ପାଞ୍ଚଟି ସ୍ତମ୍ଭ

ଉଇକିପିଡ଼ିଆ ଯେଉଁ କେତୋଟି ମୂଳ ନିୟମକୁ ନେଇ କାମକରେ ତାହା ଏଠାରେ ପାଞ୍ଚଟି ସ୍ତମ୍ଭ ନାଆଁରେ ବୁଝାଇ ଲେଖାଗଲା:

Blue pillar (1: Encyclopedia) ଉଇକିପିଡ଼ିଆ ଗୋଟିଏ ଅନଲାଇନ ଜ୍ଞାନକୋଷ । ଏହା ସାଧାରଣ ଓ ବିଶେଷ ଜ୍ଞାନକୋଷ, ପଞ୍ଜିକା, ଖବରଗୁଡ଼ିକର ବୈଶିଷ୍ଟ୍ୟକୁ ନେଇ ତିଆରି । ଉଇକିପିଡ଼ିଆ ଗୋଟିଏ ପରଖ କରିବା ଜାଗା, ଗୋଟିଏ ପ୍ରଚାର କରିବା ଜାଗା, ଗୋଟିଏ ଭାନିଟି ପ୍ରେସ, ଏକଛତ୍ରବାଦ ବା ଗଣତନ୍ତ୍ରର ସପକ୍ଷରେ କିଛି ପ୍ରଚାର, ଗୋଟିଏ ବାଛବିଚାର କରାହେଉନଥିବା ଜାଗା, କିମ୍ବା ଶବ୍ଦକୋଷ ନୁହେଁ । ଏହା ଗୋଟିଏ ଶବ୍ଦକୋଷ, ଖବରକାଗଜ ନୁହେଁ, ଏଥିରେ ମୂଳ ଲେଖାର ନକଲ ରଖନ୍ତୁ ନାହିଁ; ସେମିତି ବିଷୟବସ୍ତୁ ଉଇକିମିଡ଼ିଆର ବାକି ପ୍ରକଳ୍ପ ଭିତରେ ରଖାଯାଇପାରିବ ।
 
Green pillar (2: NPOV) ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ଦୃଷ୍ଟିକୋଣରୁ ଲେଖାଯାଏ । ଆମେ ସେହିସବୁ ଲେଖାକୁ ଅଧିକ ଗୁରୁତ୍ତ୍ଵ ଦେଉ ଯାହାସବୁ ଗୋଟିଏ ମାତ୍ର ମତ ନେଇ ତିଆରି ହୋଇନଥାଏ । ବେଳେବେଳେ ଏହା ବହୁ ମତ ଦେବା ଦରକାର କରିଥାଏ , ସବୁ ମତ ଠିକଭାବରେ ଓ ଉପଯୋଗୀ ହେବା ଜରୁରୀ, ଆହୁରି ମଧ୍ୟ କେବଳ ଗୋଟିଏ ମତକୁ "ସବୁଠୁ ଭଲ" ବା "ପୁରା ଠିକ" ବୋଲି ଦାବୀ ନକରି ମତ ଦେବା ଦରକାର । ସବୁ ଜ୍ଞାନକୋଷ ଯୋଗ୍ୟ ଲେଖା ଠିକ ବୋଲି ପ୍ରମାଣ କରାଯାଇପାରୁଥିବା: ଆଧାର ଦିଆଯାଇନଥିବା ଲେଖା ହୁଏତ ଲିଭାଇ ଦିଆଯାଇପାରେ, ତେଣୁ ଦୟାକରି ଆଧାର ଦିଅନ୍ତୁ । ସମ୍ପାଦକଙ୍କ' ବ୍ୟକ୍ତିଗତ ଅନୁଭୁତି, ବଖାଣ ଓ ମତାମତ ଏଠାରେ ରଖନ୍ତୁ ନାହିଁ, ସେହିସବୁ, ଯାହା ଠିକ କି ନାହିଁ ପରଖାଯାଇପାରିବ, ଭରସାଯୋଗ୍ୟ ନୁହେଁ, ବିଶେଷତ ବାଦବିବାଦ ଥିବା ଘଟଣା ଓ ଯେତେବେଳେ ଜଣେଜୀବନ୍ତ ଲୋକ ବିଷୟରେ ଲେଖାଟିଏ ଲେଖାଯାଇଥାଏ । ଯେତେବେଳେ ଲେଖାର ସମଭାବକୁ ନେଇ ଅସୁବିଧା ଛିଡ଼ାହୁଏ, ସେତେବେଳେ ଏହିସବୁ ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ, ଆଉ ବିବାଦର ସମାଧାନର ସାହାଯ୍ୟ ନିଅନ୍ତୁ ।
 
