ଇଲିଆନା ସିତାରିଷ୍ଟ

ଇଲିଆନା ସିତାରିଷ୍ଟ ଇଟାଲୀରେ ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ଜଣେ ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ ଯୁଗାନ୍ତ ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ।

ଇଲିଆନା ସିତାରିଷ୍ଟ
ଇଲିଆନା ସିତାରିଷ୍ଟ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚ ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
Background information
ଜନ୍ମ ସମୟରେ ନାମଇଲିଆନା ସିତାରିଷ୍ଟ
ଜନ୍ମ (1968-11-16) ୧୬ ନଭେମ୍ବର ୧୯୬୮ (ବୟସ ୫୫)
ବରଗାମୋ, ଇଟାଲୀ
ଜନ୍ମସ୍ଥାନଇଟାଲୀୟ
ଶୈଳୀଓଡ଼ିଶୀ, ଛଉ
ପେଷାଓଡ଼ିଶୀ ଓ ଛଉ ନର୍ତ୍ତକୀ ଓ ଶିକ୍ଷକ
ୱେବସାଇଟOfficial website

ପ୍ରାରମ୍ଭିକ ଜୀବନ

ଇଲିଆନା ଇଟାଲୀର ବେରଗ୍ରାମୋରେ ଜନ୍ମିତ । ଇଟାଲୀରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ କଥକାଳି ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ । ଓଡ଼ିଶା ଆସିବା ପୂର୍ବରୁ ସେ ୩ ବର୍ଷ ଧରି କେରଳରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ ଓଡ଼ିଶୀ ଶିଖିଥିଲେ । ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।

ନୃତ୍ୟ ଜୀବନୀ

ଇଲିଆନା ସିତାରିଷ୍ଟ 
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ

ଇଲିଆନା ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି । ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି । ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନାଚ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।

ପ୍ରମୁଖ ପ୍ରସ୍ତୁତି

ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବସିତ ଗ୍ରୀକ ପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବସିତ, ‘ଇମେଜେସ ଅଫ ଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ୱଲିଖିତ କବିତା ଉପରେ ପର୍ଯ୍ୟବସିତ । ଓଡ଼ିଶୀରେ 'ମାୟା ଦର୍ପଣ', 'ମହାନଦୀ: ଆଣ୍ଡ ଦ ରିଭର ଫ୍ଲୋଜ',ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, 'କରୁଣା', ମଦର ଟେରେସାଙ୍କ ଜୀବନୀ ଉପରେ, ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି ।

ବହି ଓ ଚଳଚ୍ଚିତ୍ର

ମୃଣାଳ ସେନଙ୍କ ଯୁଗାନ୍ତ ବ୍ୟତୀତ, ଏମ. ଏଫ. ହୁସେନଙ୍କ "ମିନାକ୍ଷୀ : ଏ ଟେଲ ଅଫ ଥ୍ରୀ ସିଟିଜ"(୨୦୦୩), ଗୌତମ ଘୋଷଙ୍କ "ଏବାର ଅରଣ୍ୟେ"(୨୦୦୪)ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ରେ "ଦି ମେକିଙ୍ଗ ଅଫ ଏ ଗୁରୁ : କେଳୁଚରଣ ମହାପାତ୍ର, ହିଜ ଲାଇଫ ଏଣ୍ଡ ଟାଇମ୍ସ"(ISBN 81-7304-369-8.) ତଥା ୨୦୧୨ରେ "ଟ୍ରାଡ଼ିଶନାଲ ମାର୍ଶିଆଲ ପ୍ରାକ୍ଟିସେସ ଇନ ଓଡ଼ିଶା" ଶୀର୍ଷକରେ ଦୁଇଟି ପୁସ୍ତକ ଲେଖିଛନ୍ତି ।

ପୁରସ୍କାର ଓ ସମ୍ମାନ

ଇଲିଆନା ଦୂରଦର୍ଶନର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।

ସେ ମଧ୍ୟ ମୁମ୍ବାଇର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ । ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଛି । ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।

କାର୍ଯ୍ୟ

  • ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. ISBN 81-7304-369-8 ମନୋହର ପ୍ରକାଶନ) ।
  • ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨ ।

ଆଧାର

Tags:

ଇଲିଆନା ସିତାରିଷ୍ଟ ପ୍ରାରମ୍ଭିକ ଜୀବନଇଲିଆନା ସିତାରିଷ୍ଟ ନୃତ୍ୟ ଜୀବନୀଇଲିଆନା ସିତାରିଷ୍ଟ ପ୍ରମୁଖ ପ୍ରସ୍ତୁତିଇଲିଆନା ସିତାରିଷ୍ଟ ବହି ଓ ଚଳଚ୍ଚିତ୍ରଇଲିଆନା ସିତାରିଷ୍ଟ ପୁରସ୍କାର ଓ ସମ୍ମାନଇଲିଆନା ସିତାରିଷ୍ଟ କାର୍ଯ୍ୟଇଲିଆନା ସିତାରିଷ୍ଟ ଆଧାରଇଲିଆନା ସିତାରିଷ୍ଟ ଅଧିକ ତଥ୍ୟଇଲିଆନା ସିତାରିଷ୍ଟଓଡ଼ିଶୀଛଉ ନାଚପଦ୍ମଶ୍ରୀମୃଣାଳ ସେନ

🔥 Trending searches on Wiki ଓଡ଼ିଆ:

ପୋଙ୍ଗଲମଣିଷଅଚ୍ୟୁତ ସାମନ୍ତସୁଦର୍ଶନ ପଟ୍ଟନାୟକ୧୧ମହମ୍ମଦଉଇକିକମନ୍ସସ୍ୱାମୀ ବିବେକାନନ୍ଦରାଧାନାଥ ରାୟସରସ୍ୱତୀଲିଙ୍ଗରାଜ ମନ୍ଦିରଅର୍ଥଶାସ୍ତ୍ରଧର୍ମଅମୃତଭଣ୍ଡାଶାନ୍ତନୁ କୁମାର ଆଚାର୍ଯ୍ୟବଡ଼ଦିନଅକ୍ଷାଂଶୟୁରୋପସୁଦାମ ମାରାଣ୍ଡିମ୍ୟାଲେରିଆପ୍ରହ୍ଲାଦ ନାଟକଅଂଶୁଘାତ୧୮୬୬ଅଟିଜିମ୍‌ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଅଖିଳ ମୋହନ ପଟ୍ଟନାୟକସୀତା ବିବାହରାୟଗଡ଼ା ରେଳ ଷ୍ଟେସନବିମ୍ବାଧର କୁଅଁରନଅଙ୍କ ଦୁର୍ଭିକ୍ଷ୧୫ ଅପ୍ରେଲଯୌନ ସମ୍ଭୋଗମହାବୀର ଜୈନକର୍କଟ ରୋଗରିକେଟଗୋଦାବରୀଶ ମିଶ୍ରଆହେ ଦୟାମୟ ବିଶ୍ୱ ବିହାରୀଇଣ୍ଡୋନେସିଆଭାରତୀୟ ମୁଦ୍ରାକୃଷ୍ଣ ଜନ୍ମାଷ୍ଟମୀଗୋପାଳ ଚନ୍ଦ୍ର ପ୍ରହରାଜ୯ ଫେବୃଆରୀମହିମା ଧର୍ମବିଦ୍ୟୁତ୧୯୯୦କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନୋଜ ଦାସଙ୍କ କଥା ଓ କାହାଣୀସାମାଜିକ ବିଜ୍ଞାନଜର୍ମାନୀଶ୍ରବଣ ( ରାମାୟଣ ର ଚରିତ୍ର )ପଦାର୍ଥ ବିଜ୍ଞାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରମାକାନ୍ତ ରଥପଣା ସଂକ୍ରାନ୍ତିମାୟାଧର ମାନସିଂହଭଗବତୀ ଚରଣ ପାଣିଗ୍ରାହୀଚୈତ୍ରବୌଦ୍ଧ ଧର୍ମବାଲେଶ୍ୱର ଜିଲ୍ଲାପରିସଂଖ୍ୟାନକବିସୂର୍ଯ୍ୟ ବଳଦେବ ରଥବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯକ୍ଷ୍ମାବିଜୁ ଜନତା ଦଳମୁକ୍ତେଶ୍ୱର ଦେଉଳବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଷ୍ଟ୍ରାଡେଫାଇଲିନବିବାହ🡆 More