ତାରା

ଦେବୀ ତାରା ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ । ଜୀବଜଗତକୁ ତ୍ରାଣ କରୁଥିବାରୁ ଦେବୀ ତାରା ନାମରେ ନାମିତ । ସେ ନୀଳବର୍ଣ୍ଣା ଓ ନୀଳନୟନା । ସେ ଭୟଙ୍କରୀ ହେଲେ ମଧ୍ୟ ସୁଖ ଓ ମୋକ୍ଷ ପ୍ରଦାନକାରିଣୀ । ଦେବୀ ତାରାଙ୍କ ତିନୋଟି ରୂପ ରହିଛି – ଏକଜଟା ତାରା, ନୀଳସରସ୍ୱତୀ, ଉଗ୍ରତାରା । ଦେବୀ ମୁକ୍ତକେଶୀ ଏବଂ ରିଦ୍ର ତାଙ୍କର ଜଟା ହୋଇଥିବାରୁ ସେ ଏକଜଟା ନାମରେ ପରିଚିତା । ଉଗ୍ର ଆପଦରୁ ତ୍ରାଣ କରନ୍ତି ବୋଲି ଉଗ୍ରତାରା । ଦେବୀ ଚୋଳନ ହ୍ରଦରୁ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ୱତୀ ନାମରେ ପରିଚିତା ।

ତାରା
ତାରା
Devanagariतारा
Sanskrit TransliterationTārā
Affiliationଦେବୀ, ମହାବିଦ୍ୟା, ଦୁର୍ଗା
Mantraoṁ aīṁ hrīṁ strīṁ tārāyai hūṁ phaṭ svāhā

(the above is her most important mantra as Dasa Mahavidya)

oṁ tāre tuttāre ture svāhā ( This was given by a famous Tara worshiper and it is also known as a powerful mantra for making her manifest before her worshiper . )
Weaponଖଡ୍ଗ, ଖଣ୍ଡା,
ସ୍ୱାମୀ/ସ୍ତ୍ରୀଶିବ
MountShiva in inert or corpse-like form

ସାଧନମାଳା ଗ୍ରନ୍ଥରେ ତାରାଙ୍କୁ ବୌଦ୍ଧ ଦେବୀରୂପରେ ବର୍ଣ୍ଣନା କରାଯାଉଛି ।ଏହି ଗ୍ରନ୍ଥରେ ସାତ ପ୍ରକାର ତାରାଙ୍କର ଉଲ୍ଲେଖ ମିଳେ । ସେମାନେ ବାମହସ୍ତରେ ଉତ୍ପଳ ଧାରଣ କରିଛନ୍ତି ଏବଂ ଦକ୍ଷିଣ ହସ୍ତରେ ବରଦମୁଦ୍ରା ପ୍ରଦର୍ଶନ କରିଛନ୍ତି । ଆଉ ମଧ୍ୟ ଉକ୍ତ ଗ୍ରନ୍ଥରେ ତାରାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଯଥା- ସାଧାରଣ ତାରା ଓ ଅସାଧାରଣ ତାରା । ଖଦୀରବଣି, ବଷ୍ୟତାରା, ମାରିଚୀ, ଆର୍ଯ୍ୟତାରା, ଏକଜଟା, ମହତ୍ତୋରିତାରା, ବରଦତାରା, ଅଷ୍ଟମହାଭୟ ତାରା, ମୃତ୍ୟୁବଞ୍ଚନ ତାରା, ସୀତାତାରା ବା ବଜ୍ରତାରା ସାଧାରଣ ତାରା ଶ୍ରେଣୀର ଅନ୍ତର୍ଭୁକ୍ତ । ପଦ୍ମାସନା, ଚତୁର୍ଭୁଜା, ଦୁର୍ଗତିତାରିଣୀ ତାରା, ଚତୁର୍ଭୁଜା ଅଷ୍ଟଦେବୀ ପରିବେଷ୍ଟିତା, ଧ୍ୟାନୀବୁଦ୍ଧ ଅମୋଘସିଦ୍ଧିଭୂଷିତା ଧନଦତାରା, ଚତୁର୍ଭୁଜା ଜାଙ୍ଗୁଳା, ଷଡ୍‌ଭୁଜା ତ୍ରିମୁଖ, ପନ୍ନଶବରୀ ଅସାଧାରଣ ତାରା ପର୍ଯ୍ୟାୟର ଅନ୍ତର୍ଭୁକ୍ତ । ତାରା ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ଆରାଧ୍ୟା ଦେବୀ । ଶତ୍ରୁନାଶ, ବାକ୍‌ଶକ୍ତିର ପ୍ରାପ୍ତି ତଥା ଭୋଗ, ମୋକ୍ଷର ଉପଲବ୍‌ଧି ପାଇଁ ତାରା ଅଥବା ଉଗ୍ରତାରାଙ୍କ ସାଧନା କରାଯାଇଥାଏ । ତାରାଙ୍କୁ ମହାବିଦ୍ୟାମାନଙ୍କରେ ଅଭୂତ ପ୍ରଭାବଶାଳୀ ତଥା ସର୍ବକାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା କରାଯାଇଥାଏ ।


