ଇସଲାମ ଧର୍ମ: ଧର୍ମ

ଇସଲାମ (اَلْإِسْلَامُ‎ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ) ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ । ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ ରାମ ନାମ ସତ୍ୟ। ଏହାର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି । ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି । ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତଦ୍ୱାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ । ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।

ଇସଲାମ ଧର୍ମ: ନୈରୁକ୍ତଶାସ୍ତ୍ର, ବିଶ୍ବାସର ଆଧାର, ପୂଜାକାର୍ଯ୍ୟ
ରାତିରେ କାବା - ମୁସଲମାନଙ୍କ ପବିତ୍ରତମ ତୀର୍ଥସ୍ଥଳୀ

ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି । ମୁସଲମାନଙ୍କ ମତରେ ଆରବୀୟ ଭାଷାରେ କୋରାନ ହେଉଛି ଆଲ୍ଲାଙ୍କ ଅପରିବର୍ତ୍ତନୀୟ ତଥା ଅନ୍ତିମ ମାର୍ଗଦର୍ଶନ । ଅନ୍ଯାନ୍ଯ ଆବ୍ରାହମୀୟ ଧର୍ମ ପରି ଇସଲାମରେ ମଧ୍ଯ ଶିଖାଯାଏ ଯେ ପୁଣ୍ଯାତ୍ମାମାନେ ଶେଷରେ ସ୍ୱର୍ଗ ଯିବେ ଏବଂ ପାପାତ୍ମାମାନେ ନର୍କ ଯିବେ । ମକ୍କା, ମଦିନା ତଥା ଜେରୁଜେଲମ ଇସଲାମର ତିନୋଟି ପବିତ୍ରତମ ତୀର୍ଥସ୍ଥଳୀ ।

ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା । ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଇସଲାମୀୟ ସ୍ୱର୍ଣ୍ଣଯୁଗ ବୋଲି ବୋଲି କୁହାଯାଏ । ଏହି ସମୟରେ ଆବାଶିଦ ଖିଲାଫତର ଅଧିନରେ ମୁସଲିମ ଜଗତରେ ବୈଜ୍ଞାନିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପରିଲକ୍ଷିତ ହୋଇଥିଲା । hello :)

ନୈରୁକ୍ତଶାସ୍ତ୍ର

ଆରବୀୟ ଭାଷାରେ, ତ୍ରୈଧ୍ୱନି ଧାତୁ ସ-ଲ-ମରୁ ଇସଲାମ(ଆରବୀୟ: إسلام‎) ଶବ୍ଦର ସୃଷ୍ଟି । ଏହି ଧାତୁରୁ ସମର୍ପଣ, ସମ୍ପୂର୍ଣ୍ଣତା, ନିର୍ଭୟତା ତଥା ଶାନ୍ତି ସହ ସମ୍ବନ୍ଧିତ ଅନେକ ଶବ୍ଦ ସୃଷ୍ଟି ହୋଇଛି । ଇସଲାମ, ଏହି ଧାତୁର ଚତୁର୍ଥ ରୂପର କ୍ରିୟାବାଚକ ବିଶେଷ୍ୟ ଯାହାର ଅର୍ଥ ସମର୍ପଣ ।

ବିଶ୍ବାସର ଆଧାର

ଈଶ୍ବରଙ୍କ ସ୍ୱରୂପ

ଇସଲାମ ଧର୍ମ: ନୈରୁକ୍ତଶାସ୍ତ୍ର, ବିଶ୍ବାସର ଆଧାର, ପୂଜାକାର୍ଯ୍ୟ 
ମେଡାଲରେ ଅଲ୍ଲାଃ ଲେଖାଯାଇଛି, ହାଗିଆ ସୋଫିଆ, ଇସ୍ତାନବୁଲ, ତୁର୍କୀ

