କେଶବ କୋଇଲି

କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ କରୁ ଆରମ୍ଭ ହୋଇ କ୍ଷ ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

ବିଷୟବସ୍ତୁ

କୃଷ୍ଣଙ୍କ ମଥୁରା ଗମନ ପରେ ଯଶୋଦାଙ୍କ ମାତୃହୃଦୟର କରୁଣ ବିଳାପର ବର୍ଣ୍ଣନାରେ ଏହି କୋଇଲି ରଚିତ ଘଟିଛି ଏହି କୋଇଲି-ଚଉତିଶା ମାଧ୍ୟମରେ । କଂସର ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବା ପାଇଁ ଅକୃର ସହିତ ଶ୍ରୀକୃଷ୍ଣ ଓ ବଳରାମ ମଥୁରା ଗମନ କରିଛନ୍ତି । ଯାତ୍ରା ଶେଷରେ ଗୋପପୁରକୁ ଫେରିଆସିବା ପାଇଁ ମାତା ଯଶୋଦାଙ୍କୁ ଦେଇଥିବା ପ୍ରତ୍ରିଶ୍ରୁତି ପୂରଣ କରିପାରି ନାହାନ୍ତି ଶ୍ରୀକୃଷ୍ଣ । ବୃଦ୍ଧ କାଳରେ ପୁତ୍ର ବିଚ୍ଛେଦ ଯଶୋଦାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । କେଶାବଙ୍କୁ ମଥୁରା ପଠାଇଥିବା ଯୋଗୁଁ କେତେବେଳେ ସେ ନନ୍ଦଙ୍କ ପାଷାଣ ହୃଦୟକୁ ସମାଲୋଚନା କରିଛନ୍ତି ତ ଆଉ କେତେବେଳେ କୃଷ୍ଣଙ୍କୁ ଛାଟରେ ମାରିଥିବା ଯୋଗୁଁ ନିଜକୁ ଧିକ୍କାର କରିଛନ୍ତି । ଅସହାୟା ଯଶୋଦା କୃଷ୍ଣଙ୍କର ବିଭିନ୍ନ ଗୁଣ ବାହୁନି କୋଇଲି ଆଗରେ ନିଜର ଭାବ ପ୍ରକାଶ କରିଛନ୍ତି । ଏହି କବିତାରେ ଜଣେ ମାଆର ମମତା ଓ ପୁଅର ବିଚ୍ଛେଦ ହେତୁ ଶୋକ ସରଳ ଭାଷାରେ ବଖଣାଯାଇଛି ।

