ଅମିନୂଲ ଇସଲାମ

ଅମିନୂଲ ଇସଲାମ ଓଡ଼ିଶାରେ ଆଠଦଶକରୁ ଉର୍ଦ୍ଧ ସମୟ ଧରି ଆଦୃତ କୋହେନୂର ପଞ୍ଜିକା ଓ ରାଶିଫଳର ଜନକ । ଏହି ପଞ୍ଜିକାଟି ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଦ୍ୱାରା ସ୍ୱୀକୃତି ପ୍ରାପ୍ତ । ଅମିନୂଲ ଇସଲାମ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ହିନ୍ଦୁ ପୋଥି-ପୁରାଣ ଓ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶନ କରୁଥିଲେ ।

ଅମିନୂଲ ଇସଲାମ
ଜନ୍ମ(1900-08-05)୫ ଅଗଷ୍ଟ ୧୯୦୦
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିକୋହେନୂର ପାଞ୍ଜି ଓ ରାଶିଫଳ
ସନ୍ତାନଜୋହରୂଲ ଇସଲାମ

କୋହେନୂର ପଞ୍ଜିକା ଓ ରାଶିଫଳ

୧୯୨୮ ମସିହାରେ ଅମିନୂଲ କଟକ ଆସି ନିଜ ଭିଣୋଇଙ୍କ ପାଖରେ ରହି ମୁଦ୍ରଣ ବ୍ୟବସାୟ ଶିଖିବା ପରେ କୋହେନୂର ପ୍ରେସ ଓ କୋହେନୂର ପ୍ରେସ ପୁସ୍ତକ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ବ୍ରିଟିଶ ଶାସନ କାଳରେ ତାଙ୍କ ପ୍ରେସ ଉପରେ ଏକାଧିକ ବାର ଚଢ଼ଉ କରି ବିପ୍ଳବୀଙ୍କୁ ପ୍ରେରଣା ଯୋଗାଉଥିବା ବହି ସବୁ ଜବତ କରିଥିଲେ ।

ହିନ୍ଦୁ ପୋଥି-ପୁରାଣ ପ୍ରତି ତାଙ୍କର ଆଦର ଥିବାରୁ ସେ ଏକ ପଞ୍ଜିକା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପୂର୍ବରୁ ଓଡ଼ିଶାରେ "ଅରୁଣୋଦେୟ ପ୍ରେସ ପଞ୍ଜିକା" ନାମରେ ଏକମାତ୍ର ପାଞ୍ଜି ପ୍ରକାଶ ପାଉଥିଲା । ଅମିନୂଲ ପଠାଣି ସାମନ୍ତ ପରିବାରର ଦାୟଦ ଓ ଗଣକ ଗଦାଧର ସିଂହ ସାମନ୍ତ ଓ ଲିଙ୍ଗରାଜ ଖଡିରତ୍ନ ପରିବାରର ଦାୟଦ ପଣ୍ଡିତ ହରିହର ଖଡିରତ୍ନଙ୍କୁ ଏକାଠି କରି ନୂଆ ପାଞ୍ଜିର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସାମାନ୍ୟ ସଂଶୋଧନ ପରେ ପୁରୀ ମୁକ୍ତି ମଣ୍ଡପ ସଭା ଏହି ପାଞ୍ଜିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ୧୯୩୫ ମସିହାରେ କୋହେନୂର ପାଞ୍ଜି ଜନ୍ମ ନେଇଥିଲା ।

ସାମାଜିକ ଜୀବନ

ଅମିନୂଲ ବହୁ ହିନ୍ଦୁ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶନା କରୁଥିଲେ । ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ପାଇଁ ସେ ସାହାଯ୍ୟ କରୁଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ ବ୍ୟକ୍ତି ଥିଲେ । ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥି ମହାପାତ୍ର ଆଦିଙ୍କ ସହିତ ଅମିନୂଲ କାର୍ଯ୍ୟ କରିଥିଲେ ।

