ଅଦିତି ଅଶୋକ: ଭାରତୀୟ ପେଶାଦାର ଗଲ୍ଫ ଖେଳାଳି

ଅଦିତ ଅଶୋକ (ଜନ୍ମ ୨୯ ମାର୍ଚ୍ଚ ୧୯୯୮) ଜଣେ ଭାରତୀୟ ପେଶାଦାର ଗଲ୍ଫ ଖେଳାଳି । ସେ ୨୦୧୬ ଗ୍ରୀଷ୍ମ ଅଲିମ୍ପିକ୍ସ ଓ ୨୦୨୦ ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୨୦୨୦ ଟୋକିଓ ଅଲିମ୍ପିକରେ ସେ ୪ର୍ଥ ସ୍ଥାନରେ ରହିଥିଲେ । ସେ ୟୁରୋପରେ ଅନୁଷ୍ଠିତ ହେଉଥିବା ମହିଳା ୟୁରୋପିୟାନ ଟୁର ଓ ଆମେରିକାର ଲେଡିଜ ପ୍ରଫେସନାଲ ଗଲ୍ପ ଟୁର ଭାଗ ନିଅନ୍ତି ।

ଅଦିତି ଅଶୋକ: ବ୍ୟକ୍ତିଗତ ଜୀବନ, ଖେଳ ଜୀବନ, ଆଧାର
ଅଦିତି ଅଶୋକ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1998-03-29) ୨୯ ମାର୍ଚ୍ଚ ୧୯୯୮ (ବୟସ ୨୬)
ବାଙ୍ଗାଲୋର, ଭାରତ
ଉଚ୍ଚତା୧.୭୩ ମି
ଜାତୀୟତାଅଦିତି ଅଶୋକ: ବ୍ୟକ୍ତିଗତ ଜୀବନ, ଖେଳ ଜୀବନ, ଆଧାର ଭାରତ
ଘରବାଙ୍ଗାଲୋର, ଭାରତ
ଖେଳ ଜୀବନ
ପେଶାଦାର ଖେଳ ଆରମ୍ଭ୨୦୧୬
ବର୍ତ୍ତମାନର ଟୁରମହିଳା ୟୁରୋପୀୟ ଟୁର୍
ଏଲ୍‌ପିଜିଏ ଟୁର୍
ପେଶାଦାର ବିଜୟ
Number of wins by tour
Ladies European Tour
Other
Best results in LPGA major championships
ANA InspirationT42: 2017
Women's PGA C'shipT29: 2017
U.S. Women's OpenCUT: 2017
Women's British OpenCUT: 2016, 2017
Evian ChampionshipCUT: 2017
Achievements and awards
ଏଲ୍ଇଟି ରୁକି ଅଫ୍ ଦି ଇଅର୍୨୦୧୬

ବ୍ୟକ୍ତିଗତ ଜୀବନ

ଅଦିତି ୧୯୯୮ ମସିହାରେ ବେଙ୍ଗାଳୁରୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ଗୁଡ୍ଲମଣି ଅଶୋକ ଓ ମାତାଙ୍କ ନାମ ଗୁଡ୍ଲମଣି ମହେଶ୍ୱରୀ । ୨୦୧୬ ମସିହାରେ ସେ ବେଙ୍ଗାଳୁରୁର ଫ୍ରାଙ୍କ ଆନ୍ଥୋନୀ ପବ୍ଲିକ ସ୍କୁଲରୁ ନିଜ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ୫ ବର୍ଷ ବୟସରୁ ସେ ଗଲ୍ଫ ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ ଓ ତାଙ୍କ ପିତା ତାଙ୍କୁ କର୍ଣ୍ଣାଟକ ଗଲ୍ପ ଆସୋସିଏସନକୁ ନେଇ ତାଙ୍କର ପ୍ରଶିକ୍ଷଣ ଆରମ୍ଭ କରାଇଥିଲେ । ୨୦୧୬ ରିଓ ଅଲିମ୍ପିକରେ ତାଙ୍କ ପିତା ଓ ୨୦୨୦ ଟୋକିଓ ଅଲିମ୍ପିକରେ ତାଙ୍କ ମାତା ତାଙ୍କର କ୍ୟାଡି ରହିଥିଲେ ।

ଖେଳ ଜୀବନ

ଅଦିତି ୧୨ବର୍ଷ ବୟସରେ ଏସିଆ ପାସିଫିକ ଇନଭାଇଟେସନ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ୧୩ ବର୍ଷ ବୟସରେ ସେ ଗୋଟିଏ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ । ୨୦୧୨,୨୦୧୩ ଓ ୨୦୧୪ ବର୍ଷ ପାଇଁ ସେ କ୍ରମାଗତ ଭାବରେ ଭାରତର ଜୁନିୟର ଗଲ୍ଫ ଚାମ୍ପିୟନ ହୋଇଥିଲେ । ୨୦୧୬ରେ ସେ ଜଣେ ପେଶାଦାର ଗଲ୍ଫ ଖେଳାଳିରେ ପରିଗଣିତ ହୋଇଥିଲେ ।