ଇସଲାମର ମୂଳାଧାର ହେଉଛି ତହ୍ୱିଦ ବା ଏକେଶ୍ୱରବାଦ । କୋରାନର ୧୧୨ତମ ସୁରାଃରେ କୁହାଯାଇଛି - "ହେ ନବୀ, କୁହ, ସେ ଆଲ୍ଲା, ଏକ ଏବଂ କେବଳ ଏକ ଈଶ୍ବର, ସେ ପାଳକ ଏବଂ ସମସ୍ତଙ୍କଦ୍ୱାରା ଅତି ଆବଶ୍ୟକ, ସେ ଅଜନ୍ମା ଏବଂ ତାଙ୍କର ସନ୍ତାନ ନାହିଁ, ଏବଂ ସେ ଅଦ୍ୱିତୀୟ ଅଟନ୍ତି ।

ଇସଲାମରେ ଅନେକେଶ୍ୱରବାଦ ଏବଂ ମୂର୍ତ୍ତିପୂଜାକୁ ମହାପାପ ବୋଲି ଗଣାଯାଏ । ଏହାସହ ଇସଲାମ, ଖ୍ରୀଷ୍ଟୀୟ ବିଶ୍ବାସ ତ୍ରୈଦିବ୍ଯତାକୁ ମଧ୍ଯ ଖଣ୍ତନ କରିଥାଏ । ଇସଲାମରେ ଆଲ୍ଲା, ସାଧାରଣ ମାନବ ବୁଦ୍ଧିରୁ ଉପରେ ବୋଲି ଗ୍ରହଣ କରାଯାଏ ଅର୍ଥାତ୍ ସାଧାରଣ ମାନବ ବୁଦ୍ଧିଦ୍ୱାରା ଆଲ୍ଲାଙ୍କ ବାସ୍ତବିକତା ବୁଝିବା ଅସମ୍ଭବ ଅଟେ । ଆଲ୍ଲାଙ୍କୁ ବିଭିନ୍ନ ବିଶେଷଣାତ୍ମକ ନାମରେ ସମ୍ବୋଧନ କରାଯାଏ, ଯେପରିକି - ଅର୍-ରହମାନ୍ ଅର୍ଥାତ୍ ପରମକରୁଣାମୟ, ଅର୍-ରହିମ୍ ଅର୍ଥାତ୍ ପରମଦୟାଳୁ ।

ଇସଲାମ କହେ - ଏହି ସଂସାର ଓ ଏଥିର ସବୁକିଛି ଆଲ୍ଲାଙ୍କ ଆଦେଶଦ୍ୱାରା ତିଆରି ହୋଇଛି (ହେଉ ଏବଂ ହେଲା) ଏବଂ ଜୀବନର ଉଦ୍ଦେଶ୍ଯ ହେଲା ଆଲ୍ଲାଙ୍କ ପୂଜା କରିବା ବା ତାଙ୍କୁ ଜାଣିବା । ଆଲ୍ଲାଙ୍କୁ ଏକ ବ୍ଯକ୍ତିତ୍ବଧାରୀ ଈଶ୍ବର ଭାବେ ପରିକଳ୍ପନା କରାଯାଇଛି, ଯାହାଙ୍କୁ ଡାକିଲେ ସେ ସାହାଯ୍ୟ କରିବା ପାଇଁ ଆସନ୍ତି । ତାଙ୍କ ସହ ଯୋଡି ହେବା ପାଇଁ କୌଣସି ମାଧ୍ଯମ କିମ୍ବା ସାଧୁସନ୍ଥମାନଙ୍କ ଆବଶ୍ୟକତା ନାହିଁ । ଆଲ୍ଲାଙ୍କ ଜ୍ଞାନକୁ ଅର୍ଥାତ୍ ଆଲ୍ଲାଙ୍କୁ ଜାଣିବାକୁ ତକ୍ୱା କୁହାଯାଏ । ସାଧାରଣତଃ ଆଲ୍ଲା ଏକ ନାମବାଚକ ବିଶେଷ୍ୟପଦ ଯାହାର ବହୁବଚନ କିମ୍ବା ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ ନାହିଁ । ଆଲ୍ଲା, ମୁସଲମାନ ତଥା ଆରବୀୟ କହୁଥିବା ଖ୍ରୀଷ୍ଟୀଆନ ଏବଂ ଇହୁଦୀମାନଙ୍କଦ୍ୱାରା ଈଶ୍ୱରଙ୍କ ପାଇଁ ବ୍ଯବହୃତ ହୁଏ ।

