ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହା ଜୁନ ମାସ ୯ତାରିଖରେ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଥିଲା । କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ । ଭୁବନେଶ୍ୱରର ମଦନପୁରଠାରେ ୪୫ ଏକର ଜମି ଉପରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ କାମ୍ପସ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟର ' 'ସିଟି ସେଣ୍ଟର' ' କେନ୍ଦ୍ରଟି ବର୍ତ୍ତମାନ ଓଡ଼ିଶାର ପୁରାତନ ବିଧାନସୌଧ, ସର୍ଦାର ପଟେଲ ହଲ, ୟୁନିଟ-୨ଠାରେ କର୍ମଚଞ୍ଚଳ ରହିଛି । ଏହି ବିଶ୍ୱବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରାୟ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଇଥାଏ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ସା ପ୍ରଥମା ସଂସ୍କୃତି ବିଶ୍ୱବାରା"
ସ୍ଥାପିତ୦୪/୦୧/୨୦୦୦
ପ୍ରକାରସାର୍ବଜନୀନ
କୁଳାଧିପତିଗଣେଶୀ ଲାଲ
କୁଳପତିପ୍ରସନ୍ନ କୁମାର ସ୍ୱାଇଁ
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ India
ପରିସରମଦନପୁର (ମୁଖ୍ୟ କାମ୍ପସ)
ସର୍ଦାର ପଟେଲ ହଲ, ୟୁନିଟ-୨,ଭୁବନେଶ୍ୱର (ସିଟି ସେଣ୍ଟର)
ଅନୁବନ୍ଧନଇଉ.ଜି.ସି.,
ୱେବସାଇଟwww.uuc.ac.in/home.aspx

ଆଧାର

ବାହାର ଆଧାର

Official website

Tags:

🔥 Trending searches on Wiki ଓଡ଼ିଆ:

ମନୋରଞ୍ଜନ ଦାସକାର୍ବନ ମୋନୋକ୍ସାଇଡ ବିଷକ୍ରିୟାଇମେଲସାରଳା ଦାସ୧୧ ମାର୍ଚ୍ଚକମ୍ପ୍ୟୁଟର ବିଜ୍ଞାନମିଳିମିଳାହୃଷୀକେଶ ପଣ୍ଡାଦୁର୍ଗାଜନ ଗଣ ମନପ୍ରତିଭା ଶତପଥୀତୁଳସୀ ଦାସମନ୍ମଥ ନାଥ ଦାସଓଡ଼ିଆ ଭାଷାରତ୍ନାକର ଚଇନିଆନ୍ତର୍ଜାତିକ ମହିଳା ଦିବସଦରବାର (କବିତା)ଚିନ୍ତାମଣି ମହାନ୍ତିଲତା ମଙ୍ଗେସକରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଖାଦ୍ୟମାଳତୀ ଚୌଧୁରୀପରିବେଶବିଭୂତି ପଟ୍ଟନାୟକବ୍ରାହ୍ମ ସମାଜ୦ (ସଂଖ୍ୟା)ମୁକ୍ତିକାନ୍ତ ମଣ୍ଡଳରାଜରାଜେଶ୍ୱର ବେଶଭାଗବତ ଜନ୍ମପ୍ରଧାନ ପୃଷ୍ଠାଚାରି ଧାମଚବିଶ ଗୁରୁବାଲେଶ୍ୱର ଜିଲ୍ଲାଗୋଲୋକ ବିହାରୀ ଧଳଧର୍ମର ହେବ ଜୟକଳାପାହାଡ଼ବିଲେଇଜାହାଙ୍ଗୀରସାନ୍ତାଳୀ ଲୋକସଂସ୍କୃତିନୀଳମଣି ବିଦ୍ୟାରତ୍ନସୁମିତ୍ରା୮ ଅପ୍ରେଲପ୍ରଥମ ବିଶ୍ୱଯୁଦ୍ଧଦଣ୍ଡ ନାଟପୂର୍ଣ୍ଣିମାପିଙ୍କି ପ୍ରଧାନବାରାଣସୀଅଶୋକ (ଗଛ)ଲିଙ୍ଗରାଜ ମନ୍ଦିରଆହେ ଦୟାମୟ ବିଶ୍ୱ ବିହାରୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଜଳପୁଟ ବନ୍ଧଚୀନଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାପ୍ରଶାନ୍ତ ମହାସାଗରଶୈଳବାଳା ଦାସହାର୍ଡୱେରହୁବଳିଉମେଶଚନ୍ଦ୍ର ସରକାରବାଞ୍ଛାନିଧି ମହାନ୍ତିଭୂମିଜ ଜାତିସ୍ତନଓଡ଼ିଆ କଥାଚିତ୍ର ଜଗତ୨୧ଉଦ୍ଭିଦ ବିଜ୍ଞାନ🡆 More