୨୦୧୬ ମସିହାରେ ଅଦିତି ପ୍ରଥମ ଭାରତୀୟ ଭାବରେ ଲାଲା ଆଇଚା ସ୍କୁଲ ଟୁର ପ୍ରତିଯୋଗିତା ଜିତିବା ପରେ ଲେଡିଜ ୟୁରୋପିୟାନ ଟୁର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଲେଡିଜ ୟୁରୋପିୟାନ ଟୁରରେ ତାଙ୍କୁ ରୁକି ଅଫ ଦ ଇଅର ସମ୍ମାନ ପ୍ରାପ୍ତ ହୋଇଥିଲା । ୨୦୧୬ରେ ହିଁ ସେ ହିରୋ ଓମେନ୍ସ ଇଣ୍ଡିଆନ ଓପନକତାର ଲେଡିଜ ଓପନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବରେ ଲେଡିଜ ପ୍ରଫେସନାଲ ଗଲ୍ପ ଟୁରରେ ଅଂଶଗ୍ରହଣ କରି ପାରିଥିଲେ । ୨୦୧୮ରେ ସେ ଦୁଇଟି ଟୁରରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଥିଲେ । ୨୦୧୯ରେ ମଧ୍ୟ ଲେଡିଜ ୟୁରୋପିୟାନ ଟୁରରେ ସେ ଶ୍ରେଷ୍ଠ ୨ଜଣଙ୍କ ମଧ୍ୟରେ ରହିଥିଲେ ।

୨୦୨୦ ଟୋକିଓ ଅଲିମ୍ପିକରେ ସେ ୪ଥ ସ୍ଥାନରେ ରହି, ଅଳ୍ପକେ ବ୍ରୋଞ୍ଜ ମେଡ଼ାଲରୁ ବଞ୍ଚିତ ହୋଇଥିଲେ । କିନ୍ତୁ ବିଶ୍ୱ ରାଙ୍କ ୨୦୦ରେ ଥାଇ ଅଲିମ୍ପିକରେ ୪ଥ ସ୍ଥାନରେ ରହିଥିବାରୁ ସେ ପ୍ରଂଶସିତ ହୋଇଥିଲେ ।

ଆଧାର

ବାହ୍ୟ ଆଧାର

Tags:

ଅଦିତି ଅଶୋକ ବ୍ୟକ୍ତିଗତ ଜୀବନଅଦିତି ଅଶୋକ ଖେଳ ଜୀବନଅଦିତି ଅଶୋକ ଆଧାରଅଦିତି ଅଶୋକ ବାହ୍ୟ ଆଧାରଅଦିତି ଅଶୋକ

🔥 Trending searches on Wiki ଓଡ଼ିଆ:

ସିଦ୍ଧାନ୍ତ ମହାପାତ୍ରଭର୍ତ୍ତୃହରି ମହତାବ୬ ମାର୍ଚ୍ଚସଫ୍ଟୱେରସୀତା ବିବାହଏକାଦଶୀବିଜୟ ମିଶ୍ରଦୀପକ ମିଶ୍ରଗୋପାଳ ଚନ୍ଦ୍ର ପ୍ରହରାଜଗୁଗଲପରି ମହଲଯୁକ୍ତରାଜ୍ୟକୃଷ୍ଣକଟକ ଜିଲ୍ଲାକାଜାଖସ୍ତାନମୁଁ ରାଜା ତୁ ରାଣୀଇନୋଟୁଜୁମାବ ଓଜୋଗାମିସିନମଥୁରା ମଙ୍ଗଳଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଯକ୍ଷ୍ମାବୈଦେହୀଶ ବିଳାସଜାଭା (ପ୍ରୋଗ୍ରାମିଂ ଭାଷା)ୟାଓଇଓଡ଼ିଆ କବି ମାନଙ୍କର ତାଲିକାବାବା ବଳିଆକରଞ୍ଜଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟମେଷ (ରାଶି)ସମ୍ବାଦ (ଖବରକାଗଜ)ଧର୍ମେନ୍ଦ୍ର ପ୍ରଧାନଅନନ୍ତ ପଟ୍ଟନାୟକଶିଶୁପାଳଗଡ଼ଗୋପବନ୍ଧୁ ଦାସବିଦ୍ୟୁତକୁମାର ପୂର୍ଣ୍ଣିମାକରଣ (ଜାତି)ମାୟାଧର ମାନସିଂହପ୍ରସନ୍ନ କୁମାର ଦାସପଦାର୍ଥମ୍ୟୁଚୁଆଲ ଫଣ୍ଡଆଚାର୍ଯ୍ୟ ହରିହରଜଗନମୋହ‌ନ ଲାଲଦକ୍ଷିଣ କୋରିଆଜୀବାଣୁ ଭାଜିନୋସିସଓଡ଼ିଆହିନ୍ଦୁ ସମୟ ଗଣନାବାଳୁଙ୍ଗା ଟୋକାବକ୍ସି ଜଗବନ୍ଧୁସୁନାମେକ୍ସିକୋଦିଗରାଜ ବ୍ରହ୍ମାପାର୍ବତୀତ୍ରିଭୁଜହାଡ଼ଫୁଟିବିଜୁ ଜନତା ଦଳରବି ପଟ୍ଟନାୟକଗୁରୁପ୍ରସାଦ ମହାନ୍ତିଶ୍ରୀନିବାସ ରାମାନୁଜନଏ. ପି. ଜେ. ଅବଦୁଲ କଲାମକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଞ୍ଜୟ ହାତୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ସଂସ୍କୃତିରାଧାବିଶ୍ୱ ଏଡ୍‌ସ ଦିବସଚା’କଳାକଳେବର ଚଉତିଶାମାଦଳା ପାଞ୍ଜିଯୌଥ ପରିବାରବୌଦ୍ଧ ଧର୍ମ🡆 More