ନିୟମାବଳୀ

ଉଇକିପିଡ଼ିଆର ବିଷୟବସ୍ତୁ ସାଧାରଣ ପାଠକମାନଙ୍କ ନିମନ୍ତେ । ଏଣୁ ଲେଖାର ଭାଷା ସରଳ ହେବା ଉଚିତ ଯାହା ଜଣେ ସ୍କୁଲ ଛାତ୍ର ମଧ୍ୟ ବୁଝିପାରିବ । ଲେଖାର ଭାଷାରେ ଓଡ଼ିଆରେ ପ୍ରଚଳିତ ଶବ୍ଦକୁ ଅଗ୍ରାଧିକାର ଦେବା ଉଚିତ । ଯଥା physicsକୁ ଓଡ଼ିଆରେ ପଦାର୍ଥ ବିଜ୍ଞାନ କହିବା ବେଳେ ହିନ୍ଦୀରେ ଭୌତିକ ବିଜ୍ଞାନ । ଓଡ଼ିଆରେ ଖଦି ହିନ୍ଦୀ ଓ ଇଂରାଜୀରେ ଖାଦୀ, ଓଡ଼ିଆରେ ସାଧାରଣତନ୍ତ୍ର ଦିବସ ବେଳେ ହିନ୍ଦୀରେ ସ୍ୱତନ୍ତ୍ରତା ଦିବସ ଏମିତି ଲେଖାଯାଏ । ସମ୍ପୂର୍ଣ୍ଣ ଶବ୍ଦାବଳୀ ଏଠାରେ ଲେଖିବା ସମ୍ଭବ ନୁହେଁ ତେଣୁ ଉଇକିଆଳି ନିଜର ସାଧାରଣଜ୍ଞାନ ବ୍ୟବହାର କରି ପ୍ରଚଳିତ ଓଡ଼ିଆ ଶବ୍ଦର ବ୍ୟବହାର କରିବେ ।

ଏହି ପୃଷ୍ଠାରେ ଥିବା ନିୟମ ବଦଳାଇବାକୁ ଆଗ୍ରହୀ ଥିଲେ ଆଲୋଚନା ପୃଷ୍ଠାରେ ଲେଖନ୍ତୁ ।

ଲିଖନଶୈଳୀ ଓ ଲେଖାର ଭାଷା

କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?

ଉଇକିପିଡ଼ିଆ ନୀତି "ଲିଖନଶୈଳୀ" ବାବଦରେ ଉଇକିଆଳି ସୁବାସ ଚନ୍ଦ୍ର ରାଉତଙ୍କ ସଂକ୍ଷିପ୍ତ ସୂଚନା

କଣ ଲେଖିବେ ନାହିଁ ନିୟମାବଳୀ 

କଣ ଲେଖିବେ ନିୟମାବଳୀ 

ଲିଖନ ବିଷୟ

  • ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
  • ନିଜ/ସମ୍ପର୍କୀୟଙ୍କ ବାବଦରେ
  • ନିଜ ମତ
  • ଲେଖାରେ ସାହିତ୍ୟର ପୁଟ (ଯଥା: "ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି")
  • ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
  • ଜଣାଶୁଣା ବ୍ୟକ୍ତିବିଶେଷ
  • କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
  • ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।
  • ତଳେ ଥିବା ଆଲୋଚନା ଓ ସିଦ୍ଧାନ୍ତ ଓଡ଼ିଆ ଉଇକିପିଡ଼ିଆର ୧୩ ତମ ଜନ୍ମତିଥି ଦିନ କରାଯାଇଥିଲା । ଏହିସବୁ ସିଦ୍ଧାନ୍ତରେ ଉପସ୍ଥିତ ସମସ୍ତେ ସହମତି ପ୍ରକାଶ କରିଥିଲେ

ଉପାଧି

କଣ ଲେଖିବେ ନାହିଁ ନିୟମାବଳୀ 

କଣ ଲେଖିବେ ନିୟମାବଳୀ 

ଉପାଧୀବାଚକ

  • ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
  • ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
  • ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): ଶ୍ରୀ ଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ

