ଆନ୍ନା ମଣି: ଭାରତୀୟ ଜଳବାୟୁ ବୈଜ୍ଞାନିକ

ଆନ୍ନା ମଣି (୨୩.୦୮.୧୯୧୮ - ୧୬.୦୮.୨୦୦୧) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନବିତ୍ ଓ ପାଣିପାଗ ବିଜ୍ଞାନବିତ୍ ଥିଲେ । ସେ ଭାରତୀୟ ମେଟିଓରୋଲୋଜିକାଲ ଡିପାର୍ଟମେଣ୍ଟରେ ଡେପୁଟି ଡାଇରେକ୍ଟର ପଦବୀରୁ ଅବସର ନେଇଥିଲେ । ସେ ମେଟିଓରୋଲୋଜିକାଲ ଯନ୍ତ୍ରିକରଣରେ ଗୁରୁତ୍ତ୍ୱ୍ଅପୁର୍ଣ୍ଣ ଅବଦାନ ଦେଇଥିଲେ । ସୌର ବିକିରଣ, ଓଜୋନ ଓ ପବନ ଶକ୍ତି ବିଷୟରେ ଗବେଷଣା କରି ଅନେକ ପ୍ରବନ୍ଧ ଲେଖିଥିଲେ ।

ଆନ୍ନା ମଣି
അന്ന മാണി
ଆନ୍ନା ମଣି: ଭାରତୀୟ ଜଳବାୟୁ ବୈଜ୍ଞାନିକ
ଆନ୍ନା ମଣି
ଜନ୍ମ(1918-08-23)୨୩ ଅଗଷ୍ଟ ୧୯୧୮
ଟ୍ରାଭାଙ୍କୋର, କେରଳ
ମୃତ୍ୟୁ୧୬ ଅଗଷ୍ଟ ୨୦୦୧(2001-08-16) (ବୟସ ୮୨)
ଜାତୀୟତାଭାରତୀୟ
ବିଜ୍ଞାନୀ ଜୀବନ
କ୍ଷେତ୍ରପାଣିପାଗ ବିଜ୍ଞାନ, ପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନଭାରତୀୟ ମୌସମ ବିଜ୍ଞାନ ବିଭାଗ, ପୁନେ

ପ୍ରାକ୍ ଜୀବନ

ଆନ୍ନା ମଣି ଟ୍ରାଭାଙ୍କୋରର ପିରୁମେଡୁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସିଭିଲ ଇଞ୍ଜିନିଅର ଥିଲେ । ପିଲା ବେଳେ ସେ ପ୍ରଭୂତ ପାଠକ ଥିଲେ । ଭାଇକୋମ ସତ୍ୟାଗ୍ରହ ବେଳେ ସେ ଗାନ୍ଧୀଙ୍କ କର୍ମ ପନ୍ଥାରେ ଆକୃଷ୍ଟ ହୋଇଥିଲେ । ଜାତୀୟ ଆନ୍ଦୋଳନ ସମୟରେ ସେ କେବଳ ଖଦି ବସ୍ତ୍ର ପିନ୍ଧୁ ଥିଲେ । ସେ ଡାକ୍ତରୀ ବିଦ୍ୟା ପଢିବାକୁ ଇଚ୍ଛା କରୁଥିଲେ ମଧ୍ୟ ପଦାର୍ଥ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ । ସେ ୧୯୩୯ ମସିହାରେ ପ୍ରେସିଡେନ୍ସି କଲେଜରୁ ସମ୍ମାନ ସହ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ବି. ଏସ. ସି. ପାସ କଲେ ।

