ପରଜା ଜନଜାତି: ଭାରତୀୟ ଆଦିବାସୀ ଜନଜାତି

ପରଜା, ପର୍ଜା ଓ ବସ୍ତରିଆ ନାମରେ ମଧ୍ୟ ଜଣା, ମୁଖ୍ୟତଃ ଓଡ଼ିଶାରେ ବସବାସ କରୁଥିବା ଏକ ଭାରତୀୟ ଆଦିବାସୀ ଜନଜାତି । ପରଜା ଜନଜାତି ଓଡ଼ିଶାର ଏକ ପ୍ରମୁଖ ଅନୁସୂଚିତ ଜନଜାତି ବା ଆଦିବାସୀ ସମୁଦାୟ । ପରଜା ଲୋକେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ, ଅବିଭକ୍ତ ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ମଧ୍ୟ ବସବାସ କରିଆସିଛନ୍ତି । ପରଜାମାନେ ଓଡ଼ିଶାରେ ଅନୁସୂଚିତ ଜନଜାତି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ନିକଟ ଅତୀତରେ ଓଡ଼ିଶାରୁ ପଶ୍ଚିମ ବଙ୍ଗ ଏବଂ ଆସାମକୁ ପ୍ରବାସରେ ଯାଇଥିଲେ ସେଠାରେ ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନୁହଁନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପରଜା ଜନଜାତିର ଲୋକଙ୍କ ସଂଖ୍ୟା ସର୍ବାଧିକ ଓ ପରଜାମାନେ ଓଡ଼ିଶାକୁ ସେମାନଙ୍କ ମୂଳ ଭୂମି ଭାବରେ ବିବେଚନା କରନ୍ତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ପରଜା ଜନଜାତିର ଜନସଂଖ୍ୟା ୩୭୪,୬୨୮ ଥିଲା ଓ ୨୦୦୧ ଜନଗଣନା ଅନୁସାରେ ସେମାନେ ରାଜ୍ୟର ଦଶମ ବୃହତ୍ତମ ଅନୁସୂଚିତ ଜନଜାତି । ୧୯୯୧ ଜନଗଣନା ତୁଳନାରେ ଜନସଂଖ୍ୟାର ଅଭିବୃଦ୍ଧି ହାର ୧୦.୨୦% । ସେମାନଙ୍କର ସାକ୍ଷରତା ହାର ୧୭.୯୬% । ଏଥିମଧ୍ୟରୁ ପୁରୁଷ ସାକ୍ଷରତା ୩୦.୯୫% ଏବଂ ମହିଳା ସାକ୍ଷରତା ୭.୩୫% । ପରଜାମାନେ ଦକ୍ଷିଣ ଓଡ଼ିଶାର ପାହାଡ଼ୀ ଓ ଉପତ୍ୟକା ଗାଁଗୁଡ଼ିକରେ ବସବାସ କରନ୍ତି ଏବଂ ସମୁଦାୟର ସର୍ବାଧିକ ଲୋକେ କୋରାପୁଟ ଜିଲ୍ଲାରେ ବାସକରନ୍ତି । କୋରାପୁଟ ପରେ ଯଥାକ୍ରମେ ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବସବାସକରନ୍ତି । ପରଜାମାନେ ପାରମ୍ପାରିକ ଭାବେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାହାଡ଼ିଆ ଅଞ୍ଚଳରେ ଚାଷକାର୍ଯ୍ୟ କରୁଥିଲେ । କୋରାପୁଟ ଜିଲ୍ଲା ଗେଜେଟିୟର ଅନୁସାରେ ଦ୍ୱିତୀୟ ଶତାବ୍ଦୀରୁ ପରଜାମାନେ ଭାରତରେ ବସବାସ କରୁଆସୁଛନ୍ତି ।

