ତୃତୀୟ ଅନଙ୍ଗଭୀମ ଦେବ

ତୃତୀୟ ଅନଙ୍ଗଭୀମ ଦେବ(ଖ୍ରୀ:ଅ: ୧୨୧୧-୧୨୩୮) ଗଙ୍ଗବଂଶୀୟ ରାଜା ତୃତୀୟ ରାଜରାଜଙ୍କ ପୁତ୍ର । ପିତାଙ୍କ ମୃତ୍ୟୁ ପରେ ୧୨୧୧ ମସିହାରେ ସିଂହାସନ ଆରୋହାଣ କରି ଦୀର୍ଘ ସତେଇଶି ବର୍ଷ କାଳ ଓଡ଼ିଶାକୁ ରାଜତ୍ୱ କରିଥିଲେ । ତାଙ୍କର ରାଜତ୍ୱ କାଳ ଓଡ଼ିଶା ଇତିହାସର ସଂଘର୍ଷମୟ ସମୟ ଥିଲା । ଓଡ଼ିଶାର ଉତ୍ତରପଟୁ ବଙ୍ଗଳାଦେଶର ମୁସଲମାନମାନଙ୍କ ଘନଘନ ଆକ୍ରମଣ, ପଶ୍ଚିମ ପଟୁ ଚିରଶତ୍ରୁ କଳଚୁରୀ ରାଜଗଣଙ୍କ ରଣହୁଙ୍କାର, ଦକ୍ଷିଣ ପଟୁ କାକତୀୟ ରାଜାଙ୍କ ଅସହଯୋଗ ମନୋଭାବ ତୃତୀୟ ଅନଙ୍ଗଭୀମ ଦେବଙ୍କୁ ବ୍ୟତୀବ୍ୟସ୍ତ କରିଥିଲା । କିନ୍ତୂ ନିଜର ବଳ, ବୁଦ୍ଧି ଓ କୌଶଳଦ୍ୱାରା ଶତୃକୁ ଦମନ କରି ପ୍ରତ୍ୟେକ ବିପତ୍ତିକୁ ଅବଲୀଳା କ୍ରମେ ଏଡେଇ ଦେଇଥିଲେ । ଏଣୁ ଗଙ୍ଗ ବଂଶର ଇତିହାସରେ ସେ ଚୋଡଗଙ୍ଗ ଦେବଙ୍କ ରାଜତ୍ୱ ପରେ ଜଣେ ସ୍ୱନାମଧନ୍ୟ ଓ ସଫଳ ଶାସକ ରୂପେ ପରିଗଣିତ ହୁଅନ୍ତି ।

ଦକ୍ଷିଣାତ୍ୟ ଅଭିଯାନ ସମୟରେ ସେ କୃଷ୍ଣାନଦୀ ପର୍ଯ୍ୟନ୍ତ ତାଙ୍କ ରାଜ୍ୟର ସୀମା ବଢାଇଥିଲେ । ସେ କୃଷ୍ଣାନଦୀ ଉପତ୍ୟକା ଓ ଦାକ୍ଷିଣାତ୍ୟର ଏକ ମନ୍ଦିର ସହର କାଞ୍ଚିପୁରମ୍କୁ ୧୨୩୦ ମସିହାରେ ଅଧିକାର କରିଥିଲେ । ସେଠାରେ ଥିବା ଆଲାଲନାଥ ମନ୍ଦିରକୁ ତୃତୀୟ ଅନଙ୍ଗ ଭୀମ ଦେବ ଦାନ ଦେବା, କାଞ୍ଚିପୂରମ୍ ଶିଳାଲିପିରେ ଉଲ୍ଲେଖ କରାଯାଇଛି । ଏହି କାଞ୍ଚିପୂରମ୍ ଶିଳାଲେଖରୁ ଗଙ୍ଗରାଜ୍ୟର ଦକ୍ଷିଣସୀମା କୃଷ୍ଣାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିବା ଜଣାଯାଉଅଛି ।

