ନୀଳକଣ୍ଠ ଦାସ

ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

ପଣ୍ଡିତ ନୀଳକଣ୍ଠ ଦାସ
ନୀଳକଣ୍ଠ ଦାସ
ନୀଳକଣ୍ଠ ଦାସ
ବାଚସ୍ପତି, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୭ ମଇ ୧୯୫୭ – ୧ ଜୁଲାଇ ୧୯୬୧
ପୂର୍ବ ଅଧିକାରୀନନ୍ଦ କିଶୋର ଦାସ
ପର ଅଧିକାରୀଲିଙ୍ଗରାଜ ପାଣିଗ୍ରାହୀ
ବିଧାୟକ, ସତ୍ୟବାଦୀ
କାର୍ଯ୍ୟକାଳ
୧୯୫୧ – ୧୯୬୧
ପର ଅଧିକାରୀରାଜ ରାଜଦେବ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1884-08-05)୫ ଅଗଷ୍ଟ ୧୮୮୪
ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ, ଓଡ଼ିଶା
ମୃତ୍ୟୁ୬ ନଭେମ୍ବର ୧୯୬୭(1967-11-06) (ବୟସ ୮୩)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଧାମଣି ଦେବୀ
ସନ୍ତାନ୨ପୁଅ ଓ ୩ ଝିଅ
ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଲେଖକ, ବାଗ୍ମୀ, କବି
ପେଷାଶିକ୍ଷକ
ୱେବସାଇଟବିଧାନ ସଭା ସଭ୍ୟ ପୃଷ୍ଠା

ଶିକ୍ଷା ଓ ଜୀବନ

ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ । ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି.ଏ.ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରି କରିବା ନାହିଁ, ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ୧୯୦୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।

ରଚନାବଳୀ

ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ

କାବ୍ଯ

  • ପ୍ରଣୟିନୀ(୧୯୧୯)
  • କୋଣାର୍କେ(୧୯୧୯)
  • ଖାରବେଳ(୧୯୨୦)
  • ଦାସନାୟକ(୧୯୨୩)

ପ୍ରବନ୍ଧ

  • ଆର୍ଯ୍ୟ ଜୀବନ
  • ଓଡ଼ିଆ ସାହିତ୍ୟର କ୍ରମ ପରିଣ।ମ
  • ଶ୍ରୀମଦ ଭଗବତଗୀତାର ଭୂମିକା
  • ଓଡ଼ିଆ ଭାଷା ଓ ସାହିତ୍ୟ
  • ସଂସ୍କୃତି ଓ ସଂସ୍କୃତି
  • ଲାବଣ୍ୟବତୀର ଟୀକା

ଶିଶୁ ସାହିତ୍ୟ

  • ପିଲାଂକ ରାମାୟଣ
  • ପିଲାଂକ ମହାଭାରତ
  • ପିଲାଙ୍କ ଭାଗବତ

ଅନୁବାଦ

"ଲର୍ଡ଼ ଟେନିସନ"ଙ୍କ କବିତାକୁ ଓଡ଼ିଆରେ ଦାସ ନାୟକପ୍ରଣୟିନୀ ନାମରେ ଅନୁବାଦ କରିଛନ୍ତି ।

ସାମ୍ବାଦିକତା

ସେ ଗୀତାର ଓଡ଼ିଆରେ ଟୀକା ଲେଖିଥିଲେ । ଏହାଛଡ଼ା ଓଡ଼ିଆ ଭାଷା ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡ଼ିଆ ବ୍ୟାକରଣ ପୁସ୍ତକର ରଚୟିତା ।

ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ

ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକିର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।

ସମାଜ ସଂସ୍କାର ଓ ଭାରତର ସ୍ୱାଧିନତାରେ ଭୂମିକା

ନୀଳକଣ୍ଠ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ ଓଡ଼ିଶା ବିଧାନ ସଭାରେ ତାଙ୍କର ଓଜସ୍ୱିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ୱର ଉଠାଇଥିଲେ । ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହ୍ମଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ ।

