ଇତମାଦ - ଉଦ-ଦଉଲାହ କବର
ଇତମାଦ - ଉଦ-ଦଉଲାହ କବରଗୃହ ଭାରତର ରାଜ୍ୟ ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଏକ ମୋଗଲ କାଳୀନ କବର-ଗୃହ । ଏହାକୁ ବହୁବାର ଅଳଙ୍କାର ବାକ୍ସ ଭାବେ ସମ୍ବୋଧିତ କରାଯାଏ, କେବେ କେବେ ଛୋଟ ତାଜ ମହଲ ମଧ୍ୟ କୁହାଯାଏ । ଏହି କବର-ଗୃହକୁ ତାଜ୍ ମହଲର ପୂର୍ବ-ସଂସ୍କରଣ ଭାବେ ବିବେଚନା କରାଯାଇଥାଏ । .
ଇତମାଦ - ଉଦ-ଦଉଲାହ କବରଗୃହ(ଉର୍ଦ୍ଦୁ: اعتماد الدولہ کا مقبرہ, I'timād-ud-Daulah kā Maqbara) ଭାରତର ରାଜ୍ୟ ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଏକ ମୋଗଲ କାଳୀନ କବର-ଗୃହ । ଏହାକୁ ବହୁବାର "ଅଳଙ୍କାର ବାକ୍ସ"(jewel box) ଭାବେ ସମ୍ବୋଧିତ କରାଯାଏ, କେବେ କେବେ "ଛୋଟ ତାଜ ମହଲ"(Baby Tāj) ମଧ୍ୟ କୁହାଯାଏ । ଏହି କବର-ଗୃହକୁ ତାଜ୍ ମହଲର ପୂର୍ବ-ସଂସ୍କରଣ ଭାବେ ବିବେଚନା କରାଯାଇଥାଏ ।
ଏଠାରେ ମୁଖ୍ୟ ଗୃହ ବ୍ୟତୀତ ଅନେକ ଗୃହ ଓ ଉଦ୍ୟାନ ରହିଛି । ୧୬୨୨ରୁ ୧୬୨୮ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଏହି କବରଗୃହଟି ପ୍ରାରମ୍ଭିକ ସ୍ତରର ମୋଗଲ କଳା ସ୍ଥାପତ୍ୟ – ମୁଖ୍ୟତଃ ଲାଲ ବାଲୁକା ପ୍ରସ୍ତରରେ ନିର୍ମିତ ଏବଂ ମାର୍ବଲରେ ସୁସଜ୍ଜିତ, ଦିଲ୍ଲୀସ୍ଥିତ ହୁମାୟୁନ କବର ଓ ସିକନ୍ଦରାଠାରେ ଥିବା ଆକବରଙ୍କ କବର ସଦୃଶ – ତଥା ଦ୍ୱିତୀୟ ପର୍ଯ୍ୟାୟର ମୋଗଲ କଲା ସ୍ଥାପତ୍ୟ – ମୂଲ୍ୟବାନ ପଥର ଖଚିତ ଧଳା ମାର୍ବଲର ବ୍ୟବହାର, ଯାହାର ଲାଳିତ୍ୟ ତାଜ ମହଲରେ ପ୍ରତୀୟମାନ – ମଧ୍ୟରେ ଥିବା ପରିବର୍ତନର ପ୍ରତୀକ ।
ଇତମାଦ - ଉଦ-ଦଉଲାହ କବର ଜାହାଙ୍ଗୀରଙ୍କ ପତ୍ନୀ ନୁର ଜାହାନ ଙ୍କଦ୍ୱାରା ନିର୍ମିତ ହେଇଥିଲା । ସେ ଏହାକୁ ତାଙ୍କ ପିତା ମିର୍ଜା ଘୟାସ ବେଗ , ଯିଏ ଜଣେ ପାର୍ସି ଅମିର ଥିଲେ ,ଙ୍କ ସ୍ମୃତିରେ ନିର୍ମିତ ହେଇଥିଲା ।ମିର୍ଜା ସହ ଜାହଁଙ୍କ ପତ୍ନୀ ମୁମତାଜ୍ ମହଲଙ୍କ ପିତାମହ ମଧ୍ୟ ଥିଲେ । ପରେ ସହାଜାହାନ ମୁମତାଜ୍ ମହଲଙ୍କ ସ୍ମୃତିରେ ତାଜ ମହଲ ନିର୍ମାଣ କରିଥିଲେ ।
କବର
ଯମୁନା ନଦୀର ପୁରା ତଟରେ ଏହି କବରଖାନା ନିର୍ମିତ ହେଇଥିଲା । ଏହାର ଚାରିପଟେ ଉଦ୍ୟାନ ଓ ଜଳାଧାର ରହିଛି । 50 ମିଟର ପରିଧିରେ ଏହା ନିର୍ମିତ । ପ୍ରତି କୋଣରେ ସ୍ତମ୍ଭ ରହିଛି ।