ତୃତୀୟ ଅନଙ୍ଗଭୀମ ଦେବ କେବଳ ଜଣେ ପାରଙ୍ଗମ ଯୋଦ୍ଧା ନଥିଲେ, ସେ ମଧ୍ୟ ସ୍ଥାପତ୍ୟ, କଳା, ଓ ଭାସ୍କର୍ଯ୍ୟର ପୃଷ୍ଠପୋଷକ ଥିଲେ । ସେ ଅଭିନ୍ନବ ବାରଣାସୀ କଟକଠାରେ ଏକ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ଏହିଠାରେ ପ୍ରଭୂ ପୁରୁଷୋତ୍ତମଙ୍କ ପାଇଁ ଗୋଟିଏ ନୂତନ ମନ୍ଦିର ଓ ଦୁଇଟି ଶିବ ମନ୍ଦିର ଯଥା ଚିତ୍ରାଶ୍ୱର ଓ ବିଶ୍ୱେଶ୍ୱର ସ୍ଥାପନ କରିଥିଲେ । ଦ୍ରାକ୍ଷାରାମ ଓ କାଞ୍ଚିପୁର ଅନୁଲେଖାରେ ତୃତୀୟ ଅନଙ୍ଗଭୀମ ଦେବଙ୍କୁ ପ୍ରଭୂ ଜଗନ୍ନାଥଙ୍କ ରାଉତ ଓ ସେବକ ରୂପେ ବର୍ଣ୍ଣନା କରାଯାଇଛି । ତୃତୀୟ ଅନଙ୍ଗଭୀମଦେବଙ୍କ ସମୟଠାରୁ ପ୍ରଚଳିତ ଜଗନ୍ନାଥ ପରମ୍ପରା ଆଜି ମଧ୍ୟ ସମୟର ପ୍ରବାହରେ ପରୀକ୍ଷିତ ହୋଇ ସାରା ବିଶ୍ୱରେ ବିଶ୍ୱପ୍ରେମ, ବିଶ୍ୱଭ୍ରାତୃଭାବର ଦର୍ଶନ ପ୍ରଚାର କରୁଛି ।

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଅଶୋକ ସମ୍ରାଟପିଙ୍କି ପ୍ରଧାନଟାଇଫଏଡଓଡ଼ିଆ ରାମାୟଣଦାସକାଠିଆମୁଁ ରାଜା ତୁ ରାଣୀwiki.phtmlମାୟାଧର ମାନସିଂହସିଦ୍ଧାର୍ଥ ଭରତନବାଲେଶ୍ୱର ଜିଲ୍ଲାପବିତ୍ର ମୋହନ ଜେନା୧୨ ଅପ୍ରେଲଗୁଲଜାରଏଚଆଇଭି/ଏଡସମକର (ରାଶି)ରାଜକିଶୋର ପଟ୍ଟନାୟକବି. ଆର. ଆମ୍ବେଦକର୨୧ମାଦଳା ପାଞ୍ଜିଓଡ଼ଗାଁମନମୋହନ ସାମଲ୧୮ ଅପ୍ରେଲପରି ମହଲପରଦେଶୀ ବାବୁଅଷ୍ଟ୍ରେଲିଆରବୀନ୍ଦ୍ରନାଥ ଠାକୁରଗ୍ରହମହାନଦୀରାଜେନ୍ଦ୍ର କିଶୋର ପଣ୍ଡାକଳିଙ୍ଗ ଯୁଦ୍ଧକାଳିନ୍ଦୀ ଚରଣ ପାଣିଗ୍ରାହୀମୁଣ୍ଡା ଭାଷାସମୂହଶିଶୁ ଅନନ୍ତ ଦାସନାନଖୋର୍ଦ୍ଧାଆହାର ଯୋଜନାପ୍ଲୀହାଫତୁରାନନ୍ଦଚାରି ଧାମବାବୁଶାନ୍ଅଚ୍ୟୁତ ସାମନ୍ତମୋହନ ସୁନ୍ଦର ଦେବ ଗୋସ୍ୱାମୀମହର୍ଷି ଗୌତମଦୀପକ ମିଶ୍ରସୁଦଶା ବ୍ରତଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଉଇକିପିଡ଼ିଆହାଡ଼ି ଦାସପଦ୍ମଚରଣ ପଟ୍ଟନାୟକଜର୍ମାନୀନବୀନ ପଟ୍ଟନାୟକବନ୍ଦେ ଉତ୍କଳ ଜନନୀଯକ୍ଷ୍ମାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହାଡ଼ଫୁଟିସ୍ନେହସାରବାଜି ରାଉତମ୍ୟୁଚୁଆଲ ଫଣ୍ଡରାସାୟନିକ ମୌଳିକପଞ୍ଚାୟତ ରାଜଦଶହରାଇରା ମହାନ୍ତିଗଣେଶରକ୍ତଭାରତୀୟ ଡାକ ସେବାଓଡ଼ିଶା ଉଚ୍ଚ ନ୍ୟାୟାଳୟବିଶ୍ୱ ଏଡ୍‌ସ ଦିବସ🡆 More