ଜୀବନ ବୃତ୍ତି

ପ୍ରେସିଡେନ୍ସି କଲେଜରୁ ସ୍ନାତକ ହାସଲ କଲା ପରେସେ ପ୍ରଫେସର ସି. ଭି. ରମଣଙ୍କ ଅଧୀନରେ ରୁବି ଓ ହିରାର ଅପ୍ଟିକାଲ ପ୍ରପର୍ଟି ଉପରେ ଗବେଷଣା କଲେ । ସେ ପାଞ୍ଚଟି ଗବେଷଣା ପ୍ରବନ୍ଧ ଲେଖିଥିଲେ ମଧ୍ୟ ଏମ. ଏସ. ସି. ପାସ କରି ନ ଥିବାରୁ ତାଙ୍କୁ ପି. ଏଚ.ଡି. ଦିଆଯାଇ ନ ଥିଲା । ତା ପରେ ସେ ପଦାର୍ଥ ବିଜ୍ଞାନ ପଢିବାକୁ ଇଂଲଣ୍ଡ ଯାଇଥିଲେ କିନ୍ତୁ ଶେଷରେ ଇମ୍ପିରିଆଲ କଲେଜରେ ଅନ୍ତରୀକ୍ଷ ବିଦ୍ୟା ପଢ଼ିଲେ । ସେ ୧୯୪୮ ମସିହାରେ ଭାରତ ଫେରି ଆସି ପୁଣେରେ ଅନ୍ତରୀକ୍ଷ ବିଭାଗରେ ଯୋଗଦାନ କାଲେ । ଅନ୍ତରୀକ୍ଷ ଇନ୍ସ୍ତୃମେଣ୍ଟେସନ ବିଷୟରେ ଅନେକ ପ୍ରବନ୍ଧ ଲେଖିଥିଲେ । ସେ ଡେପୁଟି ଡାଇରେକ୍ଟର ପଦରୁ ଅବସର ଗ୍ରହଣ କରିଥିଲେ । ସେ ଦୁଇଟି ପୁସ୍ତକ ଲେଖିଥିଲେ: The Handbook for Solar Radiation data for India in 1980 and Solar Radiation over India in 1981 । ସେ ୧୯୮୭ ମସିହାରେ କେ. ଆର. ରାମନାଥନ ପଦକ ପାଇଥିଲେ ତାଙ୍କର୧୯୯୪ ମସିହାରେ ଷ୍ଟ୍ରୋକ ହୋଇଥିଲା ଓ ସେ ୧୬.୦୮.୨୦୦୧ ମସିହାରେ ଥିରୁଭନନ୍ତପୁରମରେ ମୃତ୍ୟୁ ବରଣ କରିଥିଲେ ।

ଆଧାର

Tags:

ପଦାର୍ଥ ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ବିଦ୍ୟୁତସୂର୍ଯ୍ୟ ଦେବତାଆବ୍ରୋସିଟିନିବନବୀନ ପଟ୍ଟନାୟକସିଦ୍ଧାର୍ଥ ଭରତନଇଂରାଜୀ ଭାଷାମାହିମ ଦୁର୍ଗ , ମୁମ୍ବାଇଫତୁରାନନ୍ଦଗୋଦାବରୀଶ ମିଶ୍ରଶ୍ରୀରାଧାନିତ୍ୟାନନ୍ଦ ମହାପାତ୍ରସୋଫିଆ ଆଲାମସାନିଆ ମିର୍ଜାପ୍ରାଣୀଓ ଅନ୍ଧଗଳିଦକ୍ଷିଣ କୋରିଆସମ୍ବାଦ (ଖବରକାଗଜ)ଗୋପାଳ ଛୋଟରାୟଋତୁସ୍ରାବବେଲଅର୍ଜୁନ ଚରଣ ସେଠୀହିନ୍ଦୁ ଧର୍ମଯଦୁନାଥ ଦାସ ମହାପାତ୍ରଘରଧନୁଯାତ୍ରାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଉତ୍କଳ ଦୀପିକାସେବିଅମର ସିଂହ ଚମକିଲାଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସବଣ୍ଡ (ଅର୍ଥ)ବୌଦ୍ଧ ଧର୍ମକୃଷ୍ଣଶ୍ରାଦ୍ଧପଶ୍ଚିମ ଓଡ଼ିଶାକାଳିନ୍ଦୀ ଚରଣ ପାଣିଗ୍ରାହୀସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛାନ୍ଦରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗନାରୀବାଦମାୟାଧର ମାନସିଂହବ୍ୟାସଦେବଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଗୁରୁପ୍ରସାଦ ମହାନ୍ତିଇନ୍‌ଫ୍ଲୁଏଞ୍ଜାଉତ୍କଳ ଦିବସରାମଶଙ୍କର ରାୟରାଜ୍ୟ ସଭାଭୂମିକମ୍ପଓଡ଼ିଆ ରାମାୟଣଲାରି ସାଙ୍ଗରଶ୍ରୀନିବାସ ରାମାନୁଜନଓଡ଼ିଆ ଭାଷାଲିଙ୍ଗରାଜ ମନ୍ଦିରସୁରେଶ କୁମାର ରାଉତରାୟକୁମାର ପୂର୍ଣ୍ଣିମାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବିଧାନ ସଭା ସଭ୍ୟରାମଚନ୍ଦ୍ର ମିଶ୍ରସୌରୀନ୍ଦ୍ର ବାରିକଦାଶରଥି ଦାସବ୍ୟାଙ୍କଚଳନ୍ତି ଠାକୁରତାଜମହଲୟୁ ଟ୍ୟୁବ🡆 More