ଆଲାବାମାର ସମ୍ବିଧାନ

ଆଲାବାମା ରାଜ୍ଯର ସମ୍ବିଧାନ, ଯୁକ୍ତରାଷ୍ଟ୍ରର ରାଜ୍ଯ ଆଲାବାମାର ମୌଳିକ ପ୍ରଶାସନିକ ବିଧି ଅଟେ । ଏହାକୁ ୧୯୦୧ ମସିହାରେ ଅଙ୍ଗୀକୃତ କରାଯାଇଥିଲା ଏବଂ ଏହା ଆଲାବାମାର ଷଷ୍ଠ ସମ୍ବିଧାନ ଅଟେ ।

ଆଲାବାମା ରାଜ୍ଯର ସମ୍ବିଧାନ
ଆଲାବାମାର ସମ୍ବିଧାନ
ବିସ୍ତାରଆଲାବାମା, ଯୁକ୍ତରାଷ୍ଟ୍ର
ଗୃହୀତ21 ନଭେମ୍ବର 1901; 122 years ago (1901-୧୧-21)
ପ୍ରଣୟିତ28 ନଭେମ୍ବର 1901; 122 years ago (1901-୧୧-28)
ସଂଶୋଧନ୯୪୮

୩,୧୦,୨୯୬ ଶବ୍ଦ ସହିତ, ଏହି ନଥିପତ୍ରଟି ହାରାହାରି ରାଜ୍ଯ ସମ୍ବିଧାନଠାରୁ ୧୨ ଗୁଣ ଦୀର୍ଘ ଏବଂ ଯୁକ୍ତରାଷ୍ଟ୍ର ସମ୍ବିଧାନଠାରୁ ୪୪ ଗୁଣ ଦୀର୍ଘ । ଏହା ବିଶ୍ୱର ଦୀର୍ଘତମ ଏବଂ ସର୍ବାଧିକ ସଂଶୋଧିତ କାର୍ଯ୍ୟକାରୀ ସମ୍ବିଧାନ । ବିଶ୍ୱର ଦୀର୍ଘତମ ରାଷ୍ଟ୍ରୀୟ ସମ୍ବିଧାନ, ଭାରତୀୟ ସମ୍ବିଧାନର ଇଂରାଜୀ ରୂପର ଶବ୍ଦ ସଂଖ୍ଯା ୧,୪୫,୦୦୦ ଅଟେ ଯାହାକି ଆଲାବାମାର ସମ୍ବିଧାନର ଅଧାଅଧି ଅଟେ ।

ଏହାର ପ୍ରାୟ ଶତକଡା ୯୦ ଭାଗ, ୯୪୮ଟି ସମ୍ବିଧାନ ସଂଶୋଧନରେ ରହିଛି (ତୁଳନା ପାଇଁ, ଭାରତର ୧୦୪ ସଂଶୋଧନ ସମ୍ବିଧାନର ଅଂଶ ହୋଇ ନ ରହି ସମ୍ବିଧାନରେ ହିଁ ପରିବର୍ତ୍ତନ ଆଣନ୍ତି) । ପ୍ରାୟ ୭୫ ଭାଗ ସଂଶୋଧନ ଐକିକ ଜିଲ୍ଲା ଓ ସହର ପାଇଁ ପ୍ରଯୁଜ୍ୟ ଏବଂ କେତେକ କେବଳ ବିଶେଷ ଅଧିକାରୀମାନଙ୍କ ଦରମା ସହ ସମ୍ବନ୍ଧିତ ଉଦାହରଣ ସ୍ୱରୂପ ୪୮୦ ସଂଶୋଧନ) । ଫଳ ସ୍ବରୂପ, ଆଲାବାମାର ଅଧିକ ସଂଖ୍ଯକ ସାମ୍ବିଧାନିକ ଅଧିକାରୀ ଅଛନ୍ତି । ତାଛଡା ଏହାର ସମ୍ବିଧାନ ବିଭିନ୍ନ ଜିଲ୍ଲାରେ ରହୁଥିବା ବାସିନ୍ଦାଙ୍କୁ ନିଜ ସମସ୍ଯା ସମାଧାନ କରିବାରେ ମଧ୍ଯ ଅନେକ ଅସୁବିଧା ହୁଏ ।