ଜଣାଶୁଣା ନାମ

  • ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ ନୁହେଁ)
  • ସଚ୍ଚିନ ତେନ୍ଦୁଲକର (ସଚ୍ଚିନ ରମେଶ ତେନ୍ଦୁଲକର ନୁହେଁ)
  • ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

ବିଶେଷଣ

କଣ ଲେଖିବେ ନାହିଁ ନିୟମାବଳୀ 

କଣ ଲେଖିବେ ନିୟମାବଳୀ 

ବିଶେଷଣ

  • ଅକ୍ଷୟ ମହାନ୍ତି ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଥିଲେ ।
  • ବିଶେଷଣ ନ ଦେଇ ତା ବଦଳରେ ଜଣେ ବ୍ୟକ୍ତିଙ୍କ ପୁରସ୍କାର ସମ୍ବନ୍ଧରେ ଲେଖିପାରିବେ ।
  • ଅକ୍ଷୟ ମହାନ୍ତି ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ ।
  • ଗୋପୀନାଥ ମହାନ୍ତି ଜଣେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖକ ।

କେଉଁ ପ୍ରସଙ୍ଗକୁ ଲିଭାଇଦିଆଯିବ ?

  • ଦୀର୍ଘ ଦିନ ଧରି (ପ୍ରାୟ ତିନିମାସ/ ନବେ ଦିନ) ଆଧାର ନଥିବା 'ଅତି ଛୋଟ' ପ୍ରସଙ୍ଗଗୁଡ଼ିକୁ ବିନା କୌଣସି ସୂଚନାରେ ଲିଭାଇ ଦିଆଯିବ ।
  • ପ୍ରସଙ୍ଗଟିରେ କିଛି ବୁଝିଲାଭଳି ନଥିଲେ କିମ୍ବା ପ୍ରସଙ୍ଗ ନାମ ସହ ଲେଖା ମେଳ ହେଉନଥିଲେ ଏହାକୁ ଲିଭାଇ ଦିଆଯିବ ।
  • ସ୍ଥାନ ବାବଦରେ ପ୍ରସଙ୍ଗ ଅନ୍ୟ ଉଇକିରେ ନଥିଲେ ବା ଆଧାର ନଥିଲେ ଲିଭାଇଦିଆଯିବ ।
  • ଜୀବନ୍ତ ବ୍ୟକ୍ତିଙ୍କ ଉପରେ ପ୍ରସଙ୍ଗ ବିନା ଆଧାରରେ ଲେଖାଯାଇଥିଲେ, ଲେଖା ଲେଖିଥିବା ବ୍ୟକ୍ତିଙ୍କୁ ଆଧାର ଯୋଡ଼ିବା ପାଇଁ ଅନୁରୋଧ କରି ୭ଦିନ ଅପେକ୍ଷା କରିବାପରେ, ତଥାପି ଆଧାର ନଯୋଡ଼ିଲେ ଲିଭାଇଦିଆଯିବ ।
  • କୌଣସି ଜୀବନ୍ତ ବ୍ୟକ୍ତି ନିଜେ ନିଜ ବାବଦରେ ପ୍ରସଙ୍ଗ ଲେଖୁଥିଲେ, ଲିଭାଇ ଦିଆଯିବ ।
  • ଅନ୍ୟ ଉଇକିରେ ପ୍ରସଙ୍ଗଟି ଥିଲେ ଏହାକୁ ଭବିଷ୍ୟତରେ ଉନ୍ନତ କରିବା ନିମନ୍ତେ ତିନିମାସ ପର୍ଯ୍ୟନ୍ତ ରଖାଯିବ ।

