ଅନନ୍ତ ମହାପାତ୍ର: ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ

ଅନନ୍ତ ମହାପାତ୍ର (ଜନ୍ମ : ୧୫ ଜୁନ ୧୯୩୬) ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା । ୧୯୫୦ ଦଶକରୁ ସେ ମଞ୍ଚ, ବେତାର, ଟେଲିଭିଜନ ନାଟକ ସହିତ ସକ୍ରିୟ । ସେ ୧୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା କରିଛନ୍ତି । ତାଙ୍କୁ ୨୦୧୯ ମସିହା ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଅନନ୍ତ ମହାପାତ୍ର
ଜନ୍ମ (1936-06-15) ୧୫ ଜୁନ ୧୯୩୬ (ବୟସ ୮୭)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି(ସମୂହ)ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା
ପିତାମାତା(s)ଜଷ୍ଟିସ ହରିହର ମହାପାତ୍ର , ହରିପ୍ରିୟା ଦେବୀ
ପୁରସ୍କାରକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ)

ବ୍ୟକ୍ତିଗତ ଜୀବନ

ଅନନ୍ତଙ୍କ ଜନ୍ମ କଟକ ସହରରେ ହୋଇଥିଲା । ଜଷ୍ଟିସ ହରିହର ମହାପାତ୍ର ଥିଲେ ତାଙ୍କର ପିତା । ତାଙ୍କ ମାତାଙ୍କ ନାମ ଥିଲା ହରିପ୍ରିୟା ଦେବୀ । ପିଲାବେଳରୁ ସେ ହକି, ଫୁଟବଲ ଓ ଭଲିବଲ ଖେଳପ୍ରତି ଆଗ୍ରହୀ ଥିଲେ । ଅଭିନୟ ପ୍ରତି ମଧ୍ୟ ସେ ପିଲାଦିନରୁ ଆଗ୍ରହୀ ଥିଲେ ଓ ୧୯୫୦ ମସିହାରେ ଆକାଶବାଣୀ କଟକରୁ ପ୍ରସାରିତ ହେଉଥିବା ଶିଶୁ ସଂସାର କାର୍ଯ୍ୟକ୍ରମ ତାଙ୍କୁ ଅଭିନୟ ପ୍ରତି ଅଧିକ ଆକର୍ଷିତ କରିଥିଲା । ୧୯୫୨ ମସିହାରେ ସେ ଆହ୍ଲାବାଦଠାରେ ପାଠ ପଢ଼ୁଥିବା ସମୟରେ ନର୍ଥ ଇଣ୍ଡିଆନ ଥିଏଟର ସଂସ୍ପର୍ଶରେ ଆସିଥିଲେ ଓ ଏହା ନାଟକ ପାଇଁ ତାଙ୍କୁ ବାଟ କଢ଼େଇଥିଲା ।

ନାଟକ ଓ ଚଳଚ୍ଚିତ୍ର ଜୀବନ

ଅନନ୍ତ ମହାପାତ୍ର ୧୦୦ରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା କରିଛନ୍ତି । ୧୯୫୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ନାଟ୍ୟକାର ବିଶ୍ୱଜିତ ଦାସଙ୍କ ନାଟକରେ ତାଙ୍କୁ ଅଭିନୟ ଓ ନିର୍ଦ୍ଦେଶନା କରିବାର ସୁଯୋଗ ମିଳିଥିଲା । ଏହି ନାଟକଟି ଲୋକପ୍ରିୟ ହୋଇଥିଲା ଓ ତାଙ୍କ ନାଟ୍ୟଯାତ୍ରାର ମୂଳଦୁଆ ପକାଇଥିଲା । ସେ ଅଖିଳ ମୋହନ ପଟ୍ଟନାୟକ, ପାରମିତା ଶତପଥୀ, ପ୍ରସନ୍ନ ହୋତା, ଯଶୋଧାରା ମିଶ୍ର ଆଦିଙ୍କ ଗପକୁ ନାଟ୍ୟରୂପ ଦେଇଛନ୍ତି । ସେ ସବୁ ମଞ୍ଚ ଓ ଟେଲିଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ୧୯୮୨ ମସିହାରେ ସେ ଫକୀର ମୋହନ ସେନାପତିଙ୍କ ମାମୁକୁ ଟେଲିଫିଲ୍ମ ରୂପ ଦେଇଥିଲେ । ସେହିପରି ୧୯୯୫ ମସିହାରେ ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସକୁ ରେଡ଼ିଓରେ ଦଶଟି ଅଧ୍ୟାୟରେ ପଢ଼ିଥିଲେ ।

