ତ୍ରିଲୋଚନ ସାହୁ: ଓଡ଼ିଆ ଲେଖକ

ତ୍ରିଲୋଚନ ସାହୁ (ଜନ୍ମ: ୮ ଅଗଷ୍ଟ ୧୯୯୦) ଜଣେ ଓଡ଼ିଆ ଲେଖକ ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା । ତାଙ୍କର ପ୍ରଥମ ପୁସ୍ତକ ଶେଷ ସ୍ୱପ୍ନ କେନ୍ଦ୍ର ସାହିତ୍ୟ ଏକାଡେମି, ନୂଆଦିଲ୍ଲୀଦ୍ୱାରା ପ୍ରକାଶ କରାଯାଇଅଛି । ସେ ପାଖାପାଖି ୩୦ଟି ତଥ୍ୟ ଭିତ୍ତିକ ଚଳଚ୍ଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ତ୍ରିଲୋଚନ ସାହୁ
ତ୍ରିଲୋଚନ ସାହୁ: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସର୍ଜନା, ସମ୍ମାନ ଓ ପୁରସ୍କାର
ଜନ୍ମ (1990-08-08) ୮ ଅଗଷ୍ଟ ୧୯୯୦ (ବୟସ ୩୩)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଲେଖକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା

ବ୍ୟକ୍ତିଗତ ଜୀବନ

ତ୍ରିଲୋଚନ ୧୯୯୦ ମସିହାର ଅଗଷ୍ଟ ୮ ତାରିଖରେ କେନ୍ଦୁଝର ଜିଲ୍ଲାର ଫକିରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଫକିରପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ଆନନ୍ଦପୁର ମହାବିଦ୍ୟାଳୟରୁ +୨ ଓ ସ୍ନାତକ ହାସଲ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ ଫାଇନାନ୍ସ ଆଣ୍ଡ କଣ୍ଟ୍ରୋଲ ଓ ଅର୍ଥନୀତିରେ ସ୍ନାତକୋତ୍ତର କରିଛନ୍ତି । ଯୁକ୍ତ ତିନି ଅର୍ଥନୀତି ଅନର୍ସରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ ୨୦୧୦ ମସିହାରେ ଟପ୍ପର ହୋଇଥିଲେ । ବର୍ତ୍ତମାନ ସେ ଅର୍ଥନୀତିରେ ଗବେଷଣା କରୁଛନ୍ତି ।

ସାହିତ୍ୟ ସର୍ଜନା

ତାଙ୍କର ପ୍ରଥମ ଲେଖା ୨୩ ଅକ୍ଟୋବର ୨୦୦୬ରେ ପ୍ରଗତିବାଦୀରେ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମି ତରଫରୁ ୨୦୨୨ ମସିହାରେ ଦାର୍ଜିଲିଂରେ ଆୟୋଜିତ ପୂର୍ବାଞ୍ଚଳ ଯୁବ ଲେଖକ ସମ୍ମିଳନୀରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଶିକ୍ଷା ମନ୍ତ୍ରାଳୟଦ୍ୱାରା କଲିକତାରେ ଆୟୋଜିତ ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବରେ ମଧ୍ୟ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ସେ ନେକ୍ସଟ ଇଣ୍ଡିଆ ଜର୍ନାଲ ଅଫ ସୋସିଆଲ ସାଇନ୍ସ ନାମକ ଏକ ଇଂରାଜୀ ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୬ ଓ ୨୦୧୭ ମସିହାରେ ଓଡ଼ିଶା ରିଭ୍ୟୁରେ ତାଙ୍କ ରଚନା ପ୍ରକାଶ ପାଇଥିଲା ।

ରଚନାବଳୀ

  • ଶେଷ ସ୍ୱପ୍ନ

ସମ୍ମାନ ଓ ପୁରସ୍କାର

  • ପ୍ରଗତିବାଦୀ ସମ୍ବାଦପତ୍ରର ସମ୍ପାଦନା ମଣ୍ଡଳୀଠାରୁ ପ୍ରେରଣା ପତ୍ର ପ୍ରାପ୍ତ (୨୦୦୬)
  • ଅର୍ଥନୀତିରେ ଟପ୍ପର ପାଇଁ ପ୍ରଜ୍ଞାଶ୍ରୀ ସାଂସ୍କୃତିକ ପରିଷଦ, ଆନନ୍ଦପୁର ତରଫରୁ ପୁରସ୍କୃତ (୨୦୧୦)
  • ଶହେ ସ୍ୱର ସମ୍ମାନ (୨୦୧୮)
  • ଉଦୟରାଗ ସମ୍ମାନ (୨୦୧୯)
  • ୟୁଥ ଉତ୍କଳ ସମ୍ମାନ (୨୦୧୯)
  • ଉତ୍କଳ ସର୍ଟ ଫିଲ୍ମ ଫେଷ୍ଟିଭାଲର ବିଜେତା (୨୦୨୦)
  • ପ୍ରକୃତି ବନ୍ଧୁ ପୁରସ୍କାର (୨୦୨୧), ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର

ଆଧାର

Tags:

ତ୍ରିଲୋଚନ ସାହୁ ବ୍ୟକ୍ତିଗତ ଜୀବନତ୍ରିଲୋଚନ ସାହୁ ସାହିତ୍ୟ ସର୍ଜନାତ୍ରିଲୋଚନ ସାହୁ ସମ୍ମାନ ଓ ପୁରସ୍କାରତ୍ରିଲୋଚନ ସାହୁ ଆଧାରତ୍ରିଲୋଚନ ସାହୁସାହିତ୍ୟ ଏକାଡେମୀ

🔥 Trending searches on Wiki ଓଡ଼ିଆ:

କୁନ୍ତଳା କୁମାରୀ ସାବତବେଲ୧୯୮୮ଭୃସଙ୍ଗ ଗଛରଥଯୁକ୍ତରାଷ୍ଟ୍ର ଆମେରିକାଦେଉଳଝରି ଉଷ୍ଣପ୍ରସ୍ରବଣ୧୧ ଅପ୍ରେଲନୀଳକଣ୍ଠ ଦାସ୧ ସେପ୍ଟେମ୍ବରକଟକହନୁମାନବୁଦ୍ଧ ପୂର୍ଣ୍ଣିମାସ୍ୱସ୍ତିକଭଗବତ ଗୀତାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁଞ୍ଜବିହାରୀ ଦାଶଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଗଙ୍ଗା ଦଶହରାଉଇକିମିଡ଼ିଆ ଫାଉଣ୍ଡେସନଚନ୍ଦ୍ରଶେଖର ରଥଓଡ଼ିଶାର ତହସିଲ ତାଲିକାକାଳିନ୍ଦୀ ଚରଣ ପାଣିଗ୍ରାହୀଶୁକ୍ରବାରଗୋପୀନାଥ ମହାନ୍ତିବିଶ୍ୱ ଘରଚଟିଆ ଦିବସଦୁଃଖୀରାମ ସ୍ୱାଇଁବେଙ୍ଗ୩୪୩ଦଅଣାଉତ୍ତମ ମହାନ୍ତିଓଡ଼ିଶାର ସଂସ୍କୃତିଉଇକିପିଡ଼ିଆସୌଭାଗ୍ୟ କୁମାର ମିଶ୍ର୩୦ ଅପ୍ରେଲଚାନ୍ଦବାଲିଶ୍ରୀରାଧାସଂକ୍ରାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜଳବିଦ୍ୟୁତ୍ଯଦୁମଣି ମହାପାତ୍ରମଧୁସୂଦନ ଦାସପଖାଳ ଦିବସଭାରତସୋମବାରପଦ୍ମ ଲୋଚନ ପଣ୍ଡାଦେବ୍ରାଜ ଲେଙ୍କାବିଜ୍ଞାନଶ୍ରୀଧର ଦାସଭାରତୀୟ ଡାକ ସେବାଜୈନ ଧର୍ମଅର୍ଥଶାସ୍ତ୍ରଭାରତୀୟ ମୁଦ୍ରାସୁରେନ୍ଦ୍ର ମହାନ୍ତି୪ ଅପ୍ରେଲଶିମିଳିପାଳ ଜାତୀୟ ଉଦ୍ୟାନ୧୯୭୦ପଖାଳହଂକଂରାଜ୍ୟବ୍ୟଞ୍ଜନ ବର୍ଣ୍ଣରାମଚନ୍ଦ୍ର ବେହେରାମୋଗଲ ସାମ୍ରାଜ୍ୟ୨୧ମଙ୍ଗଳ ପାଣ୍ଡେସାରଳା ଦାସବାଞ୍ଛାନିଧି ମହାନ୍ତିସତ୍ୟନାରାୟଣ ରାଜଗୁରୁସୁଶାନ୍ତ ସିଂହରିକେଟଭାରତୀୟ ସମ୍ବିଧାନକଣ୍ଡୋମ🡆 More