ହଳଧର ନାଗ: ଓଡ଼ିଆ କବି ଓ ଲେଖକ

ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।

ହଳଧର ନାଗ
ହଳଧର ନାଗ: ବାଲ୍ୟଜୀବନ, ସାହିତ୍ୟ ସାଧନା, ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ (1950-03-31) ୩୧ ମାର୍ଚ୍ଚ ୧୯୫୦ (ବୟସ ୭୪)
ଘେଁସ, ସୋହେଲା ବରଗଡ଼
ଜାତୀୟତାଭାରତୀୟ
ପୁରସ୍କାରପଦ୍ମଶ୍ରୀ
ଜୀବନସାଥୀମାଳତୀ
ସନ୍ତାନନନ୍ଦିନୀ

ଦସ୍ତଖତହଳଧର ନାଗ: ବାଲ୍ୟଜୀବନ, ସାହିତ୍ୟ ସାଧନା, ସମ୍ମାନ

ବାଲ୍ୟଜୀବନ

ହଳଧର ନାଗ: ବାଲ୍ୟଜୀବନ, ସାହିତ୍ୟ ସାଧନା, ସମ୍ମାନ 

ହଳଧର ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ମାତା ଗୁରୁବାରୀ ଓ ପିତା ଭଜନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ, ସେ ସର୍ବ କନିଷ୍ଠ । ହଳଧରଙ୍କ ପିଲାଦିନର ନାମ "କାଲିଆ" । ଦିନମଜୁରିଆ ପିତା ଭଜନାଗ, ପୁଅ ହଳଧରଙ୍କୁ ମାତ୍ର ୩ୟ ଶ୍ରେଣୀ ଯାଏଁ ପାଠ ପଢେଇ ପାରିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ସେ ଜଣେ ପାଣି ଭାରୁଆ ଭାବେ କାମ କରୁ ଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରେଇଥିଲେ । ନିଜ ଗୁଜୁରାଣ ମେଣ୍ଟାଇବା ପାଇ ସେ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକନ କରି ସେ ଗୁଜୁରାଣ ମେଣ୍ଟାଉ ଥିଲେ । ସେଇଠି ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ ।

ସାହିତ୍ୟ ସାଧନା

ଧରାବନ୍ଧା ଶିକ୍ଷାର ଅଭାବ ହଳଧରଙ୍କ ସାହିତ୍ୟ ସର୍ଜନାରେ କେବେ ବାଧା ହୋଇ ପାରିନାହିଁ । ଆରମ୍ଭରୁ ସମ୍ବଲପୁରୀ ଲୋକ କାହାଣୀ ଲେଖୁଥିବା ହଳଧର, ୧୯୯୦ ମସିହାରେ ସେ ନିଜ ପ୍ରଥମ କବିତା "ଧୋଡୋ ବରଗଛ୍" ଲେଖିଥିଲେ । ନିଜର ଅନୁଭୁତିକୁ ପାଥେୟ କରି ସେ ଲେଖିଛନ୍ତି ଅନେକ ଲୋକକାବ୍ୟ । ସମ୍ବଲପୁରୀ ଭାଷାରେ ତାଙ୍କର ଅନେକ କିମ୍ବଦନ୍ତୀ ମୁଳକ କାବ୍ୟ ଅଛି । ତାଙ୍କ ରଚନା ମଧ୍ୟରୁ "ମହାସତୀ ଉର୍ମିଳା" ସର୍ବଶ୍ରେଷ୍ଠ ବୋଲି ହଳଧର ମନେ କରନ୍ତି ।

ଲୋକକାବ୍ୟ

  • ରାତି
  • ଚଏତ୍ର ସକାଲ୍ ଆଏଲା
  • ଶବରୀ
  • ମାଁ
  • ଅଛିଆ
  • ବଛର୍
  • ମହାସତୀ ଉର୍ମିଳା
  • ରସିଆ କବି
  • ସତିଆ ବିହା
  • ଗୁଆଲ ତୀର୍ଥ
  • ତପଚାରୀ ବାବା
  • ହଲଧର ଧାମ
  • ତାରା ମନ୍ଦୋଦରୀ
  • ଶିରୀ ସମଲାଇ
  • ଲକ୍ଷ୍ମୀପୁରାଣ
  • ପ୍ରେମ୍ ପଏଚନ
  • ବୀର୍ ସୁରେନ୍ଦ୍ର ସାଇ
  • ସନ୍ଥ କବି ଭୀମଭୋଇ
  • ଋଷି କବି ଗଙ୍ଗାଧର
  • ଭାବ୍
  • ସୁରୁତ୍
  • ଭାବ ସୁରୁତ୍
  • ହଳଧର ଗ୍ରନ୍ଥାବଳୀ -୧(ଫ୍ରେଣ୍ଡସ ପବ୍ଳିସରସ୍ କଟକ)
  • ହଳଧର ଗ୍ରନ୍ଥାବଳୀ -୨(ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ, ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବ)