ଭାରତରେ ସର୍ବପ୍ରଥମ ମହର୍ଷି ବଶିଷ୍ଠ ତାରାଙ୍କୁ ବୈଦିକ ରୀତିରେ ଆରାଧନା କରିବା ଆରମ୍ଭ କଲେ। ଏହି ବୈଦିକ ରୀତିରେ ତିନିଥର ଆରାଧନା କଲା ପରେ ବି ତାହା ସଫଳ ହୋଇପାରିଲା ନାହିଁ । ଶେଷରେ ବଶିଷ୍ଠଙ୍କୁ ଅଦୃଶ୍ୟ ଶୂନ୍ୟବାଣୀ ହେଲା ଯେ ସେ ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କରନ୍ତୁ। ଯେତେବେଳେ ବଶିଷ୍ଠ ବୈଦିକ ରୀତି ତ୍ୟାଗ କରି ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କଲେ ସେତେବେଳେ ତାଙ୍କୁ ସିଦ୍ଧି ମିଳିଲା । ରାଜଶ୍ରୀ ବଶିଷ୍ଠରୁ ବ୍ରହ୍ମଶ୍ରୀ ବଶିଷ୍ଠ ହୋଇ ପାରିଥିଲେ। ବିହାରର ସହରସା ଜିଲ୍ଲାର ପ୍ରସିଦ୍ଧ ମହିଷା ଗ୍ରାମରେ ଉଗ୍ରତାରାଙ୍କ ସିଦ୍ଧ ପୀଠ ରହିଛି । କୁହାଯାଏ ଯେ, ମହର୍ଷି ବଶିଷ୍ଠ ଏହିଠାରେ ତପସ୍ୟା କରି ସିଦ୍ଧିପ୍ରାପ୍ତି ହୋଇଥିଲେ ।

ଆଧାର

ବାହାର ତଥ୍ୟ

Tags:

ମହାବିଦ୍ୟାସରସ୍ୱତୀ

🔥 Trending searches on Wiki ଓଡ଼ିଆ:

ବାସନ୍ତୀନାରାୟଣ ସାହୁଉଇକିକମନ୍ସମହର୍ଷି ଗୌତମଭାରତ ରତ୍ନସ୍ନେହସାରରାମଚନ୍ଦ୍ର ମିଶ୍ରପୂରଣବାଚକ ସଂଖ୍ୟାଛଉ ନାଚଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଶାର ଦୋଳଯାତ୍ରାଓଡ଼ିଶାର ଭୂଗୋଳରାମକୃଷ୍ଣ ପରମହଂସମୀନକେତନବେଲଜଗନ୍ନାଥ ପ୍ରସାଦ ଦାସକମ୍ପ୍ୟୁଟରରାଧାମୋହନ ଗଡ଼ନାୟକକର୍ପୁରପାଟଦେଇଭାରତର ନ୍ୟାୟୀକ ବ୍ୟବସ୍ଥାରସଗୋଲାଯୁଗଳ କିଶୋର ପଟ୍ଟନାୟକଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟରାମାୟଣଗୀତଗୋବିନ୍ଦକ୍ରସ ସାଇଟ୍ ସ୍କ୍ରିପଟିଂବେଣୁଧର ରାଉତପାରାଥାଇରଏଡ ଗ୍ରନ୍ଥିମଥୁରା ମଙ୍ଗଳରବି କାନୁନଗୋପରଜା (ଓଡ଼ିଆ ଉପନ୍ୟାସ)ଢେଙ୍କାନାଳ ଜିଲ୍ଲାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସସିଂହଲସ ଏଞ୍ଜଲେସ ଲେକର୍ସଜାତୀୟ ସଙ୍ଗୀତସଉରା ଜନ‌ଜାତିକଟକ ଜିଲ୍ଲା୧ (ସଂଖ୍ୟା)୧୮୫୬ଲୋକ ସଭାଗଣେଶଉପେନ୍ଦ୍ର ଭଞ୍ଜଦେବସ୍ନାନ ପୂର୍ଣ୍ଣିମାଗୋଦାବରୀଶ ମହାପାତ୍ରନନ୍ଦ କିଶୋର ବଳଧର୍ମଉମେଶଚନ୍ଦ୍ର ସରକାରଜୀବସାରଫେସୋଟେରୋଡାଇନଚୈତ୍ରଆଇ.ବି.ଏମ.ହିନ୍ଦୁ ଧର୍ମସିନ୍ଧୁ ନଦୀଏଲ ସାଲଭାଡୋରଭାରତର ଜାତୀୟ ପତାକାପାଟିରୋମରମାଟିର ମଣିଷ (ଉପନ୍ୟାସ)ପରମାନନ୍ଦ ଆଚାର୍ଯ୍ୟଓଡ଼ିଆୟୁ ଟ୍ୟୁବରୋହିତ ଶର୍ମା୧୫ ଅପ୍ରେଲବାଲେଶ୍ୱରବିଦ୍ୟୁତପ୍ରଭା ଦେବୀନରସିଂହ ମିଶ୍ରରମାକାନ୍ତ ପଣ୍ଡା🡆 More