ଦିବ୍ଯଦୂତ

ଇସଲାମ ଧର୍ମ: ନୈରୁକ୍ତଶାସ୍ତ୍ର, ବିଶ୍ବାସର ଆଧାର, ପୂଜାକାର୍ଯ୍ୟ 
ଦିବ୍ଯଦୂତ ଗାବ୍ରିଏଲଙ୍କଠାରୁ ପ୍ରଥମ ପ୍ରକାଶନ ପାଉଥିବା ମହମ୍ମଦ । ୧୩୦୭ ମସିହାର ରସିଦଲ୍ଦିନ ହମାଦାନୀଙ୍କ ପାଣ୍ଡୁଲିପି ଜାମିନ ଅଲ୍-ତୱରିଖରୁ ଆନୀତ ।

ଇସଲାମରେ ଦିବ୍ଯଦୂତ ବା ଫରିସ୍ତା ଉପରେ ବିଶ୍ବାସ କରିବା ଏକ ମହତ୍ବପୂର୍ଣ୍ଣ ଆଧାର । ଦିବ୍ଯଦୂତ ପାଇଁ କୋରାନୀୟ ପଦ ହେଉଛି ملك‎ - ମଲାକ୍, ମଲାକାରୁ କିମ୍ବା ତ୍ରୈଧ୍ୱନି ମ-ଲ-କରୁ ଆଣାଯାଇଥିବ । ମଲାକା ଅର୍ଥ ଯିଏ ନିୟନ୍ତ୍ରଣ କରେ । ମ-ଲ-କରୁ ଉତ୍ପନ୍ନ ଶବ୍ଦର ଅର୍ଥ ସମ୍ବାଦବାହକ ବା ଦୂତ । ଏହି ଶବ୍ଦଟି କେବଳ ଆଧ୍ଯାତ୍ମିକ ସ୍ୱର୍ଗୀୟ ଆତ୍ମାରୂପମାନଙ୍କ ପାଇଁ ବ୍ଯବହାର କରାଯାଏ । କୋରାନ ଉଭୟ ଦିବ୍ଯଦୂତୀୟ ତଥା ମାନବିକ ସମ୍ବାଦବାହକମାନଙ୍କୁ ରସୁଲ କହିଥାଏ ।

ଇସଲାମରେ ଦିବ୍ଯଦୂତ ବିଷୟରେ କୋରାନରେ ସର୍ବାଧିକ ବର୍ଣ୍ଣନା କରାଯାଇଛି । ଗାବ୍ରିଏଲ ଏବଂ ମିକାଏଲ ପରି ଦିବ୍ଯଦୂତମାନଙ୍କ ବିଷୟରେ ବିଶେଷ ବର୍ଣ୍ଣନା କରାଯାଇଛି । ଅନ୍ଯାନ୍ଯ ଦିବ୍ଯଦୂତମାନଙ୍କର କାର୍ଯ୍ୟାଧାରରେ ନାମକରଣ କରାଯାଇଛି । ଦିବ୍ଯଦୂତମାନେ ନିମ୍ନ ଲିଖିତ କାର୍ଯ୍ୟମାନ କରିଥାନ୍ତି - ଆଲ୍ଲାଙ୍କ ସନ୍ଦେଶ ବହନ, ଆଲ୍ଲାଙ୍କ ପ୍ରଶଂସା, ପ୍ରତ୍ଯେକ ବ୍ଯକ୍ତିଙ୍କ କର୍ମର ଲେଖାଲେଖା ଏବଂ ମୃତ୍ଯୁ ପରେ ସମସ୍ତଙ୍କ ଆତ୍ମା ସଂଗ୍ରହ ଇତ୍ୟାଦି ।