ଗୀତ

    କୋଇଲି, କେଶବ ଯେ ମଥୁରାକୁ ଗଲା,
    କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ, କୋଇଲି ।
    କୋଇଲି, ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
    ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
    କୋଇଲି, ଗଲା ପୁତ୍ର ବାହୁଡି ନଇଲା,
    ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।
    କୋଇଲି, ଘର ମୋର ନ ମଣନ୍ତି ନନ୍ଦ,
    ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।
    କୋଇଲି, ନନ୍ଦ ଦେହ ପାଷାଣେ ଗଢିଲା,
    ନୟନେ କଜ୍ଜଳ ଦେଇ ରଥେ ବସାଇଲା ଲୋ, କୋଇଲି ।
    କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,
    ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ, କୋଇଲି ।
    କୋଇଲି, ଛାଟକେ ମୁ ମାଇଲି ପୂରୁବେ,
    ଛାଡି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ, କୋଇଲି ।
    କୋଇଲି, ଦୂତପଣେ ଅ ଇଲା ଅକ୍ରୂର,
    ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ, କୋଇଲି ।
    କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା,
    ଝଗଡା ସାରିଣ କୃଷ୍ଣ ମଥୁରା ରହିଲା ଲୋ, କୋଇଲି ॥
    କୋଇଲି, ନିଶା କାଳେ ହରି ମାଗେ ଚାନ୍ଦ,
    ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ, କୋଇଲି ॥
    କୋଇଲି, ଟହ ଟହ ହସୁଥାନ୍ତି କୋଳେ,
    ଟଳଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ, କୋଇଲି ॥
    କୋଇଲି, ଠଣ ଯେ ସୁନ୍ଦର ବେନି ପୋଏ,
    ଠକି ଭଣ୍ଡି ଗଲେ କୃଷ୍ଣ ନ ଇଲେ ବେଡାଏ ଲୋ, କୋଇଲି ॥
    କୋଇଲି, ଡାକିଲେ ଭାଷ ଇ ଯେହ୍ନେ ଶାରୀ,
    ଡାଳ ରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ, କୋଇଲି ॥
    କୋଇଲି, ଢାଳୁଥାନ୍ତି ମାଏ ଯଶୋବନ୍ତି,
    ଢାଳେ ହରାଇଲି ମୋର ପୁତ୍ର ଶିରୀପତି ଲୋ, କୋଇଲି ॥
    କୋଇଲି, ଅନେକ ହିଂସିଲା ରାୟ କଂସ,
    ଅଣହେଳା କରିଣ ଆପଣେ ଗଲା ନାଶ ଲୋ, କୋଇଲି ॥
    କୋଇଲି, ତନୁରେ ତା' ଲେପ ଇ କୁଙ୍କୁମ,
    ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ, କୋଇଲି ॥
    କୋଇଲି, ଥନ ଭାଙ୍ଗି କ୍ଷୀରପାନ ଦେଲି,
    ଥ ଅର କାଳକୁ ପୁତ୍ର ଦେଖି ନ ପାରିଲି ଲୋ, କୋଇଲି ॥
    କୋଇଲି, ଦଉଡିରେ ବାନ୍ଧିଲି ପୁତ୍ରକୁ,
    ଦାମୋଦର ରାଗେ ଗଲେ ମଥୁରା ପୁରକୁ ଲୋ, କୋଇଲି ॥
    କୋଇଲି, ଧନ୍ୟ ସେହୁ ଦ ଇବକି ନାରୀ,
    ଧର୍ମ ଥିଲା ପୁତ୍ରଗୋଟି ହୋଇଲା ତାହାରି ଲୋ, କୋଇଲୋ ॥
    କୋଇଲି, ନ ଶୋଭ ଇ ଗୋପପୁର ମୋର,
    ନାରାୟଣ ଗଲାଦିନୁ ମଥୁରା ନଗର ଲୋ, କୋଇଲି ॥
    କୋଇଲି, ପବିତ୍ର ପୁରୁଷ ମୋ ମାଧୋଇ,
    ପବିତ୍ର ମୁଁ ହେଉଥିଲି କୃଷ୍ଣ ମୁଖ ଚାହିଁ ଲୋ, କୋଇଲି ॥
    କୋଇଲି, ଫଳିବାକୁ ନାହିଁ ମୋର ଆଶ,
    ଫଳିବାର ଫଳ ଗଲା ବାସୁଦେବ ପାଶ ଲୋ, କୋଇଲି ॥
    କୋଇଲି, ବହୁତ ସହିଲି ତାଙ୍କ ଅଳି,
    ବଡ଼ ଇ ଶରଧା ଭାଙ୍ଗି ଗଲେ ବନମାଳୀ ଲୋ, କୋଇଲି ॥
    କୋଇଲି, ଭଣ୍ଡି ମୋତେ ଗଲେ ବେନି ପୋଏ,
    ଭାଇତାଙ୍କ ବଳରାମ ନ ଇଲେ ବେଡାଏ ଲୋ, କୋଇଲି॥
    କୋଇଲି, ମଥୁରାକୁ ଯିବି ମୁଁ କି ଧାଇଁ,
    ମାଧବ ମଧୁସୂଦନ ଆଣିବି କଢାଇ ଲୋ, କୋଇଲୋ ॥
    କୋଇଲି, ଯିବେ ଯେ ଆସିବେ ବୋଲି ଗଲେ,
    ଜଗତଜିଇବନ ପ୍ରଭୁ ବାହୁଡି ନ ଇଲେ ଲୋ, କୋଇଲି ॥
    କୋଇଲି, ରତ୍ନ ବସ୍ତ୍ର ଅଳଙ୍କାର ମାନ,
    ରାମ କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ, କୋଇଲି ॥
    କୋଇଲି, ଲକ୍ଷ୍ମୀବନ୍ତ ଅଟେ ନାରାୟଣ,
    ଲଳିତରେ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ, କୋଇଲି ॥
    କୋଇଲି, ବୃନ୍ଦାବନ ନ ଶୋଭ ଇ ମୋର,
    ବତ୍ସା କିଏ ଚରାଇବ ଯମୁନାର ତିଇର ଲୋ, କୋଇଲି ॥
    କୋଇଲି, ଶ୍ରୀମନ୍ତ ପୁରୁଷ ମୋ ମାଧୋ ଇ,
    ଶିରିରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ, କୋଇଲି ॥
    କୋଇଲି, ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ,
    ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ ଲୋ, କୋଇଲି ॥
    କୋଇଲି, ସାତ ଦିନ ଇନ୍ଦ୍ର ବୃଷ୍ଟି କଲା,
    ସପତ ବରଷ ପୁତ୍ର ମନ୍ଦର ଧ ଇଲା ଲୋ, କୋଇଲି ॥
    କୋଇଲି, ହାଇ ଯେ ମାର ଇ ପୁତ୍ର ତୁଣ୍ଡ,
    ହୃଦରେ ଦିଶିଲା ତା'ର ସପତ ବ୍ରହ୍ମାଣ୍ଡ ଲୋ, କୋଇଲି ॥
    କୋଇଲି, କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ଡ,
    କ୍ଷମାକର ଦୋଷ ମୋର ଭଣେ ମାରକଣ୍ଡ ଲୋ, କୋଇଲି ॥