Yellow pillar (3: Free) ଉଇକିପିଡ଼ିଆ ଏକ ଖୋଲା ଓ ମାଗଣା ଜ୍ଞାନର ଭଣ୍ଡାର ଯାହାକୁ କେହିବି ବଦଳାଇପାରେ ଓ ବାଣ୍ଟିପାରେ । ଉଇକିପିଡ଼ିଆର କପିରାଇଟ ନିୟମକୁ ସମ୍ମାନ ଦିଅନ୍ତୁ, ଆଉ ଲେଖା ଚୋରିକରିବା ଠାରୁ ଦୂରରେ ରହନ୍ତୁ ଅଣ-ମାଗଣା ଲେଖା (Non-free content) ସବୁର ଲାଭହୀନ ବ୍ୟବହାର କରାଯାଇପାରିବ, କିନ୍ତୁ ଦୟାକରି ମାଗଣା ବିକଳ୍ପ ବାହାର କରନ୍ତୁ, ଯେହେତୁ ଆପଣଙ୍କ ସବୁ ଅବଦାନ ମାଗଣାରେ ଜନସାଧାରଣଙ୍କ ପାଇଁ ଲାଇସେନସ କରାଯାଇଅଛି, କେହି ବି ଲେଖକ ଲେଖାର ମାଲିକ ନୁହେଁ; ଆପଣଙ୍କ ସବୁ ଲେଖା ବଦଳାଯାଇପାରିବ ଓ ଆଉଥରେ ବଣ୍ଟାଯାଇପାରିବ ।
 
Orange pillar (4: Code of conduct and etiquette) ଉଇକିପିଡ଼ିଆ ବ୍ୟବହାରକାରୀ ମାନେ ପରସ୍ପର ସହ ସମ୍ମାନପୂର୍ଣ୍ଣ ଓ ସାମାଜିକ ବ୍ୟବହାର ଦ୍ଵାରା କଥାବାର୍ତ୍ତା କରିବା ଉଚିତ । ସମ୍ମାନ ଦିଅନ୍ତୁ ଓ ଆପଣଙ୍କ ମତ ଅମେଳ ହେଲେ ବି ବାକି ଉଇକିପିଡ଼ିଆ ବ୍ୟବହାରକାରୀଙ୍କ ସହ ଭଦ୍ର ବ୍ୟବହାର କରନ୍ତୁ । ଉଇକିପିଡ଼ିଆ ଭଦ୍ରତା ବ୍ୟବହାର କରନ୍ତୁ ଓ ବ୍ୟକ୍ତିଗତ ଆକ୍ରମଣ କରନ୍ତୁ ନାହିଁ । ଉଇକିପିଡ଼ିଆ ବହୁମତର ସାହାଯ୍ୟ ନିଅନ୍ତୁ, ଉଇକିପିଡ଼ିଆରେ ବଦଳାଇବାକୁ ନେଇ ଯୁଦ୍ଧରୁ ବିରତ ହୁଅନ୍ତୁ, ଆଉ ମନେ ରଖନ୍ତୁ ଓଡ଼ିଆ ଉଇକିପିଡ଼ିଆରେ ୧୭,୯୫୮ଟି ଲେଖା ଅଛି ଯାହା ଉପରେ କାମ କରାଯାଇପାରିବ ଓ ଆଲୋଚନା କରାଯାଇପାରିବ । ଭଲ ବିଶ୍ଵାସର ସହ ବ୍ୟବହାର କରନ୍ତୁ, ଉଇକିପିଡ଼ିଆକୁ ଗୋଟିଏ ଯୁକ୍ତିର ଅତିରଞ୍ଜନରେ ବ୍ୟବହାର କରନ୍ତୁ ନାହିଁ, ଆହୁରି ମଧ୍ୟ ଅନ୍ୟମାନଙ୍କ ସହ ଭଲ ବୁଝାମଣା ରଖନ୍ତୁ । ଖୋଲା ରହନ୍ତୁ ଓ ନୂଆ ମାନଙ୍କୁ ଆଘାତ ଦିଅନ୍ତୁ ନାହିଁ ।
 
