ଉମେଶଚନ୍ଦ୍ର ସରକାର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଉମେଶଚନ୍ଦ୍ର ସରକାର(୧୮୫୭-୧୯୧୪) ଥିଲେ ପ୍ରଥମ ଓଡ଼ିଆ ଔପନ୍ୟାସିକ । ସେ ରଚନା କରିଥିବା 'ପଦ୍ମମାଳୀ' ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୮ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।

ଉମେଶଚନ୍ଦ୍ର ସରକାର
ଜନ୍ମ ଓ ଜନ୍ମସ୍ଥାନ୧୮୫୭
ମୃତ୍ୟୁ୧୯୧୪
ଭାଷାଓଡ଼ିଆ
ଜାତୀୟତାଉମେଶଚନ୍ଦ୍ର ସରକାର: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସର୍ଜନା, ଆଧାର ଭାରତୀୟ

ବ୍ୟକ୍ତିଗତ ଜୀବନ

ଉମେଶଚନ୍ଦ୍ରଙ୍କ ପରିବାର ଓଡ଼ିଶାରେ ରହିଆସିଥିବା ଏକ ବଙ୍ଗାଳୀ ପରିବାର ଥିଲେ । ଉମେଶଚନ୍ଦ୍ର ୧୮୫୭ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଇଶ୍ୱରଚନ୍ଦ୍ର ସରକାର । ସେ ଥିଲେ ଜଣେ ପୁଲିସ ଦରୋଗା । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ ।

୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ଉମେଶଚନ୍ଦ୍ର ପଦ୍ମମାଳୀର ମୁଖବନ୍ଧରେ ଓଡ଼ିଆ ଭାଷାରେ ନିଜର କମ ଦକ୍ଷତା ସ୍ୱୀକାର କରି ଲେଖିଥିଲେ ଯେ, ସେ ହୁଏତ ଏଥିପାଇଁ ହାସ୍ୟାସ୍ପଦ ହୋଇପାରନ୍ତି ।

ପଦ୍ମମାଳୀ ଉପନ୍ୟାସର ପୃଷ୍ଟଭୂମୀରେ ଥିଲା, ଦୁଇଟି ଗଡ଼ଜାତ ରାଜ୍ୟ ମୟୁରଭଞ୍ଜ ଓ ନୀଳଗିରି ମଧ୍ୟରେ ଥିବା ବିବାଦ । ଏହି ବିବାଦ ମଧ୍ୟରେ ପରିକ୍ଷୀତ ସିଂହ ଓ ପଦ୍ମମାଳୀଙ୍କ ମଧ୍ୟରେ ଥିବା ପ୍ରେମ ମଧ୍ୟ ଉପନ୍ୟାସର ବିଷୟବସ୍ତୁ । ଉପନ୍ୟାସଟିରେ ୧୮୩୫ମସିହା ଫେବୃଆରୀ ଓ ଜୁନ ମାସ ମଧ୍ୟରେ ଘଟିଥିବା ଉପରୋକ୍ତ ଘଟଣାକୁ ବିଷୟବସ୍ତୁ ଭାବରେ ନିଆଯାଇଛି ।

ରଚନାବଳୀ

  • ପଦ୍ମମାଳୀ - ୧୮୮୮
  • କେନ୍ଦୁଝର ବିଦ୍ରୋହ
  • ଓଡ଼ିଆ ଢଗଢମାଳି
  • ମହିମ୍ନସ୍ତବ
  • Easy way to learn English
  • Temple of Truth
  • Speaking the Truth

ଆଧାର

Tags:

ଉମେଶଚନ୍ଦ୍ର ସରକାର ବ୍ୟକ୍ତିଗତ ଜୀବନଉମେଶଚନ୍ଦ୍ର ସରକାର ସାହିତ୍ୟ ସର୍ଜନାଉମେଶଚନ୍ଦ୍ର ସରକାର ଆଧାରଉମେଶଚନ୍ଦ୍ର ସରକାର

🔥 Trending searches on Wiki ଓଡ଼ିଆ:

ଦିବ୍ୟସିଂହ ଦେବରାଜନୀତି ବିଜ୍ଞାନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୭ ଫେବୃଆରୀମଧୁସୂଦନ ଦାସସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନଲକ୍ଷ୍ମୀକାନ୍ତ ମହାପାତ୍ରରୁଦ୍ର ପାଣିଗ୍ରାହୀନରେନ୍ଦ୍ର ମୋଦୀଗୋଲୋକ ବିହାରୀ ଧଳସୀତାକାନ୍ତ ମହାପାତ୍ରଶଙ୍ଖତାଜମହଲରାଧାକାଜାଖସ୍ତାନଭାରତୀୟ ସ୍ୱାଧୀନତା ଆନ୍ଦୋଳନସଂସଦୀୟ ଗଣତନ୍ତ୍ରରିଲପିଭିରିନସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ଦିନବିବାହଗଉଡ଼ ବାଡ଼ି ଖେଳନିଓୱାଇଜ ଧୂମକେତୁଭୀମ ଭୋଇଗାୟତ୍ରୀ ସରାଫଯୁକ୍ତରାଜ୍ୟଟୋକିଓଗ୍ରେଗୋରି ପାଞ୍ଜିଲଣ୍ଠନଓଡ଼ିଶାର ଭୂଗୋଳଚଇତି ଘୋଡ଼ା ନାଚଏନଫୋର୍ଟୁମାବ ଭେଡୋଟିନଛ ମାଣ ଆଠ ଗୁଣ୍ଠଏକ୍ସକ୍ୟୁଜ ମିସୌର ଜଗତ୧୩ ଅକ୍ଟୋବରନନ୍ଦ କିଶୋର ବଳଜଗନ୍ନାଥ ମନ୍ଦିର୧୬୬୨ଉପେନ୍ଦ୍ର ଭଞ୍ଜ୮ ମାର୍ଚ୍ଚ୨୯ ମାର୍ଚ୍ଚଓଡ଼ିଶା ସରକାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରଘୁନାଥ ମୁର୍ମୁଭୂଖାକୃଷ୍ଣଓଡ଼ିଆ ସାହିତ୍ୟଟାଇଫଏଡ୧୯୬୦ଜର୍ମାନୀ୭ (ସଂଖ୍ୟା)ଗୁପଚୁପଯାଯାବର (୧୯୭୫ର କଥାଚିତ୍ର)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସୁରେନ୍ଦ୍ରନାଥ ଶତପଥୀଅବସରମନମୋହନ ସାମଲକାର୍ତ୍ତିକ ପୂର୍ଣ୍ଣିମାଓଡ଼ିଶାର ଇତିହାସ🡆 More