"ଆଲାବାମାରେ ସଙ୍ଘୀୟ ସମ୍ବିଧାନଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ଯରେ ଶ୍ୱେତ ପ୍ରଭୂତ୍ବ ସ୍ଥାପନ କରିବା" ଉଦ୍ଦେଶ୍ଯରେ, ରାଜ୍ଯର ଡେମୋକ୍ରାଟମାନେ ସାମ୍ବିଧାନିକ ସମ୍ମୀଳନୀ ଡକାଇଲେ । ଏହାର ପ୍ରାବଧାନଗୁଡ଼ିକ ମୁଖ୍ଯତଃ ଆଫ୍ରିକୀୟ ଆମେରିକୀୟ ତଥା ଦରିଦ୍ର ଶ୍ୱେତାଙ୍ଗମାନଙ୍କୁ ମତବ୍ୟକ୍ତ କରିବାରୁ ବଞ୍ଚିତ କରୁଥିଲା, ଯେଉଁମାନେ ୧୯୬୫ ପର୍ଯ୍ୟନ୍ତ ବାସନ୍ଦ ରହିଲେ । ଏହି ସମ୍ବିଧାନ ଆଲାବାମା ବିଧାୟିକାକୁ ଆଲାବାମାର ଅଧିକାଂଶ ଜିଲ୍ଲାକୁ ସିଧାସଳଖ ଶାସନ କରିବା ପାଇଁ କ୍ଷମତା ଦେଇଅଛି ।

ଏହାର ପ୍ରସ୍ତାବନା କହେ:

    ଆମ୍ଭେ, ଆଲାବାମା ରାଜ୍ଯର ଲୋକମାନେ, ନ୍ଯାୟ ସ୍ଥାପନ, ପାରିବାରିକ ଶାନ୍ତି ବଜାୟ ତଥା ନିଜକୁ ଓ ଭବିଷ୍ଯତ ବଂଶଧରମାନଙ୍କୁ ସ୍ୱତନ୍ତ୍ରତାର ଆଶୀର୍ବାଦ ପ୍ରାପ୍ତ କରାଇବା ପାଇଁ, ସର୍ବଶକ୍ତିମାନ ଈଶ୍ବରଙ୍କ ଅନୁଗ୍ରହ ଓ ଦିଗ୍ଦର୍ଶନର କାମନା ସହ, ଏହି ସମ୍ବିଧାନ ଓ ପ୍ରଶାସନିକ ସ୍ୱରୂପକୁ ଆଲାବାମା ରାଜ୍ଯ ପାଇଁ ଅଙ୍ଗୀକୃତ ଓ ପ୍ରଣୟିତ କରୁଅଛୁ ।

ଇତିହାସ

ଆଲାବାମାର ଏପର୍ଯ୍ୟନ୍ତ ଛଅଟି ସମ୍ବିଧାନ ହୋଇସାରିଛି, ସମସ୍ତେ ରାଜ୍ଯ ସମ୍ମୀଳନୀଦ୍ୱାରା ସ୍ଥାପିତ: ଆଲାବାମାର ସମ୍ବିଧାନ  ୧୮୧୯ (ଆଲାବାମା ଅଞ୍ଚଳକୁ ଏକ ରାଜ୍ଯରେ ରୂପାନ୍ତରିତ କରି), ୧୮୬୧ (ବିଚ୍ଛିନ୍ନକରଣ), ୧୮୬୫ (ପୁନର୍ଗଠନ), ୧୮୬୮ (ପୁନର୍ଗଠନ), ୧୮୭୫ (ପୁନର୍ଗଠନ ଅନ୍ତକରଣ), ଏବଂ, ୧୯୦୧ରୁ , ବର୍ତ୍ତମାନର ସମ୍ବିଧାନ ।