Red pillar (5: Ignore all rules) ଉଇକିପିଡ଼ିଆର କିଛି କଡା ନୀତିନିୟମ ନାହିଁ. ଉଇକିପିଡ଼ିଆର ନୀତିନିୟମ ସବୁ କଡା ନୁହେଁ ଓ ଘଟଣାକ୍ରମରେ ବଦଳିଥାଏ । ଲେଖିଲାବେଳେ ଶକ୍ତ ହୁଅନ୍ତୁ (କିନ୍ତୁ ବେପରୁଆ ନୁହେଁ), ଆଉ ମଧ୍ୟ ଭୁଲ କରିବାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ଚେଷ୍ଟା ପୁରାପୁରି ଠିକ ହେବା ଦରକାର ନାହିଁ; ପୁରୁଣା ସଙ୍କଳନ ସବୁ ସାଇତା ହୋଇ ରହିଥାଏ, ତେଣୁ ସବୁ ଭୁଲକୁ ସୁଧରାଯାଇପାରିବ ।


Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଲୋକନୃତ୍ୟଓଡ଼ିଆ କବି ମାନଙ୍କର ତାଲିକାକାଜାଖସ୍ତାନଦାଶରଥି ଦାସଓଡ଼ିଆବ୍ରତବର୍ଷାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭାରତର ନ୍ୟାୟୀକ ବ୍ୟବସ୍ଥାହାଡ଼ଫୁଟିବୁଧନ ମୁର୍ମୁତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପୌରସଂସ୍ଥାଟୁଇଟରଅମର ସିଂହ ଚମକିଲାଗୁଗଲଶ୍ରୀତମ ଦାସଗୁରୁପ୍ରସାଦ ମହାନ୍ତିଗୌରହରି ଦାସସଉରାରଘୁବଂଶଶବ୍ଦ (ଧ୍ୱନି)ଓଡ଼ିଆ ଭାଷାଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣ ଜନ୍ମାଷ୍ଟମୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୋଦାବରୀଶ ମିଶ୍ରଜାପାନୀ ଭାଷାକୋଷବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଇଣ୍ଡୋନେସିଆଖାରବେଳଭାରତର ଜାତୀୟ ପତାକାସମାଜ (ଖବରକାଗଜ)ପରଦେଶୀ ବାବୁସଞ୍ଜୟ ହାତୀବ୍ୟଞ୍ଜନ ବର୍ଣ୍ଣବିଦ୍ୟୁତଭାରତୀୟ ଡାକ ସେବାସର୍ବପଲ୍ଲୀ ରାଧାକୃଷ୍ଣନରୋହିତ ପୂଜାରୀଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଇନଷ୍ଟାଗ୍ରାମପଦ୍ମ ଲୋଚନ ପଣ୍ଡାସଂଗୀତପୁନର୍ମିଳନଜିନା ସାମଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାରିଙ୍ଗବାଡ଼ିଶ୍ରୀ ଅରବିନ୍ଦଅଟଳ ବିହାରୀ ବାଜପେୟୀବାଳୁଙ୍ଗା ଟୋକାଇଣ୍ତିଆ ଗେଟଯୁକ୍ତରାଜ୍ୟଓଡ଼ିଆ ସାହିତ୍ୟଯଦୁନାଥ ଦାସ ମହାପାତ୍ରଓଡ଼ିଶା ବିଧାନ ସଭାଦକ୍ଷିଣ କୋରିଆଜୟୀରାମ ସାମଲମାୟାଧର ମାନସିଂହଅର୍ଜୁନ ଚରଣ ସେଠୀ🡆 More