ଇହୁଦୀ ତଥା ଖ୍ରୀଷ୍ଟ ଧର୍ମ ପରି ଇସଲାମର ଦିବ୍ଯଦୂତଙ୍କୁ ମଧ୍ଯ ମାନବ ରୂପରେ କଳ୍ପନା କରାଯାଇ ଥାଏ । ତାଙ୍କର କପୋତ ପରି ଶୁଭ୍ର ବର୍ଣ୍ଣର ବଡ଼ବଡ଼ ଡେଣା ରହିଥାଏ, ସାଧାରଣତଃ ସେମାନେ ବୃହଦାକାୟ ବିଶିଷ୍ଟ ଏବଂ ତାଙ୍କର ଚତୁର୍ପାର୍ଶ୍ୱରେ ଏକ ଆଲୌକିକ ଆଭାମଣ୍ଡଳ ରହିଥାଏ । କୋରାନ ତାଙ୍କୁ ଦୁଇ ବା ଚାରି ବା ଛଅ ପକ୍ଷ ବିଶିଷ୍ଟ ଦୂତ ଭାବେ ବର୍ଣ୍ଣନା କରିଅଛି । ସାଧାରଣତଃ ଦିବ୍ଯଦୂତମାନଙ୍କୁ ଭୋକଶୋଷ କିମ୍ବା ନିଦ୍ରା ତଥା ବିଶ୍ରାମର ଆବଶ୍ୟକତା ନ ଥାଏ । ସେମାନେ ଆଲୋକରୁ ତିଆରି ହୋଇଥାନ୍ତି ବୋଲି ଧାରଣା ରହିଛି; ଆଲୋକରୁ ତିଆରି ଦିବ୍ଯଦୂତ ସାଧାରଣତଃ ଦୟାଳୁ ଥାଆନ୍ତି ଏବଂ ଦଣ୍ଡ ପାଇଁ ଆବଶ୍ୟକ ଦିବ୍ଯଦୂତମାନେ ଅଗ୍ନିରୁ ତିଆରି ହୋଇଥାଆନ୍ତି ।

ପ୍ରକାଶିତ ଦିବ୍ଯଜ୍ଞାନ

ଇସଲାମ ଧର୍ମ: ନୈରୁକ୍ତଶାସ୍ତ୍ର, ବିଶ୍ବାସର ଆଧାର, ପୂଜାକାର୍ଯ୍ୟ 
କୋରାନର ସପ୍ତ ଶ୍ଳୋକ ବିଶିଷ୍ଟ ପ୍ରଥମ ସୁରାଃ ଅଲ୍-ଫତିହା (ଆରମ୍ଭ)

ଇସଲାମୀୟ ପବିତ୍ର ଗ୍ରନ୍ଥାବଳୀ ସବୁ ଆଲ୍ଲାଙ୍କଦ୍ୱାରା ପ୍ରେରିତ ତଥା ନବୀମାନଙ୍କୁ ପ୍ରକାଶିତ ଦିବ୍ଯଜ୍ଞାନ ଏବଂ ଈଶ୍ବରାଜ୍ଞା । ମୁସଲମାନମାନେ ବିଶ୍ବାସ କରନ୍ତି ଯେ ପୂର୍ବ ପ୍ରକାଶିତ ଦିବ୍ଯଗ୍ରନ୍ଥ, ଯଥା - ତବ୍ରତ ତଥା ଇଞ୍ଜିଲ, ଆଦି ବିକୃତ ହୋଇଯାଇଛନ୍ତି । ମୁସଲମାନଙ୍କ ମତରେ କୋରାନ ହେଉଛି ଆଲ୍ଲାଙ୍କ ଅନ୍ତିମ ପ୍ରକାଶିତ ଜ୍ଞାନୋପଦେଶ ଯାହା ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ଆରବୀୟ ଭାଷାରେ ସାହିତ୍ୟର ସର୍ବୋତ୍କୃଷ୍ଟ କୃତି ।

