ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୯ ଅକ୍ଟୋବର ୧୯୫୬ – ୨୫ ଫେବୃଆରୀ ୧୯୬୧ | |
ପୂର୍ବ ଅଧିକାରୀ | ନବକୃଷ୍ଣ ଚୌଧୁରୀ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
ରାଜ୍ୟପାଳ, ବମ୍ବେ | |
କାର୍ଯ୍ୟକାଳ ୨ ମାର୍ଚ୍ଚ ୧୯୫୫ – ୧୪ ଅକ୍ଟୋବର ୧୯୫୬ | |
ପୂର୍ବ ଅଧିକାରୀ | ଗିରିଜା ଶଙ୍କର ବାଜପାୟୀ |
ପର ଅଧିକାରୀ | ଶ୍ରୀ ପ୍ରକାଶ |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୧୨ ମଇ ୧୯୫୦ | |
ପୂର୍ବ ଅଧିକାରୀ | ନୂଆ ପଦବୀ ଆରମ୍ଭ କରାଯାଇଥିଲା |
ପର ଅଧିକାରୀ | ନବକୃଷ୍ଣ ଚୌଧୁରୀ |
ପ୍ରଧାନମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୩ ଅପ୍ରେଲ ୧୯୪୬ – ୧୫ ଅଗଷ୍ଟ ୧୯୪୭ | |
ପୂର୍ବ ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
ପର ଅଧିକାରୀ | ପଦବୀ ଲୋପ ପାଇଥିଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଗରପଡ଼ା, ଭଦ୍ରକ ଜିଲ୍ଲା | ୨୧ ନଭେମ୍ବର ୧୮୯୯
ମୃତ୍ୟୁ | ୨ ଜାନୁଆରୀ ୧୯୮୭ | (ବୟସ ୮୭)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁଭଦ୍ରା ମହତାବ |
ସନ୍ତାନ | ଭର୍ତ୍ତୃହରି ମହତାବ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ |
ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗନେଇଥିଲେ ।
୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ "ବିଷୁବ ମିଳନ" ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି ।
ଉପନ୍ୟାସ
ଗଳ୍ପ ସଂକଳନ
ଆତ୍ମଜୀବନୀ
| କବିତା ସଂକଳନ
ଶିଶୁ ସାହିତ୍ୟ
|
ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।
This article uses material from the Wikipedia ଓଡ଼ିଆ article ହରେକୃଷ୍ଣ ମହତାବ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.