ଅଧାଗଢ଼ା ପ୍ରସଙ୍ଗ

    ପ୍ରସଙ୍ଗରେ କଣ ରହିବା ଉଚିତ?
  • ଉପକ୍ରମ (୫ ଟି ବାକ୍ୟ)
  • ପାଖାପାଖି ୨୦୪୮ ବାଇଟ
  • ଅତି କମରେ ୩ଟି ଆଧାର
    • ଦେଶ-ବିଦେଶରେ ଚର୍ଚ୍ଚିତ ଥିବା ବ୍ୟକ୍ତିତ୍ୱମାନଙ୍କ କ୍ଷେତ୍ରରେ ଅଧିକ ଆଧାର ସୁବିଧାରେ ମିଳେ । କିନ୍ତୁ ଓଡ଼ିଶାର ଅନେକ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ବାବଦରେ ଇଣ୍ଟରନେଟରେ ବେଶି ମିଳେନାହିଁ । ଏହି କ୍ଷେତ୍ରରେ ଯଦି ଜଣେ ପୁରୁଖା ଉଇକିଆଳି (୨୦୦ରୁ ଅଧିକ ସମ୍ପାଦନା ଥିବା ଓ ୨ ମାସରୁ ଅଧିକ ସକ୍ରିୟ ଥିବା) ଜଣେ ବ୍ୟକ୍ତିତ୍ୱଙ୍କ ବାବଦରେ ପ୍ରସଙ୍ଗଟିଏ ତିଆରି କଲେ ତହିଁରେ କୌଣସି ଆଧାର ନଥିଲେ ମଧ୍ୟ ତାହା ଲିଭାଯିବ ନାହିଁ । କିନ୍ତୁ ଇଣ୍ଟରନେଟରେ ଉପଲବ୍ଧ ନଥିଲେ ମଧ୍ୟ ଯଦି କୌଣସି ଖବରକାଗଜ ବା ପତ୍ରିକାରେ ତାଙ୍କ ବାବଦରେ ଲେଖାଟିଏ ପ୍ରକାଶିତ ହୋଇଥାଏ ତେବେ ତାହାର ନାମ, ତାରିଖ, ଖବରକାଗଜର ନାମ ସହ ଆଧାର ଦିଆଯାଇପାରିବ ।

ବ୍ୟବହାରକାରୀ ନାମ (username)

  • ଜଣାଶୁଣା ବ୍ୟକ୍ତିଙ୍କ ନାମରେ "ବ୍ୟବହାରକାରୀନାମ" ରହିପାରିବ ଯଥା ଜଣଙ୍କ ବ୍ୟବହାରକାରୀ ନାମ "ବ୍ୟବହାରକାରୀ:ଅକ୍ଷୟ ମହାନ୍ତି" ହେଲେ କିଛି ଆପତ୍ତି ନାହିଁ ।
  • କୌଣସି ବ୍ୟବସାୟ ବା ବାକି କୌଣସି ପ୍ରକାରର ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ ବ୍ୟବହାରକାରୀ ନାମକୁ ଅଟକାଯିବ ।

ନିଜ ନାମରେ ଥିବା ପ୍ରସଙ୍ଗରେ ନିଜେ ଲେଖିବା

  • ଯଦି କୌଣସି ବ୍ୟକ୍ତିବିଶେଷଙ୍କ ବାବଦରେ ପ୍ରସଙ୍ଗଟିଏ ରହିଛି ତାହେଲେ ସେ ନିଜେ ସେ ପ୍ରସଙ୍ଗର ସମ୍ପାଦନା କରିପାରିବେ ନାହିଁ ।

ଜୀବିତ ବ୍ୟକ୍ତିଙ୍କ ଉପରେ ଥିବା ଲେଖା

  • ଜୀବିତ ବ୍ୟକ୍ତିଙ୍କ ବାବଦରେ ଥିବା ଲେଖାରେ ଯଥାସମ୍ଭବ ଅଧିକ ଆଧାର ଦେବା ପାଇଁ ଚେଷ୍ଟା କରିବେ ।