ରାଜସ୍ଥାନରୁ ଆସିଥିବା ଧଳା ମାର୍ବଳ ପ୍ରସ୍ତରରେ ଏହାର କାନ୍ଥ ସବୁ ନିର୍ମିତ । ଏହି କାନ୍ଥରେ କରନେଲିଆନ , ଯଶପର ତୋପଜ ଆଦି ମୂର୍ତିର ଖୋଦନ ରହିଛି । ଅଭ୍ୟନ୍ତରରେ କାଚ ଝରକା ସବୁ ଆଲୋକ ପ୍ରଦାନ କରିଥାଏ ।
ଗ୍ୟାଲେରି
ଆଧାର
ବାହାର ଲିଙ୍କ
- Itmad ud Daulah on YouTube
- Pictures of Etimad-ud-Daulah's Tomb Pictures of Itmad-Ud-Daulah's Tomb from a backpackers trip around India
- The Tomb of Etimad-ud-Daula
This article uses material from the Wikipedia ଓଡ଼ିଆ article ଇତମାଦ - ଉଦ-ଦଉଲାହ କବର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.
In other languages:
- Egyptian Arabic: قبر اعتماد الدوله - Wiki مصرى
- ଜର୍ମାନ: Itimad-ud-Daula-Mausoleum - Wiki Deutsch
- ଇଂରାଜୀ: Tomb of I'timād-ud-Daulah - Wiki English
- ସ୍ପେନିୟ: Mausoleo de Itimad-Ud-Daulah - Wiki Español
- ବାସ୍କ୍ୱି: Itimad-Ud-Daulahren Mausoleoa - Wiki Euskara
- ଫରାସୀ: Mausolée d'Itimâd-ud-Daulâ - Wiki Français
- ହିନ୍ଦୀ: एतमादुद्दौला का मकबरा - Wiki हिन्दी
- ଇଟାଲୀୟ: Mausoleo di I'timād-ud-Daulah - Wiki Italiano
- ଜାପାନୀ: イティマード・ウッダウラ廟 - Wiki 日本語
- ମାଲାୟଲମ୍: ഐതിമദ്-ഉദ്-ദൗളയുടെ ശവകുടീരം - Wiki മലയാളം
- ଡଚ୍: Tombe van Itimad ud-Daulah - Wiki Nederlands
- ପୋଲିଶ୍: Grobowiec Etemada ad-Douli - Wiki Polski
- ରୁଷିୟ: Итимад-Уд-Даула - Wiki русский
- ଆଲବାନିଆନ୍: Varri i Itmad-ud-Daulah-ut - Wiki Shqip
- ସ୍ୱେଡିସ୍: Itmad-Ud-Daulah - Wiki Svenska
- ଥାଇ: เอตมาดุดดาวลา กา มักบะรา - Wiki ไทย
- ୟୁକ୍ରାନିଆନ୍: Ітімад-Уд-Даула - Wiki українська
- ଉର୍ଦ୍ଦୁ: مقبرہ اعتماد الدولہ - Wiki اردو
- ଭିଏତନାମିଜ୍: Lăng mộ I'timād-ud-Daulah - Wiki Tiếng Việt