ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ଚର୍ଚ୍ଚିକା ମନ୍ଦିର କଟକ ଜିଲ୍ଲାର, ବାଙ୍କୀ ସହରରେ ଥିବା ଏକ ପ୍ରାଚୀନ ଶକ୍ତି ପୀଠ । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ । ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କଦ୍ୱାରା ତିଆରି କରାଯାଇଥିବା ବିଶ୍ୱାସ କରାଯାଏ ।

ଚର୍ଚ୍ଚିକା ମନ୍ଦିର
ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବାଙ୍କୀ
Stateଓଡ଼ିଶା
Countryଭାରତ

ମହାନଦୀ କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I

ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ କାର୍ତ୍ତିକ, ମାଘ ଓ ବୈଶାଖରେ ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି ।

ଛବି


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଚର୍ଚ୍ଚିକା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 


ଆଧାର

ଅଧିକ ତଥ୍ୟ

Tags:

କଟକ ଜିଲ୍ଲାବାଙ୍କୀଶକ୍ତି ପୀଠ

🔥 Trending searches on Wiki ଓଡ଼ିଆ:

ସରଳା ଦେବୀଇଣ୍ଟର ମିଲାନ ଫୁଟବଲ କ୍ଲବଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଗୋପବନ୍ଧୁ ଦାସକେଶବ କୋଇଲିକ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାପ୍ରତିଭା ରାୟଫତୁରାନନ୍ଦଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୨୦୨୪ ଭାରତୀୟ ସାଧାରଣ ନିର୍ବାଚନଯୋରନ୍ଦା ମେଳାମୋ କୋଳ ତୋ ଝୁଲଣାଗାଲିଲିଓଟ୍ରୋସପିୟମଗୋଲକ ବିହାରୀ ନାଏକୟୁନିଫର୍ମ ରିସୋର୍ସ ଲୋକେଟରରାଧାମୋହନ ଗଡ଼ନାୟକବିଚିତ୍ର ରାମାୟଣଚାରି ଧାମପ୍ରଫୁଲ୍ଲ କୁମାର ମଲ୍ଲିକଜୀବ ବିଜ୍ଞାନପଞ୍ଚାୟତ ରାଜଅର୍ଜୁନକିଶୋରୀ ଚରଣ ଦାସଚନ୍ଦ୍ରଯାନ-୩ହୋ ଜନ‌ଜାତିନେପୋଲିୟନ ବୋନାପାର୍ଟଦ୍ୱିତୀୟ ଭାସ୍କରପରଶୁରାମପଖାଳଚାଟିକଣାଚନ୍ଦ୍ରଯାନ-୧ବିଶ୍ୱ ଏଡ୍‌ସ ଦିବସକୃତିବାସ ପାଟ୍ଟଶାଣୀବିନୋଦ ଚନ୍ଦ୍ର ନାୟକଭୂଇଁ କଖାରୁପଣସଓଧହେପାଟାଇଟିସଉତ୍କଳ ଦୀପିକାତମନ୍ନା ବ୍ୟାସଆଲେକ୍‌ଜାଣ୍ଡର୍ ମହାନଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସବିଦ୍ୟୁତପ୍ରଭା ଦେବୀଢମଣା ସାପଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଧବଳ ଛଉଉତ୍କଳ ଦିବସଅଭୟକୋଣାର୍କ ସୂର୍ଯ୍ୟ ମନ୍ଦିରଆର୍ଯ୍ୟଭଟ୍ଟପ୍ରମିଳା ମଲ୍ଲିକଧଉଳିମହାଭାରତପୁନମ ମିଶ୍ରମାଦଳା ପାଞ୍ଜିରାମ ନବମୀସିଂହଯୋଗ୧୯୯୭ଦେବଦାସ ଛୋଟରାୟଉତ୍କଳଗ୍ରହଭାନୁଜୀ ରାଓଚୀନବରାହମିହିରବିଭୂତି ପଟ୍ଟନାୟକକୋରାପୁଟ ଜିଲ୍ଲା୨୦୦୧🡆 More