ମୁସଲମାନମାନେ ବିଶ୍ବାସ କରନ୍ତି ଯେ ୬୧୦ ଖ୍ରୀଷ୍ଟାବ୍ଦରୁ ୬୩୨ ଖ୍ରୀଷ୍ଟାବ୍ଦରେ ମହମ୍ମଦଙ୍କ ମୃତ୍ଯୁ ପର୍ଯ୍ୟନ୍ତ, ଆଲ୍ଲା ରାଜ-ଦିବ୍ଯଦୂତ ଜିବ୍ରିଲଙ୍କ ଦ୍ୱରା ମହମ୍ମଦଙ୍କୁ କୋରାନର ବିଭିନ୍ନ ଶ୍ଳୋକ ସବୁ ସମୟ ସମୟରେ ପ୍ରକାଶିତ କରୁଥିଲେ । ମହମ୍ମଦଙ୍କ ଜୀବନକାଳରେ ତାଙ୍କର ସହାବାହଙ୍କଦ୍ୱାରା ସମସ୍ତ ପ୍ରକାଶିତ ଶ୍ଳୋକ ଲେଖାଯାଇ ସାରିଥିଲା । କୋରାନ ୧୧୪ ଗୋଟି ଅଧ୍ଯାୟରେ ବିଭକ୍ତ, ଏବଂ ଏଥିରେ ସମୁଦାୟ ୬୨୩୬ଟି ଶ୍ଳୋକ ରହିଛି । ସମୟ ଦୃଷ୍ଟିରୁ ପ୍ରାଥମେ ପ୍ରକାଶିତ ମକ୍କୀୟ ସୁରାଃଗୁଡ଼ିକ, ନୈତିକ ତଥା ଆଧ୍ଯାତ୍ମିକ ବିଷୟାଧାରିତ । ପରେ ପ୍ରକାଶିତ ମେଦିନୀୟ ସୁରାଃଗୁଡ଼ିକ ମୁସଲମାନ ସମ୍ପ୍ରଦାୟ ସହ ଜଡ଼ିତ ସାମାଜିକ ଏବଂ ରାଜନୈତିକ ବିଷୟ ସହ ସମ୍ପୃକ୍ତ ।

ନବୀ ଏବଂ ସୁନ୍ନାଃ

ଇସଲାମ ଧର୍ମ: ନୈରୁକ୍ତଶାସ୍ତ୍ର, ବିଶ୍ବାସର ଆଧାର, ପୂଜାକାର୍ଯ୍ୟ 
ମଧ୍ଯଯୁଗୀୟ ପାରସୀ ପାଣ୍ଡୁଲିପି - ମହମ୍ମଦଙ୍କ ସହ ଆବ୍ରାହମ, ମୁସା ଏବଂ ଯୀଶୁ ପ୍ରାର୍ଥନା ପାଇଁ ଯାଉଛନ୍ତି ।

ନବୀ (ଆରବୀୟ - أنبياء‎ - ଅନ୍ବୀଆ) ବା ପୈଗମ୍ବର ହେଉଛନ୍ତି ଈଶ୍ବର ବା ଆଲ୍ଲାଙ୍କଦ୍ୱାରା ପ୍ରେରିତ ମହାପୁରୁଷ ଯେ ଲୋକମାନଙ୍କୁ ଆଲ୍ଲାଙ୍କ ଜ୍ଞାନ, ଦିଗ୍ଦର୍ଶନ ତଥା ନିୟମାଦି ଦେଇଥାନ୍ତି । କୋରାନ ଅନୁସାରେ ଆଲ୍ଲା ନବୀମାନଙ୍କଦ୍ୱାରା ନିଜର ଇଚ୍ଛା ପୂରଣ କରିଥାନ୍ତି । ନବୀମାନେ ମଧ୍ଯ ସାଧାରଣ ମନୁଷ୍ଯ କିନ୍ତୁ ଆବଶ୍ୟକ ସ୍ଥଳେ ନିଜର ନବୀତ୍ୱକୁ ପ୍ରମାଣିତ କରିବା ପାଇଁ ଅଦ୍ଭୁତ କାର୍ଯ୍ୟ କରିପାରନ୍ତି । ଇସଲାମୀୟ ବିଶ୍ବାସ ଅନୁସାରେ ଆଲ୍ଲାଙ୍କ ସମସ୍ତ ଦୂତଗଣ ଇସଲାମର ପ୍ରଚାର କରିଥିଲେ ।