୧୯୬୪ ମସିହାରେ ସେ ନାଟ୍ୟସଂସ୍ଥା ସୃଜନୀ ଓ ୧୯୭୦ ଦଶକରେ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ । ଥିଏଟର ଇନ ମୋସନ ନାମରେ ସେ ଅନ୍ୟ ଏକ ନାଟ୍ୟ ସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଥିଲେ ।

୧୯୭୫ ମସିହାରେ ସେ ବତୀଘର ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ।

ରଚିତ/ନିର୍ଦ୍ଦେଶିତ ନାଟକ

  • ସାଗର ମନ୍ଥନ
  • ମାଣିକ ଯୋଡ଼ି

ସମ୍ମାନ ଓ ପୁରସ୍କାର

  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୨୧ (୨୦୧୯ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ)
  • ଡକ୍ଟରେଟ - ୨୦୧୯ (ରେଭେନ୍ସା ବିଶ୍ୱବିଦ୍ୟାଳୟ)
  • ବିଶ୍ୱ ନାଟ୍ୟ କଂଗ୍ରେସ, ଲଣ୍ଡନ ତରଫରୁ ସମ୍ମାନୀତ
  • ନାଟ୍ୟ ସୌଧ ସଂସ୍ଥାନ, କଲିକତା ତରଫରୁ ସମ୍ମାନୀତ
  • ଆଇ.ଆଇ.ଏ.ଏସ, ସିମଲା ତରଫରୁ ସମ୍ମାନୀତ
  • ଇନଟାକ, ଭୁବନେଶ୍ୱର ତରଫରୁ ସମ୍ମାନୀତ

ଆଧାର

Tags:

ଅନନ୍ତ ମହାପାତ୍ର ବ୍ୟକ୍ତିଗତ ଜୀବନଅନନ୍ତ ମହାପାତ୍ର ନାଟକ ଓ ଚଳଚ୍ଚିତ୍ର ଜୀବନଅନନ୍ତ ମହାପାତ୍ର ସମ୍ମାନ ଓ ପୁରସ୍କାରଅନନ୍ତ ମହାପାତ୍ର ଆଧାରଅନନ୍ତ ମହାପାତ୍ର ଅଧିକ ତଥ୍ୟଅନନ୍ତ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ଭକ୍ତ ଚରଣ ଦାସ୧୪୦୫ଦେବଦୁର୍ଲ୍ଲଭ ଦାସପକ୍ଷୀମହାତ୍ମା ଗାନ୍ଧୀ୧୯୮୮୧୩ ଅପ୍ରେଲ୩ ଅଗଷ୍ଟଆଙ୍ଗୋଲାଓଡ଼ିଆ ଭାଗବତଶୁକ୍ରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଲେରାକବିମହାଦେଶଭୀମ ଭୋଇଜାତୀୟ ସଂସଦ (ଜାପାନ)ସୁଦାମ ମାରାଣ୍ଡିଭୁବନେଶ୍ୱର ରେଳ ଷ୍ଟେସନକ୍ଲାଉଡ଼ ଟେକ୍ନୋଲୋଜିବୈଷୟିକ ବିଜ୍ଞାନଇସଲାମ ଧର୍ମପଦାର୍ଥ ବିଜ୍ଞାନଜଳ ପ୍ରଦୂଷଣକଇଥଧର୍ମଶୀତଳ ଷଷ୍ଠୀ ଯାତ୍ରାବାଲେଶ୍ୱରନୋଟା (ଭାରତ)ନାରୀବାଦବଳଦେବଜୀଉ ମନ୍ଦିରଇଟାମାଟି ଗ୍ରାମପାରୁଲ ଯାଦବବୌଦ୍ଧ ଧର୍ମସମ୍ବଲପୁର ଜିଲ୍ଲାମନୋଜ ଦାସଙ୍କ କଥା ଓ କାହାଣୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଚାଳିଶାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଯାତ୍ରାଅଶୋକ ସମ୍ରାଟଆଲେକ୍‌ଜାଣ୍ଡର୍ ମହାନବର୍ଷାଶ୍ରୀଧର ଦାସଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଫିଫା ବିଶ୍ୱକପବାସନ୍ତୀଚୈତ୍ର ପୂର୍ଣ୍ଣିମାସୁଭାଷ ଚନ୍ଦ୍ର ବୋଷ୧୮୬୬ଗଙ୍ଗା ଦଶହରାଆନିଫ୍ରୋଲୁମାବକିଶୋରୀ ଚରଣ ଦାସଓଡ଼ିଆ ସାହିତ୍ୟବଲ୍ଲଭଭାଇ ପଟେଲଦ୍ରାଘିମାବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ୩୪୩ଅଂଶୁଘାତବାଞ୍ଛାନିଧି ମହାନ୍ତିମାର୍ଚ୍ଚବନ୍ଦେ ଉତ୍କଳ ଜନନୀ🡆 More