ବ୍ରଜନାଥ ବଡ଼ଜେନା: ଓଡ଼ିଆ କବି

ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ଢେଙ୍କାନାଳର କବରାଠାରେ ଜନ୍ମିତ ଜଣେ ପୁରାତନ ଓଡ଼ିଆ କବି । ପିତା ବାଲୁକେଶ୍ୱର ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ବ୍ରଜନାଥଙ୍କୁ ଢେଙ୍କାନାଳ ରାଜାଙ୍କଦ୍ୱାରା ବଡ଼ଜେନା ଉପାଧି ପ୍ରଦାନ କରାଯାଇଥିବାରୁ, ସେ ବ୍ରଜନାଥ ବଡ଼ଜେନା ଭାବରେ ପରିଚିତ ହୋଇଥିଲେ ।

ବ୍ରଜନାଥ ବଡ଼ଜେନା
ବୃତ୍ତିକବି, ପ୍ରାବନ୍ଧିକ
ଭାଷାଓଡ଼ିଆ, ହିନ୍ଦୀ, ସଂସ୍କୃତ
ଜାତୀୟତାବ୍ରଜନାଥ ବଡ଼ଜେନା: ଜୀବନୀ, ରଚନାବଳୀ, ଆଧାର ଭାରତୀୟ
ସମୟ୮ମ ଶତକ
ସାହିତ୍ୟର ଆନ୍ଦୋଳନରୀତିଯୁଗ

ଜୀବନୀ

ବ୍ରଜନାଥ ବଡ଼ଜେନା (୧୭୩୦-୧୭୯୯) ଙ୍କର ପୂର୍ବ ପୁରୁଷ ରଘୁ ପଟ୍ଟନାୟକ (ରଘୁ ଅରକ୍ଷିତ) ମୂଳତଃ ପୁରୀର ବାସିନ୍ଦା ଥିଲେ । ସେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟର (୧୪୯୭-୧୫୪୦) ଲୋକ । ବ୍ରଜନାଥ, ରଘୁ ଅରକ୍ଷିତଙ୍କର ଷଷ୍ଠ ପିଢିର ଦାୟାଦ । ୧୫୬୮ ମସିହା ପରେ ଓଡ଼ିଶାରେ ଆରମ୍ଭ ହୋଇଗଲା ଆଫଗାନ ଓ ମରହଟ୍ଟା ଆକ୍ରମଣ ଓ ଶାସନ । ରଘୁ ଅରକ୍ଷିତଙ୍କର ଦାୟାଦମାନେ ଏହି ସମୟରେ ପୁରୀ ସହର ଛାଡ଼ି ଖୋର୍ଦ୍ଧା ଏବଂ ପରେ ଢେଙ୍କାନାଳଗଡ଼କୁ ପଳାଇ ଆସି ବସବାସ କରି ରହିଲେ । ବ୍ରଜନାଥ ପଟ୍ଟନାୟକ ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ (୧୭୬୪-୧୭୯୭) ରାଜ ଦରବାରର ରାଜକବି ହେଲେ । ରାଜାଙ୍କଦ୍ୱାରା ‘ବଡ଼ଜେନା’ ଉପାଧିରେ ଭୂଷିତ ହୋଇ ବ୍ରଜନାଥ ବଡ଼ଜେନା ବୋଲାଇଲେ । କବି ବଡଜେନା ରୀତିଯୁଗୀୟ (କବି ସମ୍ରାଟ) ଉପେନ୍ଦ୍ର ଭଞ୍ଜଙ୍କ ଅନୁଗାମୀ ହେଲେ ମଧ୍ୟ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଭାବରେ । ସେ ରାଜ ଦରବାରର ଦରବାରୀ କବି ହେଲେ ମଧ୍ୟ ରାଜତନ୍ତ୍ରକୁ ବିରୋଧ କରି ନିର୍ଭୟରେ ଲେଖିଛନ୍ତି ‘ରାଜନଙ୍କୁ ଛଳୋକ୍ତି’ । ସେଥିପାଇଁ କବିଙ୍କୁ ଢେଙ୍କାନାଳ ଛାଡ଼ି କେନ୍ଦୁଝର, ନୟାଗଡ଼ ଏବଂ ସୁଦୂର ଆନ୍ଧ୍ର ଅଞ୍ଚଳରେ ଘୂରି ବୁଲିବାକୁ ପଡ଼ିଛି ।

