ଇବୋଲା ଭୂତାଣୁ ରୋଗ

ଇବୋଲା ଭୂତାଣୁ ରୋଗ (English: Ebola virus disease ବା EVD କିମ୍ବା Ebola hemorrhagic fever ବା EHF) ମଣିଷ ଦେହରେ ହେଉଥିବା ଏକ ରୋଗ ଯାହା ଇବୋଲା ଭୂତାଣୁ ଦ୍ୱାରା ହୁଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ୨ ଦିନଠାରୁ ୩ ସପ୍ତାହ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଜ୍ୱର, ତଣ୍ଟି ଘାଆ, ମାଂସ ପେଶୀ ଯନ୍ତ୍ରଣା, ଓ ମୁଣ୍ଡ ବ୍ୟଥା ଏହାର ମୂଖ୍ୟ ଲକ୍ଷଣ । ଏହା ପରେ ପରେ ଓକାଳ, ବାନ୍ତି, ଡାଇରିଆ ବା ତରଳ ଝାଡା ହୁଏ ଓ ଏହା ସହ ଯକୃତ ଓ ବୃକକ ଦ୍ୱୟର କାର୍ଯ୍ୟ କ୍ଷମତା କମିଯାଏ । ଏହି ସମୟରେ ଦେହ ଭିତରେ ଓ ବାହାରେ ରକ୍ତ ସ୍ରାବ ମଧ୍ୟ ଆରମ୍ଭ ହୁଏ ।.

Ebola virus disease
ଇବୋଲା ଭୂତାଣୁ ରୋଗ
1976 photograph of two nurses standing in front of Mayinga N., a person with Ebola virus disease; she died only a few days later due to severe internal hemorrhaging.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A98.4
ଆଇସିଡ଼ି-୯-ସିଏମ୍065.8
ରୋଗ ଡାଟାବେସ18043
ମେଡ଼ିସିନ-ପ୍ଲସ001339
ଇ-ମେଡ଼ିସିନmed/626
MeSHD019142

ସଂକ୍ରମିତ ପଶୁମାନଙ୍କ (ମାଙ୍କଡ କିମ୍ବା ଫୃଟ ବ୍ୟାଟ/ fruit bat ) ରକ୍ତ ବା ଦେହର ତରଳ ପଦାର୍ଥର ସଂସ୍ପର୍ଶରେ ଆସିଲେ ଏହି ଜୀବାଣୁ ସୁସ୍ଥ ଲୋକ ଦେହକୁ ଯାଏ । ବାୟୁ ମାଧ୍ୟମକୁ କିନ୍ତୁ ଏହାର ବିସ୍ତାରର ପ୍ରମାଣ ମିଳି ନାହିଁ ।. । ଫୃଟ ବ୍ୟାଟଦ୍ୱାରା (fruit bat) ଏହି ଜୀବାଣୁ ବ୍ୟାପିଲେ ମଧ୍ୟ ତାହାକୁ ରୋଗ ହୁଏ ନାହିଁ । ସଂକ୍ରମିତ ମଣିଷଠାରୁ ଅନ୍ୟ ମଣିଷ ସଂକ୍ରମିତ ହୁଏ । ବୀର୍ଯ୍ୟ ମାଧ୍ୟମରେ ପୁରୁଷ ଦୁଇ ମାସ ପର୍ଯ୍ୟନ୍ତ ଏହି ରୋଗ ସଂକ୍ରମିତ କରି ପାରିବ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ପ୍ରଥମେ ମ୍ୟାଲେରିଆ, କଲେରା ଓ ଅନ୍ୟାନ୍ୟ ଭୂତାଣୁ ରକ୍ତସ୍ରାବୀ ରୋଗ ନ ଥିବା ସ୍ଥିର କରିବାକୁ ହୁଏ । ରୋଗ ନିର୍ଣ୍ଣୟ ନିମନ୍ତେ ଭୂତାଣୁ ଆଣ୍ଟିବଡି, ଭୂତାଣୁ ଆର.ଏନ.ଏ. ଓ ଭୂତାଣୁ ଉପସ୍ଥିତି ନିମନ୍ତେ ରକ୍ତ ପରୀକ୍ଷା କରି ସିଦ୍ଧାନ୍ତରେ ଉପନିତ ହେବାକୁ ପଡେ ।

ସଂକ୍ରମିତ ମାଙ୍କଡ ଓ ଘୁଷୁରିଠାରୁ ରୋଗ ବିସ୍ତାର ରୋକି ପାରିଲେ ଏହି ରୋଗକୁ ପ୍ରତିରୋଧ କରିହେବ । ରୋଗାକ୍ରାନ୍ତ ପଶୁଙ୍କୁ ମାରି ଶବକୁ ଉପଯୁକ୍ତ ଭାବରେ ନଷ୍ଟ କଲେ ଏହା ସମ୍ଭବ ହେବ । ଭଲ ଭାବରେ ମାଂସ ରାନ୍ଧିଲେ ଓ ମାଂସ ଧରିବା ବେଳେ ନିଜ ହାତରେ ଦସ୍ତାନା ପିନ୍ଧିଲେ, ରକ୍ଷାକାରୀ ପୋଷାକ ପିନ୍ଧିଲେ ଓ ରୋଗାକ୍ରାନ୍ତ ଲୋକ ଭଲ ଭାବରେ ହାତ ଧୋଇଲେ ରୋଗ ସଂକ୍ରମଣରୁ ରକ୍ଷା ମିଳେ । ଦେହ ନିର୍ଗତ ପଦାର୍ଥ ଓ ତନ୍ତୁ ସମୂହ ଅତି ଯତ୍ନ ସହକାରେ ଧରିବାକୁ ହୁଏ । .

ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ; କେବଳ ପାଟିରେ ସ୍ୱଳ୍ପ ମିଠା ମିଶ୍ରିତ ଲୁଣିଆ ଜଳ ଦେଇ ନିର୍ଜଳନ (dehydration) ଚିକିତ୍ସା କରାଯାଏ । ଏହା ସହ ଶିରା ମାଧ୍ୟମରେ ତରଳ ପଦାର୍ଥ ପ୍ରବେଶ କରେଇ ଦିଆଯାଏ । ଏହି ରୋଗର ମୃତ୍ୟୁ ହାର ବହୁତ ଅଧିକ, ୫୦ %ରୁ ୯୦ % ଲୋକ ଭୂତାଣୁ ସଂକ୍ରମଣରେ ମରିଯାଆନ୍ତି । ଏହି ରୋଗ ପ୍ରଥମେ ସୁଦାନ/ Sudan ଓ କଙ୍ଗୋରେ/ Democratic Republic of the Congo ଆବିଷ୍କୃତ ହୋଇଥିଲା । ସବ-ସାହାରାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବ୍ୟାପେ । ୧୯୭୬ ମସିହାର ପ୍ରଥମ ଆବିଷ୍କାର ପରଠାରୁ ୨୦୧୩ ପର୍ଯ୍ୟନ୍ତ ୧୭୧୬ ଲୋକ ସଂକ୍ରମିତ ହେବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି । ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ଼ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone, ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି । ୨୦୧୪ ମସିହା ସୁଦ୍ଧା ୧୬୦୦ ଲୋକଙ୍କର ଏହି ରୋଗ ଥିବା ଚିହ୍ନଟ ହୋଇଛି । ଏହାର ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇନାହିଁ ।

References

Tags:

ଜ୍ୱରବାନ୍ତିବୃକକଯକୃତ

🔥 Trending searches on Wiki ଓଡ଼ିଆ:

ପ୍ରଥମାଷ୍ଟମୀଓଡ଼ିଶା ସରକାରରିକେଟକାହ୍ନୁଚରଣ ମହାନ୍ତିରମଜାନରାମଚନ୍ଦ୍ର ମିଶ୍ରରମାକାନ୍ତ ପଣ୍ଡାସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଭାନୁଜୀ ରାଓଚୀନହନୁମାନ ଜୟନ୍ତୀହିନ୍ଦୁ ଧର୍ମଦାଶରଥି ଦାସମଙ୍ଗଳା ମନ୍ଦିରମଧ୍ୟ ପ୍ରଦେଶକଙ୍ଗୋଭାରତୀୟ ଜାତୀୟ କଂଗ୍ରେସ୨୧ଗୌରୀଶଙ୍କର ରାୟକୋଳିପଖାଳ ଦିବସଗୋବିନ୍ଦ ଚନ୍ଦ୍ର ଦାସଚିଙ୍ଗୁଡ଼ି ମଲାଇସାନ୍ତାଳୀ ଲୋକସଂସ୍କୃତିବିବାହବ୍ରାହ୍ମଣୀ ନଦୀଅଶୋକ (ସମ୍ରାଟ)ଆହେ ଦୟାମୟ ବିଶ୍ୱ ବିହାରୀପ୍ରେମମଥୁରା ମଙ୍ଗଳହୃଷୀକେଶ ପଣ୍ଡାପାଟଦେଇବିଶ୍ୱତାପନରାଜ୍ୟ ସଭାଭାରତ ରତ୍ନଦ୍ୱିତୀୟ ବିଶ୍ୱଯୁଦ୍ଧସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)କେଶାପାଲିସିଦ୍ଧାନ୍ତ ମହାପାତ୍ରସ୍ୱର ବର୍ଣ୍ଣଜଗନମୋହ‌ନ ଲାଲରାମାୟଣମାଟିର ମଣିଷଲକ୍ଷ୍ମଣମାୟାଧର ମାନସିଂହଦିଲୀପ ତିର୍କୀଭାରତୀୟ ଡାକ ସେବାଅଚ୍ୟୁତାନନ୍ଦ ଦାସମାଂସର ବିଳାପଭୂମିକମ୍ପଦିବ୍ୟସିଂହ ଦେବକଳିଙ୍ଗ ଯୁଦ୍ଧଯକୃତଟ୍ରାନ୍ସଫର୍ମରକଟକଉଇକିକମନ୍ସମନୋରଞ୍ଜନ ଦାସଚିନ୍ତାମଣି ବେହେରାଚାଣକ୍ୟଘର୨ ଅପ୍ରେଲଆଜାଦ ହିନ୍ଦ୍ ଫୌଜନୀଳମଣି ବିଦ୍ୟାରତ୍ନ🡆 More