ଉପେନ୍ଦ୍ର ତ୍ରିପାଠୀ: ଓଡ଼ିଆ ଶିଶୁ ସାହିତ୍ୟିକ

ଉପେନ୍ଦ୍ର ତ୍ରିପାଠୀ (୧୦ ସେପ୍ଟେମ୍ବର ୧୯୦୩ - ୨୩ ଡିସେମ୍ବର ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ତାଙ୍କର ଶିଶୁ ସାହିତ୍ଯ ରଚନା ନିମନ୍ତେ ଭାରତର ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ ।

ଉପେନ୍ଦ୍ର ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ(1903-09-10)୧୦ ସେପ୍ଟେମ୍ବର ୧୯୦୩
ମୁରାରିପୁର, ଯାଜପୁର
ମୃତ୍ୟୁ୨୩ ଡିସେମ୍ବର ୧୯୯୪(1994-12-23) (ବୟସ ୯୧)
ବୃତ୍ତିଶିଶୁ ସାହିତ୍ୟିକ, ଶିକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଜୀବନୀ

ଜନ୍ମ ଓ ପରିବାର

ସେ ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।

ବୃତ୍ତି

ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ ।

ସାହିତ୍ୟ ରଚନା

ସେ ପିଲା ବେଳେ ସାହିତ୍ୟ ପଢ଼ିବାରେ ଆଗ୍ରହୀ ଥିଲେ ବୋଲି ନିଜ ରଚନାରେ ଉଲ୍ଲେଖ କରିଥିଲେ । ତାଙ୍କ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ସେ ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ ମଧୁସୂଦନ ରାଓଙ୍କ ସାହିତ୍ୟ କୁସୁମ ଓ ମଧୁସୂଦନ ଦାସଙ୍କ "ଭାରତ ଇତିହାସ" ବହି ଦୁଇଟି ପଢ଼ିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା ସେହି ସମୟରେ ଲେଖିଥିଲେ । ଶିକ୍ଷକତା କରୁଥିବା ସମୟରେ ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି ମୁଖ୍ୟ ସାହିତ୍ୟ କରିବା ପାଇଁ କାମ ଆରମ୍ଭ କରିଥିଲେ । ୧୯୨୬-୨୭ ମସିହା ବେଳକୁ ଅନେକ ଓଡ଼ିଆ ସାହିତ୍ୟିକ ପିଲାଙ୍କ ପାଇଁ ସ୍ୱତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ପଞ୍ଚାମୃତ"ରେ ସେ ନିୟମିତ ଲେଖିଆସୁଥିଲେ । ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ୱର ଶତପଥୀ, ସତ୍ୟାନନ୍ଦ ବେହୁରା ଓ କୃଷ୍ଣଚନ୍ଦ୍ର କର ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।

ରଚନାବଳୀ

  • କୁହୁକୁହୁ
  • ରୁଣୁଝୁଣୁ
  • ଗୁଣୁଗୁଣୁ
  • କୁଳୁକୁଳୁ
  • ସୁଲୁସୁଲୁ
  • କଷିକାକୁଡି
  • ଘଣ୍ଟିଘାଗୁଡ଼ି
  • ହସ ଚାଙ୍ଗୁଡ଼ି
  • କଳା ବଉଦ
  • ଶିଶୁ ସଂଖାଳି
  • ଭାଇ ଭଉଣୀ
  • ବେଙ୍ଗ ବାହାଦୂର
  • ମୂଷି ମାଉସୀ
  • କହି ଜାଣିଲେ କଥା ସୁନ୍ଦର
  • ହଜିଲା ବଳଦ ଖୋଜିଲା ଠେଇଁ
  • ଅକଲମକଲ ଟକଲ ଟିଆଁ
  • ଡାଳରେ ମାଙ୍କଡ ମାରଇ ଡିଆଁ
  • ପିଲାଙ୍କ ପଶୁପକ୍ଷୀ ପୁରାଣ
  • ଉଦୟଭାନୁ
  • ଶିଶୁତୋଷ ରାମାୟଣ
  • ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ
  • ଗୋଟାଏ କଲମ ଟୋପାଏ କାଳି (ଆତ୍ମଚରିତ)

