ଭଞ୍ଜକିଶୋର ପଟ୍ଟନାୟକ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଭଞ୍ଜ କିଶୋର ପଟ୍ଟନାୟକ(୧୩ ନଭେମ୍ବର ୧୯୨୨ - ୨୭ ନଭେମ୍ବର ୧୯୯୯) ଜଣେ ଓଡ଼ିଆ ନାଟ୍ୟକାର ଥିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ । ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ ମରୁପଥୀକ ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । ଅଗ୍ନି-ପରୀକ୍ଷା ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଜୀବନର ଜୟଯାତ୍ରା ତାଙ୍କର ଆତ୍ମଜୀବନୀ ।

ଭଞ୍ଜକିଶୋର ପଟ୍ଟନାୟକ
Born(1922-11-13)୧୩ ନଭେମ୍ବର ୧୯୨୨
ଛାଣିପୁର,ସାଲେପୁର,କଟକ
Died୨୭ ନଭେମ୍ବର ୧୯୯୯(1999-11-27) (ବୟସ ୭୭)
Nationalityଭାରତୀୟ
Educationସ୍ନାତକ ୧୯୫୬
Alma materଖ୍ରୀଷ୍ଟ ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ
Known forଓଡ଼ିଆ ନାଟ୍ୟକାର
Parent(s)ସାଧୁଚରଣ ପଟ୍ଟନାୟକ, ସତ୍ୟଭାମା
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ଭଞ୍ଜ କିଶୋର କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁରଗ୍ରାମରେ ୧୯୨୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମିତ ପିତାଙ୍କ ନାମ ଥିଲା ଦୁର୍ଗାଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସତ୍ୟଭାମା । ତାଙ୍କ ଜନ୍ମନାମ ଥିଲା ମହେନ୍ଦ୍ର । ତାଙ୍କୁ ୯ମାସ ବୟସ ହୋଇଥିବାବେଳେ ହଇଜା ରୋଗରେ ପୀଡ଼ିତ ହୋଇ ତାଙ୍କ ମାତାଙ୍କର ନିଧନ ଘଟିଥିଲା । ଏହା ପରେ ଅପୁତ୍ରିକ ସେ ସାଧୁଚରଣ ପଟ୍ଟନାୟକଙ୍କଦ୍ୱାରା ପାଳିତ ହୋଇଥିବାରୁ, ସାଧୁଚରଣ ହିଁ ତାଙ୍କର ପିତାଭାବରେ ପରିଚିତ । ସାଧୁଚରଣ ତାଙ୍କ ନାମ ପରିବର୍ତ୍ତନ କରି ରଖିଥିଲେ ଭଞ୍ଜ କିଶୋର । ପିଲାଦିନ ତାଙ୍କର ବାରିପଦାରେ ବିତିଥିଲା । ବାରିପଦାର ମହାରାଜା ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ । ସେ ଥିଲେ ସ୍କୁଲ କ୍ରିକେଟ ଓ ଫୁଟବଲ ଦଳର ଅଧିନାୟକ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ । ସେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଚାକିରି କରିଥିଲେ ।

୧୯୯୯ ନଭେମ୍ବର ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ନାଟ୍ୟକାର ଜୀବନ

୧୯୩୯ ମସିହାରେ ଭଞ୍ଜ କିଶୋର ପଢୁଥିବା ମହାରାଜା ହାଇସ୍କୁଲରେ ତାଙ୍କ ପ୍ରଥମ ନାଟକ ଝଡ଼ରାତି ମଞ୍ଚସ୍ଥ ହୋଇଥିଲା । ୧୯୪୦ ମସିହାରେ ତାଙ୍କ ଗ୍ରାମ ଛାଣିପୁରର "ଭୀଷ୍ମ ରଙ୍ଗମଞ୍ଚ"ରେ ତାଙ୍କ ଦ୍ୱିତୀୟ ନାଟକ "ପ୍ରେମପୁଷ୍ପ" ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ସେ ନାରୀ ଚରିତ୍ର "ପୁଷ୍ପ" ଭୂମିକାରେ ଅଭିନୟ କରିଥିଲେ । ସେହି ଭୀଷ୍ମ ରଙ୍ଗମଞ୍ଚରେ ତାଙ୍କର ଅନ୍ୟାନ୍ୟ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । କଟକରେ ଚାକିରୀ କରିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଏ ଓ ବି ତଥା "ଜନତା" ରଙ୍ଗମଞ୍ଚରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇଥିଲା ।

ରଚନାବଳୀ

ନାଟକ

  • ଅଗ୍ନି-ପରୀକ୍ଷା
  • ଅତିଥି - ୧୯୫୪(ଇଉନିଭରସିଟି ବୁକ୍ ଷ୍ଟୋର)
  • ଦିଗ ଦର୍ଶନ - ୧୯୯୧(ଫ୍ରେଣ୍ଡସ ପବ୍ଲିସରସ)
  • ବେନାମୀ
  • ଅଶୋକ ସ୍ତମ୍ଭ
  • ବୈରାଗୀର ସଂସାର
  • ମାଣିକଯୋଡ଼ି
  • ଜୟମାଲ୍ୟ
  • ତୋଫାନ
  • ଗରିବ
  • ଶିକାରୀ
  • ପ୍ରତାପରୁଦ୍ର
  • ରାଜନତିର୍କୀ
  • କାଶ୍ମୀର ବେଗମ୍
  • ଗୁଲ୍ନାୟକ