ନାମକରଣ

ପରଜା ଜନଜାତିର ନାମ "ପ୍ରଜା" ଶବ୍ଦ ସହ ସମ୍ବନ୍ଧିତ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନର ପରଜା ପୁସ୍ତକରେ ଉଲ୍ଲେଖ ହୋଇଛି । ପରଜା ଜନଜାତିର ଏକ କିମ୍ବଦନ୍ତୀ ଅନୁସାରେ କୁହାଯାଇଛି ଯେ ପୂର୍ବରୁ ରାଜା ଏବଂ ପ୍ରଜାମାନେ ଭାଇ ପରି ରହୁଥିଲେ । ପରବର୍ତ୍ତୀ ସମୟରେ ଘୋଡ଼ା ଚଢ଼ିବା ଭଳି ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଜୀବନ ଯାପନ କରିବାକୁ ଲାଗିଲେ ଏବଂ ପରବର୍ତ୍ତୀ ସମୟରେ ବୋଝ ବହନ କରିବାର କଷ୍ଟକୁ ସ୍ୱୀକାର କଲେ । "ପରଜା" ଶବ୍ଦର ଓଡ଼ିଆରେ ଆଉ ଏକ ଅର୍ଥ "ରୟତ" ବା ଭାଗଚାଷୀ । ୧୮୭୧ର ମାଡ୍ରାସ ଜନଗଣନା ରିପୋର୍ଟରେ କାର୍ମାଇକେଲ କହିଥିଲେ ଯେ ପର୍ଜା ଏକ ରୟତ (କୃଷକ) ଶ୍ରେଣୀ ।

ଜନତତ୍ତ୍ୱ

ପରଜା ସମୁଦାୟର ଅନ୍ୟନାମଗୁଡ଼ିକ ବା ଉପସମୁଦାୟର ନାମଗୁଡ଼ିକ ହେଲା ପର୍ଜା, ବଡ଼ ପରଜା, ବାରଙ୍ଗ ଝୋଡ଼ିଆ ପରଜା, ସେଲିଆ (ଛେଳିଆ) ପରଜା, ଝୋଡ଼ିଆ ପରଜା, କୋଣ୍ଡା ପରଜା, ପୋଙ୍ଗା ପରଜା, ସୋଡ଼ିଆ ପରଜା, ସାନ ପରଜା ଓ ସୋଲିଆ ପରଜା ।

ବୃତ୍ତି

ପାରମ୍ପାରିକ ବୃତ୍ତି ଭିତ୍ତିରେ ଏହି ଜନଜାତିର ମୁଖ୍ୟ ଉପଜାତି ହେଲେ ବଡ଼, ପେଙ୍ଗା, ବାଏଙ୍ଗ ଝୋଡ଼ିଆ ଏବଂ ସେଲିଆ ପରଜା । ସେଲିଆମାନେ ଅତୀତରେ ଛେଳି ପାଳନ କରୁଥିଲେ । ଏହି ଜନଜାତି ମୁଖ୍ୟତଃ ରବି ଏବଂ ଖରିଫ ଚାଷ କରନ୍ତି ଏବଂ ସ୍ଥାନାନ୍ତରିତ ଚାଷକୁ ପ୍ରାୟ ଛାଡ଼ିଦେଇଛନ୍ତି । ଖରାଦିନେ ଶିକାର, ମାଛ ଧରିବା ଓ ମହୁଲ ଓ ଜଙ୍ଗଲ ଘାସ ଭଳି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରାଯିବା ସହ ଗାଈ, ଛେଳି, ଘୁଷୁରି ଓ କୁକୁଡ଼ା ପାଳନ କରନ୍ତି । ଏହି ଅଞ୍ଚଳର ଅଧିକାଂଶ ସମ୍ପ୍ରଦାୟ ପରି ପଶୁମାନଙ୍କୁ କ୍ଷୀର କ୍ଷୀର ପାଇଁ ବ୍ୟବହାର ନକରି କେବଳ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ ।

ଭାଷା

ପରଜା ଜନଜାତିର ମାତୃଭାଷା ପାର୍ଜୀ ଦ୍ରାବିଡ଼ ଭାଷା ପରିବାରର ଏକ ଭାଷା । କଥିତ ରୂପରେ ଏହା ଓଡ଼ିଆ କିମ୍ବା ତେଲୁଗୁ ଭଳି ସ୍ଥାନୀୟ ଭାଷାଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ । ବର୍ତ୍ତମାନର ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହୁଥିବା ଅଧିକାଂଶ ଲୋକ ଦେଶୀଆ ଭାଷାରେ କଥାହୁଅନ୍ତି ।