ପ୍ରକାଶନ

ଏହି ଚ‍ଉତିଶାଟି ବିଜୟ ଚଂଦ୍ର ମଜୁମଦାରଂକ "Typical selections from Oriya literature " ପୁସ୍ତକରେ ପ୍ରଥମ ଓଡ଼ିଆ କବିତା ଭାବରେ ସ୍ଥାନିତ କରାଯାଇଥିଲା । କାନାଡାର ଟରଣ୍ଟୋ ବିଶ୍ୱବିଦ୍ୟାଳୟ ଏହି ପୁସ୍ତକଟିକୁ ଡିଜିଟା‍ଇଜ କରି ୨୦୦୯ ମସିହାରେ ଇଣ୍ଟରନେଟରେ ଅପପଲୋଡ କରି ପ୍ରସାର କରିଛଂତି ।

ସଂଗୀତ ରୂପ

ଏହି ଚ‍ଉତିଶା ଛାଂଦଟିର ସଂଗୀତ ରୂପ ମଧ୍ୟ ଇଣ୍ଟରନେଟରେ ମିଳୁଛି । ଏହାକୁ ଗାଇଛନ୍ତି ବିଶିଷ୍ଟ ଗାୟକ ଶ୍ରୀ ପ୍ରଣବ ପଟ୍ଟନାୟକ । ଯଦିଓ ପୂରା ଚ‍ଉତିରିଶି ପଦାବଳୀ ନାହିଁ, ତଥାପି ଅଧିକାଂଶ ଅଛି

ଆଧାର

Tags:

କେଶବ କୋଇଲି ବିଷୟବସ୍ତୁକେଶବ କୋଇଲି ଗୀତକେଶବ କୋଇଲି ପ୍ରକାଶନକେଶବ କୋଇଲି ସଂଗୀତ ରୂପକେଶବ କୋଇଲି ଆଧାରକେଶବ କୋଇଲିଓଡ଼ିଆ ଭାଷାଜଗନ୍ନାଥ ଦାସମାର୍କଣ୍ଡ ଦାସସାରଳା ଦାସ

🔥 Trending searches on Wiki ଓଡ଼ିଆ:

ବିଜୟ କୁମାର ଶତପଥୀଗାୟତ୍ରୀ ସରାଫଓଡ଼ିଶାର ପର୍ବପର୍ବାଣିଇଣ୍ଟରନେଟବିଜୟ ମିଶ୍ରହନୁମାନ ଚାଳିଶାଗୁରୁ ପ୍ରସାଦ ମହାନ୍ତିପୁରାଣତ୍ରିଲୋଚନେଶ୍ଵର ମନ୍ଦିରପାଳୁଅଭାରତର ଜାତୀୟ ପତାକାଭାରତୀୟ ମହିଳା୧୯୪୯୮ ମାର୍ଚ୍ଚକ୍ୱାଣ୍ଟମ କମ୍ପ୍ୟୁଟିଙ୍ଗଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଓଡ଼ିଆ ଲିପିମେଲାଟୋନିନଅଭିଗମ୍ୟତାଆତ୍ମହତ୍ୟାବିରିକୃଷ୍ଣଉଇକିପାଠାଗାରଭାରତର ନଦୀ ସମୂହର ତାଲିକାତମନ୍ନା ବ୍ୟାସରଘୁନାଥ ମୁର୍ମୁବୋଡ଼ୋ ଭାଷା୨୦ ମାର୍ଚ୍ଚଉଇକିପିଡ଼ିଆ ସମୂହର ତାଲିକାହନୁମାନ ଜୟନ୍ତୀଘୋଡ଼ାମଣିପୁରଇତିହାସଶ୍ୟାମସୁନ୍ଦର କର୧୯୪୨କଳାହାଣ୍ଡି ଜିଲ୍ଲାଏଲୋସରସଅଖିଳ ମୋହନ ପଟ୍ଟନାୟକ୧୩ ଅକ୍ଟୋବରସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନ୨୦୦୫ଭାରତର ସଂସ୍କୃତି୧ ଜୁଲାଇସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ଆଟୋପିକ ଡର୍ମାଟାଇଟିସଓଡ଼ିଶା ବିଧାନ ସଭାକ୍ୟୁ. ଆର. କୋଡ଼ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକାନନ ମିଶ୍ରଜ୍ଞାନପୀଠ ପୁରସ୍କାରଆଇଭରି କୋଷ୍ଟକବିସୁନାବେଶକୋଣାର୍କ ସୂର୍ଯ୍ୟ ମନ୍ଦିରକଳାକଳେବର ଚଉତିଶା୧୮୩୩ପ୍ରଶାନ୍ତ ନନ୍ଦ୧୩ ଫେବୃଆରୀଚାଉଳବ୍ରଜ କିଶୋର ପ୍ରଧାନଓପନ-ସୋର୍ସ ସଫ୍ଟୱେରଫଗୁ ଦଶମୀଜଳ ପ୍ରଦୂଷଣ🡆 More