ସାଧାରଣ ସମୀକ୍ଷା

ଆଲାବାମା ସମ୍ବିଧାନ, ଅନ୍ୟାନ୍ୟ ରାଜ୍ଯ ସମ୍ବିଧାନ ପରି, କ୍ଷମତାର ବଣ୍ଟନ କରିଥାଏ । କାର୍ଯ୍ୟପାଳିକା କ୍ଷମତା ରାଜ୍ଯର ରାଜ୍ଯପାଳଙ୍କ ଉପରେ, ବିଧାୟିକା କ୍ଷମତା ଆଲାବାମା ରାଜ୍ଯ ବିଧାୟିକା ଉପରେ ଏବଂ ନ୍ୟାୟିକ କ୍ଷମତା ଆଲାବାମାର ନ୍ୟାୟତନ୍ତ୍ରଉପରେ ନ୍ୟସ୍ତ କରାଯାଇଛି । ପ୍ରଶାସନର ସମସ୍ତ ଶାଖା ପାଇଁ ପ୍ରତ୍ୟକ୍ଷ, ଦଳୀୟ, ଗୁପ୍ତ ଏବଂ ମୁକ୍ତ ନିର୍ବାଚନର ବ୍ଯବସ୍ଥା କରାଯାଇଛି ।

ଉଲ୍ଲେଖନୀୟ ବୈଶିଷ୍ଟ୍ୟ

ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଯେତେବେଳେ ଶ୍ୱେତ ଡେମୋକ୍ରାଟମାନେ ରାଜ୍ଯ ପ୍ରଶାସନରେ ଅଧିକାର ସ୍ଥାପନ କରିଥିଲେ ସେତେବେଳେ ସେମାନେ ରାଜ୍ଯ ପ୍ରଶାସନରେ କ୍ଷମତାର କେନ୍ଦ୍ରୀୟକରଣ ପାଇଁ ଚେଷ୍ଟାରତ ଥିଲେ । ଫଳରେ ବର୍ତ୍ତମାନର ସମ୍ବିଧାନ ଅଧିକ ଦୈର୍ଘ୍ୟବିଶିଷ୍ଟ ଓ ବିଶୃଙ୍ଖଳୀୟ ପ୍ରକୃତିର ହୋଇଗଲା ।

ତା ସହିତ, ୧୮୯୨ରୁ ୧୮୯୪ ପର୍ଯ୍ୟନ୍ତ ନିର୍ବାଚନରେ ଲୋକପ୍ରିୟମାନେ ନିଜ ଶ୍ୱତ ସର୍ବୋଚ୍ଚତାର ଆଦର୍ଶ ଯୋଗୁଁ ୟେଓମେନ କୃଷକମାନଙ୍କର ସମର୍ଥନ ପ୍ରାପ୍ତ କରିଥିଲେ । ନିଜର ପ୍ରଭୂତ୍ବ ବଞ୍ଚେଇବା ପାଇଁ ଡେମୋକ୍ରାଟମାନେ ମତାଧିକାର କମେଇବାର ଯୋଜନା କଲେ ଫଳରେ ସେମାନେ ୟେଓମେନ କୃଷକମାନଙ୍କର ସମର୍ଥନ ପ୍ରାପ୍ତ କଲେ ।