ବଂଶଲତା

ବଡ଼ଜେନାଙ୍କ ରଚିତ ଚତୁରବିନୋଦ ଶ୍ରୀ ସୁଧାକର ପଟ୍ଟନାୟକଙ୍କଦ୍ୱାରା ସମ୍ପାଦିତ ହୋଇ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ହୋଇଛି । ଏହି ପୁସ୍ତକର ମୁଖବନ୍ଧରେ ସମ୍ପାଦକ ବଡ଼ଜେନାଙ୍କ ବଂଶଲତା ପୁନର୍ଗଠନ କରିଛନ୍ତି । ତାହା ନିମ୍ନରେ ଦିଆଗଲା ।

କୃଷ୍ଣ ଅରକ୍ଷିତ
ରଘୁ ଅରକ୍ଷିତ
ଶିବ ଅରକ୍ଷିତ
ବିଶ୍ୱ ଅରକ୍ଷିତ
ତ୍ରିବିକ୍ରମ ଅରକ୍ଷିତ
ବାଲୁଙ୍କେଶ୍ୱର ପଟ୍ଟନାୟକ
ଗୋପୀନାଥ ପଟ୍ଟନାୟକଜଗନ୍ନାଥ ପଟ୍ଟନାୟକ (କବି ଭୂଷଣ)ବ୍ରଜନାଥ ପଟ୍ଟନାୟକ (ବଡ଼ଜେନା)ଲୋକନାଥ ପଟ୍ଟନାୟକ (ରାଉତରା)

