲେ ଅପସ୍ମାର ବାତ (seizures) ହୁଏ ।
ଏପିଡୁରାଲ ହେମାଟୋମା (Epidural hematoma) | |
---|---|
Extradural hematoma, epidural hemorrhage, epidural haematoma, epidural bleeding | |
ବିଭାଗ | ନିଉରୋସର୍ଜରୀ (Neurosurgery), ଆଶୁ ଭେଷଜ (emergency medicine) |
ଲକ୍ଷଣ | ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ (confusion), ପାରାଲିସିସ (paralysis) |
ଆକ୍ରାନ୍ତ ସମୟ | ଦୃତ |
କାରଣ | ମୁଣ୍ଡ ଆଘାତ (Head injury), କୋଆଗୁଲୋପାଥି (bleeding disorder), ଭାସ୍କୁଲାର ମାଲଫର୍ମେସନ (blood vessel malformation) |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ (Medical imaging) ସିଟି ସ୍କାନ (CT scan) |
ସଠିକ ରୋଗ ନିର୍ଣ୍ଣୟ | ସବଡୁରାଲ ହେମାଟୋମା (Subdural hematoma), ସବଆରାକନଏଡ ହେମୋରେଜ (subarachnoid hemorrhage), (traumatic brain injury) |
ଚିକିତ୍ସା | ଅପରେଶନ - କ୍ରାନିଓଟୋମି (craniotomy, ବରହୋଲ (burr hole) |
ମୁଣ୍ଡ ଆଘାତ (head injury) ହୋଇ ଟେମ୍ପୋରାଲ ହାଡ଼ (temporal bone) ଭାଙ୍ଗିଯିବା ଯୋଗୁ ଓ ତା ସହିତ ମିଡିଲ ମେନିଞ୍ଜିଆଲ ଧମନୀରୁ ରକ୍ତସ୍ରାବ (middle meningeal artery) ହୋଇ ଏହି ଅବସ୍ଥା ଉପୁଜେ । ବେଳେ ବେଳେ ରକ୍ତସ୍ରାବ ବେମାରୀ (bleeding disorder) ବା ରକ୍ତନଳୀ ମାଲଫର୍ମେସନ (blood vessel malformation) ଯୋଗୁ ଏହା ହୁଏ । ସିଟି ସ୍କାନ (CT scan ବା ଏମଆରଆଇ MRI କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ଭଳି ରକ୍ତସ୍ରାବ ମେରୁଅସ୍ଥିରେ ହେଲେ ତାହାକୁ ଏପିଡୁରାଲ ହେମାଟୋମା (spinal epidural hematoma) କୁହାଯାଏ ।
ଏହା ନିମନ୍ତେ ଆଶୁ ଚିକିତ୍ସା ଆବଶ୍ୟକ ଓ ତୁରନ୍ତ କ୍ରାନିଓଟୋମି (craniotomy) ବା ବର ହୋଲ (burr hole) କରାଯାଏ । ଚିକିତ୍ସା ନ ପାଇଲେ ମୃତ୍ୟୁ ହୋଇଯାଏ । ମୁଣ୍ଡ ଆଘାତ (head injuries) ମଧ୍ୟରୁ ୧-୪% ଲୋକଙ୍କର ଏହି ରୋଗ ହୁଏ । ସାଧାରଣତଃ ଏହା ନବ ଯୁବକଙ୍କର ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଏହି ରୋଗ ଅଧିକ ହୁଏ ।
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
|
This article uses material from the Wikipedia ଓଡ଼ିଆ article ଏପିଡୁରାଲ ହେମାଟୋମା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.