ଡେମୋକ୍ରାଟମାନେ "ନେଗ୍ରୋ ସମସ୍ୟା" ଉଠାଇଲେ ଓ "କୌଣସି ଶ୍ୱେତାଙ୍ଗ ମତାଧିକାର ହରେଇବ ନାହିଁ" ବୋଲି ପ୍ରତିଜ୍ଞା କଲେ । କିନ୍ତୁ ଆଲାବାମାର ନୂଆ ସମ୍ବିଧାନ "ଭୋଟର ପଞ୍ଜୀକରଣ ସୂଚୀରୁ ଅଶିକ୍ଷିତ, ଅସଙ୍ଗଠିତ, ଅତ୍ଯଧିକ ପଛୁଆ ବର୍ଗର ଶ୍ୱେତାଙ୍ଗମାନଙ୍କୁ ମଧ୍ଯ ବହିଷ୍କାର କରିବ ଏବଂ ଦକ୍ଷିଣରେ ଏକ ଦଳୀୟ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବ ।" ଗ୍ଲେନ୍ନ ଫେଲ୍ଡମାନଙ୍କ ଭାଷାରେ, ଏହି ସମ୍ବିଧାନ ଅଧିନରେ, କୃଷ୍ଣକାୟଙ୍କଠାରୁ ଅଧିକ ଶ୍ୱେତାଙ୍ଗମାନେ ମତାଧିକାର ହରାଇଲେ ।

ଆଧାର

Tags:

ଆଲାବାମାର ସମ୍ବିଧାନ ଇତିହାସଆଲାବାମାର ସମ୍ବିଧାନ ସାଧାରଣ ସମୀକ୍ଷାଆଲାବାମାର ସମ୍ବିଧାନ ଉଲ୍ଲେଖନୀୟ ବୈଶିଷ୍ଟ୍ୟଆଲାବାମାର ସମ୍ବିଧାନ ଆଧାରଆଲାବାମାର ସମ୍ବିଧାନ

🔥 Trending searches on Wiki ଓଡ଼ିଆ:

ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଦୀପକ ମିଶ୍ରସୁଦଶା ବ୍ରତପାଳୁଅବ୍ରତକେଦାରନାଥ ମନ୍ଦିରମକର (ରାଶି)ଖୋର୍ଦ୍ଧାଇଂରାଜୀ ଭାଷାବକ୍ସି ଜଗବନ୍ଧୁଇତିହାସଜଗନମୋହ‌ନ ଲାଲଓଡ଼ିଶାର ଦଶହରାଉତ୍କଳ ଦୀପିକାନବଦୁର୍ଗାଚାନ୍ଦିପୁରଜୀବାଣୁ ଭାଜିନୋସିସଅଇଘରାଘରଓଡ଼ିଶାରେ ଦେବୀପୂଜାର ଐତିହ୍ୟଓଡ଼ିଆ ସାହିତ୍ୟକରଞ୍ଜଆରିଷ୍ଟୋଟଲଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଛଉ ନାଚହୃଷୀକେଶ ମଲ୍ଲିକପଦାର୍ଥ ବିଜ୍ଞାନ୧୨ ଅପ୍ରେଲଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଦୁର୍ଗାକ୍ରିକେଟଅଚ୍ୟୁତ ସାମନ୍ତମୁମ୍ବାଇସାଧୁ ମେହେରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବିଜୟ ମିଶ୍ରନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଭାରତର ନ୍ୟାୟୀକ ବ୍ୟବସ୍ଥାସାଇ ଭୋସଲେଅମୃତାୟନତାଜମହଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀ ଅରବିନ୍ଦଜ୍ୟୋତି ପ୍ରକାଶ ପାଣିଗ୍ରାହୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀନିତ୍ୟାନନ୍ଦ ମହାପାତ୍ରଚଳନ୍ତି ଠାକୁରକାହ୍ନୁଚରଣ ମହାନ୍ତିଜଳ ପ୍ରଦୂଷଣଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରାଜକିଶୋର ରାୟଶ୍ରୀମନ୍ଦିର ବେଢ଼ା-ଦେବାଦେବୀସଫ୍ଟୱେରବୈଷୟିକ ବିଜ୍ଞାନଶବ୍ଦ (ପଦ)ଲୋକ ସଭାର ବାଚସ୍ପତିତନ୍ତରବି ପଟ୍ଟନାୟକଅର୍ଥଶାସ୍ତ୍ର🡆 More