ଏକାଙ୍କିକା

  • ବାଣହରଣ
  • ସଂସ୍କାର
  • ପ୍ରାୟଶ୍ଚିତ ଭେଟି
  • ଜନ୍ମାନ୍ତର
  • ବରକନ୍ୟା
  • ସାବିତ୍ରୀ
  • ଧରଣୀ
  • ସୁଲତାନ ରେଜିଆ

ଚଳଚ୍ଚିତ୍ର

ଆତ୍ମଜୀବନୀ

  • ଜୀବନର ଜୟଯାତ୍ରା

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮(ଅଗ୍ନି-ପରୀକ୍ଷା)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ସମ୍ମାନୀତ - ୧୯୭୭
  • କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସମ୍ମାନୀତ
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ବିଷୁବ ପୁରସ୍କାର
  • ଜାତୀୟ ପୁରସ୍କାର - ୧୯୮୪(କୋଣାର୍କ ନାଟକ ପାଇଁ)
  • କବିଚନ୍ଦ୍ର ସ୍ମୃତି ସମ୍ମାନ - ୧୯୮୨
  • ଓଡ଼ିଆ ନାଟକ ଶତବାର୍ଷିକୀ ସମ୍ମାନ - ୧୯୭୭
  • ଆଦି ନାଟ୍ୟକାର ସମ୍ମାନ - ୧୯୯୬
  • ରବୀନ୍ଦ୍ର କଳାକ୍ଷେତ୍ର ସମ୍ମାନ(ବାଙ୍ଗାଲୋର) - ୧୯୭୩
  • ରାଷ୍ଟ୍ରପତି ପୁରସ୍କାର (ଚଳଚ୍ଚିତ୍ର ନବଜନ୍ମ ପାଇଁ)
  • ନାଟ୍ୟରତ୍ନ ଉପାଧି
  • ନାଟ୍ୟ ଭାରତୀ ଉପାଧି

ଆଧାର

ଅଧିକ ତଥ୍ୟ

Tags:

ଭଞ୍ଜକିଶୋର ପଟ୍ଟନାୟକ ଜୀବନୀଭଞ୍ଜକିଶୋର ପଟ୍ଟନାୟକ ନାଟ୍ୟକାର ଜୀବନଭଞ୍ଜକିଶୋର ପଟ୍ଟନାୟକ ରଚନାବଳୀଭଞ୍ଜକିଶୋର ପଟ୍ଟନାୟକ ପୁରସ୍କାର ଓ ସମ୍ମାନଭଞ୍ଜକିଶୋର ପଟ୍ଟନାୟକ ଆଧାରଭଞ୍ଜକିଶୋର ପଟ୍ଟନାୟକ ଅଧିକ ତଥ୍ୟଭଞ୍ଜକିଶୋର ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଗୋଲୋକ ବିହାରୀ ଧଳବିଜ୍ଞାନଚେନ୍ନାଇ ଏକ୍ସପ୍ରେସକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ବିଷ୍ଣୁଢେଙ୍କାନାଳ ଜିଲ୍ଲାଓଡ଼ିଆ ନାଟକମୁକ୍ତେଶ୍ଵର ଦେଉଳଭୁବନେଶ୍ୱରଜାପାନୀ ଧର୍ମକଥାକ୍ୟୁ. ଆର. କୋଡ଼ଆଣ୍ଟିଅକ୍ସିଡାଣ୍ଟଗୁପ୍ତେଶ୍ୱରଆସିକାଉଟିଓମାନପଦ୍ମଜ ପାଳକ୍ରିକେଟସୌର ଜଗତଗଜଲପାଳୁଅ ଲଡୁପିଆଜନରେନ୍ଦ୍ର ମୋଦୀ୧୮ ମାର୍ଚ୍ଚଗୋପାଳ ଛୋଟରାୟସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ରମାକାନ୍ତ ରଥପ୍ୟାରିସଭଗବତ ଗୀତାଭୁବନେଶ୍ୱର ବେହେରା୨ ନଭେମ୍ବର୨୦୧୧ କ୍ରିକେଟ ବିଶ୍ୱ କପଓପନ-ସୋର୍ସ ସଫ୍ଟୱେରନବୀନ ପଟ୍ଟନାୟକଗୋପାଳ ଚନ୍ଦ୍ର ପ୍ରହରାଜଖୋର୍ଦ୍ଧା ଜିଲ୍ଲାଓଡ଼ିଶାର ଇତିହାସଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦକ୍ଷିଣ କୋଏଲ ନ‌ଦୀଉଚ୍ଚ ରକ୍ତଚାପଅଡ଼ିଇସ୍ରାଏଲକବିଡାଇନୋସରବୋଡ଼ୋ ଭାଷାଜିତେନ୍ଦ୍ର ହରିପାଲହିରୋଉଇକିକଥାବିଛା (ରାଶି)ଗାୟତ୍ରୀ ସରାଫବେଦହରିଶଙ୍କର ମନ୍ଦିରବ୍ରୋଙ୍କିଏକ୍ଟାସିସ୍ମାନସିକ ରୋଗକଟକ ଜିଲ୍ଲାଉତ୍କଳ ଦିବସଗୁପଚୁପଟଙ୍ଗ୍‌ଷ୍ଟନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୧୩ ଫେବୃଆରୀଦୁର୍ଗାଭିକାରୀ ବଳଚନ୍ଦ୍ରଶେଖର ରଥପ୍ରସନ୍ନ କୁମାର ମିଶ୍ର🡆 More