କୁଞ୍ଜବିହାରୀ ଦାଶ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଲୋକରତ୍ନ କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ତାଙ୍କର ଆମେରିକାରୁ ୟୁରୋପ୍ ଆଫ୍ରିକା ପୁସ୍ତକ ପାଇଁ ସେ ୧୯୬୫-୬୭ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ମୋ କାହାଣୀ ପାଇଁ ୧୯୭୯ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ । କଲିକତା ଏକାଡେମୀ ଅଫ୍ ଫୋକଲୋର ତାଙ୍କୁ ୧୯୭୮ ମସିହାରେ ଲୋକରତ୍ନ ଉପାଧି ପ୍ରଦାନ କରିଥିଲା । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

ଲୋକରତ୍ନ

କୁଞ୍ଜବିହାରୀ ଦାଶ
ଜନ୍ମ(1914-03-07)୭ ମାର୍ଚ୍ଚ ୧୯୧୪
ରେଞ୍ଚଶାସନ, ନିମାପଡ଼ା, ପୁରୀ ଜିଲ୍ଲା
ମୃତ୍ୟୁ୧୪ ମାର୍ଚ୍ଚ ୧୯୯୪(1994-03-14) (ବୟସ ୮୦)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଧ୍ୟାପକ, ଲେଖକ
ଚାକିରିକ୍ଷେତ୍ର(ସମୂହ)ରେଭେନ୍ସା ମହାବିଦ୍ୟାଳୟ,
ଉତ୍କଳ ବିଶ୍ୱବିଦ୍ୟାଳୟ

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

କୁଞ୍ଜବିହାରୀ ଦାଶ ୧୯୧୪ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ା ନିକଟସ୍ଥ ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଟିଉସନ କରି ସେ ନିଜ ଶିକ୍ଷାଖର୍ଚ୍ଚ ମେଣ୍ଟାଉଥିଲେ ।

ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନ

ସେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ସେଠାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କାର ସ୍ୱରୂପ ତିନୋଟି ସ୍ୱର୍ଣ୍ଣ ମୁଦ୍ରା ଓ ଦୁଇ ଶହ ଟଙ୍କା ପାଇଥିଲେ । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ "ଓଡ଼ିଆ ଲୋକଗୀତ ଓ କାହାଣୀ" ଉପରେ ଗବେଷଣା କରି ସେ ନିଜ ଡକ୍ଟରେଟ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।

ସାହିତ୍ୟ ରଚନା

କିଶୋର ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଲାବଣ୍ୟ କୁସୁମ ଥିଲା ତାଙ୍କ ଲିଖିତ ପ୍ରଥମ କାବ୍ୟ । କ୍ରମେ ସେ ଅନ୍ୟାନ୍ୟ ସାହିତ୍ୟ ବିଭାବ ମଧ୍ୟ ରଚନା କରିଥିଲେ ।

ମୃତ୍ୟୁ

୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ତାଙ୍କଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

  • ଆମେରିକାରୁ ଇଉରୋପ ଆଫ୍ରିକା
  • ମୋ ସ୍ୱପ୍ନର କାଶ୍ମୀର
  • ମୋ କାହାଣୀ (ଆତ୍ମଜୀବନୀ)
  • କନକଲତାର ଲୁହ
  • ମାଟି ଓ ଲାଠି

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୫-୬୭ (ଆମେରିକାରୁ ୟୁରୋପ୍ ଆଫ୍ରିକା ପାଇଁ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - (ମୋ କାହାଣୀ ପାଇଁ), ୧୯୭୯
  • କଲକତା ଏକାଡେମୀ ଅଫ୍ ଫୋକଲୋରଦ୍ୱାରା "ଲୋକରତ୍ନ" ଉପାଧି, ୧୯୭୮

ଆଧାର

Tags:

କୁଞ୍ଜବିହାରୀ ଦାଶ ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷାକୁଞ୍ଜବିହାରୀ ଦାଶ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନକୁଞ୍ଜବିହାରୀ ଦାଶ ସାହିତ୍ୟ ରଚନାକୁଞ୍ଜବିହାରୀ ଦାଶ ମୃତ୍ୟୁକୁଞ୍ଜବିହାରୀ ଦାଶ ସାହିତ୍ୟ ସର୍ଜନାକୁଞ୍ଜବିହାରୀ ଦାଶ ସମ୍ମାନ ଓ ପୁରସ୍କାରକୁଞ୍ଜବିହାରୀ ଦାଶ ଆଧାରକୁଞ୍ଜବିହାରୀ ଦାଶଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଯବକ୍ଷାରଜାନସମାଜ (ଖବରକାଗଜ)ଦିଲୀପ ତିର୍କୀଆଭାସ କୁମାର ବରାଳବୌଦ୍ଧ ଜିଲ୍ଲାକୋଷ୍ଠକାଠିନ୍ୟକାଳିଜାଈପରଜା ଜନଜାତି୩ ଡିସେମ୍ବରଦଶାବତାରରାଇମୋହନ ପରିଡ଼ାଚୈତନ୍ୟବିଶ୍ୱତାପନସନ୍ତୋଷ କୁମାର ସାହୁଆନ୍ତର୍ଜାତିକ ମହିଳା ଦିବସହୃଷୀକେଶ ପଣ୍ଡାରୁକ୍ମିଣୀ ବିବାହପ୍ରଦୂଷଣକଣ୍ଡୋମଧରିତ୍ରୀବିବାହହନୁମାନ ଚାଳିଶାପରୀକ୍ଷାବିଦୁସ୍ମିତାଗୋଲୋକ ବିହାରୀ ଧଳକେଶାପାଲିଉଦୟନାଥ ଷଡ଼ଙ୍ଗୀଆର୍ଯ୍ୟଭଟ୍ଟହିନ୍ଦୁ ଧର୍ମମୌଳିକ ସଂଖ୍ୟାଚିତ୍ତରଞ୍ଜନ ଦାସଓଡ଼ିଶା ସରକାରବୁଧନ ମୁର୍ମୁକଙ୍ଗୋଅଖିଳ ମୋହନ ପଟ୍ଟନାୟକମେଲାଟୋନିନକାଟୁଲୁ ରବି କୁମାରଜଗନମୋହ‌ନ ଲାଲଭାନୁଜୀ ରାଓମାଗୁଣିର ଶଗଡ଼ଓଡ଼ିଆ ନାଟକବଳରାମ ଦାସମାଣବସା ଗୁରୁବାରରତ୍ନାକର ଚଇନିଭାରତୀୟ ଡାକ ସେବାସୁଭାଷ ଚନ୍ଦ୍ର ବୋଷଉପେନ୍ଦ୍ର ଭଞ୍ଜରାବଣପ୍ରୋସ୍ଟେଟ କର୍କଟଧନୁଷ୍ଟଙ୍କାରଅମଡ଼ା ବାଟମାଟିର ମଣିଷଛ ମାଣ ଆଠ ଗୁଣ୍ଠହୁବଳିଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାପଦ୍ମ ଲୋଚନ ପଣ୍ଡା୧୮ ଫେବୃଆରୀଭାରତର ନଦୀ ସମୂହର ତାଲିକାସୀତାକାନ୍ତ ମହାପାତ୍ରବି. ଆର. ଆମ୍ବେଦକରପ୍ରସନ୍ନ କୁମାର ପାଟ୍ଟଶାଣୀଇଂରାଜୀ ଭାଷାନେଇଯା'ରେ ମେଘ ମତେରୁକୁଣା ରଥଯାତ୍ରାପୋଲିଓମାୟେଲାଇଟିସଗୋକୁଳାନନ୍ଦ ମହାପାତ୍ର🡆 More