ରଚନାବଳୀ

ତାଙ୍କର ଏକ ଚିତ୍ରପୋଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡଃ ପ୍ରବୋଧ କୁମାର ମିଶ୍ରଙ୍କଦ୍ୱାରା ସମ୍ପାଦିତ ଓ ଏକ ପୁସ୍ତକଭାବରେ ପ୍ରକାଶିତ । ଡଃ ମିଶ୍ର ଓଡ଼ିଶାର ଇତିହାସ, କଳା ଓ ସାହିତ୍ୟ ଦିଗରେ ଅନେକ ମୌଳିକ ଗବେଷଣାମୂଳକ ପୁସ୍ତକ ରଚନା କରିଛନ୍ତି । ସେଥି ମଧ୍ୟରୁ ଚିତ୍ରପୋଥି-ଭାଗବତ ପୁରାଣର ସମ୍ପାଦନା ଅନ୍ୟତମ । ସେ ଜଣେ ବହୁ ଭାଷୀ କବି ଭାବେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲୁଗୁ ଏବଂ ପ୍ରାକୃତ ଭାଷାରେ ଲେଖି ପଢ଼ି ପାରୁଥିଲେ । ସେ ରୀତିଯୁଗୀୟ ସାହିତ୍ୟ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ । ଅମ୍ବିକା ବିଳାସ, ଅନୁଚିନ୍ତା, ଦଶପୋଇ, ଗୋପୀ ବିଳାସ, କେଳି କଳାନିଧି, ରାଜନଙ୍କୁ ଛଳୋକ୍ତି, ରାଜସଭା ଏବଂ ସମର ତରଙ୍ଗ ଇତ୍ୟାଦି ରଚନା କବିଙ୍କର କାବ୍ୟକୃତିର ଅନ୍ତର୍ଭୁକ୍ତ । ସମର ତରଙ୍ଗ ଏକ ଇତିହାସଭିତ୍ତିକ ସମର କାବ୍ୟ ଅଟେ । ବ୍ରଜନାଥ କେବଳ ପଦ୍ୟକାବ୍ୟର ସ୍ରଷ୍ଟା ନୁହଁନ୍ତି, ଚତୁର ବିନୋଦ କବିଙ୍କର ଏକ ଅନବଦ୍ୟ ଗଦ୍ୟସାହିତ୍ୟ, ଯେଉଁ ଗଦ୍ୟସାହିତ୍ୟ ଯୁଗସ୍ରଷ୍ଟା ଫକିରମୋହନଙ୍କ କଲମରେ ପରବର୍ତ୍ତୀ ସମୟରେ ଉକ୍ରର୍ଷତା ଲାଭ କରିଛି । ବ୍ରଜନାଥ ଲେଖିଥିବା ‘ଗୁଣ୍ଡିଚା ବିଜେ’ ଓଡ଼ିଆ ଅକ୍ଷରରେ ହିନ୍ଦୀ ଭାଷାରେ ରଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରୀତିଯୁଗୀୟ ଶବ୍ଦାଡମ୍ବର, ଅଳଙ୍କାର-ସର୍ବସ୍ୱ, କ୍ଳିଷ୍ଟ ଶୈଳୀରେ ତ ସେ ଲେଖିଛନ୍ତି ଅନେକ କାବ୍ୟ କବିତା; ମାତ୍ର ରୀତିଯୁଗୀୟ ଶୈଳୀ ପରିହାର କରି ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷାରେ ମଧ୍ୟ ଅନେକ କବିତା ରଚନା କରିଛନ୍ତି । ଫକିରମୋହନ ସେନାପତିଙ୍କ ବ୍ୟଙ୍ଗ-କଟାକ୍ଷ ଶୈଳୀର ସ୍ପଷ୍ଟ ସ୍ପର୍ଶ ବ୍ରଜନାଥଙ୍କ ରଚନାରେ ଅଙ୍କିତ ।

ଚିତ୍ରପୋଥି ଭାଗବତ ପୁରାଣ

ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଧକୁ କବି ବ୍ରଜନାଥ ତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି । ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି । (ଗ୍ଲିମ୍ପସେସ ଅଫ ଓରିଶାନ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହତାବ, ଭୁବନେଶ୍ୱର, ୧୯୮୪, ପୃ.୧୬୩) । ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ ୨୦୦ ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ । (ଇଲଷ୍ଟ୍ରେଟେଡ଼ ପାମ ଲିଫ ମାନୁସ୍କ୍ରିପ୍ଟ ଅଫ ଓରିଶା, ଏସ.ପାଣି, ଭୁବନେଶ୍ୱର, ୧୯୮୪, ପୃ.୮୧-୮୬) । ତାଳପତ୍ରରେ ଏକ ଶହ ପୃଷ୍ଠାରେ ବ୍ରଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ ।

କାବ୍ୟକବିତା

  • କେଳି କଳାନିଧି
  • ବିଦେଶ ଅନୁଚିନ୍ତା
  • ଦଶପୋଇ
  • ଗୋପୀ ବିଳାପ
  • ଶ୍ୟାମରାସୋସ୍ତବ
  • ବିଚକ୍ଷଣା
  • ଅମ୍ବିକା ବିଳାସ
  • ସମରତରଙ୍ଗ

ପ୍ରବନ୍ଧ

  • ଚତୁର ବିନୋଦ
  • ଚୋଟ କବିତା
  • ଚଣ୍ଡୀ ମାଳାଶ୍ରୀ
  • ରାଜନଙ୍କୁ ଛଳ ଭକ୍ତି
  • ରାଜା ସଭା
  • କେତୋଟି ଜଣାଣ ଓ ସଙ୍ଗୀତ

ହିନ୍ଦୀ

  • ଗୁଣ୍ଡିଚାବିଜେ

ସଂସ୍କୃତ

  • ମନୋଦୁତ

ଆଧାର

ବାହାର ଲିଙ୍କ

Tags:

ବ୍ରଜନାଥ ବଡ଼ଜେନା ଜୀବନୀବ୍ରଜନାଥ ବଡ଼ଜେନା ରଚନାବଳୀବ୍ରଜନାଥ ବଡ଼ଜେନା ଆଧାରବ୍ରଜନାଥ ବଡ଼ଜେନା ବାହାର ଲିଙ୍କବ୍ରଜନାଥ ବଡ଼ଜେନାଓଡ଼ିଆ ଭାଷାଢେଙ୍କାନାଳ ଜିଲା୧୭୩୦୧୮୦୦

🔥 Trending searches on Wiki ଓଡ଼ିଆ:

ସମୟ (କାଳ)ଓଲିସେରିଡାଇନଜୟ ଜବାନ ଜୟ କିଶାନବନ୍ଦେ ଉତ୍କଳ ଜନନୀବଦ୍ରୀନାଥ ମନ୍ଦିରବୃନ୍ଦାବନବିଶ୍ୱଜିତ ଦାସ୭ ଅପ୍ରେଲକଣ୍ଟିଲୋମହାପାତ୍ର ନୀଳମଣି ସାହୁକୋଚିଲା୧ (ସଂଖ୍ୟା)ରୁକୁଣା ରଥଯାତ୍ରାଓଡ଼ିଆ ଗହଣାଭଗବତ ଗୀତାଆର୍ଯ୍ୟଭଟ୍ଟଗୁରୁ ନାନକଜଗନ୍ନାଥ ମିଶ୍ର (ରାଜନେତା)ଗ୍ରହକନ୍ନଡ଼ ଭାଷାନାରାୟଣ ସାହୁ (୧୯୩୮ ଜନ୍ମ)ରାଜ୍ୟ ସଭାଯତୀନ୍ଦ୍ର କୁମାର ନାୟକପ୍ରଣବ ପ୍ରକାଶ ଦାସଜଗନ୍ନାଥଉଇକିକଥାଏକାଦଶୀଭାରତୀୟ ଜନତା ପାର୍ଟିଉଦ୍‌ବେଗଗୌରହରି ଦାସସାରଳା ମହାଭାରତଅରିନ୍ଦମ ରାୟଆଳୁ ପୋଟଳ ଭଜାରାଜେନ୍ଦ୍ର କିଶୋର ପଣ୍ଡାଭାରତୀୟ ସମ୍ବିଧାନଛଉ ନାଚମଧୁସୂଦନ ରାଓବିନୋଦ ଚନ୍ଦ୍ର ନାୟକପଣା ସଂକ୍ରାନ୍ତିବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅବସାଦଭୁଟାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନ୩୧ ଅଗଷ୍ଟ୨୫ ନଭେମ୍ବରହସ୍ତମୈଥୁନଦାସକାଠିଆବିଧାନ ସଭା ସଭ୍ୟଭର୍ତ୍ତୃହରି ମହତାବକପିଳେନ୍ଦ୍ର ଦେବବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିମଦନମୋହନଜଳ ପ୍ରଦୂଷଣହେପାଟାଇଟିସଶିବାଜୀଜଗତ(ଜୀବବୀଜ୍ଞାନ)ମୁକ୍ତେଶ୍ୱର ଦେଉଳ୧୮ ଜୁଲାଇଇରା ମହାନ୍ତିଶ୍ରୀ ଅରବିନ୍ଦଦେଓମାଳୀଧର୍ମେନ୍ଦ୍ର ପ୍ରଧାନସମ୍ବଲପୁରରାୟଗଡ଼ା ରେଳ ଷ୍ଟେସନଓଡ଼ିଆ ସାହିତ୍ୟତୁଳସୀ ମୁଣ୍ଡାତିଗିରିଆ ଗଡ଼ଜାତ ରାଜ୍ୟ🡆 More