ହଳଧରଙ୍କ ନାଁରେ "ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ", "ହଳଧର ସାହିତ୍ୟ ସଂସଦ", "ହଳଧର କ୍ଲବ" ଓ "ଲୋକକବି ହଳଧର ବନ ବିଦ୍ୟାଳୟ" ଆଦି ଅନୁଷ୍ଠାନ ଗଢ଼ି ଉଠିଛି ।

ସମ୍ମାନ

ଉପାଧୀ

  • ଲୋକ କବିରତ୍ନ
  • କୋଶଳ କୁଇଲି
  • ଯାଦବ କୁଳ ଗୌରବ
  • କୋଶଳ ରତ୍ନ
  • ଯାଦବ ରତ୍ନ

ଆଧାର

Tags:

ହଳଧର ନାଗ ବାଲ୍ୟଜୀବନହଳଧର ନାଗ ସାହିତ୍ୟ ସାଧନାହଳଧର ନାଗ ସମ୍ମାନହଳଧର ନାଗ ଉପାଧୀହଳଧର ନାଗ ଆଧାରହଳଧର ନାଗଓଡ଼ିଶାସମ୍ବଲପୁରୀ ଭାଷା

🔥 Trending searches on Wiki ଓଡ଼ିଆ:

ରତ୍ନାକର ଚଇନିରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାଇ ଭୋସଲେଅଚ୍ୟୁତାନନ୍ଦ ପ‌ତିହିନ୍ଦୁ ସମୟ ଗଣନାରାବଣଭାରତୀୟ ଜନଗଣନାରାଧାନାଥ ରାୟହନୁମାନ ଜୟନ୍ତୀଗୁଣନଅଷ୍ଟ୍ରେଲିଆକୁଷ୍ଠହୋ ଜନ‌ଜାତିରମାଦେବୀ ଚୌଧୁରୀପଞ୍ଚସଖାସୋଫିଆ ଆଲାମବେଦସଉରାରାସନ କାର୍ଡ଼ (ଭାରତ)ରାଜକିଶୋର ରାୟପାରିକୁଦରାଜ ଯୋଗବାଘହାଣ୍ଡିବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନମୋହନ ସାମଲଜଗନ୍ନାଥ ଦାସବୁଧନ ମୁର୍ମୁକୁନ୍ଦୁଲି ଗଣଦୁଷ୍କର୍ମ ମାମଲାବ୍ରତହାତଶ୍ରୀମନ୍ଦିର ବେଢ଼ା-ଦେବାଦେବୀନେପାଳଗ୍ରହଶିଶୁ ଅନନ୍ତ ଦାସସମ୍ବଲପୁର ଜିଲ୍ଲାସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥବାବା ବଳିଆQR codeୟାଓଇପଶ୍ଚିମ ଓଡ଼ିଶାଭାରତର ନ୍ୟାୟୀକ ବ୍ୟବସ୍ଥାମହର୍ଷି ଗୌତମଏଡା ଲଭ୍‌ଲେସ୍‌ପାଳୁଅଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କ୍ଷୀରସଞ୍ଜୟ ହାତୀଏଚଆଇଭି/ଏଡସପ୍ରତିଭା ରାୟକରାଚୀନବଦୁର୍ଗାଅନନ୍ତ ପଟ୍ଟନାୟକଭଗବତ ଗୀତାଜଳବାୟୁରବି ନାରାୟଣ ନନ୍ଦରାସାୟନିକ ମୌଳିକସନ୍ତୋଷ ସିଂହ ସାଲୁଜାକଥା (ପତ୍ରିକା)ରାଜଧାନୀ ପ୍ରତିଷ୍ଠା ଦିବସବର କୋଳିସମୀର ରଞ୍ଜନ ଦାଶରାଶି ଓ ନକ୍ଷତ୍ରପ୍ରସନ୍ନ କୁମାର ଦାସବିଦ୍ୟୁତବାଘଅଶୋକ ସମ୍ରାଟ🡆 More