ପୁନର୍ଜୀବନ ଏବଂ ନ୍ଯାୟବିଚ଼ାର

ପୁନର୍ଜୀବନର ଦିବସ ବା ଅୱମ୍ ଅଲ୍-କ୍ୱିୟାମଃରେ (يوم القيامة‎) ବିଶ୍ବାସ କରିବା ମଧ୍ଯ ଇସଲାମରେ ମହତ୍ତ୍ବପୂର୍ଣ୍ଣ । କ୍ୱିୟାମଃର ଦିବସ ଆଲ୍ଲାଙ୍କଦ୍ୱାରା ପୂର୍ବ ନିର୍ଦ୍ଧାରିତ ଅଟେ କିନ୍ତୁ ମନୁଷ୍ଯକୁ ତାହା ଅଜଣା ।

ଦିବ୍ଯଆଜ୍ଞା

ଦିବ୍ଯଆଜ୍ଞା ବା ଈଶ୍ବରାଜ୍ଞା, ଆଲ୍ଲାଙ୍କ ଇଚ୍ଛା, ପୂର୍ବନିର୍ଦ୍ଧାରିତ ଭାଗ୍ଯ (ଭାଗ୍ଯ), ଇସଲାମରେ ଅଲ୍-କ୍ୱଦା ୱା ଇ-କ୍ୱଦର ବୋଲି କୁହାଯାଏ । ଅଲ୍-କ୍ୱଦରର ଉତ୍ପତ୍ତି ଏକ ଧାତୁରୁ ହୋଇଛି ଯାହାର ଅର୍ଥ ମାପିବା । ସମସ୍ତ ଭଲ ଓ ମନ୍ଦ କାର୍ଯ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି ବୋଲି ବିଶ୍ବାସ କରାଯାଏ ।

ପୂଜାକାର୍ଯ୍ୟ

ଇସଲାମରେ ପାଞ୍ଚଟି ମୁଖ୍ଯ ବିଶ୍ବାସ ରହିଛି ଯାହା ସମସ୍ତଙ୍କ ପାଇଁ ଆନୀର୍ବାଯ୍ଯ ଅଟେ, ଏହାକୁ ଇସଲାମର ପଞ୍ଚାଧାର (ଆରବୀୟ; الإسلام أركان - ଅର୍କାନ୍ ଅଲିସ୍ଲାମ୍) ବା ଧର୍ମର ପଞ୍ଚାଧାର (ଆରବୀୟ; أركان الدين - ଅର୍କାନ୍ ଅଦ୍ଦିନ) କୁହାଯାଏ ।

ଶପଥ

ଇସଲାମ ଧର୍ମ: ନୈରୁକ୍ତଶାସ୍ତ୍ର, ବିଶ୍ବାସର ଆଧାର, ପୂଜାକାର୍ଯ୍ୟ 
ମୋଗଲ ସମ୍ରାଟ ଆକବରଙ୍କ ରୌପ୍ଯମୁଦ୍ରାରେ ଲିଖିତ ଶହାଦା

ଇସଲାମର ଏକ ମହତ୍ତ୍ବପୂର୍ଣ୍ଣ ଭାଗ; ଶହାଦା - ଅଶାଦୁ' ଅଲ୍-ଲା' ଇଲାହା' ଇଲ୍ଲା-ଲ୍ଲାହୁ' ୱା' ଅଶାଦୁ' ଅନ୍ନା' ମୁହମ୍ମଦନ୍' ରସୁଲୁ-ଲ୍ଲାହ' ଅର୍ଥାତ୍ " ମୁଁ ସ୍ୱୀକାର କରୁଛି ଯେ, ଆଲ୍ଲାଙ୍କ ଛଡ଼ା (ପୂଜାର ଯୋଗ୍ୟ) ଆଉ କେହି ଈଶ୍ବର ନାହାଁନ୍ତି, ଏବଂ ମୁଁ ସ୍ୱୀକାର କରୁଛି ଯେ ମହମ୍ମଦ, ଆଲ୍ଲାଙ୍କ ପୈଗମ୍ବର । ମୁସଲମାନମାନେ ପ୍ରାର୍ଥନା ସମୟରେ ଏହି ବାକ୍ଯ କହିଥାନ୍ତି ଏବଂ ଅଣମୁସଲମାନଙ୍କୁ ଇସଲାମ ଗ୍ରହଣ ସମୟରେ ଏହା କହିବା ପାଇଁ ପଡିଥାଏ ।

