ଅସୀମ ବସୁ: ଓଡ଼ିଆ ଶିଳ୍ପୀ ଓ ଅଭିନେତା

ଅସୀମ ବସୁ (୩୦ ନଭେମ୍ବର ୧୯୩୫ - ୧ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଥିଲେ । ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅସୀମ ଓଡ଼ିଶାର କଳା ସାହିତ୍ୟ କ୍ଷେତ୍ରରେ ସକ୍ରିୟଥିଲେ । ସେ ୨୦୦୦ରୁ ଅଧିକ ନାଟକରେ ମଞ୍ଚ ସଜେଇଥିଲେ ଓ ୫୦ରୁ ଅଧିକ ନାଟକରେ ଅଭିନୟ ବା ନିର୍ଦ୍ଦେଶନା କରିଥିଲେ । ସେ ବହୁବାର ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତିଆରି କରିଥିଲେ ।ଚିତ୍ରକଳାକୁ ନିଜ ପେଶା ଓ ମଞ୍ଚକୁ ନିଜ ନିଶା ବୋଲି କହୁଥିବା ଅସୀମ ଓଡ଼ିଶା ନାଟ୍ୟସଂଘର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ । ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଚୟନ କମିଟିରେ ରହି ରାଜ୍ୟର ଅନେକ ପ୍ରତିଭାକୁ ଚୟନ କରିଥିଲେ । ନାଟ୍ୟ ରଚନା ଓ ମଞ୍ଚସଜାରେ ସେ ସିଦ୍ଧହସ୍ତ ଥିଲେ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ।

ଅସୀମ ବସୁ
ଅସୀମ ବସୁ: ଜୀବନୀ, ଅଭିନିତନିର୍ଦ୍ଦେଶିତ ମଞ୍ଚ ନାଟକ, ଅଭିନିତନିର୍ଦ୍ଦେଶିତ କଥାଚିତ୍ର
ଜନ୍ମ(1935-11-30)୩୦ ନଭେମ୍ବର ୧୯୩୫
ମୃତ୍ୟୁ୧ ଫେବୃଆରୀ ୨୦୧୭(2017-02-01) (ବୟସ ୮୧)
ମୃତ୍ୟୁର କାରଣଶ୍ୱାସ ରୋଗ (ଆକ୍ୟୁଟ ରେସ୍ପିରେଟୋରି ଡ଼ିଜର୍ଡର)
ଜାତୀୟତାଅସୀମ ବସୁ: ଜୀବନୀ, ଅଭିନିତନିର୍ଦ୍ଦେଶିତ ମଞ୍ଚ ନାଟକ, ଅଭିନିତନିର୍ଦ୍ଦେଶିତ କଥାଚିତ୍ର ଭାରତୀୟ
ଶିକ୍ଷାନୁଷ୍ଠାନଫକୀର ମୋହନ ମହାବିଦ୍ୟାଳୟ
ପ୍ରସିଦ୍ଧିକଳା ନିର୍ଦ୍ଦେଶକ, ଅଭିନେତା, ସାହିତ୍ୟିକ
ବୈବାହିକ-ସାଥୀଗୀତା ବସୁ
ସନ୍ତାନଗୌତମ, ଅତସୀ ଓ ଭାସ୍ୱତୀ ବସୁ
ପିତାମାତା(s)ମୋତିଲାଲ ବସୁ, ବିଜନବାଳା ବସୁ
ଦସ୍ତଖତ
ଅସୀମ ବସୁ: ଜୀବନୀ, ଅଭିନିତନିର୍ଦ୍ଦେଶିତ ମଞ୍ଚ ନାଟକ, ଅଭିନିତନିର୍ଦ୍ଦେଶିତ କଥାଚିତ୍ର
ଅସୀମ ବସୁଙ୍କ ସଙ୍ଗେ ଏଇ ସାକ୍ଷାତକାର ।

