ବନ୍ଦେ ମାତରମ

ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।

ବନ୍ଦେ ମାତରମ
English: Vande Mataram
bônde matorom
ବନ୍ଦେ ମାତରମ
Lyricsବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ, ଆନନ୍ଦ ମଠ, ୧୮୮୨
Musicଯଦୁନାଥ ଭଟ୍ଟାଚାର୍ଯ୍ୟ
Adopted୨୪ ଜାନୁଆରୀ, ୧୯୫୦
Music sample
noicon

ଇତିହାସ ଓ ଉପଯୋଗୀତା

ବର୍ଣ୍ଣନା

ବଙ୍କିମ ଚନ୍ଦ୍ର ଚାଟାର୍ଜୀ ନୂଆକରି ତିଆରି ହୋଇଥିବା କଲିକତା ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ ୧୮୫୭ର ଆନ୍ଦୋଳନ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । ସେତେବେଳର ଫିରିଙ୍ଗି ସରକାର ଗଡ଼ ସେଭ ଦି କୁଇନ (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ୱାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।

ଭାରତୀୟ ସ୍ୱାଧୀନତା ସଂଗ୍ରାମ

ବନ୍ଦେ ମାତରମ 
ଭିକାଜୀ କାମାଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା

"ବନ୍ଦେ ମାତରମ" ଭାରତୀୟ ସ୍ୱାଧୀନତା କାଳରେ ଫିରିଙ୍ଗିମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜେଲରେ ଭର୍ତ୍ତି କରୁଥିଲେ । ଲାଲା ଲଜପତ ରାୟ ଲାହୋରଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା "ବନ୍ଦେ ମାତରମ" । ହୀରାଲାଲ ସେନ ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।

୧୯୦୭ରେ ଭିକାଜି କାମା (୧୮୯୧-୧୯୩୬) ଷ୍ଟୁଟଗର୍ଟ, ଜର୍ମାନୀ ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା

କବିତା

ବନ୍ଦେ ମାତରମ

ସୁଜଳାମ ସୁଫଳାମ
ମଳୟଜ ଶୀତଳାମ
ଶସ୍ୟ ଶ୍ୟାମଳାମ
ମାତରମ
ବନ୍ଦେ ମାତରମ।

ଶୁଭ୍ରଜ୍ୟୋତ୍ସ୍ନା
ପୁଲକିତ ଯାମିନୀମ
ଫୁଲ୍ଲ କୁସୁମିତ
ଧ୍ରୁମଦଳଶୋଭିନୀମ
ସୁଭାସିନୀମ
ସୁମଧୁର ଭାସିନୀମ
ସୁଖଦାମ ବରଦାମ
ମାତରମ

ବନ୍ଦେ ମାତରମ॥

— ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଆହୁରି ଦେଖନ୍ତୁ

Aurobindo Ghose. Vande Mataram  (in ଇଂରାଜୀ) – via ଉଇକିପାଠାଗାର. Bankimchandra Chattopadhyay. वन्दे मातरम्  (in oldwikisource) – via ଉଇକିପାଠାଗାର.{{citation}}: CS1 maint: unrecognized language (link)

ଆଧାର

  • Sabyasachi Bhattacharya, Vande mataram, the biography of a song, Penguin Books, 2003, ISBN 978-0-14-303055-3.

ବାହାର ସ୍ରୋତ

Tags:

ବନ୍ଦେ ମାତରମ ଇତିହାସ ଓ ଉପଯୋଗୀତାବନ୍ଦେ ମାତରମ କବିତାବନ୍ଦେ ମାତରମ ଆହୁରି ଦେଖନ୍ତୁବନ୍ଦେ ମାତରମ ଆଧାରବନ୍ଦେ ମାତରମ ବାହାର ସ୍ରୋତବନ୍ଦେ ମାତରମଦୁର୍ଗାବଙ୍ଗଳା ଭାଷାରବୀନ୍ଦ୍ରନାଥ ଠାକୁରସଂସ୍କୃତ

🔥 Trending searches on Wiki ଓଡ଼ିଆ:

ବି. ଆର. ଆମ୍ବେଦକର୨୬ ଅପ୍ରେଲଅର୍ଜୁନ ଗଛଜଗନମୋହ‌ନ ଲାଲ୩୦ ସେପ୍ଟେମ୍ବରହନୁମାନ ଚାଳିଶାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଂଶୁଘାତସୀତା ବିବାହଗୋପାଳକୃଷ୍ଣ ପଟ୍ଟନାୟକ୧୮ ସେପ୍ଟେମ୍ବର୧୭ ଡିସେମ୍ବରଭାରତ ଲୀଳାଶ୍ରବଣ ( ରାମାୟଣ ର ଚରିତ୍ର )ସଚ୍ଚିଦାନନ୍ଦ ରାଉତରାୟବର୍ଷାଶାରଳା ପୁରସ୍କାରରାଶି ଓ ନକ୍ଷତ୍ରଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାଅକ୍ଷୟ ତୃତୀୟାନଦୀୟା ବିହାରୀ ମହାନ୍ତିରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୩ ମାର୍ଚ୍ଚବକ୍ସି ଜଗବନ୍ଧୁରୁକୁଣା ରଥଯାତ୍ରା୨୧ ଅପ୍ରେଲବିଶ୍ୱଜିତ ଦାସବେଣୁଧର ରାଉତବଣ୍ଡ (ଅର୍ଥ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀକପିଳେନ୍ଦ୍ର ଦେବ୧୫ ଡିସେମ୍ବରଗୁରୁ ପ୍ରସାଦ ମହାନ୍ତିଭୈରବୀ୧୮ ଫେବୃଆରୀଭାରତୀୟ ସଂଖ୍ୟା ପ୍ରଣାଳିଓଡ଼ିଆ ଚଉତିଶାଅମିତାଭ ବଚ୍ଚନରାମାନୁଜ ଆଚାର୍ଯ୍ୟସଦାଶିବ ତ୍ରିପାଠୀଉଦୟନାଥ ଷଡ଼ଙ୍ଗୀଲକ୍ଷ୍ମୀକାନ୍ତ ମହାପାତ୍ରଭୁଟାନଓଡ଼ିଆ ଖାଦ୍ୟସବ୍ୟସାଚୀ ମିଶ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଭୂତି ପଟ୍ଟନାୟକଗୋଦାବରୀଶ ମିଶ୍ରରବିବାରଅମର ସିଂହ ଚମକିଲାସାତକଡ଼ି ହୋତାଗଡ଼ଗଡ଼ିଆ ମନ୍ଦିରଉଦ୍ଭିଦପୂର୍ବାଷାଢ଼ା (ନକ୍ଷତ୍ର)ମାଛଓଡ଼ିଶାର ସଂସ୍କୃତିଆମ୍ବେଦକର ଜୟନ୍ତୀଜଗନ୍ନାଥ ଦାସ୨୧ରାଧାନାଥ ରାୟବିରଜା ରାଉତରାୟବିନୋଦ ଚନ୍ଦ୍ର ନାୟକବଲ୍ଲଭଭାଇ ପଟେଲମୁଣ୍ଡପିଛା ଆୟପ୍ରତୀକ୍ଷାଖାରବେଳକିଶୋରୀ ଚରଣ ଦାସମହାତ୍ମା ଗାନ୍ଧୀଙ୍କ ପରିବାର🡆 More