ସମ୍ମାନ

  • ପଦ୍ମ ଭୂଷଣ, ୧୯୬୦
  • ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩ (ତାଙ୍କର ବହି ଆତ୍ମଜୀବନୀ ନିମନ୍ତେ)
  • ଡି. ଲିଟ (ଉତ୍କଳ ବିଶ୍ୱବିଦ୍ୟାଳୟ)
  • ଉତ୍କଳ ଗୁରୁ ଉପାଧି -୧୯୫୧

ଆଧାର

Tags:

ନୀଳକଣ୍ଠ ଦାସ ଶିକ୍ଷା ଓ ଜୀବନନୀଳକଣ୍ଠ ଦାସ ରଚନାବଳୀନୀଳକଣ୍ଠ ଦାସ ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନନୀଳକଣ୍ଠ ଦାସ ସମାଜ ସଂସ୍କାର ଓ ଭାରତର ସ୍ୱାଧିନତାରେ ଭୂମିକାନୀଳକଣ୍ଠ ଦାସ ସମ୍ମାନନୀଳକଣ୍ଠ ଦାସ ଆଧାରନୀଳକଣ୍ଠ ଦାସ ଅଧିକ ତଥ୍ୟନୀଳକଣ୍ଠ ଦାସପୁରୀ ଜିଲ୍ଲାସାକ୍ଷୀଗୋପାଳ

🔥 Trending searches on Wiki ଓଡ଼ିଆ:

ତାରିଣୀ ମନ୍ଦିର, ଘଟଗାଁଅନୁଗୋଳ ଜିଲ୍ଲାଓଡ଼ିଶାର ଦୋଳଯାତ୍ରାଫୁସଫୁସ୩ ଫେବୃଆରୀ୧୨୦୦ଭାରତୀୟ ଡାକ ସେବାଉତ୍କଳ ସମ୍ମିଳନୀଥୋମାସ ଆଲଭା ଏଡ଼ିସନସମ୍ବାଦଚିନ୍ତାମଣି ବେହେରା୧ (ସଂଖ୍ୟା)ସତ୍ୟବାଦୀ ବନ ବିଦ୍ୟାଳୟଜୀବ ବିଜ୍ଞାନପାଇକ ବିଦ୍ରୋହଧବଳ ଛଉଲୋକ ସଭାଏସିଆକୁମାର ପୂର୍ଣ୍ଣିମାଭୁବନେଶ୍ୱର ବେହେରାଗଉଡ଼ ବାଡ଼ି ଖେଳସୂର୍ଯ୍ୟକଇଥଲକ୍ଷ୍ମଣ ନାୟକମନ୍ଦାରଇଣ୍ତିଆ ଗେଟଏଚଆଇଭି/ଏଡସଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୋପାଳ (ଜାତି)କଳାପାହାଡ଼ଲତା ମଙ୍ଗେସକର୫ ଅଗଷ୍ଟକ୍ରିଏଟିଭ କମନ୍ସରାମକୃଷ୍ଣ ପରମହଂସସାପନନ୍ଦିନୀ ଶତପଥୀବୌଦ୍ଧ ଧର୍ମଆନି ବେସାନ୍ତପ୍ରିୟା ମୋ ଆସିବ ଫେରିହନୁମାନରାୟଗଡ଼ା ଜିଲ୍ଲାଜଗନ୍ନାଥଙ୍କ ଧୂପଦୁର୍ଗା ପୂଜାସୀତା ବିବାହରାଜକନିକାଯଶୋବନ୍ତ ଦାସଲଣ୍ଠନମହାବୀର ଜୈନସ୍ୱାମୀ ବିବେକାନନ୍ଦଟ୍ରୋସପିୟମଷ୍ଟେମିଂମନୋଜ ଦାସଙ୍କ କଥା ଓ କାହାଣୀଲିଙ୍ଗରାଜ ମନ୍ଦିରପଙ୍କଜ ଉଧାସଜବାହରଲାଲ ନେହେରୁଜଳବାୟୁପୁରୀ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନମହା ଶିବରାତ୍ରିଭାରତ ରତ୍ନମହିଳା ନୋବେଲ ପୁରସ୍କାର ବିଜେତା୭୩୫ଉତ୍କଳ🡆 More