ପ୍ରାର୍ଥନା

ଆଧାର

Tags:

ଇସଲାମ ଧର୍ମ ନୈରୁକ୍ତଶାସ୍ତ୍ରଇସଲାମ ଧର୍ମ ବିଶ୍ବାସର ଆଧାରଇସଲାମ ଧର୍ମ ପୂଜାକାର୍ଯ୍ୟଇସଲାମ ଧର୍ମ ଆଧାରଇସଲାମ ଧର୍ମମହମ୍ମଦମୁସଲମାନ

🔥 Trending searches on Wiki ଓଡ଼ିଆ:

ମହାତ୍ମା ଗାନ୍ଧୀଯଶୋବନ୍ତ ଦାସଧନୁଯାତ୍ରାଉଇକିକଥାସୂଚନା ଅଧିକାର ଆଇନ ୨୦୦୫କୁନ୍ତଳା କୁମାରୀ ସାବତଓଡ଼ିଶାର ଦୋଳଯାତ୍ରାଇଂରାଜୀ ଭାଷାଜଗନ୍ନାଥ ମନ୍ଦିରଓଡ଼ିଆ ଭାଗବତକ୍ରୋଏସିଆକଳାହାଣ୍ଡି ଜିଲ୍ଲାଭୁବନେଶ୍ୱର ବେହେରାତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)ଚୈତ୍ରଛ ମାଣ ଆଠ ଗୁଣ୍ଠବିଦ୍ୟାଳୟସଂସ୍କୃତନବକଳେବରଚାଉଳକଟକ ଜିଲ୍ଲାସୌର ଜଗତଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଦକ୍ଷିଣାୟନ ଯାତ୍ରାବ୍ରୋଙ୍କିଏକ୍ଟାସିସ୍ସୁନାବେଶସୁନାମିକାଳିନ୍ଦୀ ଚରଣ ପାଣିଗ୍ରାହୀଛବିଳ ମଧୁ ବର୍ଣ୍ଣବୋଧଉତ୍କଳ ସମ୍ମିଳନୀଓଡ଼ିଆ ଚଉତିଶାପଠାଣି ସାମନ୍ତଓଡ଼ିଆ କଥାଚିତ୍ର ଜଗତଓଡ଼ିଶାର ଭୂଗୋଳWiki Foundationଭାରତୀୟ ଡାକ ସେବାପ୍ରତୀକ୍ଷାଚୈତନ୍ୟ୨୨ ନଭେମ୍ବରଆଲପ୍ରାଜୋଲାମ୨୦୧୧ କ୍ରିକେଟ ବିଶ୍ୱ କପଜଗନ୍ନାଥ ଦାସନନ୍ଦ କିଶୋର ବଳ୩୧ ମାର୍ଚ୍ଚଜିତେନ୍ଦ୍ର ହରିପାଲସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସଦ୍ରୌପଦୀ ମୁର୍ମୁନିତ୍ୟାନନ୍ଦ ଶତପଥୀଦୁର୍ଗା ପୂଜାଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଆ ଭାଷାଯୁକ୍ତରାଜ୍ୟଉଚ୍ଚ ରକ୍ତଚାପ୨୦୦୫ରେବତୀ (କ୍ଷୁଦ୍ରଗଳ୍ପ)୨୪ ମାର୍ଚ୍ଚଜର୍ଜିଆଗଙ୍ଗାଧର ମେହେରଉଇକିଅଭିଧାନକ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ୧୯୩୬ଭଜା🡆 More