ଜୀବନୀ

ଅସୀମ, ୧୯୩୫ ମସିହାରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନା ଅନ୍ତର୍ଗତ କଖଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମୋତିଲାଲ ବସୁ ଓ ସେ ଜଣେ ଭେଟେନାରୀ ଡାକ୍ତର ଥିଲେ । ମାତାଙ୍କ ନାମ ଥିଲା ବିଜନବାଳା । ପରିବାରେ କଳା ସାହିତ୍ୟର ଆଦର ଥିଲା । ତାଙ୍କର କକାମାନେ କଳାକାର ଥିଲେ । ମାଟ୍ରିକ ପାସ କରିବା ପରେ ଅସୀମ ଫକୀର ମୋହନ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ପାଠରେ ମନ ନଲାଗିବାରୁ, ପରିବାରର ଅନିଚ୍ଛାସତ୍ତ୍ୱେ ଚିତ୍ର ଆଙ୍କିବା ଶିଖିବା ପାଇଁ ସେ କଲିକତା ପଳେଇ ଯାଇଥିଲେ । କଲିକତାରେ ନିଜ ଖର୍ଚ୍ଚ ନିଜେ ଉଠେଇବା ପାଇଁ, ଅସୀମ ପୁରୁଣା ବହି ବିକ୍ରି କରିବାଠୁ ଆରମ୍ଭ କରି ଲଣ୍ଡ୍ରି ଦୋକାନରେ କାମ କରିଥିଲେ । ଖର୍ଚ୍ଚ ବଞ୍ଚେଇବା ପାଇଁ କୁଲିମାନେ ଯେଉଁ ଛତୁଟେଳା ଖାଆନ୍ତି, ତାକୁ ସେ କିଣିକରି ଖାଉଥିଲେ । ସେଠାରେ ଧରଣୀଧର ନାୟକ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଓ ତାଙ୍କରି ପାଖରେ ସେ ରହିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବୃତ୍ତି ମିଳିବାରୁ, ସେ ୧୯୫୯ମସିହାରେ କଲିକତା ଆର୍ଟ ସ୍କୁଲରେ ଉତ୍ତୀର୍ଣ୍ଣ ହୋଇପାରିଲେ । ପାଠ ପଢୁଥିବା ସମୟରେ, ସେ ଉତ୍ପଳ ଦତ୍ତଙ୍କ ପି.ଏଲ.ଟି ଥିଏଟରରେ ସହଯୋଗୀ କଳା ନିର୍ଦ୍ଦେଶକ ଭାବରେ ଯୋଗଦେଇ କାମ ଶିଖିଥିଲେ ।