ନାମକୁ ନେଇ ଦ୍ୱନ୍ଦ

  • ଓଡ଼ିଆରେ ସର୍ବପ୍ରଚଳିତ ନାମକୁ ଅଗ୍ରାଧିକାର ଦିଆଯିବ । ଯଥା "ଇଣ୍ଡିଆ" ବଦଳରେ ଭାରତ, "ଲିଭର" ବଦଳରେ ଯକୃତ ଓ "ଅନ୍ତର୍ଜାଲ" ବଦଳରେ ଇଣ୍ଟରନେଟ
  • ନାମର ବନାନ ବା ନାମକୁ ନେଇ ଦ୍ୱନ୍ଦ ହେଲେ ଖବରକାଗଜରେ ପ୍ରକାଶିତ ନାମକୁ ମାନକ ଭାବେ ନିଆଯାଇପାରିବ ନାହିଁ ।
  • ପ୍ରଥମେ ସକ୍ରିୟ ଉଇକିଆଳିଙ୍କୁ ନେଇ ପ୍ରସଙ୍ଗର "ଆଲୋଚନା" ପୃଷ୍ଠାରେ ମତାମତ ନିଆଯିବ ।
    • ୭ ଦିନ ଭିତରେ କେହି ମତ ନ ଦେଲେ ପୁରୁଣା ନାମଟି ରହିବ ।
    • ମତାମତ ଦେଲା ପରେ ଅଧିକ ନିୟମାବଳୀ  ସମର୍ଥନ (ସହମତି) ମିଳିଥିବା ନାମଟି ଚୂଡ଼ାନ୍ତ ନାମ ଭାବେ ରଖାଯିବ । ଯଦି କୌଣସି ଦ୍ୱନ୍ଦ ଉପୁଜିଲା ବର୍ଷେ ପାଇଁ ଆଗରୁ ଥିବା ନାମକୁ ରଖାଯିବ ।

ଅପ୍ରାସଙ୍ଗିକ ବଦଳ ପଛକୁ ଫେରାଇବା

  • କୌଣସି ଅପ୍ରାସଙ୍ଗିକ ବଦଳ ଦିନଭିତରେ ୩ଥର ପଛକୁ ଫେରାଯାଇପାରିବ ।

ଇନଫୋବକ୍ସ (Infobox)

ଇନଫୋବକ୍ସ ଲେଖାର ଡାହାଣ ପାଖେ ଏକ ବାକ୍ସ ଭଳି ହୋଇ ରହିଥାଏ । ସମ୍ପାଦନା କଲେ ଏହା ସଭା ଉପରେ ଦେଖିବାକୁ ମିଳେ ।

  • ଏଥିରେ ଥିବା ସମସ୍ତ ତଥ୍ୟ ପ୍ରସଙ୍ଗରେ ମଧ୍ୟ ରହିବ ।
  • ଉପକ୍ରମରେ ଯାହା ସଂଖେପରେ ଲେଖାଯିବ ତାହା ଉପଯୁକ୍ତ ବିଭାଗରେ ତଳେ ରହିବ ।

ଆପଣଙ୍କ ସମ୍ପାଦିତ ପ୍ରସଙ୍ଗରେ {{ଲିଭାନ୍ତୁ}} ଛାଞ୍ଚ ପଡ଼ିଲେ କଣ କରିବେ?

{{ଲିଭାନ୍ତୁ}} ଛାଞ୍ଚ ସାଧାରଣତଃ ପ୍ରସଙ୍ଗଟିଏ ଉଇକିପିଡ଼ିଆରେ ଲେଖାଯୋଗ୍ୟ ହୋଇନଥିଲେ କିମ୍ବା ୧-୨ଟି ବାକ୍ୟଯୁକ୍ତ ହୋଇ ବିନା ଆଧାରରେ ଲେଖାଯାଇଥିଲେ ପୁରୁଖା ଉଇକିଆଳିମାନେ ପକାଇଥାନ୍ତି । ଯଦି ଆପଣ ତିଆରି କରିଥିବା/ସମ୍ପାଦନା କରିଥିବା ଲେଖାରେ ଏହି ଭଳି ଛାଞ୍ଚଟିଏ କେହି ପକେଇଦିଅନ୍ତି ତାହେଲେ ସିଧାସଳଖ ଛାଞ୍ଚଟିକୁ କାଢ଼ନ୍ତୁ ନାହିଁ । ବରଂ ଲେଖାଟିକୁ ଧୀରେ ଧୀରେ ସୁଧାରି ସେଥିରେ ଅଧିକ ତଥ୍ୟ ଯୋଡ଼ନ୍ତୁ ଓ ବିଭିନ୍ନ ବିଶ୍ୱସନୀୟ ଆଧାର (ପ୍ରକାଶିତ ଜଣାଶୁଣା ବହି ଆଦି‌) ସେଥିରେ ଆଣି ଯୋଡ଼ନ୍ତୁ । ପରିଚାଳକମାନେ ଲିଭାଇବା ଆଗରୁ ସବୁବେଳେ ଲେଖାଟିକୁ ଦେଖି ସିଦ୍ଧାନ୍ତ ନେବେ । ଆଉ ଆପଣଙ୍କ ଲେଖାରେ ଦରକାରୀ ତଥ୍ୟ ଓ ଆଧାର ଥିଲେ {{ଲିଭାନ୍ତୁ}} ଛାଞ୍ଚ ପଡ଼ିଥିଲେ ମଧ୍ୟ ଲିଭାଇବେ ନାହିଁ ।