ଆଧାର

Tags:

ପରଜା ଜନଜାତି ନାମକରଣପରଜା ଜନଜାତି ଜନତତ୍ତ୍ୱପରଜା ଜନଜାତି ଭାଷାପରଜା ଜନଜାତି ଆଧାରପରଜା ଜନଜାତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆଦିବାସୀଆନ୍ଧ୍ର ପ୍ରଦେଶଆସାମଓଡ଼ିଶାକଳାହାଣ୍ଡି ଜିଲ୍ଲାକୋରାପୁଟ ଜିଲ୍ଲାଗଞ୍ଜାମ ଜିଲ୍ଲାନବରଙ୍ଗପୁର ଜିଲ୍ଲାପଶ୍ଚିମ ବଙ୍ଗମଧ୍ୟ ପ୍ରଦେଶମହାରାଷ୍ଟ୍ରମାଲକାନଗିରି ଜିଲ୍ଲାରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଦାମୋଦର ରାଉତପଖାଳ ଦିବସଓଡ଼ିଶାର ଲୋକନୃତ୍ୟନୟାଗଡ଼ ଜିଲ୍ଲାବନ୍ଦେ ଉତ୍କଳ ଜନନୀଗୋପପୁର (ଗପ ସଙ୍କଳନ)ଘୋଡ଼ାବିଜୟ କୁମାର ଶତପଥୀଫତୁରାନନ୍ଦଏନଫୋର୍ଟୁମାବ ଭେଡୋଟିନଓଡ଼ିଆ ଭାଷା୧୯୩୯ଭାରତ ଛାଡ଼ ଆନ୍ଦୋଳନମାମୋଗ୍ରାଫିଦ୍ୱିତୀୟ ବିଶ୍ୱଯୁଦ୍ଧଅଟଳ ବିହାରୀ ବାଜପେୟୀରାଧାଚୈତ୍ରନାରୀ ନୁହେଁ ତୁ ନାରାୟଣୀଯଶୋବନ୍ତ ଦାସ୧୮ ମାର୍ଚ୍ଚପଳାଶଗୀତଗୋବିନ୍ଦଆର୍ଟିଫିସିଆଲ ଇଣ୍ଟେଲିଜେନ୍ସହୋଲିଓଡ଼ିଶାମରାଠୀ ଭାଷାମନମୋହନ ସାମଲବେଙ୍ଗପାକସ୍ଥଳୀ କର୍କଟମହିଳା ଯୌନାଙ୍ଗ ଛେଦନଜୀବ ବିଜ୍ଞାନ୨୦୨୨ ଫିଫା ବିଶ୍ୱକପ୍ଜୀବନାନନ୍ଦ ପାଣିଋଷିଆଶଙ୍ଖବି. ଆର. ଆମ୍ବେଦକରମହାଦେଶ୨୯ ମାର୍ଚ୍ଚମାଣବସା ଗୁରୁବାରବିଜୁ ପଟ୍ଟନାୟକୱିଲିଅମ ସେକ୍ସପିଅର୨୨ ନଭେମ୍ବରତନ୍ତ୍ରଶାନ୍ତନୁ କୁମାର ଆଚାର୍ଯ୍ୟତୋ ପାଇଁ ନେବି ମୁଁ ଶହେ ଜନମଭାଷାଦୁର୍ଗାଜିନା ସାମଲଶାନ୍ତି ମହାପାତ୍ରଓଡ଼ିଆ ବାହାଘରପ୍ରାଣବନ୍ଧୁ କରସାବିତ୍ରୀ ଓଷାଶୋଭନେଶ୍ୱର ଦେଉଳ, ନିଆଳିବିଶ୍ୱ ଏଡ୍‌ସ ଦିବସଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ରାଜନୀତି ବିଜ୍ଞାନଓଆରଟିଚୈତ୍ର ମଙ୍ଗଳବାର ଓଷା୨୦୧୫ଚଇତି ଘୋଡ଼ା ନାଚଅବସାଦ🡆 More