ଅର୍ଜୁନ ଦାସ ଷୋଡ଼ଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ପ୍ରଥମ ଓଡ଼ିଆ ଛନ୍ଦୋବଦ୍ଧ କାବ୍ୟ ରାମବିଭା ରଚନା କରିଥିଲେ ।
ଅର୍ଜୁନ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଷୋଡ଼ଶ ଶତାବ୍ଦୀ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ଷୋଡ଼ଶ ଶତାବ୍ଦୀ |
ସାହିତ୍ୟ କୃତି | ରାମବିଭା |
ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଅର୍ଜୁନ ଦାସଙ୍କ ଆବିର୍ଭାବ ଖ୍ରୀଷ୍ଟାବ୍ଦ ୧୫୨୦ରୁ ଖ୍ରୀଷ୍ଟାବ୍ଦ ୧୫୩୦ ମଧ୍ୟରେ ହୋଇଥିବା ସମ୍ଭବ ।
ରାମବିଭା ଓଡ଼ିଆ ଭାଷାର ପ୍ରଥମ କାବ୍ୟ ଯାହାକି ଛନ୍ଦରେ ଲିଖିତ । ଏହି କାବ୍ୟର ଛାନ୍ଦଗୁଡ଼ିକରେ ବିଭିନ୍ନ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।
କାବ୍ୟ | ଛାନ୍ଦ ସଂଖ୍ୟା | ବାଣୀ |
---|---|---|
ରାମବିଭା | ୪ | ମଙ୍ଗଳ ଧନାଶ୍ରୀ ମେଢ଼ତୋଳା |
ରାମବିଭା | ୧୦ | ପିଅର ଗମନ |
ରାମବିଭା | ୮ | ମେଢ଼ତୋଳା |
କଳ୍ପଲତା | ୩ | ଜୟ ଦାମୋଦର |
କଳ୍ପଲତା | ୪ | ବସନ୍ତ ଭଇରବ |
କଳ୍ପଲତା | ୮ | ମୁନିବର |
କଳ୍ପଲତା | ୧୦ | ଶ୍ରୀରାମଚନ୍ଦ୍ର ବରିଲେ |
କଳ୍ପଲତା | ୧୨ | ପିଅର ଜନନୀ ନିଜ ମନ୍ଦିରେ ମିଳିଲେ |
କଳ୍ପଲତା | ୧୩ | ଦଶରଥ ରାୟେ ଘରେ ମିଳିଲେ |
ଏହା କାବ୍ୟ ରଚନା ପୂର୍ବରୁ ଅନ୍ୟ ଛାନ୍ଦମାନଙ୍କ ଉପସ୍ଥିତିର ସୂଚନା ଦିଏ । ତଥାପି ଏ ସବୁ ବିଷୟ ଅନାବିଷ୍କୃତ ହୋଇ ରହିଛି । ରାମବିଭା ଓ କଳ୍ପଲତା ଏହି ଦୁଇଟି କାବ୍ୟରେ ବହୁ ପ୍ରାଚୀନ ଶବଦର ପ୍ର୍ୟୋଗ ହୋଇଛି, ଯେପରି- ଉଲାଗି, ତଡ଼ାଉ, ଚଉସମ, ଭାନ୍ତି, ମେହୁ, ବଳନ୍ତ, ରହୁବର, ଇତ୍ୟାଦି । ଏହି ଶବଦଗୁଡ଼ିକ ସାରଳା ମହାଭାରତରେ ବ୍ୟବହୃତ ହୋଇଥିବାରୁ ଅର୍ଜୁନ ଦାସଙ୍କୁ ସାରଳା ଦାସଙ୍କ ସମସାମୟିକ ବୋଲି ମଧ୍ୟ କୁହାଯାଇପାରେ । ରାମବିଭା ଓ କଳ୍ପଲତା ଉଭୟ ଗ୍ରନ୍ଥରେ ଅକ୍ଷର ସଂଖ୍ୟା ଅସମାନ ଓ ତାହା କେତେକାଂଶରେ ଦାଣ୍ଡି ରୀତି ଭଳି ।
ପାଟ ଜଉତିଷ ନଟ ମୂଳ
ପାରି ହୋଇ ଯାଇ ରହିଲେ କୃଷ୍ଣକୁନ୍ତଳା ନଦୀତୀର ।— ଚତୁର୍ଥ ଛାନ୍ଦ, କଳ୍ପଲତା, ଅର୍ଜୁନ ଦାସ
This article uses material from the Wikipedia ଓଡ଼ିଆ article ଅର୍ଜୁନ ଦାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.