କୌଣସି ନୂଆ ଲେଖାବା ଢାଞ୍ଚା

ନୂଆ ଲେଖାଟିଏ ଲେଖିବା ବେଳେ ସେହି ଭଳି ଆଉ କେତୋଟି ଲେଖାରୁ ଲେଖିବା ଶୈଳୀ ଆହରି ପାରିବେ । ଯଥା କୌଣସି କ୍ରୀଡ଼ାବିଦଙ୍କ ବାବଦରେ ଲେଖିବା ବେଳେ ଆଉ ଜଣେ କ୍ରୀଡ଼ାବିଦଙ୍କ ଉପରେ ଲେଖା ପ୍ରସଙ୍ଗର ଲିଖନ ଶୈଳୀ ଆହରି ପାରିବେ । ତେବେ ଯେଉଁ ପ୍ରସଙ୍ଗକୁ ନିଜ ଛାଞ୍ଚ ଭାବେ ବ୍ୟବହାର କରୁଛନ୍ତି ତାହା ଭଲ ଭାବେ ଲେଖା କି ନାହିଁ ପରଖିନିଅନ୍ତୁ । ତଳେ କିଛି ପ୍ରସଙ୍ଗରେ ସିଧା ସଳଖ ବ୍ୟବହାର କରାଯାଇପାରିବା ଭଳି ଛାଞ୍ଚ-ପ୍ରସଙ୍ଗ ଦିଆଯାଇଛି । ସେସବୁକୁ ବ୍ୟବହାର କରି ଅପେକ୍ଷାକୃତ ଭଲ ମାନର ପ୍ରସଙ୍ଗ ତିଆରି କରାଯାଇପାରିବ ।

ସହାୟକ ପଠନ

  • ଆଦର୍ଶ ଟିପ୍ପଣୀ ଓ ଚିଠା ନମୁନା ପୁସ୍ତକ. ଭୁବନେଶ୍ୱର. ଓଡ଼ିଆ ଭାଷା ପ୍ରତିଷ୍ଠାନ. ଅପ୍ରେଲ ୨୦୧୨. Retrieved ୧୯ ଜାନୁଆରୀ ୨୦୨୨.

Tags:

ନିୟମାବଳୀ ଲିଖନଶୈଳୀ ଓ ଲେଖାର ଭାଷାନିୟମାବଳୀ କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?ନିୟମାବଳୀ ଉପାଧିନିୟମାବଳୀ ବିଶେଷଣନିୟମାବଳୀ କେଉଁ ପ୍ରସଙ୍ଗକୁ ଲିଭାଇଦିଆଯିବ ?ନିୟମାବଳୀ ଅଧାଗଢ଼ା ପ୍ରସଙ୍ଗନିୟମାବଳୀ ବ୍ୟବହାରକାରୀ ନାମ (username)ନିୟମାବଳୀ ନିଜ ନାମରେ ଥିବା ପ୍ରସଙ୍ଗରେ ନିଜେ ଲେଖିବାନିୟମାବଳୀ ଜୀବିତ ବ୍ୟକ୍ତିଙ୍କ ଉପରେ ଥିବା ଲେଖାନିୟମାବଳୀ ନାମକୁ ନେଇ ଦ୍ୱନ୍ଦନିୟମାବଳୀ ଅପ୍ରାସଙ୍ଗିକ ବଦଳ ପଛକୁ ଫେରାଇବାନିୟମାବଳୀ ଇନଫୋବକ୍ସ (Infobox)ନିୟମାବଳୀ ଆପଣଙ୍କ ସମ୍ପାଦିତ ପ୍ରସଙ୍ଗରେ {{ଲିଭାନ୍ତୁ}} ଛାଞ୍ଚ ପଡ଼ିଲେ କଣ କରିବେ?ନିୟମାବଳୀ କୌଣସି ନୂଆ ଲେଖାବା ଢାଞ୍ଚାନିୟମାବଳୀ ସହାୟକ ପଠନନିୟମାବଳୀ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସରକାରସାତକଡ଼ି ହୋତାଆସନରତ୍ନାକର ଚଇନିଅଚ୍ୟୁତାନନ୍ଦ ଦାସପଖାଳ ଦିବସବୌଦ୍ଧ ଜିଲ୍ଲାଚୈତ୍ରରାମ ନବମୀକଳିଙ୍ଗ ଯୁଦ୍ଧରାଜ୍ୟହୀରାକୁଦ ବନ୍ଧ୧୪୧୭ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧୯୯୦ଭୀମ ଭୋଇସ୍ୱାମୀ ବିବେକାନନ୍ଦ୧୯୫୩ଓଡ଼ିଆପଠାଣି ସାମନ୍ତଅମୃତଭଣ୍ଡା୩୪୩ଭୁବନେଶ୍ୱରଦୀନନାଥ ପାଠୀ୩ ଅଗଷ୍ଟପ୍ରଧାନ ପୃଷ୍ଠାମନୋରଞ୍ଜନ ଦାସବିଜୁ ଜନତା ଦଳରମାକାନ୍ତ ରଥନନ୍ଦ କିଶୋର ବଳ୨୦୦୬ସରସ୍ୱତୀଯୁକ୍ତରାଷ୍ଟ୍ର ଆମେରିକା୨୧ ମାର୍ଚ୍ଚମନମୋହନ ସାମଲଜୀବ ବିଜ୍ଞାନଗୁରୁ ପ୍ରସାଦ ମହାନ୍ତିକଟକ ଜିଲ୍ଲାପୂର୍ବେଶ୍ୱର ଶିବ ମନ୍ଦିରଜୈନ ଧର୍ମକର୍କଟ ରୋଗଓଡ଼ିଶାର ସଂସ୍କୃତିଗଣନ ସଂଖ୍ୟାରମାଦେବୀ ଚୌଧୁରୀ୨ ଅପ୍ରେଲ୨୭ ଅପ୍ରେଲଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର ଜିଲ୍ଲାରଘୁନାଥ ପରିଚ୍ଛାଗନ୍ଧମାର୍ଦନମହାଭାରତମାୟାଧର ମାନସିଂହସୀତା ବିବାହନିତ୍ୟାନନ୍ଦ ମହାପାତ୍ରଶରଧାବାଲିରେବତୀ (କ୍ଷୁଦ୍ରଗଳ୍ପ)ଧରିତ୍ରୀଆଶ୍ୱିନସାରଳା ମହାଭାରତଓଡ଼ିଆ ଲିପିଝୁଲଣ ଯାତ୍ରାବଣ୍ଡ (ଅର୍ଥ)ସାମାଜିକ ବିଜ୍ଞାନସୁଶାନ୍ତ ସିଂହରାଉରକେଲାବିଦ୍ୟାଳୟଭାସ୍କୋ ଡା ଗାମାଓଡ଼ିଆ ସାହିତ୍ୟର ଇତିହାସଇତିହାସବକ୍ସି ଜଗବନ୍ଧୁ୧୩ ଅପ୍ରେଲଗଙ୍ଗା ଦଶହରା🡆 More