ପୁରସ୍କାର ଓ ସମ୍ମାନ

୧୯୮୫ ମସିହାରେ, ପୁରୀ ଶ୍ରୀମନ୍ଦିରରେ ତାଙ୍କର ଶ୍ରାଦ୍ଧ ପାଳନ କରାଯାଇଥିଲା । ଜଣେ ଇସଲାମ ଧର୍ମାବଲମ୍ବୀଙ୍କ ଶ୍ରାଦ୍ଧ ଶ୍ରୀମନ୍ଦିରରେ ପାଳନ କରାଯିବା ଏକ ବିରଳ ଘଟଣା ।

ଆଧାର

ଅଧିକ ତଥ୍ୟ

Tags:

ଅମିନୂଲ ଇସଲାମ କୋହେନୂର ପଞ୍ଜିକା ଓ ରାଶିଫଳଅମିନୂଲ ଇସଲାମ ସାମାଜିକ ଜୀବନଅମିନୂଲ ଇସଲାମ ପୁରସ୍କାର ଓ ସମ୍ମାନଅମିନୂଲ ଇସଲାମ ଆଧାରଅମିନୂଲ ଇସଲାମ ଅଧିକ ତଥ୍ୟଅମିନୂଲ ଇସଲାମଇସଲାମ ଧର୍ମଓଡ଼ିଶାଜଗନ୍ନାଥ ମନ୍ଦିରହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ଲବଙ୍ଗଶାରଳା ପୁରସ୍କାରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଆଲେକ୍‌ଜାଣ୍ଡର୍ ମହାନବୈଷ୍ଣବ ଚରଣ ସାମଲଉଇକିଅଭିଧାନସବ୍ୟସାଚୀ ମିଶ୍ରଉତ୍କଳଦ୍ୱିତୀୟ ବିଶ୍ୱଯୁଦ୍ଧଅଭିରାମ ପରମହଂସଓଡ଼ିଆ ଲିପିଗୁଗଲଖଣ୍ଡାୟତଯୁକ୍ତରାଷ୍ଟ୍ର ଆମେରିକାଖୋର୍ଦ୍ଧା ଜିଲ୍ଲାବୈକୁଣ୍ଠନାଥ ପଟ୍ଟନାୟକସାରଳା ସମ୍ମାନଗୋପୀନାଥ ମହାନ୍ତିଭାରତୀୟ ଦଣ୍ଡ ସଂହିତା, ୧୮୬୦ବଙ୍ଗୋପସାଗରରାମଚନ୍ଦ୍ର ବେହେରାକାଲିଫର୍ମିଅମମକର (ରାଶି)ଆମ୍ବତାରିଣୀ ମନ୍ଦିର, ଘଟଗାଁ୨୬ ଅପ୍ରେଲଓଡ଼ିଆ କଥାଚିତ୍ର ଜଗତଆନନ୍ଦପୁରପରଶୁରାମକୁଜିବର ପ‌ତ୍ରମରିସସଗଙ୍ଗାଧର ମେହେରମୃଣାଳ ସେନବନ୍ଦେ ମାତରମନଟବର ସାମନ୍ତରାୟସୁବର୍ଣ୍ଣରେଖା ନଦୀଭାରତୀୟ ଜନତା ପାର୍ଟି୧୦ ଅଗଷ୍ଟବନ୍ଦେ ଉତ୍କଳ ଜନନୀସମ୍ବଲପୁର ଜିଲ୍ଲାବ୍ୟାସଦେବବି. ଆର. ଆମ୍ବେଦକରବାଘପକ୍ଷୀଅଚ୍ୟୁତାନନ୍ଦ ଦାସମାଇକ୍ରୋସଫ୍ଟଜବାହରଲାଲ ନେହେରୁକଳମଶାଗଇଣ୍ଡୋନେସିଆବିରଜା ମନ୍ଦିରକୁନ୍ତଳା କୁମାରୀ ସାବତଶିବ୬ ଫେବୃଆରୀଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିମିଡ଼ିଆ ମୁଭମେଣ୍ଟରାମାୟଣସୁନାସୁରେନ୍ଦ୍ର ମହାନ୍ତିଦୁର୍ଗାହାଡ଼ଫୁଟିଏଡା ଲଭ୍‌ଲେସ୍‌ନମିତା ଅଗ୍ରୱାଲନବକଳେବରଏଲିନା ସାମନ୍ତରାୟସୌଭାଗ୍ୟ କୁମାର ମିଶ୍ର🡆 More