ଗଣିତ

ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି । ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍‌ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ରଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।

ଗଣିତ
ୟୁକ୍ଲିଡ୍

ଅପସାରଣ ଓ ତର୍କଦ୍ୱାରା ଗଣିତ ଗଣନ, ହିସାବ, ମାପ ଓ ଭୌତିକ ବସ୍ତୁର ଆକୃତି ଓ ଗତି ବିଷୟରେ ତଥ୍ୟ ପ୍ରଦାନ କରେ । ଅତି ପୁରାତନ କାଳରୁ ଗଣିତର ଉତ୍ପତ୍ତି ହୋଇସାରିଥିଲା । ଗ୍ରୀକ୍ ଗଣିତରେ ପ୍ରଥମେ କଠିନ ଯୁକ୍ତି ହୋଇଥିବାର ଜଣାଯାଏ, ଉଲ୍ଲେଖନୀୟ ଭାବେ ୟୁକ୍ଲିଡ୍‌ଙ୍କର ଏଲିମେଣ୍ଟ୍‌ସ୍‌ରେ (Elements) । ପ୍ରଥମରୁ ଅପେକ୍ଷାକୃତ ଧିର ଗତିରେ ଉନ୍ନତି କରୁଥିବା ଗଣିତ, ରେନେସାଁ ଯୁଗରେ ବିଜ୍ଞାନର ଅନ୍ୟାନ୍ୟ ଆବିଷ୍କାର ସହିତ ମିଶି ବେଗବାନ ହେଲା, ଯାହା ଏବେ ପର୍ଯ୍ୟନ୍ତ ଅବ୍ୟାହତ ଅଛି ।

ଗଣିତ
ଗଣିତରେ ପ୍ରାଚୀନ ମିଶରର ଏକ ନଥି

ସାଧାରଣ ଧାରଣା

ଗଣିତରେ ଏ ସବୁ ଥାଏ:

  • ସଂଖ୍ୟା (ଉଦାହରଣ ୩+୬=୯)
  • ଗଠନ: ବସ୍ତୁମାନେ କେମିତି ସଂଗଠିତ
  • ସ୍ଥାନ: ବସ୍ତୁର ଅବସ୍ଥିତି ଓ ସଜାଣି
  • ପରିବର୍ତ୍ତନ: ସମୟ ସହିତ ବସ୍ତୁରେ ବଦଳ

ସଂଖ୍ୟା

    ଗଣିତରେ ସଂଖ୍ୟା ବା ପରିମାଣର ଅଧ୍ୟୟନ ଥାଏ ।
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ଗଣନ ସଂଖ୍ୟା ପୂର୍ଣ ସଂଖ୍ୟା ପରିମେୟ ସଂଖ୍ୟା ବାସ୍ତବ ସଂଖ୍ୟା ଜଟିଳ ସଂଖ୍ୟା
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ପୂରଣବାଚକ ସଂଖ୍ୟା ଅଙ୍କବାଚକ ସଂଖ୍ୟା ପାଟୀଗଣିତ ପ୍ରକ୍ରିୟା ଗାଣିତିକ ସମ୍ବନ୍ଧ ଫଳନ

ଗଠନ

    ଗଣିତର କେତେକ ଶାଖା ବସ୍ତୁର ଗଠନ ଉପରେ ଅଧ୍ୟୟନ କରନ୍ତି ।
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ସଂଖ୍ୟା ତତ୍ତ୍ୱ ବୀଜଗଣିତ ସାର ରୈଖିକ ବୀଜଗଣିତ କ୍ରମ ସିଦ୍ଧାନ୍ତ ଲେଖ ତତ୍ତ୍ୱ

ଆକୃତି

    ଗଣିତର କେତେକ ଶାଖା ବସ୍ତୁର ଆକୃତି ଉପରେ ଅଧ୍ୟୟନ କରନ୍ତି ।
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ସଜାଣି ଜ୍ୟାମିତି ତ୍ରିକୋଣମିତି ଅନ୍ତର ଜ୍ୟାମିତି ଭଗ୍ନ ଜ୍ୟାମିତି

ପରିବର୍ତ୍ତନ

    ଗଣିତର କେତେକ ଶାଖା ବସ୍ତୁର ପରିବର୍ତ୍ତନ ପ୍ରଣାଳୀ ଉପରେ ଅଧ୍ୟୟନ କରନ୍ତି ।
ଗଣିତ  ଗଣିତ  ଗଣିତ 
ପଥରି ଭେକ୍ଟର୍ ପଥରି ବିଶ୍ଳେଷଣ
ଗଣିତ  ଗଣିତ  ଗଣିତ 
ବିଭେଦକ ସମୀକରଣ ଗତିଜ ତନ୍ତ୍ର ବିଶୃଙ୍ଖଳା ତତ୍ତ୍ୱ

