ମାର୍କଣ୍ଡେୟ ପୁରାଣ

ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।

ମହତ୍ୱ

ମାର୍କଣ୍ଡେୟ ପୁରାଣର ୮୧ ଅଧ୍ୟାୟଠାରୁ ୯୩ ଅଧ୍ୟାୟ ପର୍ଯ୍ୟନ୍ତ ସାତଶହ ମନ୍ତ୍ରରେ ମହାମାୟାଙ୍କ ଚରିତ ବର୍ଣ୍ଣିତ , ଯାହାକୁ ଶ୍ରୀ ଦୁର୍ଗା ସପ୍ତଶତୀ କୁହାଯାଏ । ସକଳ ପୂଜକ ଦେବୀ ପୂଜା ସମୟରେ ଏହା ଏକାଗ୍ରତାର ସହିତ ପାଠ କରିଥାନ୍ତି । ଏହି ସାତଶହ ମନ୍ତ୍ର ଶ୍ରୀ ଶ୍ରୀ ଚଣ୍ଡୀରୂପେ ମାନ୍ତ୍ରିକ ମାନ୍ୟତାପ୍ରାପ୍ତ । ଜଗଜ୍ଜନନୀଙ୍କ ଷୋଡ଼ଶଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ , ବାସନ୍ତୀକ ଦୁର୍ଗାପୂଜା , ନବରାତ୍ର ତଥା ତ୍ରିଦିନାତ୍ମକ ପୂଜାରେ ଏହି ସାତଶହ ମନ୍ତ୍ର ଶୁଦ୍ଧ ଓ ନିଷ୍ଠାର ସହିତ ପାଠ କରାଯାଏ । ଏହି ମନ୍ତ୍ର ସମୂହରେ ଶ୍ରୀଚଣ୍ଡୀଙ୍କର ଗୁଣ କୀର୍ତ୍ତନ କରାଯାଇଥିବାରୁ ସାଧାରଣରେ ଏହାକୁ ଚଣ୍ଡୀଗୁଣିବା କୁହାଯାଏ । ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଏହି ସାତଶହ ମନ୍ତ୍ର ବିବିଧ ପୁରୁଷାର୍ଥ ସାଧିକା , କର୍ମ ଭକ୍ତିଜ୍ଞାନୋତ୍ତମ ସିଦ୍ଧାନ୍ତ ପ୍ରତିପାଦିକା , ବେଦବେଦାନ୍ତତତ୍ତ୍ୱ ପ୍ରକାଶିକା , ସକଳ ଭକ୍ତାଭୀଷ୍ଟ ବରପ୍ରଦା , ଅଭୟଦା ଏବଂ ଅଶରଣକାରପ୍ରଦା ମନ୍ତ୍ର ରୂପେ ମହିମାମଣ୍ଡିତ । ଏହି ମନ୍ତ୍ର ସମୂହରେ ଭଗବତୀ ଦୁର୍ଗାଙ୍କର ତିନିଗୋଟି ଚରିତ୍ର ବର୍ଣ୍ଣିତ । ଶେଷରେ ଥିବା ଉତ୍ତର ଚରିତରେ ଦେବୀ ହେଉଛନ୍ତି ମହାସରସ୍ୱତୀ । ଏହି ଚରିତରେ ଦେବଗଣଙ୍କ କତ୍ତୃକ ଦେବୀ ସ୍ତୁତି , ଦେବୀ ଓ ଦୂର ସମ୍ବାଦ , ଧୂମ୍ରଲୋଚନ ବଧ ,ଚଣ୍ଡମୁଣ୍ଡ ବଧ , ରକ୍ତବୀଜ ବଧ , ନିଶୁମ୍ଭ ବଧ ,ଶୁମ୍ଭ ବଧ , ନାରାୟଣୀ ସ୍ତୁତି , ଫଳସ୍ତୁତି ଓ ଦେବୀଙ୍କ ବରଦାନ ବର୍ଣ୍ଣିତ ।

ପୌରାଣିକ

ମାର୍କଣ୍ଡେୟ ପୁରାଣୋକ୍ତ ଦେବୀ ଚରିତ ବର୍ଣ୍ଣନାନୁଯାୟୀ ମେଧା ଋଷିଙ୍କଠାରୁ ମାହାମାୟଙ୍କର ଚରିତ ଶ୍ରବଣ କରିବା ପରେ ସୁରଥ ରାଜା ଓ ସମାଧି ବୈଶ୍ୟ ପରମାନନ୍ଦ ଲାଭ କରିଥିଲେ ତଥା ନଦୀକୂଳରେ ଦେବୀଙ୍କର ମୃଣ୍ମୟୀ ନିର୍ମାଣ ଓ ପ୍ରତିଷ୍ଠା ପୂର୍ବକ ଶାସ୍ତ୍ରୀୟ ବିଧିରେ ପୂଜା କରିଥିଲେ । ପରବର୍ତ୍ତୀ କାଳରେ ମୃଣ୍ମୟୀ ମୁର୍ତ୍ତିପୂଜା ବ୍ୟକ୍ତିଗତ , ପାରିବାରିକ ଓ ସାମାଜିକ ଉପାସନାର ରୂପ ଗ୍ରହଣ କରିଥିଲା ।

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ନ୍ତୁ

  • Mani, Vettam. Puranic Encyclopedia. 1st English ed. New Delhi: Motilal Banarsidass, 1975.