ପାଠ ପଢ଼ା ସାରି, ଅସୀମ ଓଡ଼ିଶା ଫେରି ସରକାରୀ ଚାକିରି କରିଥିଲେ । ଚାକିରିରେ ଶାନ୍ତି ନମିଳିବାରୁ ତାକୁ ଛାଡ଼ିଥିଲେ । ପୁଣି କେବେ ଚାକିରି କରିବେ ନାହିଁ ମନସ୍ତ କରି ସବୁ ସାର୍ଟିଫିକେଟ ଚିରି ପକେଇଥିଲେ । ଇତିମଧ୍ୟରେ ତାଙ୍କୁ ଜଣେ ପ୍ରଚ୍ଛଦଶିଳ୍ପୀର ପରିଚିତି ମିଳିସାରିଥିଲା । ଧିରେ ଧିରେ ପ୍ରଚ୍ଛଦକଳାରୁ ମଞ୍ଚ ସଜ୍ୟା, କଳା ନିର୍ଦ୍ଦେଶନା ଓ ମଞ୍ଚ ଅଭିନୟକୁ ପ୍ରବେଶ କରିଥିଲେ । ରୂପାନ୍ତର ନାଟକ ଥିଲା ତାଙ୍କ ଅଭିନିତ ପ୍ରଥମ ଓଡ଼ିଆ ନାଟକ । ବିଭୂତି ପଟ୍ଟନାୟକଙ୍କ ତପସ୍ୱିନୀ ନାଟକରେ ସେ ପ୍ରଥମେ ମଞ୍ଚ ସଜେଇଥିଲେ । ସେତେବେଳେ ଭୁବନେଶ୍ୱରରେ କୌଣସି ନାଟକ ଦଳ ନଥିଲା । କଲିକତା ଅନୁକରଣରେ ଭୁବନେଶ୍ୱର ନାଟକ ଦଳଟିଏ ତିଆରି କରିବା ପାଇଁ ଚେଷ୍ଟା କଲେ ଓ ଏଥିରେ ସହାୟତା କରିଥିଲେ ବିଶ୍ୱଜିତ ଦାସ । ନାଟକ ଦଳର ନାଁ ରଖାଗଲା ରୂପକାର । ରୂପକାର ଦଳ କିଛି ସମୟ ପରେ ଭାଙ୍ଗି ଯାଇଥିଲା । ତାପରେ ଅସୀମ ଉତ୍ତର ପୁରୁଷ ଦଳରେ ଯୋଗ ଦେଇଥିଲେ । ଉତ୍ତର ପୁରୁଷ ଆନୁକୁଲ୍ୟରେ ଅସୀମ ଓଡ଼ିଆ ନାଟକରେ ବିଭିନ୍ନ ପ୍ରୟୋଗ କରିଥିଲେ । ନୂତନ କଳାକାର ଗଠନ ଦିଗରେ ମଧ୍ୟ ଉତ୍ତର ପୁରୁଷ ପ୍ରୟାସ କରିଥିଲା । ଅସୀମ ମଞ୍ଚ ସଜା, ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ପ୍ରଶାନ୍ତ ନନ୍ଦଙ୍କ ଜଗା ବଳିଆ କଥାଚିତ୍ରରେ କଳା ନିର୍ଦ୍ଦେଶନା ଦେବା ଅବସରରେ ସେ ନିଜ ଅଭିନୟଦ୍ୱାରା ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ ଓ ସେଥିରୁ ତାଙ୍କର ଚଳଚ୍ଚିତ୍ର ଅଭିନୟ ଆରମ୍ଭ ହୋଇଥିଲା ।

ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅସୀମଙ୍କର ଅବଦାନ ଅଛି । ଗଳ୍ପ ଓ ନାଟକ ରଚନା ବ୍ୟତିତ, ଖବରକାଗଜରେ ସ୍ଥମ୍ଭକାର ଭାବରେ ସେ ନିଜ ଲେଖନି ଚାଳନା କରିଥିଲେ । କଥାରେ କଥାରେ ନାମରେ ନିଜ ଆତ୍ମଜୀବନୀ ମଧ୍ୟ ରଚନା କରିଥିଲେ । "କ୍ୟାକଟସର ଫୁଲ" ନାମରେ ଏକ ଗଳ୍ପ ପୁସ୍ତକ ଓ "ଛୋଟ ବଡ଼ କଥା କହୁ" ନାମରେ ତାଙ୍କର ଏକ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଥିଲା ।

ଅଭିନିତ/ନିର୍ଦ୍ଦେଶିତ ମଞ୍ଚ ନାଟକ

  • ସବା ଶେଷ ଲୋକ
  • ରୂପାନ୍ତର
  • ନିଶିପଦ୍ମ
  • ନିଜ ପ୍ରତିନିଧିଙ୍କଠାରୁ
  • ଅଥବା ଅନ୍ଧାର
  • ଅଥଚ ଚାଣକ୍ୟ
  • ଶେଷ ପାହାଚ
  • ଡାଉନ ଟ୍ରେନ
  • ତଟ ନିରଞ୍ଜନା
  • ନିଶାନ୍ତ
  • ପ୍ରତୀକ୍ଷା
  • ବନ୍ଦୀ

ଅଭିନିତ/ନିର୍ଦ୍ଦେଶିତ କଥାଚିତ୍ର

  • ନୀରବ ଝଡ଼
  • ସଉତୁଣୀ
  • ଜଗା ବଳିଆ
  • ଦାଦାଗିରି
  • ତାରା
  • ମୁକ୍ତି ତୀର୍ଥ
  • ଅଗ୍ନି ବୀଣା