ସମ୍ମାନ ଓ ପୁରସ୍କାର

  • ରାଷ୍ଟ୍ରପତି ପୁରସ୍କାର ଶିଶୁ ସାହିତ୍ୟ ନିମନ୍ତେ - ୧୯୫୪(ଘଣ୍ଟିଘାଗୁଡ଼ି ପୁସ୍ତକ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୧-୭୨
  • ଶାରଳା ସମ୍ମାନ - ୧୯୮୮ ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ୱୀକୃତି ଜଣାଇ "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି । ଆତ୍ମଚରିତ "ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ " ପ୍ରକାଶନ ଅବସରରେ ମାୟାଧର ମାନସିଂହ ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ—

    ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥

ଆଧାର

Tags:

ଉପେନ୍ଦ୍ର ତ୍ରିପାଠୀ ଜୀବନୀଉପେନ୍ଦ୍ର ତ୍ରିପାଠୀ ରଚନାବଳୀଉପେନ୍ଦ୍ର ତ୍ରିପାଠୀ ସମ୍ମାନ ଓ ପୁରସ୍କାରଉପେନ୍ଦ୍ର ତ୍ରିପାଠୀ ଆଧାରଉପେନ୍ଦ୍ର ତ୍ରିପାଠୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାନବମୀରାଧାମୋହନ ଗଡ଼ନାୟକମହାଭାରତପାଳଙ୍ଗସଫ୍ଟୱେରପୌରସଂସ୍ଥାରମାକାନ୍ତ ରଥହୃଷୀକେଶ ମଲ୍ଲିକଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓନୀଳକଣ୍ଠ ଦାସବଲାଙ୍ଗୀରବାଲେଶ୍ୱର ଜିଲ୍ଲାବାବା ବଳିଆତ୍ରିଭୁଜଶ୍ରୀଜଙ୍ଗଲକ୍ଷ୍ମୀଗୋଦାବରୀଶ ମିଶ୍ରବିଜୁ ପଟ୍ଟନାୟକଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେବା ରାୟଘର ସଂସାରଯଦୁନାଥ ଦାସ ମହାପାତ୍ରଶ୍ରୀରାଧାରାଜକିଶୋର ପଟ୍ଟନାୟକବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଗୁପ୍ତଜୀବାଣୁ ଭାଜିନୋସିସଦାମୋଦର ରାଉତଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆରିଷ୍ଟୋଟଲଆଲାନ ଟ୍ୟୁରିଙ୍ଗରାବଣଛାୟାଗୁରୁପ୍ରସାଦ ମହାନ୍ତିଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଲୋକ ବିହାରୀ ଧଳଅପରେଟିଙ୍ଗ ସିଷ୍ଟମପଦାର୍ଥ ବିଜ୍ଞାନଖୋର୍ଦ୍ଧା ଜିଲ୍ଲାମେକ୍ସିକୋଋଷିଆଓଡ଼ିଆ ସାହିତ୍ୟର ଇତିହାସକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓ ଅନ୍ଧଗଳିବର କୋଳିପ୍ରସନ୍ନ କୁମାର ଦାସଏକାଦଶୀହନୁମାନ ଚାଳିଶାମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାରବାଟି ଦୁର୍ଗସୀତା ବିବାହରାସନ କାର୍ଡ଼ (ଭାରତ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଇନୋଟୁଜୁମାବ ଓଜୋଗାମିସିନଓଡ଼ିଆ ଭାଷାନମିତା ଅଗ୍ରୱାଲବୈଦେହୀଶ ବିଳାସଶବ୍ଦ (ପଦ)ସମାଜ (ଖବରକାଗଜ)ବେଲଜର୍ମାନୀପଞ୍ଚସଖାଭାରତସିଦ୍ଧାର୍ଥ ଭରତନବିଶ୍ୱ ଏଡ୍‌ସ ଦିବସମହାପାତ୍ର ନୀଳମଣି ସାହୁଅଚ୍ୟୁତାନନ୍ଦ ପ‌ତିଭାଷାଚନ୍ଦ୍ରଶେଖର ରଥ🡆 More