ବାହାର ତଥ୍ୟ

Tags:

ମାର୍କଣ୍ଡେୟ ପୁରାଣ ମହତ୍ୱମାର୍କଣ୍ଡେୟ ପୁରାଣ ପୌରାଣିକମାର୍କଣ୍ଡେୟ ପୁରାଣ ଆହୁରି ଦେଖନ୍ତୁମାର୍କଣ୍ଡେୟ ପୁରାଣ ଆଧାରମାର୍କଣ୍ଡେୟ ପୁରାଣ ଆହୁରି ପଢ଼ନ୍ତୁମାର୍କଣ୍ଡେୟ ପୁରାଣ ବାହାର ତଥ୍ୟମାର୍କଣ୍ଡେୟ ପୁରାଣଦୁର୍ଗା

🔥 Trending searches on Wiki ଓଡ଼ିଆ:

ବାଲେଶ୍ୱର ଜିଲ୍ଲାକାହ୍ନୁଚରଣ ମହାନ୍ତିଚନ୍ଦନ ବୋଡ଼ାଅବସାଦହରେ କୃଷ୍ଣବୀର ସୁରେନ୍ଦ୍ର ସାଏଅଖିଳ ମୋହନ ପଟ୍ଟନାୟକସୁରେନ୍ଦ୍ରନାଥ ଶତପଥୀକାଜାଖସ୍ତାନଆମ୍ଫେଟାମିନକୋଇଲିଖିଆଗ୍ରହଇରା ମହାନ୍ତିଆଣ୍ଟିଅକ୍ସିଡାଣ୍ଟପ୍ରସନ୍ନ କୁମାର ମିଶ୍ରଦେବରାଜ ମହାନ୍ତିନୟାଗଡ଼ ଜିଲ୍ଲାମାର୍ଚ୍ଚଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଦିନ୧୯୪୯ଝାଲ ମୁଢ଼ିଦାମୋଦର ରାଉତଉଇକିଖବରସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସ୧୩ ମାର୍ଚ୍ଚସ୍ୱାମୀ ବିବେକାନନ୍ଦବିରାଟ କୋହଲୀପ୍ୟାରିସଜିତେନ୍ଦ୍ର ହରିପାଲPimecrolimusଓଡ଼ିଆ ନାଟକବିକ୍ରମ କେଶରୀ ଦେଓସୁରେନ୍ଦ୍ର ମହାନ୍ତି୨୦ ଡିସେମ୍ବରଚଢ଼େଇଆ ନାଚଆଇସଲ୍ୟାଣ୍ଡଗୋପାଳ ଛୋଟରାୟସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ଅଚ୍ୟୁତାନନ୍ଦ ଦାସଶ୍ୟାମସୁନ୍ଦର କରଗୋପାଳ (ଜାତି)ବନ୍ଦେ ଉତ୍କଳ ଜନନୀଶୋଭନେଶ୍ୱର ଦେଉଳ, ନିଆଳିକ୍ରିଏଟିଭ କମନ୍ସଆର୍ମେନିଆଜୟ ଜଗନ୍ନାଥପଠାଣି ସାମନ୍ତଏରିଦେମା ମଲ୍ଟିଫର୍ମବ୍ୟାଟେରୀଗୁଗଲଭଗବତ ଗୀତାପ୍ରଥମ ବିଶ୍ୱଯୁଦ୍ଧଦ୍ରୌପଦୀ ମୁର୍ମୁମନୋଜ ଦାସନମିତା ଅଗ୍ରୱାଲଆଇଭରି କୋଷ୍ଟଜିନା ସାମଲଓଡ଼ିଆ ଭାଗବତବ୍ରୋଙ୍କିଏକ୍ଟାସିସ୍ପୂର୍ଣ୍ଣ ଚନ୍ଦ୍ର ସେଠୀଅଭିଗମ୍ୟତାପଣା ସଂକ୍ରାନ୍ତିରମାକାନ୍ତ ରଥଆତ୍ମହତ୍ୟାଯଶୋବନ୍ତ ଦାସ୧୬୬୨ମରାଠୀ ଭାଷାକ୍ରସ ସାଇଟ୍ ସ୍କ୍ରିପଟିଂଚଇତି ଘୋଡ଼ା ନାଚ🡆 More