ଗାଣିତିକ ଉପକରଣ

    ଗାଣିତିକ ସମସ୍ୟାର ସମାଧାନ ପାଇଁ ବ୍ୟବହୃତ ଉପକରଣ ।

ପୁରୁଣା

  • ଆବାକସ୍
  • ଆଦେଶ ସଂଚାଳନ କାଲ୍‌କୁଲେଟର୍
  • ନାପିୟରଙ୍କ ହାଡ଼
  • ରୁଲର୍ ଓ କମ୍ପାସ୍
  • ମାନସାଙ୍କ ହିସାବ

ନୂଆ

  • କାଲ୍‌କୁଲେଟର୍ ଓ କମ୍ପ୍ୟୁଟର୍
  • ପ୍ରୋଗ୍ରାମିଙ୍ଗ୍ ଭାଷା
  • କମ୍ପ୍ୟୁଟର୍ ବୀଜଗଣିତ ତନ୍ତ୍ର
  • ଇଣ୍ଟର୍‌ନେଟ୍ ସର୍ଟ୍‌ହାଣ୍ଡ୍ ସଂକେତ
  • ପରିସଂଖ୍ୟାନ ବିଶ୍ଳେଷଣ ସଫ୍ଟ୍‌ୱେର୍
    • SPSS
    • SAS ପ୍ରୋଗ୍ରାମିଙ୍ଗ୍ ଭାଷା
    • R ପ୍ରୋଗ୍ରାମିଙ୍ଗ୍ ଭାଷା

ଆଧାର

Tags:

ଗଣିତ ସାଧାରଣ ଧାରଣାଗଣିତ ଗାଣିତିକ ଉପକରଣଗଣିତ ଆଧାରଗଣିତ

🔥 Trending searches on Wiki ଓଡ଼ିଆ:

ଯଶୋବନ୍ତ ଦାସଦିଗରାଜ ବ୍ରହ୍ମାହିନ୍ଦୁତୋର ଦିନେ କୁ ମୋର ଦିନେହୃଦାନନ୍ଦ ପାଣିଗ୍ରାହୀଶିଶୁ ଅନନ୍ତ ଦାସଭଗତ ସିଂହଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରାଜକନିକାଆହେ ଦୟାମୟ ବିଶ୍ୱ ବିହାରୀକଣ୍ଡୋମବଣ୍ଡା ଜନଜାତିଭାରତର ଜାତୀୟ ପତାକାଶ୍ରୀବତ୍ସ ପଣ୍ଡାବରାହମାଗୁଣିର ଶଗଡ଼ (କଥାଚିତ୍ର)କିଲୋଗ୍ରାମଶିବ ଚତୁର୍ଦ୍ଦଶୀଋଷିଆପଥ ଓ ପୃଥିବୀରଘୁବର ଦାସଯକୃତଢୁମ୍ପାସ୍ୱଚ୍ଛ ଭାରତ ଅଭିଯାନତଥ୍ୟଉତ୍କଳବୈଷ୍ଣବ ଚରଣ ସାମଲଅର୍ଜୁନସୋମ ବଂଶମାଲକାନଗିରି ଜିଲ୍ଲାବିଜୁ ପଟ୍ଟନାୟକପ୍ରାଣକୃଷ୍ଣ ପରିଜାପୂର୍ଣ୍ଣିମାକ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାପଦାର୍ଥ୩ ଫେବୃଆରୀରାମ ମନ୍ଦିର, ଜୁଣିଆଲବଣ ସତ୍ୟାଗ୍ରହବେଣୁଧର ରାଉତକୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)ସୌର ଶକ୍ତିଧ୍ରୁବୀୟ ଜ୍ୟୋତିବିଶ୍ୱନାଥ କରବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଙ୍କ ଧୂପଚରକଦଣ୍ଡ ନାଟମୀନ (ରାଶି)ଅଚ୍ୟୁତାନନ୍ଦ ଦାସଆଲବର୍ଟ ଆଇନଷ୍ଟାଇନନୂଆଖାଇମଙ୍ଗଳା ମନ୍ଦିରପରମାଣୁଇଣ୍ଡିଆନ ପ୍ରିମିଅର ଲିଗନରେନ୍ଦ୍ର ମୋଦୀ୧୯୯୭ନିକୋଲା ଟେସ୍‌ଲାଦଶାବତାରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୋଇଲି ଚଉତିଶାଓଡ଼ିଶାର ଦୋଳଯାତ୍ରାଦିବ୍ୟଶଙ୍କର ମିଶ୍ରଗଜପତି ସାମ୍ରାଜ୍ୟବିଭୁଦତ୍ତ ମିଶ୍ରମହେନ୍ଦ୍ର ସିଂହ ଧୋନିଗାଲିଲିଓକପିଳାସ ଶିବ ମନ୍ଦିର🡆 More