ସମ୍ମାନ ଓ ପୁରସ୍କାର

  • ଧର୍ମପଦ ପୁରସ୍କାର(ଓଡ଼ିଶା ଲଳିତ କଳା ଏକାଡ଼େମୀ) - ୨୦୧୦
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
  • ଭାଷା ଭାରତୀ ସମ୍ମାନ - ୨୦୦୩-୦୪
  • ପରମ୍ପରା ସମ୍ମାନ - ୨୦୧୨
  • ଶିଳ୍ପୀ ଦିବସ ସମ୍ମାନ(ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି) - ୨୦୧୫

ବସୁ ଶ୍ୱାସରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ରୋଗ ଶଯ୍ୟାରେ ପଡ଼ିରହିବା ପରେ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର

Tags:

ଅସୀମ ବସୁ ଜୀବନୀଅସୀମ ବସୁ ଅଭିନିତନିର୍ଦ୍ଦେଶିତ ମଞ୍ଚ ନାଟକଅସୀମ ବସୁ ଅଭିନିତନିର୍ଦ୍ଦେଶିତ କଥାଚିତ୍ରଅସୀମ ବସୁ ସମ୍ମାନ ଓ ପୁରସ୍କାରଅସୀମ ବସୁ ଆଧାରଅସୀମ ବସୁଓଡ଼ିଆ ଲୋକଓଡ଼ିଶାଦିଲ୍ଲୀ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାରତୀୟ ଦଣ୍ଡ ସଂହିତା, ୧୮୬୦ଭଗବତୀ ଚରଣ ପାଣିଗ୍ରାହୀଗୁରୁ ପ୍ରସାଦ ମହାନ୍ତିରାସାୟନିକ ମୌଳିକଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବିବାହକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମହେନ୍ଦ୍ରଗିରିବଙ୍ଗୋପସାଗରକୃଷ୍ଣଚନ୍ଦ୍ର ପାଣିଗ୍ରାହୀସମ୍ବାଦ (ଖବରକାଗଜ)ଲକ୍ଷ୍ମୀକାନ୍ତ ମହାପାତ୍ରହନୁମାନ ଚାଳିଶାwiki.phtmlଅକ୍ଷାଂଶପରିବେଶସଞ୍ଜୁ ସାମସନଭକ୍ତ ଚରଣ ଦାସନମିତା ଅଗ୍ରୱାଲଚିଲିକା ହ୍ରଦଚୈତ୍ରଚଇତି ଘୋଡ଼ା ନାଚବଳରାମ ଦାସଶ୍ରୀରାମ ପଣ୍ଡାକାଠଚମ୍ପାରାସନ କାର୍ଡ଼ (ଭାରତ)ଆଲବର୍ଟ ଆଇନଷ୍ଟାଇନସଙ୍କୀର୍ତ୍ତନମଦର ଟେରେସାସ୍ନେହସାରମରିସସହରେକୃଷ୍ଣ ମହତାବମ୍ୟାଲେରିଆବି. ଆର. ଆମ୍ବେଦକରଅଜନ୍ତା ଗୁମ୍ଫାଭାରତର ଜାତୀୟ ପତାକାରାମଚନ୍ଦ୍ର ମିଶ୍ରକରଣ (ଜାତି)ବୈଶାଖଭାରତର ସଂସ୍କୃତିବ୍ୟଞ୍ଜନ ବର୍ଣ୍ଣଶ୍ରୀନିବାସ ରାମାନୁଜନଗୁରୁବାରଗୋଦାବରୀଶ ମିଶ୍ରବିର୍ସା ମୁଣ୍ଡାବିଷ୍ଣୁଗୋପୀନାଥ ମହାନ୍ତିଟୋଲକାପୋନବାଘବିଦ୍ୟୁତବିଜୟ ମିଶ୍ରବୃହସ୍ପତିଅଚ୍ୟୁତାନନ୍ଦ ଦାସସମ୍ବଲପୁର ଜିଲ୍ଲାଓଡ଼ିଆ କାବ୍ୟ କବିତାଶିମିଳିପାଳ ଜାତୀୟ ଉଦ୍ୟାନଚନ୍ଦନ🡆 More