ଚିନ୍ତାମଣି ବେହେରା: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫) ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । ସେ ଶିଶୁଲେଖାର ସମ୍ପାଦନା କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।

ଚିନ୍ତାମଣି ବେହେରା
ଜନ୍ମ(1927-11-07)୭ ନଭେମ୍ବର ୧୯୨୭
ଜମାଡିହ, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୭ ମାର୍ଚ୍ଚ ୨୦୦୫(2005-03-07) (ବୟସ ୭୭)
ଜାତୀୟତାଭାରତୀୟ

ଜୀବନୀ

ଚିନ୍ତାମଣି, ୧୯୨୭ମସିହାରେ ବାଲେଶ୍ୱର ଜିଲ୍ଲାର ଉଦଳା ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବୀ ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ କଟକ ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି ବାଲେଶ୍ୱର ଚାଲି ଯାଇଥିଲେ ଓ ସେଠାର ଫକୀର ମୋହନ ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।

ରଚନାବଳୀ

କବିତା ସଙ୍କଳନ

  • ଶ୍ୱେତପଦ୍ମ
  • ସ୍ୱସ୍ତିକା
  • ନୂତନ ସ୍ୱାକ୍ଷର
  • ହେ ବୈଦେହୀ ଭୁଲିଯାଅ
  • ନୀଳଲୋହିତ
  • ତୃତୀୟ ଚକ୍ଷୁ
  • ନିଜେ ନିଜର ସାକ୍ଷୀ
  • ଉଦୟାସ୍ତର କାବ୍ୟ

ସମାଲୋଚନା ଗ୍ରନ୍ଥ

  • କାବ୍ୟ ଓ କଳାକାର
  • ଆଧୁନିକତାର କ ଖ ଗ
  • ବିଦଗ୍ଧ ପାଠକ
  • କଳାଦୃଷ୍ଟି
  • ସାହିତ୍ୟ ଚିନ୍ତା
  • ଚିତ୍ର ଓ ଚରିତ୍ର
  • ଅନ୍ୟାନ୍ୟ ଆଲୋଚନା

ସମ୍ମାନ ଓ ପୁରସ୍କାର

  • ସାରଳା ସମ୍ମାନ, ୧୯୯୬
  • କବିଶେଖର ଚିନ୍ତାମଣି ମହାନ୍ତି ପୁରସ୍କାର, ୧୯୯୫
  • ବିଷୁବ ମିଳନ ପୁରସ୍କାର, ୧୯୯୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ତୃତୀୟ ଚକ୍ଷୁ ନିମନ୍ତେ)

ଆଧାର

Tags:

ଚିନ୍ତାମଣି ବେହେରା ଜୀବନୀଚିନ୍ତାମଣି ବେହେରା ରଚନାବଳୀଚିନ୍ତାମଣି ବେହେରା ସମ୍ମାନ ଓ ପୁରସ୍କାରଚିନ୍ତାମଣି ବେହେରା ଆଧାରଚିନ୍ତାମଣି ବେହେରାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

୧୨ ମାର୍ଚ୍ଚପଣ୍ଡୁ ଓଷାଗୌରହରି ଦାସପି. ଭି. ନରସିଂହ ରାଓଉଦ୍ଭିଦଭୁବନେଶ୍ୱର ରେଳ ଷ୍ଟେସନନମିତା ଅଗ୍ରୱାଲନିରଞ୍ଜନ ପଟ୍ଟନାୟକଗୁରୁ ପ୍ରସାଦ ମହାନ୍ତିପୃଥିବୀମହାତ୍ମା ଗାନ୍ଧୀଭାରତ ରତ୍ନପରମାନନ୍ଦ ଆଚାର୍ଯ୍ୟପଳାଶମାର୍ଟିନ ଲୁଥର କିଙ୍ଗ ଜୁନିଅରସ୍ନେହାଙ୍ଗିନୀ ଛୁରିଆନୀଲ ଆର୍ମଷ୍ଟ୍ରଙ୍ଗଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟମହେନ୍ଦ୍ର ସିଂହ ଧୋନିନଅଙ୍କ ଦୁର୍ଭିକ୍ଷଭାରତୀୟ ଦଣ୍ଡ ସଂହିତା, ୧୮୬୦ମାଉସୟୁନିଫର୍ମ ରିସୋର୍ସ ଲୋକେଟରଦ୍ରାଘିମାଅଶୋକ (ଗଛ)ହନୁମାନ ଜୟନ୍ତୀସାପନକ୍ଷତ୍ରଆଲାସ୍କାଅରିନ୍ଦମ ରାୟରହସ୍ୟଉପେନ୍ଦ୍ର ପ୍ରସାଦ ମହାନ୍ତିକ୍ରିକେଟଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲସ ଏଞ୍ଜଲେସ ଲେକର୍ସଜୟନ୍ତ ମହାପାତ୍ରଗୋସାଣୀ ଯାତ୍ରାସୋରିଷବାଞ୍ଛାନିଧି ମହାନ୍ତିକଲେରାସୀତାକାନ୍ତ ମହାପାତ୍ରରମାକାନ୍ତ ପଣ୍ଡାଜଗନ୍ନାଥ ପ୍ରସାଦ ଦାସମନେ ରହିବ ଏ ପ୍ରେମ କାହାଣୀପରିବେଶପରଶୁରାମଗଞ୍ଜାମ ଜିଲ୍ଲାବିଦ୍ୟାଳୟସୁରେନ୍ଦ୍ର ମହାନ୍ତିସିପାହୀ ବିଦ୍ରୋହଓଡ଼ିଆ ଭାଷା ଆନ୍ଦୋଳନପ୍ରତାପରୁଦ୍ର ଦେବଇଥିଓପିଆପାଇମେକ୍ରୋଲିମସଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନରେବତୀ (କ୍ଷୁଦ୍ରଗଳ୍ପ)ଜୟଦେବଗଜ ଉଦ୍ଧାରଣ ବେଶରମାଦେବୀ ଚୌଧୁରୀତଅପୋଇଓଡ଼ିଶାର ପଞ୍ଚାୟତ ସମିତି ତାଲିକାଶବ୍ଦ (ପଦ)ଆଲାନ ଟ୍ୟୁରିଙ୍ଗନିମୋନିଆଚୌଦ୍ୱାର - କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିଲିକା (ବହୁବିକଳ୍ପ)ଭାରତର ନଦୀ ସମୂହର ତାଲିକାଫତୁରାନନ୍ଦଉପେନ୍ଦ୍ର ତ୍ରିପାଠୀଲିମ୍ଫାଡେନୋପାଥି🡆 More